Subject of water was very important to Atal ji and very close to his heart: PM Modi
Water crisis is worrying for us as a family, as a citizen and as a country also it affects development: PM Modi
New India has to prepare us to deal with every situation of water crisis: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଅଟଳ ଭୂଜଳ ଯୋଜନା (ଅଟଳ ଜଳ)ର ଶୁଭାରମ୍ଭ କରିଛନ୍ତି ଏବଂ ବାଜପେୟୀଙ୍କ ନାମରେ ରୋହତଙ୍ଗ ରଣନୈତିକ ସୁଡ଼ଙ୍ଗର ନାମକରଣ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା ରୋହତଙ୍ଗ ସୁଡ଼ଙ୍ଗ, ହିମାଚଳ ପ୍ରଦେଶର ମନାଲି ସହିତ ଲେହ, ଲଦାଖ ଓ ଜମ୍ମୁ-କଶ୍ମୀରକୁ ଯୋଡ଼ୁଥିଲା, ଆଜିଠାରୁ ଏହା ଅଟଳ ସୁଡ଼ଙ୍ଗ ନାମରେ ପରିଚିତ ହେବ । ସେ ଏହା ମଧ୍ୟ କହିଥିଲେ ଯେ ଏହି ରଣନୈତିକ ସୁଡ଼ଙ୍ଗ ଏହି କ୍ଷେତ୍ରର ଭାଗ୍ୟ ବଦଳାଇ ଦେବ । ଏହି କ୍ଷେତ୍ରରେ ପର୍ଯ୍ୟଟନକୁ ପ୍ରୋତ୍ସାହନରେ ସହାୟତା କରିବ ।

ଅଟଳ ଜଳ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ପ୍ରସଙ୍ଗ ବାଜପେୟୀ ଜୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କ ହୃଦୟର ଅତି ନିକଟରେ ଥିଲା । ଆମ ସରକାର ତାଙ୍କ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଜଳ ଯୋଜନା କିମ୍ବା ଜଳ ଜୀବନ ମିଶନ ସହ ଜଡ଼ିତ ନୀତିନିୟମ 2024 ସୁଦ୍ଧା ପ୍ରତ୍ୟେକ ଘରେ ପାଣି ପହଁଚାଇବାର ସଂକଳ୍ପ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେ କହିଥିଲେ ଯେ ଏହି ଜଳ ସଂକଟ ଏକ ପରିବାର, ଜଣେ ନାଗରିକ ଏବଂ ଏକ ଦେଶ ଭାବେ ଆମ ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଏହା ବିକାଶକୁ ମଧ୍ୟ ପ୍ରଭାବିତ କରୁଛି । ଜଳ ସଂକଟର ପ୍ରତ୍ୟେକ ସ୍ଥିତି ସହ ମୁକାବିଲା କରିବା ଲାଗି ଆମକୁ ନୂତନ ଭାରତକୁ  ପ୍ରସ୍ତୁତ ରଖିବାକୁ ହେବ । ଏଥିପାଇଁ ଆମେ ଏକଜୁଟ ହୋଇ 5ଟି ସ୍ତରରେ  କାର୍ଯ୍ୟ କରୁଛୁ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଜଳ ଶକ୍ତି ମନ୍ତ୍ରଣାଳୟ ଜଳକୁ ବର୍ଗୀକରଣ ଦୃଷ୍ଟିକୋଣରୁ ମୁକ୍ତ କରିଛି ଏବଂ ଏକ ବ୍ୟାପକ ତଥା ସାମଗ୍ରିକ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଛି । ଆମେ ଦେଖିଛୁ ଯେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସମାଜ ପକ୍ଷରୁ ଜଳ ସଂରକ୍ଷଣ ପାଇଁ ସଂଖ୍ୟାଧିକ ବ୍ୟାପକ ପ୍ରୟାସ କରାଯାଇଛି । ସେ କହିଥିଲେ ଯେ ଗୋଟିଏ ପଟେ ଜଳ ଜୀବନ ମିଶନ ପ୍ରତ୍ୟେକ ଘରେ ପାଇପ ଜଳ ଯୋଗାଣ ପହଁଚାଇବା ଦିଗରେ କାର୍ଯ୍ୟ କରିବ ଏବଂ ଅନ୍ୟ ପଟେ ଅଟଳ ଜଳ ଯୋଜନା ସେହି କ୍ଷେତ୍ରଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବ ଯେଉଁଠି ଭୂତଳ ଜଳ ସବୁଠୁ କମ ରହିଛି ।

ଜଳ ପରିଚାଳନାରେ ଉନ୍ନତ ପ୍ରଦର୍ଶନ କରିବାରେ ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଜଳ ଯୋଜନାରେ ଏକ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଉନ୍ନତ ପ୍ରଦର୍ଶନ କରୁଥିବା ଗ୍ରାମପଞ୍ଚାୟତଗୁଡ଼ିକୁ ଅଧିକ ଆବଂଟନ କରାଯିବ । ସେ କହିଥିଲେ ଯେ 70 ବର୍ଷ ମଧ୍ୟରେ 18 କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର 3 କୋଟି ଲୋକଙ୍କ ନିକଟରେ ପାଇପ ଜଳ ଯୋଗାଣ ସୁବିଧା ପହଁଚିପାରିଛି । ଏବେ ଆମ ସରକାର ପାଇପ ଜରିଆରେ ଆସନ୍ତା 5 ବର୍ଷ ମଧ୍ୟରେ 15 କୋଟି ଘରେ ସ୍ୱଚ୍ଛ ପିଇବା ପାଣି ସୁବିଧା ପହଁଚାଇବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଜଳ ସହ ଜଡ଼ିତ ଯୋଜନା ପ୍ରତ୍ୟେକ ଗ୍ରାମ ସ୍ତରରେ ସ୍ଥିତି ଅନୁଯାୟୀ ପ୍ରସ୍ତୁତ ହେବା  ଆବଶ୍ୟକ । ସେ କହିଥିଲେ ଯେ ଜଳ ଜୀବନ ମିଶନ ଲାଗି ନୀତିନିୟମ ପ୍ରସ୍ତୁତ କରିବା ସମୟରେ ଏଥିପ୍ରତି ଧ୍ୟାନ ଦିଆଯାଇଛି । ସେ ଏହା ମଧ୍ୟ କହିଥିଲେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆସନ୍ତା 5 ବର୍ଷ ମଧ୍ୟରେ ଜଳ ସହ ଜଡ଼ିତ ଯୋଜନାରେ 3.5 ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ । ସେ ପ୍ରତ୍ୟେକ ଗ୍ରାମର ଲୋକମାନଙ୍କୁ ଏକ ଜଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଏବଂ ଏକ ଜଳ ପାଣ୍ଠି ସୃଷ୍ଟି କରିବା ଲାଗି ଅନୁରୋଧ କରିଥିଲେ । ଯେଉଁଠି ଭୂତଳ ଜଳଅତି କମ ସେଠାରେ କୃଷକମାନେ ଏକ ଜଳ ବଜେଟ ପ୍ରସ୍ତୁତ କରିବା ଉଚିତ ବୋଲି ସେ କହିଥିଲେ ।

ଅଟଳ ଭୂଜଳ ଯୋଜନା (ଅଟଳ ଜଳ)

ସହଭାଗୀ ଭୂତଳ ଜଳ ପରିଚାଳନା ଲାଗି ସଂସ୍ଥାଗତ ଢାଂଚାକୁ ସୁଦୃଢ଼ କରିବା ତଥା ସାତଟି ରାଜ୍ୟ- ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ସ୍ଥାୟୀ ଭୂତଳ ଜଳ ଉତ୍ସ ପରିଚାଳନା ଲାଗି ଗୋଷ୍ଠୀଗତ ସ୍ତରରେ ବ୍ୟବହାରିକ ପରିବର୍ତନ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଅଟଳ ଜଳର ରୂପରେଖ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଏହି ରାଜ୍ୟଗୁଡ଼ିକର 78ଟି ଜିଲ୍ଲାରେ ପାଖାପାଖି 8350 ଗ୍ରାମ ପଞ୍ଚାୟତ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି । ଅଟଳ ଜଳ ଚାହିଦା ପକ୍ଷ ପରିଚାଳନା ଉପରେ ମୁଖ୍ୟତଃ ଗୁରୁତ୍ୱ ଦେଇ ପଞ୍ଚାୟତ କେନ୍ଦ୍ରିତ ଭୂତଳ ଜଳ ପରିଚାଳନା ଏବଂ ବ୍ୟବହାରିକ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବ ।

5 ବର୍ଷର ଅବଧି (2020-21 ଠାରୁ 2024-25)ରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ 6 ହଜାର କୋଟି ଟଙ୍କା ବ୍ୟୟ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରୁ 50 ପ୍ରତିଶତ ବିଶ୍ୱ ବ୍ୟାଙ୍କ ଋଣ ଆକାରରେ ନିଆଯିବ ଏବଂ ଏହାକୁ କେନ୍ଦ୍ର ସରକାର ପରିଶୋଧ କରିବେ । ଅବଶିଷ୍ଟ 50 ପ୍ରତିଶତ ଋଣ ପରିଶୋଧ ନିୟମିତ ବଜେଟ ସମର୍ଥନରୁ କେନ୍ଦ୍ରୀୟ ସହାୟତା ମାଧ୍ୟମରେ କରାଯିବ । ବିଶ୍ୱ ବ୍ୟାଙ୍କ ଋଣର ସମସ୍ତ ଉପାଦାନ ଏବଂ କେନ୍ଦ୍ରୀୟ ସହାୟତା ରାଜ୍ୟଗୁଡ଼ିକୁ ଅନୁଦାନ ଆକାରରେ ଦିଆଯିବ ।

ରୋହତାଙ୍ଗ ପାସ ତଳେ ସୁଡ଼ଙ୍ଗ

ରୋହତଙ୍ଗ ପାସ ତଳେ ଏକ ରଣନୈତିକ ସୁଡ଼ଙ୍ଗ ନିର୍ମାଣ ଲାଗି ଐତିହାସିକ ନିଷ୍ପତ୍ତି ନେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । 8.8 କିଲୋମିଟର ଲମ୍ବ ଏହି ସୁଡ଼ଙ୍ଗ ହେଉଛି ସମୁଦ୍ର ପତନ ଠାରୁ 3ହଜାର ମିଟର ଉଚ୍ଚତାରେ ବିଶ୍ୱର ସବୁଠୁ ବଡ଼ ସୁଡ଼ଙ୍ଗ । ଏହା ମନାଲି ଏବଂ ଲେହ ମଧ୍ୟରେ ଦୂରତାକୁ 46 କିମି ପର୍ଯ୍ୟନ୍ତ ହ୍ରାସ କରିବ ଏବଂ ପରିବହନ ବ୍ୟୟରେ କୋଟି କୋଟି ଟଙ୍କା ସଂଚୟ କରିବ । ଏହା 10.5 ମିଟର ଚଉଡ଼ା ସିଙ୍ଗଲ ଟ୍ୟୁବ ବାଇ-ଲେନ ସୁଡ଼ଙ୍ଗ, ଯେଉଁଥିରେ ଏକ ଅଗ୍ନିନିରୋଧୀ ଜରୁରିକାଳୀନ ସୁଡ଼ଙ୍ଗ ମୁଖ୍ୟ ସୁଡ଼ଙ୍ଗରେ ହିଁ ନିର୍ମିତ ହୋଇଛି । ଉଭୟ ପଟୁ ସଫଳତା 15 ଅକ୍ଟୋବର, 2017ରେ ହିଁ ମିଳିଯାଇଥିଲା । ଏହି ସୁଡ଼ଙ୍ଗ କାମ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଫଳରେ ଶୀତ ଋତୁ ସମୟରେ ପାଖାପାଖି 6 ମାସ ପର୍ଯ୍ୟନ୍ତ ଲଗାତାର ଦେଶର ଅବଶିଷ୍ଟ ଭାଗରୁ ବିଚ୍ଛିନ୍ନ ହୋଇ ରହୁଥିବା ହିମାଚଳ ପ୍ରଦେଶ ଓ ଲଦାଖର ଉପାନ୍ତ କ୍ଷେତ୍ରଗୁଡ଼ିକୁ ସବୁ ସମୟରେ ଯୋଗାଯୋଗ ଉପଲବ୍ଧ କରାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership