ମଦୁରାଇ ଏବଂ ପାଶ୍ୱବର୍ତ୍ତୀ ଅଂଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପ୍ରୋତ୍ସାହନ ପୂର୍ବକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଦୁରାଇ ଠାରେ ଏମ୍ସ ପାଇଁ ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।

ନୂଆ ଏମ୍ସ ମଦୁରାଇର ଥୋପୁର ଠାରେ ପ୍ରତିଷ୍ଠା କରାଯିବ । ଏହା ସ୍ଥାନୀୟ ଅଂଚଳରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ସୁବିଧା ଯୋଗାଇଦେବ । ଏହି ଅଂଚଳରେ ଏମ୍ସ ନିର୍ମାଣ ହେବା ଦ୍ୱାରା ଦକ୍ଷିଣ ତାମିଲନାଡ଼ୁର ପଛୁଆ ଜିଲ୍ଲାରେ ରହୁଥିବା ଲୋକମାନେ ଲାଭାନ୍ୱିତ ହୋଇପାରିବେ ।

ମଦୁରାଇ ଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ମଦୁରାଇ ଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଆଜି ଶିଳାନ୍ୟାସ କରାଯିବା ଦ୍ୱାରା ଏକପ୍ରକାରରେ ଆମ ସରକାରଙ୍କ ସଂକଳ୍ପ ଏକ ଭାରତ ଶ୍ରେଷ୍ଠ ଭାରତକୁ ପ୍ରତିଫଳିତ କରୁଛି । ଏମ୍ସ ନୂଆଦିଲ୍ଲୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମଦୁରାଇରେ ଏମ୍ସ ପହଁଚିବା ଦ୍ୱାରା ଆମେ କହିପାରିବା ଯେ ଏମ୍ସର ଏହି ପରିଚୟ ଏବେ କାଶ୍ମୀରରୁ ମଦୁରାଇ ଏବଂ ଗୌହାଟୀରୁ ଗୁଜରାଟ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ କୋଣରେ ପହଁଚିପାରିଛି । ମଦୁରାଇ ଏମ୍ସ ଦ୍ୱାରା ସମଗ୍ର ତାମିଲନାଡ଼ୁବାସୀ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ମଦୁରାଇର ରାଜାଜୀ ମେଡ଼ିକାଲ କଲେଜ, ତାଞ୍ଜାଭୁର ମେଡ଼ିକାଲ କଲେଜ ଏବଂ ତିରୁନେଲଭେଲି ମେଡ଼ିକାଲ କଲେଜର ସୁପରସ୍ପେଶାଲଟି ବ୍ଲକକୁ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ 73ଟି ମେଡ଼ିକାଲ କଲେଜର ଉନ୍ନତିକରଣ ଲକ୍ଷ୍ୟ ନେଇ ଚାଲିଥିବା ପ୍ରୟାସ ଅଧୀନରେ ଏହା କରାଯାଉଛି । ତିନୋଟି ମେଡ଼ିକାଲ କଲେଜରେ ସୁପର ସ୍ପେଶାଲିଟି ବ୍ଲକ୍ ଉଦଘାଟିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଜୋର ଦେଉଥିବା କଥାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ସୁସ୍ଥ ରଖିବା ଏବଂ ସ୍ୱାସ୍ଥ୍ୟସେବାକୁ ସୁଲଭ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସେ ଉଲ୍ଲେଖ କରିଥିଲେ, “ଯେଉଁ ଗତି ଏବଂ ବ୍ୟାପକତାର ସହିତ ମିଶନ ଇନ୍ଦ୍ରଧନୁଶ କାର୍ଯ୍ୟକରୁଛି ଏହା ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ସୋପାନ ପ୍ରତିଷ୍ଠା କରିପାରିଛି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସୁରକ୍ଷିତ ଗର୍ଭଧାରଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଛି । ଗତ ସାଢ଼େ 4 ବର୍ଷରେ ସ୍ନାତକ ମେଡ଼ିକାଲ ସିଟରେ 30% ବୃଦ୍ଧି ଘଟିଛି ।

ଆୟୁଷ୍ମାନ ଭାରତ ବିଷୟରେ ସେ କହିଥିଲେ ଯେ ଲୋକମାନଙ୍କ ପାଇଁ ସାମଗ୍ରୀକ ସ୍ୱାସ୍ଥ୍ୟସେବା ପହଁଚ ସୁନିଶ୍ଚିତ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ । ତାମିଲନାଡ଼ୁର 1 କୋଟି 57 ଲକ୍ଷ ଲୋକ ଏହା ଅଧୀନରେ ବୀମାଭୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ତାମିଲନାଡ଼ୁରେ ମାତ୍ର 3 ମାସ ମଧ୍ୟରେ 89 ହଜାର ହିତାଧିକାରୀ ଏହା ଅଧୀନରେ ଲାଭାନ୍ୱିତ ହେବା ସହିତ ଏହି ଯୋଜନାରେ 200 କୋଟି ଟଙ୍କାରୁ ଅଧିକ ଟଙ୍କା ବିଧିବଦ୍ଧ ଭାବେ ରୋଗୀଙ୍କ ଆଡମିଶନ ପାଇଁ ଖର୍ଚ୍ଚ କରାଯାଇଥିବା କହି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ, “ତାମିଲନାଡ଼ୁରେ 1320 ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ ।

ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ସେ କହିଥିଲେ, 2025 ସୁଦ୍ଧା ଯକ୍ଷ୍ମା ମୁକ୍ତି ଲାଗି ସରକାର ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ରାଜ୍ୟଗୁଡ଼ିକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଛୁ । ମୁଁ ଏହା ଜାଣି ଆନନ୍ଦିତ ଯେ ରାଜ୍ୟ ସରକାର ଯକ୍ଷ୍ମା ମୁକ୍ତ ଚେନ୍ନାଇ ପ୍ରୟାସକୁ ଆଗେଇ ନେଉଛନ୍ତି ଏବଂ 2023 ସୁଦ୍ଧା ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବା ଲାଗି ପଦକ୍ଷେପ ନେଉଛନ୍ତି” । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଲାଗି ସେ ତାମିଲନାଡ଼ୁ ସରକାରଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟରେ 12ଟି ପୋଷ୍ଟ ଅଫିସ ସେବା କେନ୍ଦ୍ର ଉଦଘାଟନ କରିଥିଲେ । ସେ କହିଥିଲେ, “ଆମ ନାଗରିକମାନଙ୍କ ପାଇଁ ସହଜ ଜୀବନଧାରଣରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପର ଏହା ଏକ ଉଦାହରଣ” ।

ମଦୁରାଇରୁ ପ୍ରଧାନମନ୍ତ୍ରୀ କୋଚି ଅଭିମୁଖେ ଯାତ୍ରା କରିଥିଲେ ସେଠାରେ ସେ ତୈଳ ଏବଂ ଗ୍ୟାସ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine