"ଜଳ ସଂରକ୍ଷଣ ହେଉଛି ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ ଅକ୍ଲାନ୍ତ ପ୍ରୟାସ କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ "
"ଆଜି ଝାଡ଼ଖଣ୍ଡରେ ଶୁଭାରମ୍ଭ ଏବଂ ଉଦ୍ଘାଟନ କରାଯାଇଥିବା ପ୍ରକଳ୍ପଗୁଡିକ ଏହି ଦେଶରେ ବିକାଶ ପ୍ରତି ଆମର ମଜବୁତ ପ୍ରତିବଦ୍ଧତାକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ ମୋଦୀ "
"ଆମର ସଂକଳ୍ପ ହେଉଛି ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ । 100 ଦିନରେ ହିଁ ଆତଙ୍କ- ବିରୋଧୀ ଆଇନକୁ ଆହୁରି କଠୋର କରି ଦିଆଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ "

କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଯୋଜନା 60 ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ 5 କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମାସିକ ସର୍ବନିମ୍ନ 3ହଜାର ଟଙ୍କାର ପେନସନ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବ୍ୟବସାୟୀ ଓ ଆତ୍ମନିଯୁକ୍ତଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ଯୋଜନା ଜରିଆରେ 60 ବର୍ଷ ଅତିକ୍ରମ କରିଥିବା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ମାସିକ ସର୍ବନିମ୍ନ 3 ହଜାର ଟଙ୍କାର ସୁନିଶ୍ଚିତ ପେନସନ ମିଳିପାରିବ ।

ପାଖାଖାପାଖି 3 କୋଟି କ୍ଷୁଦ୍ର ବ୍ୟବସାୟୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଆଶା ଆକାଂକ୍ଷା ପୂରଣ କରିପାରୁଥିବା ଏକ ଦୃଢ଼ ସରକାର ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି ।

“ମୁଁ କହିଥିଲି ଯେ ନୂଆ ସରକାର ଗଠନ ହେବା ପରେ ପ୍ରତ୍ୟେକ କୃଷକ ପରିବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦ୍ୱାରା ଲାଭାନ୍ୱିତ ହେବେ । ଆଜି, ସାଢ଼େ 6 କୋଟି କୃଷକ ପରିବାରର ବ୍ୟାଙ୍କ ଏକାଉଂଟରେ ପାଖାପାଖି 21 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଜମା କରାଯାଇସାରିଛି । ଝାଡ଼ଖଣ୍ଡର 8 ଲକ୍ଷ କୃଷକ ପରିବାରଙ୍କ ବ୍ୟାଙ୍କ ଏକାଉଂଟରେ ପ୍ରାୟ 250 କୋଟି ଟଙ୍କା ଜମା କରାଯାଇଛି ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଥିଲେ, “ବିକାଶ ଆମର ପ୍ରାଥମିକତା ଓ ପ୍ରତିବଦ୍ଧତା । ପ୍ରତ୍ୟେକ ଭାରତୀୟକୁ ସାମାଜିକ ସୁରକ୍ଷାର ଏକ କବଚ ଦେବା ଲାଗି ଆମ ସରକାର ପ୍ରୟାସ କରୁଛନ୍ତି ।”

“ସର୍ବାଧିକ ସହାୟତା ଲୋଡ଼ୁଥିବା ଲୋକଙ୍କ ସହିତ ସରକାର ରହିଛନ୍ତି । ଗତ ମାର୍ଚ୍ଚ ମାସ ପରଠାରୁ ଏପରି ଏକ ପେନସନ ଯୋଜନା ଦେଶର କୋଟି କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି ।”

“32 ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରମିକ ଶ୍ରମଯୋଗୀ ମାନଧନ ଯୋଜନାରେ ଯୋଡ଼ି ହୋଇଛନ୍ତି । 22 କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି । ଏଥିମଧ୍ୟରୁ କେବଳ ଝାଡ଼ଖଣ୍ଡରେ 30 ଲକ୍ଷ ହିତାଧିକାରୀ ରହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ 44 ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡରେ କେବଳ ତିନି ଲକ୍ଷ ଲୋକ ଅଛନ୍ତି ।”

ସମସ୍ତଙ୍କୁ ସଶକ୍ତ କରିବା ଲାଗି ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ସାରା ଦେଶର ଆଦିବାସୀ ବହୁଳ ଇଲାକା ପାଇଁ 462 ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏସବୁ ଅଂଚଳରେ ଏହି ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବେ ।

“ଏହି ଏକଲବ୍ୟ ବିଦ୍ୟାଳୟଗୁଡ଼ିକ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଶିକ୍ଷାର ମାଧ୍ୟମ ପାଲଟିବେ ନାହିଁ, ବରଂ ସେମାନଙ୍କୁ କ୍ରୀଡ଼ା ଓ ଦକ୍ଷତା ତାଲିମ ସହିତ ସ୍ଥାନୀୟ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବେ । ସରକାର ଏସବୁ ବିଦ୍ୟାଳୟରେ ପ୍ରତ୍ୟେକ ଜନଜାତି ପିଲାଙ୍କ ପାଇଁ ବର୍ଷକୁ 1 କୋଟି ଟଙ୍କା ଖର୍ଚ୍ଚ କରିବେ ।”

ସାହିବଗଞ୍ଜଠାରେ ଏକ ବହୁମୁଖୀ ପରିବହନ ଟର୍ମିନାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ ।

“ଆଜି ମୁଁ ମଧ୍ୟ ସାହିବଗଞ୍ଜ ବହୁମୁଖୀ ଟର୍ମିନାଲ ଉଦଘାଟନ କରିବାର ସୌଭାଗ୍ୟ ପାଇଛି । ଏହା କେବଳ ଆଉ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ସମଗ୍ର ଅଂଚଳ ପାଇଁ ପରିବହନର ନୂତନ ବିକଳ୍ପ ପ୍ରଦାନ କରିବ । ଏହି ଜଳମାର୍ଗ ଝାଡ଼ଖଣ୍ଡକୁ ସାରା ଦେଶ ଏବଂ ବିଦେଶ ସହ ଯୋଡ଼ିବ । ଏହି ଟର୍ମିନାଲ ଦ୍ୱାରା ଆମର ଜନଜାତି ଭାଇ ଓ ଭଉଣୀମାନେ, ଏଠାକାର କୃଷକମାନେ ସେମାନଙ୍କ ଉତ୍ପାଦ ସାରା ଦେଶର ବଜାରରେ ବିକ୍ରି କରିବାର ସୁବିଧା ପାଇପାରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଝାଡ଼ଖଣ୍ଡ ବିଧାନସଭାର ନୂଆ କୋଠାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।

“ଆଜି, ରାଜ୍ୟ ଗଠନର ପାଖାପାଖି 2 ଦଶନ୍ଧି ପରେ ଝାଡ଼ଖଣ୍ଡରେ ଗଣତନ୍ତ୍ରର ମନ୍ଦିର ଉଦଘାଟିତ ହୋଇଛି । ଏହି କୋଠା ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠି ଝାଡ଼ଖଣ୍ଡର ସୁନେଲି ଭବିଷ୍ୟତର ମୂଳଦୁଆ ପଡ଼ିବ ଏବଂ ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ସ୍ୱପ୍ନ ବାସ୍ତବ ରୂପ ନେବ ।” ପ୍ରଧାନମନ୍ତ୍ରୀ ମଧ୍ୟ ସଚିବାଳୟ ନୂଆ କୋଠା ପାଇଁ ଆଧାରଶୀଳା ରଖିଥିଲେ ।

ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

“11 ସେପ୍ଟେମ୍ବର 2019ରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତକାଲି ଠାରୁ ସାରା ଦେଶରେ ସ୍ୱଚ୍ଛତା ହି ସେବା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ଅକ୍ଟୋବର 2 ତାରିଖ ସୁଦ୍ଧା ଆମକୁ ଆମ ଘର, ବିଦ୍ୟାଳୟ, କାର୍ଯ୍ୟାଳୟରୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସଂଗ୍ରହ କରିବାକୁ ହେବ । ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ, ଅକ୍ଟୋବର 2 ତାରିଖରେ, ଆମକୁ ପ୍ଲାଷ୍ଟିକ ଆବର୍ଜନା ବର୍ଜନ କରିବାକୁ ହେବ ।”

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New farm-sector scheme gives thrust to 100 laggard districts

Media Coverage

New farm-sector scheme gives thrust to 100 laggard districts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Shri Biju Patnaik Ji on his birth anniversary
March 05, 2026

The Prime Minister, Shri Narendra Modi paid tributes to former Chief Minister of Odisha, Shri Biju Patnaik on his birth anniversary and remembered him for his passion towards furthering the progress of Odisha.

The Prime Minister wrote on X;

“On his birth anniversary today, I pay tributes to Shri Biju Patnaik Ji and remember his passion towards furthering the progress of Odisha.”