Woman power in Manipur has always been a source of inspiration for the country: PM Modi
India’s growth story shall never be complete until the eastern part of our country progresses at par with the western part: PM Narendra Modi

ଖୁରୁମଜାରୀ,

ଇକ-ହୋଇଗି ସରକାର-ବୁଥାଜା-ବିରିଆ ମଣିପୁର-ଗୀ ପ୍ରଜା ବୁମ-ନାମାକୁ ଥାଗତ ଚାରୀ,
ସର୍ବ ପ୍ରଥମେ ମଣିପୁରର ଜନତାଙ୍କୁ ବହୁତ ବହୁତ ଶୁଭେଚ୍ଛା,

ମୁଖ୍ୟମନ୍ତ୍ରୀ ଶ୍ରୀ ଏନ.ବିରେନ ସିଂହ ମହାଶୟଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗତକାଲି ଗୋଟିଏ ବର୍ଷ ପୂରଣ କରିଛନ୍ତି । ବିକାଶର ଯୋଜନା ଗୁଡିକ ଉପରେ କିପରି କାର୍ଯ୍ୟ କରାଯାଏ, ସ୍ଥାୟୀତ୍ୱର ଅର୍ଥ କ’ଣ , କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି କାର୍ଯ୍ୟ କରିଥାନ୍ତି, ତ ତାହାର କ’ଣ ପ୍ରଭାବ ପଡିଥାଏ, ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ମଣିପୁରର ଏହି ଭବ୍ୟ ଚିତ୍ର ପ୍ରଦାନ କରୁଛି ।
ଆପଣଙ୍କ ଆଖିର ଚମକ, ଆପଣଙ୍କର ଖୁସୀ ଏହା ସୂଚାଇ ଦେଉଛି କି ରାଜ୍ୟ ସରକାର କେତେ ଭଲ କାର୍ଯ୍ୟ କରୁଛନ୍ତି । ଯେଉଁଭଳି ଭାବେ ଅପଣମାନେ ବିଶାଳ ସଂଖ୍ୟାରେ ଦୂର ଦୂରାନ୍ତ ଅଞ୍ଚଳରୁ ଏଠାକୁ ଆମକୁ ଆଶୀର୍ବାଦ ଦେବା ପାଇଁ ପହଞ୍ଚିଛନ୍ତି, ସେଥିପାଇଁ ଆମେ ସମସ୍ତେ ବହୁତ କୃତଜ୍ଞ ।
ମୁଁ ମଣିପୁରର ଲୋକଙ୍କୁ, ଏଠାକାର ପ୍ରଶାସନ ଏବଂ ରାଜ୍ୟ ସରକାର ବିଗତ ଏକ ବର୍ଷରେ କରିଥିବା ଅନେକ କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଉପଲବ୍ଧି ପାଇଁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।

ମୋର ମନେ ଅଛି ଗତ ବର୍ଷ ଫେବୃୟାରୀରେ ଯେତେବେଳେ ମୁଁ ଏଠାକୁ ଆସିଥିଲି ତ ମୁଁ କହିଥିଲି 15 ବର୍ଷରେ ଯାହା କଂଗ୍ରେସ ସରକାର କରି ପାରି ନାହାନ୍ତି ତାହା ଆମରି ରାଜ୍ୟ ସରକାର 15ମାସରେ କରି ଦେଖାଇବେ । ଏବେ 15ମାସ ସଂମ୍ପୂର୍ଣ୍ଣ ହୋଇନାହିଁ 3 ମାସ ବାକି ଅଛି, କିନ୍ତୁ ମଣିପୁରରେ ପରିବର୍ତ୍ତନ ସ୍ପଷ୍ଟ ଦେଖାଯାଉଛି । ପୂର୍ବ ସରକାରଙ୍କର ନୀତି ଏବଂ ନିଷ୍ପତ୍ତି ଯୋଗୁଁ ସମାଜରେ ଯେଉଁ ନକାରାତ୍ମକତା ଆସିଯାଇଥିଲା ତାହାକୁ ବୀରେନ ମହାଶୟଙ୍କ ସରକାର ବଦଳାଇ ଦେଇଛନ୍ତି । ଆଇନ ଶୃଙ୍ଖଳା ହେଉ, ଦୁର୍ନୀତି ହେଉ ଏବଂ ପାରଦର୍ଶୀତା ହେଉ ଅଥବା ଭିତ୍ତିଭୂମି ସହିତ ଜଡିତ କାର୍ଯ୍ୟ, ପ୍ରତ୍ୟେକ କ୍ଷେତ୍ରରେ ମଣିପୁର ସରକାର ଦୃତ ଗତିରେ କାର୍ଯ୍ୟ କରୁଛନ୍ତି ।

ସାଥୀଗଣ,

ମଣିପୁରର ସରକାରଙ୍କ ପାଇଁ ଆଜି ମୋତେ 750 କୋଟି ଟଙ୍କାର ଯୋଜନାର ଆରମ୍ଭ କରିବା ଅଥବା ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଛି । ଏହି ଯୋଜନାଗୁଡିକ ସିଧା ସଳଖ ଏଠାକାର ଯୁବକମାନଙ୍କର ସ୍ୱପ୍ନ, ସେମାନଙ୍କର ପ୍ରତିଭା, ସେମାନଙ୍କର ରୋଜଗାର, ମହିଳାମାନଙ୍କ ସଶକ୍ତିକରଣ, ଏବଂ ଏହି ଅଞ୍ଚଳରେ ଯୋଗାଯୋଗ ସହିତ ଯୋଡି ହୋଇ ରହିଛି । ମୋର ବିଶ୍ୱାସ ଯେ ଏହି ଯୋଜନାଗୁଡିକ ରାଜ୍ୟର ବିକାଶକୁ ନୂତନ ଶିଖରକୁ ନେଇଯିବ ।

ଭାଇ ଓ ଭଉଣୀମାନେ,

କ୍ରୀଡା ଆଜି କେବଳ ମନୋରଂଜନ ଏବଂ ସୁସ୍ଥ ରହିବାର ସାଧନ ହୋଇ ରହି ନାହିଁ । ଏହା ନିଜକୁ ନିଜେ ଗୋଟିଏ ହେଉଛି ଏକ ଉଦ୍ୟୋଗ । ଆଜି ଏହା ପୂର୍ଣ୍ଣକାଳୀନ କ୍ୟାରିୟର ମଧ୍ୟ । ଆମ ସରକାରଙ୍କର ପ୍ରୟାସ ରହିଛି କି ଦେଶର ଯୁବକମାନଙ୍କୁ କ୍ରୀଡାର ଆଧୁନିକ ତାଲିମ ସହିତ ସମସ୍ତ ପ୍ରକାର ସୁବିଧା ଦିଆଯାଉ । ବିଶେଷକରି ଉତ୍ତର-ପୂର୍ବରେ ଲକ୍ଷ ଲକ୍ଷ ଯୁବକଙ୍କ ସାମର୍ଥ୍ୟ ଏବଂ ସେମାନଙ୍କର ପ୍ରତିଭାକୁ ଦେଖି କେନ୍ଦ୍ର ସରକାର 500 କୋଟି ଟଙ୍କା ବ୍ୟୟରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନେଇଥିଲେ । ମୁଁ ଖୁସି ଯେ ଏହି ବର୍ଷ ଜାନୁୟାରୀରେ ଏଠାରେ ଦୁଇଟି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଆଜି ମୁଁ ଯେଉଁ ପରିସରର ଶିଳାନ୍ୟାସ କରିଛି, ତାହାର କାର୍ଯ୍ୟ ଶେଷ ହେବା ପରେ ଏଠାକାର ଯୁବକମାନଙ୍କର କ୍ରୀଡା ପ୍ରତିଭାକୁ ସାମନାକୁ ଆଣିବାରେ, ସେମାନଙ୍କୁ ପ୍ରଶିକ୍ଷଣ ଦେବାରେ ଆହୁରି ସହାୟତା କରିବ ।

ଭାଇ ଓ ଭଉଣୀମାନେ,

ଆମ ସରକାର ଦେଶକୁ କ୍ରୀଡା କ୍ଷେତ୍ରରେ ସୁପର ଶକ୍ତି କରିବା ପାଇଁ ସଂକଳ୍ପ ନେଇ ଚାଲିଛନ୍ତି । ନିକଟରେ ଆମେ ଖେଲୋ ଇଣ୍ଡିଆ ନାମରେ କ୍ରୀଡାର ବିକାଶ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ପ୍ରତ୍ୟେକ ବର୍ଷ ଦେଶରୁ ଚିହ୍ନଟ ଏକ ହଜାର ପ୍ରତିଭାବାନ ଆଥଲେଟଙ୍କ ପାଇଁ 5 ଲକ୍ଷ ଟଙ୍କା କର୍ଚ୍ଚ କରାଯିବ । ମୁଁ ମଣିପୁରର ଯୁବକମାନଙ୍କୁ ମଧ୍ୟ ଆହ୍ୱାନ କରୁଛି କି ଅଧିକରୁ ଅଧିକ ଏହି ଯୋଜନାର ଲାଭ ଉଠାନ୍ତୁ । ଆମର ଧ୍ୟାନ ସ୍କୁଳ ସ୍ତରରୁ ପ୍ରତିଭା ଚିହ୍ନଟକରି ତାଙ୍କୁ ଆଗକୁ ବଢ଼ାଇବା । ନିକଟରେ ଏହି କାର୍ଯ୍ୟକ୍ରମ ଅଧିନରେ ଦିଲ୍ଲୀରେ ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡାର ଆୟୋଜନ ହୋଇଥିଲା । ମୁଁ ଖୁସି ଯେ ଏଥିରେ ମଣିପୁର ନିଜର ଦକ୍ଷତା ପ୍ରତିପାଦିତ କରି ପଦକ ତାଲିକାରେ ପଞ୍ଚମ ସ୍ଥାନରେ ଥିଲା । ମଣିପୁର ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ 13ଟି ସ୍ୱର୍ଣ୍ଣ ସମେତ 34 ପଦକ ଜିତିଥିଲା । ଏଥିପାଇଁ ଏଠାକାର ଯୁବକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । କେବଳ ମଣିପୁର ହିଁ ନୁହେଁ ଉତ୍ତର ପୂର୍ବାଞ୍ଚଳର ଅନ୍ୟ ରାଜ୍ୟର ପିଲାମାନେ ଏହି ଖେଳରେ ମଧ୍ୟ ଉନ୍ନତମାନର ପ୍ରଦର୍ଶନ କରିଛନ୍ତି ।

ସାଥୀଗଣ,

ଆଜି ଏଠାରେ କ୍ରୀଡା ସହିତ ଜଡିତ ଆଉ ଏକ ବଡ ପ୍ରକଳ୍ପର ଲୋକର୍ପଣ କରାଯାଇଛି । ମଣିପୁରର ପ୍ରଥମ ବହୁମୁଖୀ କ୍ରୀଡା ପରିସର, ଏବେ ଏଠାକାରେ ଯୁବକମାନଙ୍କ ହାତରେ । ଏହି ବହୁମୁଖୀ କ୍ରୀଡା ପରିସରରେ ଏଠାକାର ଯୁବକମାନେ ଏଠି ନା କେବଳ ତାଲିମ ନେଇ ପାରିବେ ବରଂ ଭଳ ଟୁର୍ଣ୍ଣମେଣ୍ଟରେ ମଧ୍ୟ ଆୟୋଜନ କରି ପାରିବେ ।

ଭାଇ ଓ ଭଉଣୀମାନେ,

ମଣିପୁର ହେଉଛି ଦେଶର ସେହି ରାଜ୍ୟ, ଯେଉଁଠାରେ କ୍ରୀଡା ମାଧ୍ୟମରେ ମହିଳା ସଶକ୍ତିକରଣ କଥା ସତ୍ୟ ପ୍ରମାଣିତ ହୋଇଛି । ଏଠାକାର ମହିଳା ଖେଳାଳୀମାନେ ଅଳମ୍ପିକ୍ସରୁ ଆରମ୍ଭ କରି ରାଜ୍ୟଗୋଷ୍ଠୀ କ୍ରୀଡା ପର୍ଯ୍ୟନ୍ତ ଦେଶର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଫୁଟବଲ, ମୁଷ୍ଟିଯୁଦ୍ଧ, ବକ୍ସିଂ, ଭାରୋତ୍ତୋଳନ ଏବଂ ତୀରଚାଳନା ଭଳି ଖେଳରେ ଏହି ରାଜ୍ୟ ମେରିକମ୍‌, ମୀରାବାଇ ଚାନୁ, ବାଁମବାୟଲା ଦେବୀ ଲେସରାମ ଏବଂ ସରିତା ଦେବୀଘଙ୍କ ଭଳି ଅନେକ ଚାମ୍ପିୟନ ଦେଇଛି । ଏହି ରାଜ୍ୟରେ ମହଳା ସଶକ୍ତିକରଣ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ ହୋଇଛି । ଆଜି ଏହି ଅବସରରେ ମୁଁ ମହାନ ବିପ୍ଳବୀ ଏବଂ ଏ ଦେଶର ଝିଅ ରାଣୀ ଗାଇଦିନିଲିଉଙ୍କୁ ମୁଁ ସାଲ୍ୟୁଟ କରୁଛି । ଏହା ମୋର ସୌଭଗ୍ୟ ଯେ ତାଙ୍କ ନାମରେ ଆଜି ଏକ ପାର୍କ ଉତ୍ସର୍ଗ କରାଯାଇଛି ।

ବନ୍ଧୁଗଣ,

ନାରୀ ଶିକ୍ଷା ହେଲା ମହିଳା ସଶକ୍ତିକରଣର ମୂଳ ଆଧାର । ଏଥିପୂର୍ବେ, କେନ୍ଦ୍ର ସରକାର ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ‘ବେଟୀ ବଚାଓ, ବେଟୀ ପଢ଼ାଓ’ କାର୍ଯକ୍ରମ ପ୍ରବର୍ତ୍ତନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ସକାରାତ୍ମକ ପ୍ରଭାବ ପକାଇଥିବା ପରିଲକ୍ଷିତ ହୋଇଛି । ମୁଁ ଏକଥା ଜାଣି ଅତ୍ୟନ୍ତ ଆନନ୍ଦିତ ଯେ ଏଠାରେ ପାହାଡ଼ ଓ ପାର୍ବତ୍ୟାଞ୍ଚଳରେ ରହୁଥିବା ବାଳିକାମାନେ ଶିକ୍ଷାଲାଭ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାମାନଙ୍କ ସମାଧାନ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଜନଜାତି ବହୁଳ ଅଞ୍ଚଳରେ ରାଜ୍ୟ ସରକାର ବାଳିକା ହଷ୍ଟେଲ ନିର୍ମାଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୋର ସୌଭାଗ୍ୟ ଯେ ସେଇଭଳି ଏକ ହଷ୍ଟେଲର ମୁଁ ଆଜି ଶୁଭ ଉଦ୍ଘାଟନ କରୁଛି । ମଣିପୁରର ମହିଳାମାନେ କୃଷିକାର୍ଯ୍ୟ ଠାରୁ ଆରମ୍ଭ କରି ହସ୍ତକଳା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସକାରାତ୍ମକ ଭାବେ ନିୟୋଜିତ ରହି ଆସିଛନ୍ତି । ସେହି ପରିପ୍ରେକ୍ଷୀରେ କେବଳ ମହିଳାମାନଙ୍କ ସକାଶେ ଏକ ବଜାରର ପରିକଳ୍ପନା କରାଯାଇଛି ଯେଉଁଠାରେ ସେମାନେ ସେମାନଙ୍କ ଦ୍ୱାର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେନାହିଁ । ଶ୍ରୀ ବୀରେନ ସିଂ’ଙ୍କ ନେତୃତ୍ୱରେ ପରିଚାଳିତ ମଣିପୁର ସରକାର ସମଗ୍ର ରାଜ୍ୟରେ ଏଭଳି ବଜାର ସ୍ଥାପନ କରୁଛନ୍ତି । ଏଇ ମାତ୍ର ମୁଁ ସେଭଳି ଏକ ବଜାରର ମଧ୍ୟ ଉନ୍ମୋଚନ କରିଛି । ତେଣୁ ମୁଁ ଶ୍ରୀ ବୀରେନ ସିଂ’ଙ୍କ ଅନୁରୋଧ କରିବାକୁ ଚାହେଁ ଯେ ରାଜ୍ୟରେ ସରକାରୀ ଇ-ମାର୍କେଟ ବ୍ୟବସ୍ଥା ଯେଭଳି ଲୋକପ୍ରିୟ ହୋଇପାରିବ ସେ ଦିଗରେ ପ୍ରଚାର ଏବଂ ପ୍ରସାର କାର୍ଯ୍ୟ କରନ୍ତୁ । ଏହା ଏଭଳି ଏକ ପ୍ଲାଟଫର୍ମ ଯାହା ମାଧ୍ୟମରେ ଆପଣମାନେ ନିଜ ନିଜର ଉତ୍ପାଦକୁ ସରକାରଙ୍କୁ ବିକ୍ରୟ କରିପାରିବେ । ସେଥିରୁ ମଣିପୁରର ମହିଳାମାନେ ପ୍ରଚୁର ଲାଭବାନ ହୋଇପାରିବେ । ଆଜି ମୁଁ ରାଜ୍ୟରେ 1000 ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭାରମ୍ଭ କରୁଛି । ଏହିସବୁ ଅଙ୍ଗନୱାଡ଼ି କେନ୍ଦ୍ର ରାଜ୍ୟର ହଜାର ହଜାର ମା’ ଏବଂ ସେମାନଙ୍କର ସନ୍ତାନମାନଙ୍କ ସ୍ୱାସ୍ଥ୍ୟରକ୍ଷା ଓ ଉନ୍ନତିର ମାଧ୍ୟମ ଭାବେ କାର୍ଯ୍ୟ କରିବ ।

ସେମାନେ ମଧ୍ୟ ନିକଟରେ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥବବା ଜାତୀୟ ପୁଷ୍ଟିସାଧନ ଅଭିଯାନରୁ ସୁଫଳ ପାଇପାରିବେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଲକ୍ଷ୍ୟଭିତ୍ତିକ କାର୍ଯ୍ୟପନ୍ଥା ଗ୍ରହଣପୂର୍ବକ ସମସ୍ତଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ, ସ୍ୱଚ୍ଛତା ତଥା ଟୀକାକରଣ ସୁବିଧା ଉପଲବ୍ଧ କରାଇବା ।

ଯେଉଁ ଡ଼ାକ୍ତର, ଶିକ୍ଷକ ଏବଂ ନର୍ସମାନେ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ପୋଷ୍ଟିଂ ପାଉଛନ୍ତି ସେମାନେ ନିଜ ନିଜ କର୍ମସ୍ଥଳୀରେ ନିଜ ପାଇଁ ରହିବା ସକାଶେ କୌଣସି ପ୍ରକାର ସୁବିଧା ସୁଯୋଗ ପାଇପାରୁନାହାନ୍ତି । ଏହି ସମସ୍ୟାର ସମାଧାନ ସକାଶେ, ମୁଁ ସେହିଭଳି ନିର୍ଦ୍ଦିଷ୍ଟ 19ଟି ପାହାଡ଼ିଆ ଏବଂ ପାର୍ବତ୍ୟ କ୍ଷେତ୍ରରେ ନିର୍ମିତ ହେବାକୁ ଥିବା ଆବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଯେଉଁଥିରୁ ଡ଼ାକ୍ତର, ଶିକ୍ଷକ ଏବଂ ନର୍ସମାନେ ଉପକୃତ ହୋଇପାରିବେ । ମୁଁ ଦୃଢ଼ ନିଶ୍ଚିତ ଯେ ଏହାଦ୍ୱାରା ଡ଼ାକ୍ତରମାନେ ସମର୍ପିତ ଭାବେ ଏଭଳି ଦୁର୍ଗମ କ୍ଷେତ୍ରରେ ଲୋକମାନଙ୍କୁ ସେମାନଙ୍କର ସେବା ଯୋଗାଇଦେବାକୁ ସକ୍ଷମ ହେବେ ।

ବନ୍ଧୁଗଣ,

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ସକାଶେ ଆମ ସରକାରଙ୍କ ପରିକଳ୍ପନା ହେଲା ‘ପରିବହନ ଦ୍ୱାରା ପରିବର୍ତ୍ତନ’ ଆଣିବା । ତେଣୁ ସଂଯୋଗୀକରଣ ଉପରେ ଆମେ ପ୍ରାଧାନ୍ୟ ଆରୋପ କରିଛୁ । ସେହିଭଳି ମଣିପୁରର ଦୁର୍ଗମ ଅଞ୍ଚଳକୁ ହେଲିକପ୍ଟର ସେବାରେ ସଂଯୋଗ କରିବା ସକାଶେ କାର୍ଯ୍ୟ ପ୍ରଗତି କରିଚାଲିଛି । ସରକାର ଅନ୍ୟାନ୍ୟ ସଡ଼କ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛନ୍ତି । ଆଜି ବି ମୁଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛି ।

ପର୍ଯ୍ୟଟନ କ୍ଷେତ୍ରରେ ମଣିପୁର ପର୍ଯ୍ୟଟକମାନଙ୍କୁ ଅନେକ କିଛି ଆନନ୍ଦ ଦେଇପାରିବ । ଏହାର ବନାନୀ ଓ ବନ୍ୟପ୍ରାଣୀ, ନୀଳ ପାହାଡ଼, ସବୁଜିମାରେ ଭରା ଉପତ୍ୟକା, ଚିତ୍ରିତ ଚା ବଗିଚା ଏବଂ ବିବିଧତାରେ ଭରପୂର ସଂସ୍କୃତି । ଏହି କ୍ଷେତ୍ରର ଇଂରାଜୀରେ ଉଚ୍ଚଶିକ୍ଷାପ୍ରାପ୍ତ ଯୁବଗୋଷ୍ଠୀ ମଣିପୁରକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଲକ୍ଷ୍ୟସ୍ଥଳୀରେ ପରିଣତ କରିପାରିବେ । ଯଦି ଏଭଳି ସଂପଦ ଓ ସୁଯୋଗକୁ ଉପଯୁକ୍ତ ଭାବେ ଉପଯୋଗ କରାଯାଏ, ତେବେ ଏହି ସେକ୍ଟର ଏହି କ୍ଷେତ୍ର ସକାଣେ ସବୁଠାରୁ ବଡ଼ କର୍ମନିଯୁକ୍ତି ପ୍ରଦାନକାରୀ ରୂପେ ମୁଣ୍ଡ ଟେକିବ ।

ମୁଁ ଚେରିଆଓଚିଙ୍ଗ୍‌ ଠାରେ ଏକ ଇକୋ-ଟୁରିଜିମ୍‌ ପ୍ରକଳ୍ପର ଆଧାରଶିଳା ରଖିଛି ଯାହାକି ଇମ୍ଫାଲ ନିକଟରେ ଏକ ବେଶ୍‌ ଆକର୍ଷଣୀୟ ପାହାଡ଼ । ଏଥିସହ ଗୁମ୍ଫା ପର୍ଯ୍ୟଟନ ସକାଶେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ବନ୍ଧୁଗଣ,

ମୁଁ ସଦାବେଳେ କହିଆସିଛି ଯେ ଭାରତର ବିକାଶ ଗାଥା କଦାପି ପୂରଣ ହୋଇପାରିବ ନାହିଁ ଯେତେବେଳ ପର୍ଯ୍ୟନ୍ତ ଆମ ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପଶ୍ଚିମାଞ୍ଚଳ ସହ ପ୍ରଗତି କ୍ଷେତ୍ରରେ ସମକକ୍ଷ ହୋଇନାହିଁ । ଉତ୍ତର- ପୂର୍ବାଞ୍ଚଳକୁ ଭାରତର ବିକାଶ ପଥରେ ଏକ ନୂତନ ଇଂଜିନରେ ପରିଣତ କରାଯାଇପାରିବ । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିଶେଷ ଆବଶ୍ୟକତାକୁ ଆମେ ଏବେ ପୂରଣ କରିଚାଲିଛୁ ଯଦ୍ୱାରା ସେମାନେ ବିକାଶ ପ୍ରକ୍ରିୟାରେ ଦେଶର ଅବଶିଷ୍ଟ ଭାଗ ସହ ପାଦକୁ ପାଦ ମିଳାଇ ଆଗକୁ ଅଗ୍ରସର ହୋଇପାରିବେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସେମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ସକାଶେ ବିଶେଷ ରାଶି ଯୋଗାଇ ଆସୁଛନ୍ତି । ଏହି କ୍ଷେତ୍ର ସକାଶେ କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରଣାଳୟ ସେମାନଙ୍କ ବଜେଟ ଅର୍ଥର 10 ପ୍ରତିଶତ ଅର୍ଥ ବ୍ୟୟ କରିବା ସକାଶେ ବାଧ୍ୟ । ପୁଣି ଏହି ଅର୍ଥର ଯେପରି ସୁବିନିଯୋଗ ହୁଏ ଏବଂ ସେଥିରୁ ଏ କ୍ଷେତ୍ରରେ ଲୋକମାନେ ସେଥିରୁ ଉପଯୁକ୍ତ ସୁଫଳ ପାଇପାରନ୍ତି ତାହା ସୁନିଶ୍ଚିତ କରିବା ହେଲା ମୋ ସରକାରର ସଂକଳ୍ପ । ମୁଁ ମୋର କ୍ୟାବିନେଟ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛି ଯେ ସେମାନେ ଏହି କ୍ଷେତ୍ରକୁ ନିୟମିତ ଭାବେ ଗସ୍ତ କରନ୍ତୁ ଏବଂ ସେମାନଙ୍କ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟାନ୍ୱୟନ ହେଉଥିବା ଯୋଜନାମାନଙ୍କର ଆକଳନ ତଥା ସମୀକ୍ଷା କରନ୍ତୁ । ଏଯାବତ୍‌ କେନ୍ଦ୍ର ମନ୍ତ୍ରୀମାନଙ୍କ ଦ୍ୱାରା ଏପରି 200ରୁ ଉର୍ଦ୍ଧ୍ଵ ଥର ଏ କ୍ଷେତ୍ରକୁ ଗସ୍ତ ସଂପନ୍ନ ହୋଇସାରିଛି । ଏବଂ ମୁଁ ନିଜେ ଗତ 4 ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳକୁ 25ରୁ ଅଧିକ ଥର ଗସ୍ତ କରିଛି ।

କେନ୍ଦ୍ର ସରକାର ଏହି କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରନ୍ତି । ଏହି ପରିପ୍ରେକ୍ଷୀରେ ଗତ ତିନି ବର୍ଷ ମଧ୍ୟରେ ବାର୍ଷିକ 5,300 କୋଟି ଟଙ୍କା ଏହି କ୍ଷେତ୍ରରେ ବ୍ୟୟ କରାଯାଇଆସୁଛି । ଏହି ଅର୍ଥ ରେଳ ନେଟୱାର୍କର ବିକାଶ ସକାଶେ ବ୍ୟୟ କରାଯାଉଛି ଯାହାକି ଗତ ପାଞ୍ଚ ବର୍ଷର ବ୍ୟୟ ତୁଳନାରେ ପ୍ରାୟ ଅଢ଼େଇ ଗୁଣ ଅଧିକ । ମଣିପୁରର ଜିରିବାମ୍‌ ଷ୍ଟେସନ୍‌କୁ 2016 ମସିହାରେ ବ୍ରଡ଼ ଗେଜରେ ଦେଶର ରେଳ ନେଟୱାର୍କ ସହ ସଂଯୋଗ କରାଯାଇଛି । 2016 ମସିହା ମେ ମାସରେ ମୁଁ ନିଜେର ଜିରିବାମ ଠାରୁ ପତାକା ଦେଖାଇ ଏକ ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିଥିଲି । ଆଜି ଉତ୍ତର ପୂର୍ବ ଭାରତର ଆଠଟି ମଧ୍ୟରୁ ସାତଟି ରାଜ୍ୟ ରେଳ ନେଟୱାର୍କରେ ସଂଯୁକ୍ତ । ଉତ୍ତର ପୂର୍ବାଞ୍ଚଳୂର ଅବଶିଷ୍ଟ ରାଜ୍ୟର ରାଜଧାନୀମାନଙ୍କୁ ଯେଉଁଥିରେ କି ଇମ୍ଫାଲ ବି ସାମିଲ, ସେସବୁକୁ ବ୍ରଡ଼ ଗେଜ୍‌ ରେଳ ନେଟୱାର୍କ ଯୋଗେ ସଂଯୋଗ କରିବା ସକାଶେ ଏବେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ବିଶ୍ୱର ଅନ୍ୟତମ ଉଚ୍ଚତମ ପୋଲ ହେଲା ପାଏର – ଯାହାର ଉଚ୍ଚତା ହେଲା 141 ମିଟର । ତାହା ଜିରିବାମ- ଇମ୍ଫାଲ ନୂତନ ରେଳଲାଇନ୍‌ ପ୍ରକଳ୍ପରେ ଏବେ ନିର୍ମାଣ କରାଯାଉଛି । ଏହି ଇାଇନରେ 11.55 କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଏକ ଟନେଲ ନିର୍ମାଣ ଏହି ପ୍ରକଳ୍ପର ଅନ୍ୟତମ ମାଇଲଖୁଣ୍ଟ ହେବ ।

2014 ମସିହା ପ୍ରାରମ୍ଭରେ ରାଜ୍ୟରେ ମୋଟ 1200 କିଲୋମିଟର ଦୈର୍ଘ୍ୟର ଘୋଷିତ ଜାତୀୟ ରାଜପଥ ଥିଲା । କିନ୍ତୁ, ଗତ ଚାରି ବର୍ଷରେ ଆମେ ସେଥିରେ ଆଉ 460 କିଲୋମିଟର ଦୈର୍ଘ୍ୟର ଜାତୀୟ ରାଜପଥ ଯୋଡ଼ିଛୁ ଯାହାକି ରାଜ୍ୟର ମୋଟ ରାଜପଥର 38 ପ୍ରତିଶତ ଅଧିକ । ଆଗାମୀ 3ରୁ 4 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ମଣିପୁରରେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଡ଼କ ବିକାଶ ଯୋଜନାରେ ପ୍ରାୟ 30,000 କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି ।

ଜାତୀୟ ରାଜପଥ ନିର୍ମାଣ ବ୍ୟତୀତ, ଆମେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ରାଜ୍ୟର ମୁଖ୍ୟ୍ୟ ସଡ଼କମାନଙ୍କ ସହ ଗ୍ରାମାଞ୍ଚଳକୁ ସଂଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ । କେନ୍ଦ୍ର ସରକାର ଏଥିପାଇଁ 1000 କୋଟିରୁ ଅଧିକ ଟଙ୍କା ଗତ 4 ବର୍ଷ ମଧ୍ୟରେ ରାଜ୍ୟକୁ ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ ଆମେ 150ଟି ଗ୍ରାମକୁ ସଂଯୋଗ କରିପାରିଛୁ । ଏହିସବୁ ପ୍ରୟାସରୁ ରାଜ୍ୟରେ ବିକାଶ ଏବଂ ସଂଯୋଗୀକରଣ ସକାଶେ ଆମେ କେତେଦୂର ପ୍ରତିବଦ୍ଧ ତାହା ସ୍ପଷ୍ଟ ପ୍ରମାଣିତ ।

କେନ୍ଦ୍ର ସରକାର ‘ଉତ୍ତର ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା’ ନାମରେ ଏକ ନୂତନ କେନ୍ଦ୍ରୀୟ ସେକ୍ଟର ଯୋଜନାକୁ ମଂଜୁରି ପ୍ରଦାନ କରିଛନ୍ତି । ଏହା ନିର୍ଦ୍ଦିଷ୍ଟ ସେକ୍ଟରରେ ଥିବା ଭିତ୍ତିଭୂମି ବିକାଶ ଜନିତ ବୈଷମ୍ୟକୁ ପୂରଣ କରିପାରିବ ।

ବନ୍ଧୁଗଣ,

2014 ମସିହାରେ ଗୁଆହାଟୀଠାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀ ବେଳେ ସବୁ ରାଜ୍ୟର ପୁଲିସ ମହା ନିର୍ଦ୍ଦେଶକମାନଙ୍କୁ ନିବେଦନ କରିଥିଲି ଯେ ସେମାନେ ବ୍ୟାପକ ଭିତ୍ତିରେ ପୁଲିସ ବଳରେ ଚୟନ ପ୍ରକ୍ରିୟା କରନ୍ତୁ । ତଦନୁସାରେ, ଦିଲ୍ଲୀ ପୁଲିସର ଜାଗତିକ ବୈଶିଷ୍ଟ୍ୟ ବଜାୟ ରଖିବା ନିମନ୍ତେ ଆମେ ଅନୁରୂପ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରୁ ଦିଲ୍ଲୀ ପୁଲିସ ବଳରେ ଯୁବକମାନଙ୍କୁ ସାମିଲ କରିଛୁ । ମୁଁ ଆପଣମାନଙ୍କୁ ଏହି ବିଷୟ ଏଠାରେ ଅବଗତ କରିବାକୁ ଖୁସି ମଣୁଛି ଯେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ 438 ଜଣ ପ୍ରାର୍ଥୀ ଯେଉଁଥିରେ କି 136ଜଣ ମହିଳା ପ୍ରାର୍ଥୀ ସାମିଲ ସେମାନେ 2016 ମସିହାରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ମଣିପୁରରୁ 49 ଜଣ ଅଛନ୍ତି ।

ନିକଟରେ, ଭାରତ ସରକାର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ସକାଶେ ଦଶଟି ଇଣ୍ଡିଆ ରିଜର୍ଭ ବାଟାଲିଅନ୍‌ ମଂଜୁର କରିଛନ୍ତି ଯେଉଁଥିରେ ମଣିପୁରର ଦୁଇଟି ବାଟାଲିଅନ୍‌ ଅଛନ୍ତି । ଏହି ଦୁଇଟି ଯାକ ବାଟାଲିଅନ୍‌ ସିଧାସଳଖ ଭାବେ ରାଜ୍ୟର 2000 ଯୁବକଙ୍କୁ ନିଯୁକ୍ତିର ସୁଯୋଗ ପ୍ରଦାନ କରିବ ।
ଆମେ ଯେଉଁ ପ୍ରଶାସନ ସ୍ଥାପନା କରିଛୁ ତାହା ହେଉଛି ଜନକୈନ୍ଦ୍ରିକ ଏବଂ, ଆମେ ଜନସାଧାରଣଙ୍କ ସହ ନିୟମିତ ଭାବେ ଓ ଗଠନମୂଳକ ଭାବେ ମତ ଓ ଭାବ ଆଦାନପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛୁ । ଏଭଳି ଭାବ ବିନିମୟ କାର୍ଯ୍ୟକ୍ରମ ମଣିପୁର ଇତିହାସରେ ଅଶ୍ରୁତପୂର୍ବ ଥିଲା । ‘ମିୟାଙ୍ଗି ନୁମିତ’ ଏବଂ ‘ପାର୍ବତ୍ୟକ୍ଷେତ୍ର ନେତୃବର୍ଗ ଦିବସ’ ଏ ଦିଗରେ ପ୍ରୟାସ ବୋଲି କୁହାଯାଇପାରେ । ମୁଁ ଶୁଣିଛି, ଏଭଳି 24ଟି ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ଯେଉଁଥିରେ 19 ହଜାରରୁ ଉର୍ଦ୍ଧ୍ଵ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାରିଛନ୍ତି ।

ମୁଁ ଏକଥା ବି ଶୁଣିଛି ଯେ ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଉଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜନ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି ଏବଂ ଏହାର ଏକ ଟୋଲ ଫ୍ରି ନମ୍ବର ରହିଛି ।

‘ପାହାଡ଼କୁ ଚାଲ’ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁସୃତ ଆଉ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରେ । ଖୋଦ୍‌ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସମସ୍ତ କ୍ୟାବିନେଟ ସହଯୋଗୀ ମଣିପୁର ସରକାରଙ୍କୁ ଲୋକମାନଙ୍କ ନିକଟତର କରାଇବା ଉଦ୍ଦେଶ୍ୟରେ ସମସ୍ତ ପାର୍ବତ୍ୟାଞ୍ଚଳ ଜିଲ୍ଲା ଗସ୍ତ କରି ସାରିଛନ୍ତି ।

ଥରେ ଯଦି ମଣିପୁର କିଛି କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରେ, ତାହା ସାକାର କରିବାରେ ଏହାକୁ କୌଣସି ଶକ୍ତି ନିବୃତ୍ତ କରିପାରିବନାହିଁ । 1944 ମସିହା ଏପ୍ରିଲ ମାସରେ ଏହି ଭୂମି ମଣିପୁରରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କ ଆଇଏନଏକୁ ଦେଶ ସ୍ୱାଧୀନତା ପାଇଁ ଆହ୍ୱାନ ଦେଇଥିଲେ । ଏହା ସମଗ୍ର ଦେଶକୁ ନୂତନ ଉନ୍ମାଦନାରେ ଭରି ଦେଇଥିଲା ଏବଂ ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଆଶା ଓ ଶକ୍ତି ପ୍ରଦାନ କରିଥିଲା ।

ଆଜି, ନୂତନ ଭାରତର ଉତ୍ଥାନରେ ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ବିଗତ ଏକ ବର୍ଷ ମଧ୍ୟରେ, ମଣିପୁର ଦେଖାଇଦେଇଛି ବିକାଶର ରାଜନୀତି କଣ ଏବଂ ସୁଶାସନ କହିଲେ କାହାକୁ ବୁଝାଏ ।

ବନ୍ଧୁଗଣ,

ଏକ ବର୍ଷ ପୂର୍ବେ ଆପଣମାନେ ଯେଉଁ ସ୍ନେହ ଆପଣମାନେ ଆମକୁ ଦେଇଥିଲେ, ତାହାର ପରିଣାମ ହେଉଛି ଯେ ଆଜି ଆପଣମାନଙ୍କ ସକାଶେ ଆମେ ଏଭଳି କାର୍ଯ୍ୟ କରିପାରୁଛୁ ।
ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହେଁ ଯେ ଶ୍ରୀ ଏନ ବୀରେନ୍ଦ୍ର ସିଂ’ଙ୍କ ଟିମକୁ ମୋ ତରଫରୁ ସକଳ ପ୍ରକାର ସହଯୋଗ ସଦାସର୍ବଦା ମିଳିବ ।

ପୁଣି ଥରେ ରାଜ୍ୟ ସରକାରଙ୍କୁ ତାଙ୍କର ଶାସନର ଏକବର୍ଷ ପୂର୍ତ୍ତି ଉପଲକ୍ଷେ, ରାଜ୍ୟବାସୀଙ୍କୁ ଏବଂ ବିଶେଷକରି ଏଠାକାର ଯୁବଶକ୍ତିଙ୍କୁ ବିକାଶର ଏହି ପରିଯୋଜନା ଲାଗି ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

ମୟାମ୍ବୁ

ଥାଗତ-ଚାରୀ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."