PM Narendra Modi launches muliple development projects of Kandla Port Trust in Gujarat
PM Modi lays foundation stone for construction of the Dr. Babasaheb Ambedkar Convention Centre
If India wants to make a place for itself in global trade, it should have the best of arrangements in the port sector: PM
The combination of infrastructure and efficiency is vital for the port sector, says PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ବନ୍ଦରର ଚତୁର୍ଦ୍ଦଶ ଓ ଷୋଡଶ ସାଧାରଣ ମାଲ ପରିବହନ ବର୍ଥର ଶିଳାନ୍ୟାସ କରିବା ସହ ଡଃ. ବାବାସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ରର ଆଧାରଶିଳା ରଖିଥିଲେ ।

କଚ୍ଛ ଲବଣ ଜଙ୍କସନଠାରେ ପ୍ରଧାନମନ୍ତ୍ରୀ ଇଣ୍ଟରଚେଞ ଓ ଆରଓବି ପ୍ରକଳ୍ପ ନିର୍ମାଣର କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସେ କାଣ୍ଡଲା ବନ୍ଦରରେ ସାର ପରିବହନ ଯାନ୍ତ୍ରିକୀକରଣ ଏବଂ ଦୁଇଟି ଭ୍ରାମ୍ୟମାଣ ବନ୍ଦର କ୍ରେନ ମୁତୟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ଉଦବୋଧନ ଦେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତୀନ ଗଡକରୀ କହିଥିଲେ ଯେ ସାଗରମାଳା ପ୍ରକଳ୍ପ ଏବଂ ବନ୍ଦର ଭିତ୍ତିକ ଉନ୍ନୟନ କାର୍ଯ୍ୟ ଗୁଜରାଟ ରାଜ୍ୟରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ସହ ଏହି ରାଜ୍ୟର ଆର୍ଥିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଗୁଜରାଟର ସମୃଦ୍ଧ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ବିଷୟରେ ଅବତାରଣା କରିବା ସହ ଏହି ମହାନ ପରମ୍ପରା ଓ ଉତ୍ସାହ ଏବେ ମଧ୍ୟ ବଳବତ୍ତର ରହିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ସମ୍ବର୍ଦ୍ଧନା ପାଇଁ ସେଠାକାର ଜନସାଧାରଣଙ୍କୁ ସାଧୁବାଦ ଜଣାଇଥିଲେ ।

ସେ କହିଥିଲେ ଯେ କଚ୍ଛର ଜନସାଧାରଣ ଜଳର ମହନୀୟତା ସଂପର୍କରେ ବେଶ୍ ଅବଗତ ଅଛନ୍ତି । ଏହି ଅଂଚଳର ମହାନ ଇତିହାସ ଓ ସଂସ୍କୃତି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଅନେକ ପ୍ରସଙ୍ଗ ରଖିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଭାରତ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚାହୁଁଛି ତାହେଲେ ଦେଶର ବନ୍ଦର କ୍ଷେତ୍ରର ତ୍ୱରିତ ବିକାଶ ହେବା ଆବଶ୍ୟକ । କାଣ୍ଡଲା ବନ୍ଦରକୁ ଏସିଆର ଅନ୍ୟତମ ସୁନ୍ଦର ଓ ଅଭିବୃଦ୍ଧିଶୀଳ ବନ୍ଦର ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି କ୍ଷେତ୍ର ଓ ପାରଦର୍ଶିତାର ସମନ୍ୱୟ ଦ୍ୱାରା ବନ୍ଦର କ୍ଷେତ୍ରର ବିକାଶ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇରାନର ଚାବାହାର ବନ୍ଦର ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ଭବିଷ୍ୟତରେ କାଣ୍ଡଲା ବନ୍ଦରର ବିକାଶକୁ ତ୍ୱରାନ୍ୱିତ କରିବ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଡଃ ବାବାସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ର ବିଷୟରେ ମଧ୍ୟ ସମ୍ୟକ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆଗାମୀ 5 ବର୍ଷ ମଧ୍ୟରେ ଜନସାଧାରଣ ରାଷ୍ଟ୍ର ଗଠନରେ ନିଜ ନିଜର ସାମର୍ଥ୍ୟ ମତେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ । ଆଉ ପାଂଚ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛି ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଶତବାର୍ଷିକୀ ସମାରୋହ ପାଳନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କାଣ୍ଡଲା ବନ୍ଦର ଟ୍ରଷ୍ଟକୁ ଦୀନଦୟାଲ ବନ୍ଦର ଟ୍ରଷ୍ଟ ଭାବେ ନାମିତ କରିବା ଲାଗି ପ୍ରସ୍ତାବ ରଖିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"