ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ 20ଟି ବିଭିନ୍ନ କ୍ଷେତ୍ର ସହିତ ସମ୍ବନ୍ଧିତ ଉଦ୍ୟୋଗର ବୈଶ୍ୱିକ ପ୍ରମୁଖମାନଙ୍କ ସହିତ ଏକ ବିଶେଷ ଗୋଲ ଟେବୁଲ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଆଲୋଚନାରେ ସାମିଲ ହୋଇଥିବା କମ୍ପାନୀମାନଙ୍କର ମୋଟ ସାମୂହିକ ସମ୍ପତ୍ତି 16.4 ଟ୍ରିଲିଅନ ଆମେରିକୀୟ ଡଲାର । ଏଥିମଧ୍ୟରୁ ଭାରତରେ ସେମାନଙ୍କର ମୋଟ ସମ୍ପତ୍ତି ହେଉଛି 50 ବିଲିଅନ ଆମେରିକୀୟ ଡଲାର । ଏହି ଆୟୋଜନରେ ଆଇବିଏମର ଅଧ୍ୟକ୍ଷ ଏବଂ ସିଇଓ ସୁଶ୍ରୀ ଗିନ୍ନୀ ରୋମେଟୀ, ୱାଲମାର୍ଟର ଅଧ୍ୟକ୍ଷ ଓ ସିଇଓ ମି. ଡଗଲାସ ମେକମିଲନ, କୋକା କୋଲାର ଅଧ୍ୟକ୍ଷ ଓ ସିଇଓ ମି. ଜେମ୍ସ କ୍ଵିନସୀ, ଲକହିଡ ମାର୍ଟିନର ସିଇଓ ସୁଶ୍ରୀ ମରିଲିନ ହ୍ୟୁସନ, ଜେପି ମୋର୍ଗନର ଅଧ୍ୟକ୍ଷ ଓ ସିଇଓ ମି. ଜେମି ଡିମୋନ, ଆମେରିକାନ ଟାୱାର କର୍ପୋରେସନର ସିଇଓ ଏବଂ ଭାରତ-ଆମେରିକା ସିଇଓ ମଞ୍ଚର ଉପାଧ୍ୟକ୍ଷ ମି. ଜେମ୍ସ ଡି. ଟେସଲେଟ ଏବଂ ଆପଲ, ଗୁଗଲ, ମାରିଅଟ, ଭିସା, ମାଷ୍ଟରକାର୍ଡ, 3ଏମ, ୱାରବର୍ଗ ପିନକସ, ଏଇସିଓଏମ, ରେଥିଓନ, ବ୍ୟାଙ୍କ ଅଫ ଆମେରିକା, ପେପ୍ସି ଆଦି କମ୍ପାନୀମାନଙ୍କର ଅଧିକାରୀମାନେ ସାମିଲ ହୋଇଥିଲେ ।

ଡିପିଆଇଆଇଟି ଓ ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ ଏହି ବିଚାର ବିମର୍ଶରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବ୍ୟବସାୟ ସମ୍ବର୍ଦ୍ଧନ ବିଭାଗ ଏବଂ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତିଭାଗୀମାନେ ବ୍ୟବସାୟରେ ସୁଗମତା ଏବଂ ସୁଧାର ଦିଗରେ ଭାରତ ଦ୍ୱାରା କରାଯାଇଥିବା ପ୍ରୟାସର ପ୍ରଶଂସା କରିଥିଲେ ଯେଉଁ କାରଣରୁ ନିବେଶକମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ବ୍ୟବସାୟ ଜଗତର ପ୍ରଖ୍ୟାତ ବ୍ୟକ୍ତିମାନେ ବ୍ୟବସାୟ ସୁଗମତା ଉପରେ ଧ୍ୟାନ ଦେବା ଏବଂ ଭାରତକୁ ଅଧିକ ନିବେଶକ ଅନୁକୂଳ କରିବା ଲାଗି ମଜଭୁତ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ଉଦ୍ୟୋଗ ଜଗତର ପ୍ରମୁଖମାନେ ଏହି ବିଷୟର ଉଲ୍ଲେଖ କରିଥିଲେ ଯେ ସେମାନଙ୍କ କମ୍ପାନୀ ଭାରତର ବିକାଶ ପାଇଁ ପ୍ରତିବଦ୍ଧ, ଏବଂ ଏଥିପାଇଁ ଭାରତରେ ସେମାନଙ୍କର ସ୍ଥିତି ବୃଦ୍ଧି କରିବେ ।

ଏହି ସିଇଓମାନେ ଭାରତରେ ସେମାନଙ୍କ ଯୋଜନାର ସଂକ୍ଷିପ୍ତ ସୂଚନା ମଧ୍ୟ ପ୍ରଦାନ କରିଥିଲେ ଏବଂ କୌଶଳ ବିକାଶ, ଡିଜିଟାଲ ଇଣ୍ଡିଆ, ମେକ ଇନ ଇଣ୍ଡିଆ, ସମାବେଶୀ ବିକାଶ, ଅକ୍ଷୟ ଉର୍ଜା ଏବଂ ଆର୍ଥିକ ସମାବେଶ ଦିଗରେ ଭାରତର ପ୍ରୟାସରେ ସହାୟତା ପ୍ରଦାନ କରିବା ପାଇଁ ସୁପାରିଶ ମଧ୍ୟ କରିଥିଲେ ।

ସିଇଓମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନିରନ୍ତର ରାଜନୈତିକ ସ୍ଥିରତା ଏବଂ ବିକାଶୋନ୍ମୋଖୀ ନୀତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ ପର୍ଯ୍ୟଟନ, ପ୍ଲାଷ୍ଟିକର ପୁନଃଚକ୍ରଣ ଓ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କୃଷକ ଓ କୃଷି ପାଇଁ ଅଧିକ ଅବସର ସୃଷ୍ଟି କରୁଥିବା ଏମଏସଏମଇ କ୍ଷେତ୍ର ଉପରେ ମଧ୍ୟ ଜୋର ଦେଇଥିଲେ । ସେ କମ୍ପାନୀମାନଙ୍କୁ କେବଳ ଭାରତ ନୁହେଁ ବରଂ ବିଶ୍ୱ ପାଇଁ ସମାଧାନ ଖୋଜିବା ଲାଗି ଅନ୍ୟ ଦେଶମାନଙ୍କ ସହଭାଗିଦାରୀତାରେ ଷ୍ଟାର୍ଟ-ଅପ ଇଣ୍ଡିଆ ନବାଚାର ପ୍ଲାଟଫର୍ମର ଲାଭ ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏଥିରେ ପୋଷଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟ ସାମିଲ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's passenger vehicle sales expected to grow 4-6% in FY27: Report

Media Coverage

India's passenger vehicle sales expected to grow 4-6% in FY27: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”