Government is making every effort to ensure good connectivity to Prayagraj: PM Modi
Kumbh unites us and gives a glimpse of Ek Bharat, Shreshtha Bharat: PM Modi
The actions of the Congress party are proving that it considers itself above country, democracy, judiciary and public: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜ ଠାରେ କୁମ୍ଭମେଳା ପାଇଁ ସମନ୍ୱିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ନୂତନ ବିମାନ ବନ୍ଦର କମ୍ପ୍ଲେକ୍ସର ଉଦଘାଟନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ପୂଜା କରିବା ସହିତ ସ୍ୱଚ୍ଛ କୁମ୍ଭ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ପ୍ରୟାଗରାଜରେ ଅକ୍ଷୟ ବଟ ପରିଦର୍ଶନ କରିଥିଲେ । ସେ ଆହୁରି ମଧ୍ୟ ପ୍ରୟାଗରାଜର ଆନ୍ଦୱା ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଅର୍ଦ୍ଧକୁମ୍ଭ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏଥର ଅକ୍ଷୟ ବଟ ଦର୍ଶନ କରିବାର ସୁଯୋଗ ପାଇବେ । ସେ କହିଥିଲେ ଯେ ପ୍ରୟାଗରାଜକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଆଜି ଉତ୍ସର୍ଗ ହୋଇଥିବା ପ୍ରକଳ୍ପଗୁଡ଼ିକ ଉଭୟ ଭିତ୍ତିଭୂମି ଏବଂ ଯୋଗାଯୋଗ ପାଇଁ ସହାୟକ ହେବ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ନୂତନ ବିମାନବନ୍ଦର ଟର୍ମିନାଲ ଏକ ବର୍ଷର ରେକର୍ଡ ସମୟସୀମା ମଧ୍ୟରେ ଶେଷ ହୋଇଛି ।

 

 

 

 

 

 

 

 

 





 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅର୍ଦ୍ଧକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅଭିନବ ଅନୁଭୂତି ସୁନିଶ୍ଚିତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି । ସେ କହିଥିଲେ ଭାରତର ସମୃଦ୍ଧ ଅତୀତ ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ପ୍ରଦର୍ଶନ କରିବା ଲାଗି ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଗଙ୍ଗା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଏ ଦିଗରେ ବର୍ଜ୍ୟଜଳ ପରିଚାଳନା ପ୍ଲାଂଟ ଏବଂ ଘାଟଗୁଡ଼ିକର ସୌନ୍ଦର୍ଯ୍ୟକରଣ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ ।

କୁମ୍ଭମେଳା ଆମର ମହାନ ଭାରତ ଏବଂ ଭାରତୀୟତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଏହା ଆମକୁ ଏକତ୍ର କରିଥାଏ ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତର ଝଲକ ପ୍ରଦାନ କରିଥାଏ । 

ସେ କହିଥିଲେ ଯେ କୁମ୍ଭର ଆୟୋଜନ କେବଳ ବିଶ୍ୱାସର କଥା ନୁହେଁ, ବରଂ ଏହା ସମ୍ମାନ ଏବଂ କୁମ୍ଭକୁ ଆସୁଥିବା ପ୍ରତ୍ୟେକ ତୀର୍ଥଯାତ୍ରୀକୁ ଉତ୍ତମ ଆତିଥ୍ୟ ପ୍ରଦାନର ବିଷୟ । 

 

‘ନୂତନ ଭାରତ’ କିଭଳି ଉଭୟ ଐତିହ୍ୟ ଏବଂ ଆଧୁନିକତାକୁ ଗ୍ରହଣ କରିଛି ତାହା ଅଦ୍ଧକୁମ୍ଭ ପ୍ରଦର୍ଶନ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ଶକ୍ତି ନ୍ୟାୟପାଳିକା ଉପରେ ଚାପ ପକାଉଥିବା ନେଇ ସେ ଦେଶବାସୀଙ୍କୁ ସତର୍କ କରିଦେବାକୁ ଚାହୁଁଛନ୍ତି । 

 

  

ଏମାନେ ନିଜକୁ ସମସ୍ତ ସଂସ୍ଥାନ ଠାରୁ ଉର୍ଦ୍ଧ୍ଵରେ ବୋଲି ଭାବୁଥିବା ସେ କହିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action