Poverty is not a mental state in India but a result of wrong policies: Prime Minister Modi
It is our government which has ensured affordable and good quality healthcare, social security for the poor and marginalised: PM Modi
Under Ayushman Bharat, free treatment is being ensured for nearly 50 crore people across India: Prime Minister

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭସ୍ତ୍ରଲ ଠାରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନ-ଧନ (PM-SYM) ଯୋଜନାର ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ବଛା ବଛା ହିତାଧିକାରୀମାନଙ୍କୁ PM-SYM ପେନସନ କାର୍ଡ ବଣ୍ଟନ କରିଥିଲେ । ଭିଡିଓ କନଫରେନ୍ସି ମାଧ୍ୟମରେ ଦେଶବ୍ୟାପୀ ଥିବା 3 ଲକ୍ଷ ଜନସେବା କେନ୍ଦ୍ରରେ 2 କୋଟିରୁ ଊର୍ଦ୍ଧ୍ଵ ଶ୍ରମଜୀବୀ ଏହି ଶୁଭାରମ୍ଭ କାର୍ୟ୍ୟକ୍ରମକୁ ଦେଖିଥିଲେ ।

ଏହାକୁ ଏକ ଐତିହାସିକ ଦିନ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ PM-SYM ଯୋଜନାକୁ ଦେଶର 42 କୋଟି ଦୃଢ଼ ଅସଂଗଠିତ କ୍ଷେତ୍ରର ଶ୍ରମଜୀବୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ଏହି ଯୋଜନାରେ ପଞ୍ଜିକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସେମାନଙ୍କ ବୃଦ୍ଧାବସ୍ଥା ସମୟରେ 3 ହଜାର ଟଙ୍କାର ମାସିକ ସୁନିଶ୍ଚିତ ପେନସନ ପାଇପାରିବେ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏପରି ଏକ ଯୋଜନା ଅନୌପଚାରିକ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଲାଗି ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

PM-SYMର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ହିତାଧିକାରୀ ଯେତିକି ଟଙ୍କାର ଯୋଗଦାନ ଦେବେ କେନ୍ଦ୍ର ସରକାର ମଧ୍ୟ ସମାନ ପରିମାଣର ଯୋଗଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମାସିକ 15 ହଜାର ଟଙ୍କାରୁ କମ ଆୟ କରୁଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ଯୋଜନାରେ ପଞ୍ଜିକୃତ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

 

ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶ୍ୱସ୍ତି ପ୍ରଦାନ କରି ଉପସ୍ଥିତ ଜନସମାବେଶକୁ ଶ୍ରୀ ମୋଦୀ କହିଥିଲେ ଯେ କେବଳ ଆଧାର ସଂଖ୍ୟା ଏବଂ ବ୍ୟାଙ୍କ ବିବରଣୀ ସହିତ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କ  ପଞ୍ଜିକରଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । “ଏହା ଡିଜିଟାଲ ଇଣ୍ଡିଆର ଚମତ୍କାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନିଜ ଘରେ କିମ୍ବା ପଡ଼ୋଶୀରେ ହୁଅନ୍ତୁ ପଛେ, ଅସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଲୋକମାନଙ୍କୁ ପିଏମ-ଏସୱାଇଏମରେ ପଞ୍ଜିକରଣ କରିବାରେ ସହାୟତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ନିବେଦନ କରିଥିଲେ । ସ୍ୱଚ୍ଛଳ ବର୍ଗଙ୍କ ଏହି କାର୍ୟ୍ୟ ଗରିବମାନଙ୍କୁ ବ୍ୟାପକ ଭାବେ ଲାଭାନ୍ୱିତ କରିବ । ସେ ଉଲ୍ଲେଖ କରିଥିଲେ ଯେ ଶ୍ରମିକମାନଙ୍କୁ ସମ୍ମାନ କରିବା ଦ୍ୱାରା ଦେଶ ଆଗକୁ ବଢ଼ିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ  ଯୋଜନା ଏବଂ ସ୍ୱଚ୍ଛ ଭାରତ ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଂସଗଠିତ କ୍ଷେତ୍ରରେ କାର୍ୟ୍ୟରତ ଲୋକମାନଙ୍କ ପାଇଁ ବିଶେଷ ଭାବେ ଉଦ୍ଦିଷ୍ଟ । ଦେଶରେ ମହିଳା ଏବଂ ଶିଶୁକନ୍ୟାଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

 

ପିଏମ-ଏସୱାଇଏମ ସହିତ ‘ଆୟୁଷ୍ମାନ ଭାରତ’ ଅଧୀନରେ ଦିଆଯାଉଥିବା ସ୍ୱାସ୍ଥ୍ୟ ବୀମା ଏବଂ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ ଏବଂ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ ଅନ୍ତର୍ଗତ ଦିଆଯାଉଥିବା ଜୀବନ ବୀମା ଏବଂ ଶାରିରୀକ ଅକ୍ଷମତା ବୀମା ଭଳି ଯୋଜନା ଅସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସେମାନଙ୍କ ବୃଦ୍ଧାବସ୍ଥାରେ ବିସ୍ତୃତ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବ ।

ଦୁର୍ନୀତି ବିରୋଧରେ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଭ୍ରଷ୍ଟାଚାର ଓ ଦଲାଲି ଶେଷ କରିବା ଲାଗି ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ସବୁବେଳେ ସଜାଗ ରହିଥିବା ସେ ଉଲ୍ଲେଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"