PM Modi pays historic visit to Portugal, interacts with Indian community, highlights several aspects of India-Portugal partnership
Appreciate Portugal's participation in Yoga Day celebrations and furthering it's reach: PM Modi
India is now among the fastest growing countries in the world and is touching skies of development: PM
In the field of space, our scientists have done great work. Recently 30 nano satellites were launched: PM Modi

ଐତିହାସିକ ପର୍ତ୍ତୁଗାଲ ଗସ୍ତ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିସବନଠାରେ ଭାରତୀୟ ସମୁଦାୟଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ଭାରତ - ପର୍ତ୍ତୁଗାଲ ସହଭାଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ପର୍ତ୍ତୁଗାଲ ଗସ୍ତକାଳରେ ଶ୍ରୀ ମୋଦୀ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ଗୁଏଟେରେସଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗ ଏବଂ ସାମଗ୍ରୀକ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ଉଲ୍ଲେଖ କରିବା ସହ ଯୋଗର ବାର୍ତ୍ତା ପ୍ରଚାର ଏବଂ ପ୍ରସାର ଦିଗରେ ପର୍ତ୍ତୁଗାଲର ଭୂମିକାକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବେ ବିଶ୍ୱର ଦ୍ରୁତଗାମୀ ସମୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଇସ୍ରୋ ବୈଜ୍ଞାନିକମାନଙ୍କ ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମ ବୈଜ୍ଞାନିକମାନେ ମହାନ କାର୍ଯ୍ୟ କରିଦେଖାଇଛନ୍ତି । ନିକଟରେ ସେମାନେ 30 ଟି ନାନୋ ଉପଗ୍ରହକୁ ମହାଶୂନ୍ୟକୁ ପଠାଇବାରେ ସଫଳ ହୋଇଛନ୍ତି ।

ପୂର୍ବରୁ ଶ୍ରୀ ମୋଦୀ ପର୍ତ୍ତୁଗାଲରେ ସମ୍ପ୍ରତି ସଂଘଟିତ ଭୟଙ୍କର ଜଙ୍ଗଲପୋଡିରେ ଧନଜୀବନହାନି ଘଟଣାରେ ଗଭୀର ଦୁଃଖ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଏହି ଗସ୍ତ କାଳରେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କୁ ଦରିଆପାରି ଭାରତୀୟ କାର୍ଡ ପ୍ରଦାନ କରିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership