ପ୍ରୟାଗରାଜଠାରେ କୁମ୍ଭମେଳାରେ ଅଂଶ ଗ୍ରହଣ କରିଥିବା 188 ଦେଶର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନୂଆଦିଲ୍ଳୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି 188 ଜଣ ପ୍ରତିନିଧିଙ୍କ ସହ ଏକ ସାମୂହିକ ଫଟୋରେ ଯୋଗଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ପ୍ରୟାଗରାଜ କୁମ୍ଭମେଳାରୁ ଫେରିଥିବା ପ୍ରତିନିଧିଙ୍କୁ ସାକ୍ଷାତ କରି ଅତ୍ୟନ୍ତ ଖୁସି ।

ସେ କହିଥିଲେ ଯେ, ଜଣେ ଯେ ପର୍ଯ୍ୟନ୍ତ ପ୍ରକୃତରେ କୁମ୍ଭମେଳା ପରିଦର୍ଶନ କରିନାହିଁ, ସେ ଏହାର ମହାତ୍ମ୍ୟ ଓ ମହାନ ପରମ୍ପରା ସମ୍ପର୍କରେ ଜାଣିପାରିବ ନାହିଁ । ସେ କହିଥିଲେ ଏହି ପରମ୍ପରା ହଜାର ହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲି ଆସୁଛି ।

ସେ କହିଥିଲେ ଯେ, କୁମ୍ଭ କେବଳ ଆଧ୍ୟାତ୍ମିକତା ନୁହେଁ ବରଂ ସାମାଜିକ ସଂସ୍କାରର ମଧ୍ୟ ପରିଚାୟକ । ସେ କହିଥିଲେ ଯେ କୁମ୍ଭ ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଓ ସାମାଜିକ ସଂସ୍କାରକମାନଙ୍କ ପାଇଁ ଭବିଷ୍ୟତର ମାର୍ଗ ଅନ୍ୱେଷଣ ଏବଂ ପ୍ରଗତିର ବିଶ୍ଳେଷଣ ସମ୍ପର୍କିତ ଆଲୋଚନା କରିବା ପାଇଁ ଏକ ସ୍ଥାନ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୁମ୍ଭରେ ଆଧୁନିକତା ଏବଂ ପ୍ରଯୁକ୍ତିକୁ, ଆସ୍ଥା, ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନା ସହିତ ମିଶ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି । ସେ କହିଥିଲେ ବିଶ୍ୱ ଏବେ ଭାରତକୁ ଉଭୟ ଆଧୁନିକତା ଏବଂ ସମୃଦ୍ଧ ଐତିହ୍ୟ ପାଇଁ ଜାଣୁଛି । ସେ ସମଗ୍ର ବିଶ୍ୱରୁ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀକୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ସେମାନଙ୍କର ଅଂଶଗ୍ରହଣ କୁମ୍ଭର ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ଭାରତୀୟ ସଂସଦୀୟ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର କୁମ୍ଭ ହିସାବରେ ବାଖ୍ୟା କରିଥିଲେ । ସେ କହିଥିଲେ ଯେ, କୁମ୍ଭ ମେଳା ପରି ଭାରତୀୟ ସଂସଦୀୟ ନିର୍ବାଚନ ଏହାର ବିଶାଳତା, ବିଭିନ୍ନତା ଏବଂ ସମ୍ପୂର୍ଣ୍ଣ ନିରପେକ୍ଷତା ସକାଶେ ସମଗ୍ର ବିଶ୍ୱ  ପାଇଁ ଏକ ପ୍ରେରଣା ।

ସେ କହିଥିଲେ ସମଗ୍ର ବିଶ୍ୱବାସୀ ଭାରତରେ ଏହି ସଂସଦୀୟ ନିର୍ବାଚନ ଆୟୋଜନକୁ ଦେଖିବା ପାଇଁ ଆସିବା ଜରୁରୀ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi