India is now ready for business. In the last four years, we have jumped 65 places of global ranking of ease of doing business: PM Modi
The implementation of GST and other measures of simplification of taxes have reduced transaction costs and made processes efficient: PM
At 7.3%, the average GDP growth over the entire term of our Government, has been the highest for any Indian Government since 1991: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗରସ୍ଥିତ ମହାତ୍ମା ଗାନ୍ଧୀ ପ୍ରଦର୍ଶନୀ ତଥା ସମ୍ମେଳନ କେନ୍ଦ୍ରରେ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ନବମ ସଂସ୍କରଣକୁ ଉଦଘାଟନ କରିଥିଲେ । ଏହି ଅବସରରେ ଉଜବେକୀସ୍ତାନ, ରୱାଣ୍ଡା, ଡେନମାର୍କ, ଚେକ ଗଣତନ୍ତ୍ର ଏବଂ ମାଲଟାର ରାଷ୍ଟ୍ର ମୁଖ୍ୟମାନେ ଉପସ୍ଥିତ ଥିଲେ । ଏହାବ୍ୟତୀତ ଉଦ୍ୟୋଗ ଜଗତର ପ୍ରତିନିଧିମାନଙ୍କ ସହିତ 30 ହଜାର ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତର ପ୍ରତିନିଧିମାନଙ୍କୁ ଏବଂ କମ୍ପାନୀଗୁଡ଼ିକୁ ଭାରତ ଆସିବା ଏବଂ ଏଠାରେ ନିବେଶ କରିବା ଲାଗି ଆମନ୍ତ୍ରଣ କରିଥିଲେ, କାରଣ ଭିତ୍ତିଭୂମି ଏବଂ ସୁବିଧା ଉନ୍ନତ ହୋଇଛି ଏବଂ ବ୍ୟବସାୟର ସ୍ଥିତି ଅନୁକୂଳ ମଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଚାରି ବର୍ଷରେ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ 65ଟି ସ୍ଥାନ ଉପରକୁ ଉଠିଛି । ଆଗାମୀ ବର୍ଷଗୁଡ଼ିକରେ ଭାରତକୁ ଏହି ଶ୍ରେଣୀର 50ତମ ସ୍ଥାନ ମଧ୍ୟକୁ ଅଣାଯିବା ଲାଗି ପ୍ରୟାସ କରାଯାଉଛି ।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଶ୍ୱ ବ୍ୟାଙ୍କ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ମୁଡି ଭଳି ଅନ୍ତର୍ଜାତୀୟସଂସ୍ଥାନ ଭାରତୀୟ ଅର୍ଥବ୍ୟବସ୍ଥା ଏବଂ ଅର୍ଥବ୍ୟବସ୍ଥା ଲାଗି କରାଯାଇଥିବା ସଂସ୍କାର ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି । ଜିଏସଟିର କାର୍ଯ୍ୟକାରୀତା ଫଳରେ କାରବାର ବ୍ୟୟ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ହାରହାରୀ ବିକାଶ ହାର 7.3 ପ୍ରତିଶତ ରହିଛି ଯାହାକି 1991 ପରଠାରୁ ସର୍ବାଧିକ । ଏଥିସହିତ ହାରାହାରୀ ମହଙ୍ଗା ଦର 4.6 ପ୍ରତିଶତ ଅଟେ ଯାହା 1991ର ଉଦାରୀକରଣ ପରେ ସର୍ବନିମ୍ନ ଅଟେ ।

ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଯେଉଁମାନେ ଭାରତ ଭ୍ରମଣ କରୁଛନ୍ତି ସେମାନେ ନିର୍ଦ୍ଦେଶନା ଏବଂ ତୀବ୍ରତା କ୍ଷେତ୍ରରେ ହାୱାରେ ଆସିଥିବା ପରିବର୍ତ୍ତନ ଅନୁଭବ କରିପାରୁଥିଲେ । ଗତ ଚାରି ବର୍ଷରେ ମୋ ସରକାରଙ୍କ ଲକ୍ଷ୍ୟ ସରକାରକୁ ହ୍ରାସ କରିବା ଏବଂ ପ୍ରଶାସନକୁ ବୃଦ୍ଧି କରିବା ରହିଆସିଛି । ଆମେ ଆମ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଅଧିକ ଗଭୀର ଢାଂଚାଗତ ସଂସ୍କାର ଆଣିବାକୁ ଚାହୁଁଛୁ । ଆମେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ହୋଇ ରହିବୁ ।''

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତ ନିକଟରେ ସର୍ବବୃହତ ଇକୋସିଷ୍ଟମ ରହିଛି ଏବଂ ଏହାର ବିଶ୍ୱସ୍ତରୀୟ ଗବେଷଣା ସୁବିଧା ନିବେଶ ଲାଗି ଉପଯୁକ୍ତ ପରିବେଶ ଯୋଗାଇ ଦେଉଛି । ସେ ଆହୁରି ଉଲ୍ଲେଖ କରିଥିଲେ, "ଆମ ଯୁବକମାନଙ୍କ ପାଇଁ ଚାକିରି ସୃଷ୍ଟି କରିବା ଲାଗି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଆମେ କଠିନ ପରିଶ୍ରମ କରୁଛ । "ମେକ ଇନ ଇଣ୍ଡିଆ ଅଭିଯାନ ଜରିଆରେ ନିବେଶକୁ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ସହଯୋଗ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କହିଥିଲେ, "2017ରେ ଆମେ ବିଶ୍ୱର ସର୍ବବୃହତ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ମଧ୍ୟରୁ ଗୋଟିଏ ଥିଲୁ । 2016 ତୁଳନାରେ ଭାରତର ଅଭିବୃଦ୍ଧି 14 ପ୍ରତିଶତ ଥିବା ବେଳେ ଏହି ବର୍ଷ ବିଶ୍ୱରେ ଅଭିବୃଦ୍ଧି ଦର 7 ପ୍ରତିଶତ ଥିଲା । ଚାରି ବର୍ଷ ହେବ ଯାତ୍ରୀଙ୍କ ଟିକେଟକୁ ଦେଖିଲେ, ଆମେ ବିଶ୍ୱର ଦ୍ରୁତଅଭିବୃଦ୍ଧି ଶୀଳ ବିମାନ ଚଳାଚଳ ବଜାରରେ ପରିଣତ ହୋଇଛୁ ।'' ସେ କହିଥିଲେ, "ଭାରତ, ତେଣୁ ଅପାର ସମ୍ଭାବନାର ଭୂମି । ଏହା ଏକମାତ୍ର ସ୍ଥାନ ଯାହା ଆପଣମାନଙ୍କୁ ଗଣତନ୍ତ୍ର,ଜନସଂଖ୍ୟା ଏବଂ ଚାହିଦା ଦେଉଛି'' ।

ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ବିଷୟରେ ସେ କହିଥିଲେ, "ଏହା ବର୍ତ୍ତମାନ ଏକ ବୈଶ୍ୱିକ ମଂଚ ଭାବେ ଉଭା ହୋଇଛି ଏବଂ ଏତେ ସଂଖ୍ୟକ ନେତାମାନଙ୍କ ଉପସ୍ଥିତି ଏହା ଦର୍ଶାଉଛି ଯେ ଅନ୍ତର୍ଜାତୀୟ ସହଯୋଗ ବର୍ତ୍ତମାନ ଜାତୀୟ ରାଜଧାନୀରେ ସୀମିତ ହୋଇ ରହିନାହିଁ ଏହା ରାଜ୍ୟ ରାଜ୍ୟଧାନୀଗୁଡ଼ିକୁ ପରିବ୍ୟାପ୍ତ ହୋଇଛି ।''

 

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନୀତି ପରିଚାଳିତ ପ୍ରଶାସନ ଏବଂ ଦୂରଦର୍ଶୀ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ ଏବଂ ସହଜ ବ୍ୟବସାୟ ପାଇଁ ସମସ୍ତ ପ୍ରକାରର ସୁବିଧା ଦିଆଯିବ ବୋଲି ଶିଳ୍ପ ନେତୃବୃନ୍ଦଙ୍କୁ ଆଶ୍ୱାସନା ଦେଇଥିଲେ ।

5 ଜଣ ରାଷ୍ଟ୍ରମୁଖ୍ୟ ଉଜବେକୀସ୍ତାନର ରାଷ୍ଟ୍ରପତି ସ୍ୱାକତ ମିର୍ଜିୟୋୟେଭ, ଡେନମାର୍କର ପ୍ରଧାନମନ୍ତ୍ରୀ  ଲାର୍ସ ଲୋକେ ରାସମୁସେନ, ଚେକ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ବାବିସ ଏବଂ ମାଲଟାର ପ୍ରଧାନମନ୍ତ୍ରୀ ଡ. ଜୋସେଫ ମସକଟ ଏହି ସମାରୋହରେ ଉପସ୍ଥିତ ଥିଲେ ।

ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ଏକ ବିଶେଷ ଆକର୍ଷଣ ଥିଲା ଭିଡିଓ କନଫରେନ୍ସ ଜରିଆରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସେହି ବାର୍ତ୍ତା ଯେଉଁଥିରେ ସେ କହିଥିଲେ, "ଆମ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଶକ୍ତିଶାଳୀ ସଂଯୋଗର ପ୍ରତୀକ ହେଉଛି ଗୁଜରାଟ । ଆମେ ଉଭୟ ମିଶି ଭବିଷ୍ୟତ ପାଇଁ ଅସୀମ ସମ୍ଭାବନା ନିର୍ମାଣ କରୁଛୁ ।''

ଏହି ତିନି ଦିନିଆ ସମାରୋହରେ ବୃହତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ବିଶ୍ୱ ପାଣ୍ଠି ମୁଖ୍ୟମାନଙ୍କ ସହିତ ଗୋଲ ଟେବୁଲ ଆଲୋଚନା, "ଆଫ୍ରିକା ଦିବସ', ଏମଏସଏମଇ ସମ୍ମେଳନ, ବିଜ୍ଞାନ, ପ୍ରଯୁକ୍ତି,ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ), ଶିକ୍ଷା ଏବଂ ଗବେଷଣା ଦିଗରେ ଥିବା ସମ୍ଭାବନା ପାଇଁ ଗୋଲ ଟେବୁଲ । ଏହାସହିତ ଭବିଷ୍ୟତର ପ୍ରଯୁକ୍ତି ଏବଂ ମହାକାଶ ଅନ୍ୱେଷଣ ଉପରେ ପ୍ରଦର୍ଶନୀ, ବନ୍ଦର ଆଧାରିତ ବିକାଶ ଉପରେ ସେମିନାର ଏବଂ ଭାରତକୁ ଏସିଆର ଟ୍ରାନ୍ସସିପମେଂଟ କେନ୍ଦ୍ରସ୍ଥଳୀରେ ପରିଣତ କରିବାର ରଣନୀତି ଏବଂ ମେକ ଇନ ଇଣ୍ଡିଆ ଉପରେ ମେକ ଇନ ଇଣ୍ଡିଆର ସଫଳତା କାହାଣୀ ଓ ସରକାରଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ପ୍ରଦର୍ଶନୀ ଆୟୋଜନ କରାଯିବ ।



 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2003ରେ ଗୁଜରାଟର ତତକାଳୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା । ଗୁଜରାଟରେ ନିବେଶକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ ଥିଲା । ସେବେ ଠାରୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଏପରି ବାର୍ଷିକ ସମ୍ମିଳନୀ ଆୟୋଜନ ଲାଗି ଏହା ପ୍ରେରଣା ଯୋଗାଇ ଆସୁଛି ।



Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi’s Gen Z compact: Listen, respond, reform

Media Coverage

Modi’s Gen Z compact: Listen, respond, reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shilpa Kanchugarakoppalu Shyla on winning Bronze in Women’s Shot Put F57 at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Shilpa Kanchugarakoppalu Shyla on winning the Bronze medal in the Women’s Shot Put F57 Final at the Glasgow Commonwealth Games 2026.

The Prime Minister said that Shilpa’s personal best throw made the achievement even more remarkable.

Shri Modi congratulated her on the accomplishment.

The Prime Minister wrote on X;

“A brilliant performance by Shilpa Kanchugarakoppalu Shyla at the Commonwealth Games 2026!

Congratulations to Shilpa for having won the Bronze Medal in the Women's Shot Put F57 Final and that too with a personal best throw. This is indeed a remarkable accomplishment.

#CWG2026”