Our government is working tirelessly to ensure no family remains without a LPG connection: PM Modi
The growing number of women entrepreneurs is a blessing for our society: PM Modi in Aurangabad
Our government is committed to further encourage more women to become entrepreneurs and provide them all the support they need: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଔରଙ୍ଗାବାଦରେ ମହାରାଷ୍ଟ୍ର ପ୍ରଦେଶ ଗ୍ରାମୀଣ ଜୀବିକା ମିଶନ (UMED) ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ମହିଳା ସକ୍ଷମ ମେଳାକୁ ସମ୍ବୋଧିତ କରିଛନ୍ତି ।

ଉପସ୍ଥିତ ଜନସମୂହଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଜକୁ ଏବଂ ନିଜର ସମୁଦାୟଙ୍କୁ ସଶକ୍ତ କରିବାରେ ଯୋଗଦାନ ଦେଉଥିବା ମହିଳାମାନଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଔରଙ୍ଗାବାଦ ଔଦ୍ୟୋଗିକ ନଗର (AURIC) ନିକଟ ଭବିଷ୍ୟତରେ ଦେଶର ଏକ ମହତ୍ୱପୂର୍ଣ୍ଣ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ ହେବ । ପ୍ରଧାନମନ୍ତ୍ରୀ କହିଲେ ଯେ ଔରଙ୍ଗାବାଦ ଦିଲ୍ଲୀ-ମୁମ୍ବାଇ ଔଦ୍ୟୋଗିକ କରିଡରର ଏକ ମହତ୍ୱପୂର୍ଣ୍ଣ ଭାଗ ମଧ୍ୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଔରଙ୍ଗାବାଦ ଔଦ୍ୟୋଗିକ ନଗର (AURIC)ରେ ନିବେଶ କରୁଥିବା ଫାର୍ମଗୁଡ଼ିକ ମଧ୍ୟ ଅନେକ ଚାକିରି ସୃଷ୍ଟି କରିବେ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆଠ କୋଟି ଏଲପିଜି ସଂଯୋଗ ପ୍ରଦାନ କରାଯିବାର ଉପଲବ୍ଧି ଅବସରରେ ପ୍ରଧାନମନ୍ତ୍ରୀ ପାଞ୍ଚ ଜଣ ଲାଭାର୍ଥୀଙ୍କୁ ଏଲପିଜି ସଂଯୋଗ ମଧ୍ୟ ବିତରଣ କରିଥିଲେ । ଏହି ଉପଲବ୍ଧି ନିର୍ଦ୍ଧାରିତ ଲକ୍ଷ୍ୟ ଧାର୍ଯ୍ୟ ହେବାର ସାତ ମାସ ପୂର୍ବରୁ ପ୍ରାପ୍ତ କରାଯାଇଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ ମହାରାଷ୍ଟ୍ରରେ 44 ଲକ୍ଷ ଉଜ୍ଜ୍ୱଳା ସଂଯୋଗ ପ୍ରଦାନ କରାଯାଇଛି । ଏହା ସମ୍ଭବ କରିଥିବା ସାଥିମାନଙ୍କୁ ସଲାମ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଉପଲବ୍ଧି ଆମେ ସେହି ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଆମର ଚିନ୍ତା କାରଣରୁ ହାସିଲ କରିପାରିଛୁ ଯେଉଁମାନେ କି ଚୁଲିରୁ ଉଠୁଥିବା ଧୂଆଁରେ ପୀଡିତ ।

ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ ସଂଯୋଗ ପ୍ରଦାନ କରାଯାଇନାହିଁ ବରଂ ବିଶେଷ କରି ଗ୍ରାମୀଣ ଭାରତରେ 10,000 ନୂତନ ଏଲପିଜି ବିତରକମାନଙ୍କ ଦ୍ୱାରା ନିର୍ମିତ ଏକ ନୂତନ ଏବଂ ସମଗ୍ର ଏଲପିଜି ଅବସଂରଚନାର ନିର୍ମାଣ କରାଯାଇଛି । “ନୂତନ ବଟଲିଂ କାରଖାନାର ନିର୍ମାଣ କରାଯାଇଛି । ବନ୍ଦର ନିକଟରେ ଟର୍ମିନାଲର କ୍ଷମତାରେ ବୃଦ୍ଧି କରାଯାଇଛି ତଥା ପାଇପ ଲାଇନ ନେଟୱର୍କକୁ ବ୍ୟାପକ କରାଯାଇଛି । ପାଞ୍ଚ କିଲୋଗ୍ରାମ ସିଲିଣ୍ଡରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପାଇପ ମାଧ୍ୟମରେ ବି ଗ୍ୟାସର ଆପୂର୍ତ୍ତି କରାଯାଉଛି । ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁ ଯେ ଗୋଟିଏ ବି ଘର ଯେପରି ଏଲପିଜି ସଂଯୋଗ ବିନା ରହିଯିବ ନାହିଁ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ମହିଳାମାନଙ୍କୁ ପାଣି ଆଣିବା ସମ୍ବନ୍ଧିତ ପରିଶ୍ରମର ସମସ୍ୟାରୁ ମୁକ୍ତି ପ୍ରଦାନ କରିବା ପାଇଁ ଜଳ ଜୀବନ ମିଶନର ପ୍ରାରମ୍ଭ କରାଯାଇଛି । “ଜଳ ଜୀବନ ମିଶନରେ ଜଳ ସଂରକ୍ଷଣ କରିବା ଏବଂ ଦ୍ୱାର ମୁଁହରେ ଜଳ ଆପୂର୍ତ୍ତି ସମ୍ମିଳିତ ଅଛି । ଏଥିପାଇଁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।”

ଶ୍ରୀ ରାମ ମନୋହର ଲୋହିଆଙ୍କ ଏହି ବକ୍ତବ୍ୟର ସ୍ମରଣ କରି କି – ଶୌଚାଳୟ ଓ ପାଣି ମହିଳାମାନଙ୍କ ସବୁଠାରୁ ଦୁଇଟି ବଡ ସମସ୍ୟା, ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଦୁଇଟି ସମସ୍ୟା ଯଦି ଦୂର ହୋଇଯିବ ତେବେ ମହିଳାମାନେ ଦେଶକୁ ନେତୃତ୍ୱ ପ୍ରଦାନ କରିପାରିବେ । “ମରାଠାୱାଡା ଅଞ୍ଚଳରେ ଜଳ ଜୀବନ ମିଶନ ଦ୍ୱାରା ଅତ୍ୟନ୍ତ ଲାଭ ହେବାକୁ ଯାଉଛି । ଦେଶର ପ୍ରଥମ ଜଳ ଗ୍ରୀଡର ନିର୍ମାଣ ମରାଠାୱାଡାରେ ହେବାକୁ ଯାଉଛି, ଏହା ଫଳରେ ଏହି କ୍ଷେତ୍ରରେ ଜଳର ଉପଲବ୍ଧତା ବଢ଼ିବ ।”

ସରକାରୀ ଯୋଜନା ମାନଙ୍କରେ ଭାଗିଦାରିତାର ମହତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଲେ କି ସରକାର 60 ବର୍ଷ ଆୟୁ ପ୍ରାପ୍ତ କରୁଥିବା କୃଷକମାନଙ୍କୁ ପେନସନ ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ କହିଲେ କି ପଶୁମାନଙ୍କ ଟୀକାକରଣ ପାଇଁ ମଧ୍ୟ ଏପରି ପ୍ରୟାସ କରାଯାଉଛି ।

ଆଜୀବିକା-ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ମହିଳାମାନଙ୍କ ପାଇଁ ଧନ ଉପାର୍ଜନର ଅବସର ସୃଷ୍ଟି କରିଥାଏ । ସେ ପୁନଶ୍ଚ କହିଲେ ଯେ କେନ୍ଦ୍ରୀୟ ବଜେଟ 2019ରେ ସ୍ୱୟଂ ସହାୟକ ସମୂହ ପାଇଁ ସୁଧରେ ସବସିଡିର ବିଶେଷ ପ୍ରାବଧାନର ବ୍ୟବସ୍ଥା କରାଯାଇଛି; ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀର ଜନଧନ ଖାତାଧାରକ ମାନେ ମଧ୍ୟ 5,000 ଟଙ୍କାର ଏକ ଓଭରଡ୍ରାଫ୍ଟ ସୁବିଧା ପ୍ରାପ୍ତ କରିବେ ଏବଂ ଏହିପରି ଘରୋଇ ମହାଜନଙ୍କ ସହିତ ସମ୍ପର୍କ କରିବାର ଆବଶ୍ୟକତା ନିବାରଣ ହେବ ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “ମୁଦ୍ରା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀରେ ଏକ ଲକ୍ଷ ଟଙ୍କାର ଋଣ ମିଳିବ; ଏହା ଫଳରେ ସେମାନଙ୍କୁ ନୂତନ ଉଦ୍ୟମ ଆରମ୍ଭ କରିବା ତଥା ନିଜର ବ୍ୟବସାୟ ବିକଶିତ କରିବାରେ ସହାୟତା ମିଳିବ । ଏପର୍ଯ୍ୟନ୍ତ 20 କୋଟି ଟଙ୍କାର ଋଣ ବିତରଣ କରାଯାଇ ସାରିଛି, ଯେଉଁଥିରୁ 14 କୋଟି ଟଙ୍କା ମହିଳାମାନଙ୍କୁ ପ୍ରଦାନ କରାଯାଇଛି । ମହାରାଷ୍ଟ୍ରରେ 1.5 କୋଟି ମୁଦ୍ରା ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ 1.25 କୋଟି ହିତାଧିକାରୀ ହେଉଛନ୍ତି ମହିଳା ।”

ପ୍ରଧାନମନ୍ତ୍ରୀ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ । “ଆପଣମାନେ ସାମାଜିକ ପରିବର୍ତ୍ତନର ଏକ ମହତ୍ୱପୂର୍ଣ୍ଣ ଚାଳକ । କନ୍ୟାମାନଙ୍କୁ ରକ୍ଷା କରିବା, ସେମାନଙ୍କୁ ଶିକ୍ଷିତ କରିବା ଏବଂ ସୁରକ୍ଷା ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମକୁ ସମାଜର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ହେବ, ଏଥିରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ମୁସଲମାନ ମହିଳାମାନଙ୍କୁ ତିନି ତଲାକ ପରି କୁପ୍ରଥାରୁ ରକ୍ଷା କରାଯାଉଛି । ଆପଣମାନଙ୍କୁ ଏ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ପଡିବ ।”

ଭାରତର ଚନ୍ଦ୍ରଯାନ 2 ମିଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, “ଆମ ବୈଜ୍ଞାନିକମାନେ ଏକ ବଡ ଧରଣର ଉପଲବ୍ଧି ହାସଲ କରିବାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଁ ସେମାନଙ୍କ ମଧ୍ୟରେ ଥିଲି; ସେମାନେ ଭାବପ୍ରବଣ ଥିଲେ ମାତ୍ର ସେମାନଙ୍କ ସାହସ ମଧ୍ୟ ଅଦମ୍ୟ । ସେମାନେ ଭୁଲରୁ ଶିକ୍ଷା ଲାଭ କରି ଆଗକୁ ବଢ଼ିବାକୁ ଚାହାନ୍ତି ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଖୁବଶୀଘ୍ର ଏହାକୁ ଖୋଲାରେ ଶୌଚ କରିବାରୁ ମୁକ୍ତ ଘୋଷଣା କରିବ ।

ସରକାର କେବଳ ଘର ନୁହେଁ ବରଂ ଗୃହ ପ୍ରଦାନ କରିବାକୁ ଚାହାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ, “ଆମେ ଆପଣମାନଙ୍କୁ ଆପଣମାନଙ୍କ ସ୍ୱପ୍ନର ଘର ଦେବାକୁ ଚାହୁଁ, କେବଳ ଚାରି କାନ୍ଥ ଥିବା ସଂରଚନା ନୁହେଁ । ଆମେ ସେଥିରେ ଅନେକ ସୁବିଧା ପ୍ରଦାନ କରିବାକୁ ଚାହୁଁ । ଆମେ ସୁନିଶ୍ଚିତ ଫର୍ମୁଲା ଅନୁରୂପ କାର୍ଯ୍ୟ କରିଛୁ ଏବଂ ଆମେ ସ୍ଥାନୀୟ ଆବଶ୍ୟକତା ଆଧାରରେ ଘର ଉପଲବ୍ଧ କରାଇଛୁ । ଆମେ ବିଭିନ୍ନ ଯୋଜନାରୁ ମିଳୁଥିବା ଲାଭକୁ ଏକୀକୃତ କରି ସମସ୍ତ ଆଧାରଭୂତ ସୁବିଧା ପ୍ରଦାନ କରିବା ପାଇଁ ପ୍ରୟାସ କରିଛୁ । 1 କୋଟି 80 ଲକ୍ଷ ଘର ପୂର୍ବରୁ ତିଆରି କରାଯାଇ ପ୍ରସ୍ତୁତ ହୋଇରହିଛି । ମୋର ବିଶ୍ୱାସ ଯେ 2022ରେ ଯେତେବେଳେ ଆମେ ଆମର ସ୍ୱାଧୀନତା ଦିବସ ପାଳନ କରୁଥିବା, ଆମେ ସମସ୍ତଙ୍କୁ ଏକ ପକ୍କା ଘର ପ୍ରଦାନ କରିବାର ଚେଷ୍ଟା କରିବା ।”

ଘର ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ ପୁନଶ୍ଚ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “1.5 ଲକ୍ଷ ଗୃହ ଋଣ ଉପରେ ଋଣ ମୁକ୍ତି ଉପଲବ୍ଧ କରାଯାଇଛି, ଯାହା ଫଳରେ କି ମଧ୍ୟମବର୍ଗଙ୍କ ପାଖରେ ସେମାନଙ୍କ ଘର ଥିବ । ପାରଦର୍ଶିତା ଆଣିବା ଏବଂ ବାଟମାରଣା ରୋକିବା ପାଇଁ ନିର୍ମାଣର ବିଭିନ୍ନ ସୋପାନରେ ଘରର ଫଟୋ ୱେବସାଇଟରେ ପ୍ରକାଶ କରାଯାଇଛି । ଭବନ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ଆମେ ରେରା ଅଧିନିୟମର ନିର୍ମାଣ କରିଛୁ; ଏହି ଅଧିନିୟମକୁ ଅନେକ ପ୍ରଦେଶରେ ଅଧିସୂଚିତ କରାଯାଇଛି, ଏହାର ଅନ୍ତର୍ଗତ ଲକ୍ଷ ଲକ୍ଷ ଫ୍ଲାଟ ନିର୍ମାଣ କରାଯାଉଛି ।”

ସରକାର ଲୁଚିଛପି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ, ମାତ୍ର ବିକାଶ ପାଇଁ ସମସ୍ତ ଯୋଜନା ମାନଙ୍କୁ ଏକସାଥିରେ ଆଣିବାକୁ ଚାହାନ୍ତି, ଏହା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଜନସାଧାରଣ ସରକାରୀ ଯୋଜନାର ସଫଳତାରେ ଯୋଗଦାନ ଦେବେ ।

ଶ୍ରୀ ଉମାଜୀ ନାୟକ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ ତାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ “ଟ୍ରାନ୍ସଫର୍ମିଙ୍ଗ ରୁରାଲ ମହାରାଷ୍ଟ୍ର” ଶୀର୍ଷକ ଏକ ପୁସ୍ତକର ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଗଣମାନ୍ୟ ଅତିଥିମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶ୍ୟାରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭିସ, କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ମହାରାଷ୍ଟ୍ର ସରକାରଙ୍କ ଗ୍ରାମୀଣ ବିକାଶ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପଙ୍କଜା ମୁଣ୍ଡେ ତଥା ମହାରାଷ୍ଟ୍ର ସରକାରଙ୍କ ଉଦ୍ୟୋଗ ଓ ଖଣି ମନ୍ତ୍ରୀ ଶ୍ରୀ ସୁଭାଷ ଦେଶାଇ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”