Tuirial Hydropower Project in Mizoram will boost the socio-economic development of the State: PM Modi
Tuirial Hydropower Project will boost eco-tourism and provide a source of assured drinking water supply: PM
We are betting on the skills and strengths of India's youth. We believe in 'empower through enterprise': PM Modi
Building a New India by 2022 requires us to work towards the twin goals of increasing economic growth as well as ensuring that the fruits of growth are shared by all: PM
Vision of New India can be realized only if fruits of development reach all, says Prime Minister Modi in Mizoram
Government wants to do 'Transformation by Transportation' through investment in infrastructure to change the face of the North Eastern Region: PM

ବନ୍ଧୁଗଣ,

ଚିବେଇ ବେକ ଉଲେ

ଇନ୍ ଦମ୍ ଏମ୍

ପ୍ରଧାନମନ୍ତ୍ରୀ ଭାବେ ମୋତେ ପ୍ରଥମ ଥର ମିଜୋରାମ ଆସିବାର ସୁଯୋଗ ମିଳିଛି । ଉତ୍ତର-ପୂର୍ବର ରାଜ୍ୟ ଯାହାଙ୍କୁ ଆମେ ଆଠ ଭଉଣୀ କହୁ, ତା’ମଧ୍ୟରୁ ଏହା ଗୋଟିଏ ରାଜ୍ୟ ଥିଲା, ଯେଉଁଠାକୁ ମୁଁ ପ୍ରଧାନମନ୍ତ୍ରୀ ଭାବେ ଏପର୍ଯ୍ୟନ୍ତ ଆସି ପାରିନଥିଲି । ତେଣୁ ମୁଁ ସର୍ବପ୍ରଥମେ ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ହୁଏତ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୁଁ ମିଜୋରାମ ଆସିଥିଲି । ଏଠାକାର ଶାନ୍ତ ସୁନ୍ଦର ପରିବେଶ ସହିତ ମୁଁ ଭଲ ଭାବରେ ପରିଚିତ । ଏଠାକାର ମେଳାପୀ ଲୋକମାନଙ୍କ ମଧ୍ୟରେ ମୁଁ ବହୁତ ଭଲ ସମୟ ଅତିବାହିତ କରିଛି । ଏବେ ଯେତେବେଳେ ଆପଣମାନଙ୍କ ନିକଟକୁ ଆସିଛି ତ ସେହି ପୁରୁଣା ସ୍ମୃତି ସବୁ ପୁଣି ଥରେ ତାଜା ହୋଇଯିବା ବହୁତ ସ୍ୱାଭାବିକ ।

ଆପଣଙ୍କ ସୁନ୍ଦର ରାଜ୍ୟକୁ ମୋର ଆଜିର ଯାତ୍ରା, ମିଜୋରାମ ଲୋକମାନଙ୍କ ସହ ଅତିବାହିତ କରିଥିବା ମୋର ପୁରୁଣା ସ୍ମୃତି ସମ୍ଭାର ସବୁ ଫେରାଇ ଆଣୁଛି । ମିଜୋରାମର ସମସ୍ତ ଲୋକଙ୍କୁ ସର୍ବପ୍ରଥମେ ମେରୀ ଖ୍ରୀଷ୍ଟମାସ ଏବଂ ନବ ବର୍ଷର ଶୁଭେଚ୍ଛା ଜଣାଉଛି । ଏହି ନବ ବର୍ଷ ଆପଣ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ, ଏହି ଶୁଭକାମନା ଜଣାଇ ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି ।

କିଛି ସମୟ ପୂର୍ବରୁ ମୁଁ ଯେତେବେଳେ ଆଇଜଲରେ ପହଞ୍ଚିଲି, ମିଜୋରାମର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ପୁଣି ଥରେ ରୋମାଂଚିତ ହୋଇଗଲି: ମିଜୋରାମ ‘ପାର୍ବତ୍ୟାଂଚଳ ଲୋକମାନଙ୍କର ଭୂମି ।’

ଶାନ୍ତି ଏବଂ ଶାନ୍ତ ବାତାବରଣର ଏକ ଭୂମି ।

ଖୁବ ଉତ୍ସାହୀ ଏବଂ ଆତିଥ୍ୟ ପରାୟଣ ଲୋକ ।

ସାକ୍ଷରତା ହାର ସର୍ବାଧିକ ଥିବା ଭାରତର ଏକ ରାଜ୍ୟ ।

ଉତ୍ତରପୂର୍ବ ରାଜ୍ୟମାନଙ୍କରେ ବିକାଶକୁ ନେଇ ଅଟଳଜୀଙ୍କ କାର୍ଯ୍ୟକାଳରେ ବହୁତ ଗମ୍ଭୀର ପ୍ରୟାସ ହୋଇଥିଲା । ଅଟଳଜୀ କହୁଥିଲେ ଆର୍ଥିକ ସଂସ୍କାରର ଏକ ବଡ଼ ଉଦ୍ଦେଶ୍ୟ ହେଉଛି ପ୍ରାଦେଶିକ ଭେଦଭାବକୁ ସଂପୂର୍ଣ୍ଣ ଭାବେ ଲୋପ କରିବା । ଏହି ଦିଗରେ ସେ ବହୁତ ପଦକ୍ଷେପ ମଧ୍ୟ ଉଠାଇଥିଲେ ।

2014ରେ ଆମ ସରକାର ଗଠନ ହେଲା ତ ପୁଣି ଥରେ ଏହି କ୍ଷେତ୍ରକୁ, ଆମେ ସରକାରଙ୍କ ନୀତି ଆଉ ନିଷ୍ପତ୍ତି ଆଗକୁ ନେଇ ଆସିଛୁ । ମୁଁ ତ ଗୋଟିଏ ନିୟମ କରି ଦେଇଥିଲି କି ପ୍ରତି 15 ଦିନରେ କ୍ୟାବିନେଟର କୌଣସି ନା କୌଣସି ମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟ ଗସ୍ତ ନିଶ୍ଚୟ କରିବେ । ଏହା ମଧ୍ୟ ହେବ ନାହିଁ କି ସକାଳୁ ଆସିଲେ, ଦିନରେ କୌଣସି କାର୍ଯ୍ୟକ୍ରମରେ ଭାଗ ନେଲେ ଆଉ ସନ୍ଧ୍ୟାରେ ଫେରିଗଲେ । ମୁଁ ଚାହୁଁଥିଲି କି ମନ୍ତ୍ରୀମଣ୍ଡଳର ମୋର ସାଥୀ ଏଠାରେ ରହି, ଆପଣମାନଙ୍କ ମଧ୍ୟରେ ରହି ଆପଣଙ୍କର ଆବଶ୍ୟକତାକୁ ବୁଝନ୍ତୁ, ସେହି ଭଳିଭାବେ ନିଜର ମନ୍ତ୍ରଣାଳୟର ନୀତି ପ୍ରସ୍ତୁତ କରନ୍ତୁ ।

ସାଥୀଗଣ, ମୋତେ ଅବଗତ କରାଯାଇଛି କି ବିଗତ ତିନି ବର୍ଷରେ ମୋର ସହଯୋଗୀ ମନ୍ତ୍ରୀମାନଙ୍କର 150ରୁ ଅଧିକ ଗସ୍ତ ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ହୋଇ ସାରିଛି । ଆମେ ଏହି ଦୃଷ୍ଟିଭଙ୍ଗୀ ସହିତ କାମ କରୁଛୁ କି ନିଜର ଅସୁବିଧା, ନିଜର ଆବଶ୍ୟକତାକୁ ଜଣାଇବା ପାଇଁ ଆପଣଙ୍କୁ ଦିଲ୍ଲୀ ପର୍ଯ୍ୟନ୍ତ ସନ୍ଦେଶ ପଠେଇବାକୁ ନପଡ଼ୁ, ବରଂ ଦିଲ୍ଲୀ ନିଜେ ଆପଣମାନଙ୍କ ପାଖକୁ ଚାଲିକରି ଆସୁ ।

ଏହି ନୀତିକୁ ଆମେ ନାମ ଦେଇଛୁ-ମନ୍ତ୍ରଣାଳୟର ଦାନ ଆପଣଙ୍କ ପାଖରେ । ମନ୍ତ୍ରୀମାନଙ୍କଠାରୁ ଅଲଗା, ଉତ୍ତର-ପୂର୍ବାଂଚଳ ବିକାଶ ମନ୍ତ୍ରଣାଳୟର ସଚିବ ମଧ୍ୟ ନିଜର ଅଫିସରମାନଙ୍କ ସହିତ ପ୍ରତି ମାସରେ ଉତ୍ତର ପୂର୍ବର କୌଣସି ନା କୌଣସି ରାଜ୍ୟରେ କ୍ୟାମ୍ପ କରୁଛନ୍ତି । ସରକାରଙ୍କର ଏହି ପ୍ରୟାସର ଫଳାଫଳ ହେଉଛି କି ଉତ୍ତର-ପୂର୍ବର ଯୋଜନାଗୁଡ଼ିକରେ ଗତି ଆସିଛି, ବର୍ଷ-ବର୍ଷ ଧରି ଅଟକି ଥିବା ଯେଉଁ ପ୍ରକଳ୍ପ ଥିଲା, ତାହା ଆଜି ଦ୍ରୁତ ଗତିରେ ବଢ଼ି ଚାଲିଛନ୍ତି ।

କେନ୍ଦ୍ର ସରକାରଙ୍କର ଏହି ପ୍ରୟାସ ଫଳରେ, ଉତ୍ତର-ପୂର୍ବାଂଚଳ ପାଇଁ କରାଯାଇଥିବା ଯୋଜନାଗୁଡ଼ିକର ଲାଭ ଦ୍ରୁତ ବେଗରେ ଆଗେଇ ଚାଲିଛି । ବର୍ଷ-ବର୍ଷ ଧରି ପଡ଼ିରହିଥିବା ପ୍ରକଳ୍ପଗୁଡ଼ିକ, ବର୍ତ୍ତମାନ ପ୍ରଗତି କରୁଛି ।

ଆଠଟି ଉତ୍ତରପୂର୍ବାଂଚଳ ରାଜ୍ୟମାନଙ୍କରୁ ଉତ୍ପାଦିତ ଦ୍ରବ୍ୟକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କରାଯାଇଥିବା ମନମୁଗ୍ଧକର ପ୍ରଦର୍ଶନୀକୁ ମୁଁ ଏବେ ଦେଖି ଆସିଲି । ମୁଁ ସେହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଅସୀମ ଦକ୍ଷତା ଆଉ କ୍ଷମତାକୁ ଅଭିନନ୍ଦନ ଜଣାଉଛି । ସେମାନଙ୍କର ଦକ୍ଷତା ଓ ସାମର୍ଥ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ଏହା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନାର ବଡ ଆଭିମୁଖ୍ୟ ।

ଉତ୍ତର-ପୂର୍ବାଂଚଳ ଆର୍ଥିକ ବିକାଶ ନିଗମ ଦ୍ୱାରା କରାଯାଉଥିବା କ୍ରେଡିଟ୍ ଲିଙ୍କେଜ ସୁବିଧା ଫଳରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁଧ ରିହାତି ପାଇ ଲାଭବାନ ହେଉଛନ୍ତି ।

ମୋତେ ମଧ୍ୟ ଅବଗତ କରାଯାଇଛି କି ଉତ୍ତର-ପୂର୍ବାଂଚଳ ବିକାଶ ମନ୍ତ୍ରଣାଳୟ, ଉତ୍ତର-ପୂର୍ବାଂଚଳ ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ନିଗମ ଏବଂ ଉତ୍ତର ପୂର୍ବାଂଚଳ ଆଂଚଳିକ କୃଷି ବିପଣନ ନିଗମର କାର୍ଯ୍ୟକ୍ରମକୁ ସହାୟତା ଯୋଗାଇ ଦେଉଛି ।

ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କୃଷକ, ବୁଣାକାର ଏବଂ ଶିଳ୍ପୀମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ବଜାର ବ୍ୟବସ୍ଥା ସଂପର୍କରେ ତାଲିମ ପ୍ରଦାନ କରୁଛି ।

ସ୍ଥାନୀୟ ଅଂଚଳର ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ପାଇଁ ସିଏସଆଇଆର, ଆଇସିଏଆର ଏବଂ ଆଇଆଇଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ଜ୍ଞାନ କୌଶଳ ଏବଂ ଉତ୍ପାଦ ବିକାଶ କୌଶଳକୁ ଉତ୍ତର-ପୂର୍ବାଂଚଳରେ ଲାଗୁ କରାଯିବା ସହ ଏସବୁର ଅଧ୍ୟୟନ ହେବା ଆବଶ୍ୟକ ।

ବନ୍ଧୁଗଣ! ମିଜୋରାମ ଇତିହାସର ଏହି ଐତିହାସିକ ଗୁରୁତ୍ୱପୂର୍ଣ୍ଣ କିର୍ତ୍ତୀମାନକୁ ପାଳନ କରିବା ପାଇଁ ଆଜି ଆମେ ଏକାଠି ହୋଇଛେ ।

60 ମେଗାୱାଟ ତୁଇରିଆଲ ଜଳ-ବିଦ୍ୟୁତ ପ୍ରକଳ୍ପର ପରିସମାପ୍ତି ଏବଂ ସମର୍ପଣ । କୋପିଲି ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ରୀୟ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଦୀର୍ଘ 13 ବର୍ଷ ପରେ ଏହି ପ୍ରକଳ୍ପ ଆସିଛି ।

ତୁଇରିଆଲ ଜଳ-ବିଦ୍ୟୁତ ପ୍ରକଳ୍ପ ପ୍ରଥମ ପ୍ରମୁଖ କେନ୍ଦ୍ରୀୟ ପ୍ରକଳ୍ପ ଯାହା ସଫଳତାର ସହ ମିଜୋରାମରେ କାର୍ଯ୍ୟକାରୀ ହୋଇଛି । ଶକ୍ତି କ୍ଷେତ୍ରରେ ଏହା ହେଉଛି ରାଜ୍ୟର ପ୍ରଥମ ବୃହତ ପ୍ରକଳ୍ପ । ଏହା ପ୍ରତି ବର୍ଷ 251 ମିଲିୟନ ୟୁନିଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ, ଯାହା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା, ଉତ୍ତର-ପୂର୍ବାଂଚଳରେ ସିକ୍କିମ ଓ ତ୍ରିପୁରା ପରେ ମିଜୋରାମ ତୃତୀୟ ବିଦ୍ୟୁତ ବଳକା ରାଜ୍ୟ ହେବ ।

1998ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହି ପ୍ରକଳ୍ପ ପ୍ରଥମେ ଘୋଷଣା କରାଯାଇଥିଲା ଏବଂ ମଞ୍ଜୁର କରାଯାଇଥିଲା, କିନ୍ତୁ ଏହା ବିଳମ୍ବ ହେଲା ।

ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ଉତ୍ତର-ପୂର୍ବାଂଚଳ ରାଜ୍ୟ ପ୍ରତି ଆମର ଦୃଷ୍ଟିଭଙ୍ଗୀ ଓ ପ୍ରତିବଦ୍ଧତାର ପ୍ରତିଫଳନ ଯାହା ଏହି ଅଂଚଳରେ ବିକାଶର ନୂଆ ଯୁଗର ସୂତ୍ରପାତ କରିବ ।

ଏକ୍ତି ଉତ୍ପାଦନ ସହିତ ଏହି ଜଳ ଭଣ୍ଡାର ନୌ-କ୍ରୀଡ଼ା ପାଇଁ ନୂତନ କ୍ଷେତ୍ର ପାଲଟିବ । ଅଗମ୍ୟ ଗାଁ ଗୁଡ଼ିକୁ ଯୋଗାଯୋଗର ବ୍ୟବସ୍ଥା ଯୋଗାଇ ଦେବ । 45 ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ବିଶାଳ ଜଳଭଣ୍ଡାରକୁ ମଧ୍ୟ ମାଛଚାଷ ପାଇଁ ବିକଶିତ କରାଯାଇ ପାରିବ ।

ଏହି ପ୍ରକଳ୍ପ ମଧ୍ୟ ଇକୋ-ଟୁରିଜିମ ବା ପ୍ରକୃତି-ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଏବଂ ପାନୀୟ ଜଳ ଯୋଗାଣ ପାଇଁ ଏକ ସୁନିଶ୍ଚିତ ଉତ୍ସ ହୋଇ ପାରିବ । ମୋତେ ଅବଗତ କରାଯାଇଛି କି 2100ମେଗାୱାଟ୍ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ରାଜ୍ୟର କ୍ଷମତା ରହିଛି, ଯାହାର କେବଳ କିଛି ଅଂଶକୁ ଆମେ ବିନିଯୋଗ କରିଛୁ ।

ମିଜୋରାମ କାହିଁକି ଏକ ଶକ୍ତି ରପ୍ତାନିକାରୀ ହୋଇ ନ ପାରିବ ତାହାର କୌଣସି କାରଣ ମୁଁ ଦେଖି ପାରୁ ନାହିଁ । ଉତ୍ତର-ପୂର୍ବାଂଚଳ ରାଜ୍ୟକୁ କେବଳ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଣତ କରିବା କେବଳ ଆମର ଲକ୍ଷ୍ୟ ନୁହେଁ । ବଳକା ବିଦ୍ୟୁତକୁ ପରିବହନ ବ୍ୟବସ୍ଥା ମାଧ୍ୟମରେ ବିଦ୍ୟୁତ ଅଭାବ ଥିବା ଦେଶର ଅନ୍ୟ ଭାଗକୁ ପଠାଇବାର ଏକ କୌଶଳ ବିକଶିତ କରିବା ମଧ୍ୟ ଆମର ଏକ ପ୍ରମୁଖ ଲକ୍ଷ୍ୟ ।

ମୋ ସରକାର ଉତ୍ତର-ପୂର୍ବାଂଚଳ ରାଜ୍ୟରେ ଶକ୍ତି ପରିବହନ ବିକାଶ କ୍ଷେତ୍ରରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରାୟ 10,000 କୋଟି ଟଙ୍କା ନିବେଶ କରୁଛନ୍ତି ।

ସାଥୀଗଣ, ସ୍ୱତନ୍ତ୍ରତାର 70ବର୍ଷ ପରେ ମଧ୍ୟ ଆମ ଦେଶରେ ଏପରି 4କୋଟି ଘର ଅଛନ୍ତି ଯେଉଁଠାରେ ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନାହିଁ । ଆପଣମାନେ ଅନ୍ଦାଜ ଲଗାଇ ପାରୁଥିବେ କି ସେ ଲୋକମାନେ କିଭଳି ଅଷ୍ଟାଦଶ ଶତାବ୍ଦୀର ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ଅଟନ୍ତି । ଏଠାରେ ମିଜୋରାମରେ ମଧ୍ୟ ହଜାର-ହଜାର ଘର ଏଭଳି ଅଛି ଯାହା ଏବେ ମଧ୍ୟ ଅନ୍ଧକାରରେ ଜୀବନ ଅତିବାହିତ କରୁଛନ୍ତି । ଏଭଳି ଲୋକମାନଙ୍କ ଘରେ ବିଜୁଳି ପହଂଚାଇବା ପାଇଁ ସରକାର ନିକଟରେ ‘ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତି ଘର’ ଯୋଜନା ଅର୍ଥାତ ‘ସୌଭାଗ୍ୟ’ର ଶୁଭାରମ୍ଭ କରିଛନ୍ତି । ଆମର ଲକ୍ଷ୍ୟ ହେଉଛି ଦେଶର ପ୍ରତିଟି ଘରକୁ ଖୁବ ଶୀଘ୍ର ବିଜୁଳି ସଂଯୋଗ ଦ୍ୱାରା ଯୋଡ଼ା ଯାଉ ।

ଏହି ଯୋଜନା ଉପରେ ପାଖା-ପାଖି 16 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯେଉଁ ଗରିବମାନଙ୍କୁ ଏହି ଯୋଜନା ମାଧ୍ୟମରେ ବିଜୁଳି ସଂଯୋଗ ଦିଆଯିବ ସେମାନଙ୍କଠାରୁ ସଂଯୋଗ ପାଇଁ ସରକାର କୌଣସି ପଇସା ଆଦାୟ କରିବେ ନାହିଁ । ଆମେ ଚାହୁଁଛୁ କି ଗରିବଙ୍କ ଜୀବନରେ ଉଜାଲା ଆସୁ, ସେମାନଙ୍କର ଜୀବନ ଆଲୋକିତ ହେଉ ।

ସାଥୀଗଣ, ଯଦି ଦେଶର ଅନ୍ୟ ଅଂଚଳଗୁଡ଼ିକର ତୁଳନା କରିବା ତ ଦେଖିବାକୁ ମିଳିବ କି ଉତ୍ତର-ପୂର୍ବରେ ନୂତନ ଉଦ୍ୟମୀମାନଙ୍କ ସଂଖ୍ୟାରେ ସେତିକି ବୃଦ୍ଧି ହୋଇ ନାହିଁ, ଯେତିକି ବୃଦ୍ଧି ହେବା ଦରକାର ଥିଲା । ଏହାର ଗୋଟିଏ ବଡ଼ କାରଣ ଏହା ଥିଲା କି ଯୁବକମାନଙ୍କୁ ନିଜର କାରବାର କରିବା ପାଇଁ ଆବଶ୍ୟକ ପୁଞ୍ଜି ମିଳି ପାରୁ ନଥିଲା । ଯୁବକମାନଙ୍କର ଏହି ଆବଶ୍ୟକତାକୁ ବୁଝି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାର୍ଟ-ଅପ୍ ଇଣ୍ଡିଆ ଯୋଜନା, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା ଭଳି ଯୋଜନାର ଶୁଭାରମ୍ଭ କଲେ । ଉତ୍ତର-ପୂର୍ବ ପ୍ରତି ବିଶେଷ ଧ୍ୟାନ ରଖି ଉତ୍ତର-ପୂର୍ବ ବିକାଶ ମନ୍ତ୍ରଣାଳୟ 100 କୋଟି ଟଙ୍କାର ରାଶି ନେଇ ଏକ Venture Capital Fund ମଧ୍ୟ ତିଆରି କରିଛନ୍ତି । ମୋର ମିଜୋରାମର ଯୁବକମାନଙ୍କୁ ଅନୁରୋଧ କି ସେମାନେ କେନ୍ଦ୍ର ସରକାରଙ୍କର ଏହି ଯୋଜନାଗୁଡ଼ିକର ଅଧିକରୁ ଅଧିକ ଲାଭ ଉଠାନ୍ତୁ । ଏଠାକାର ଯୁବକ ଷ୍ଟାର୍ଟ-ଅପ୍ ଦୁନିଆରେ ଛାଇ ଯିବାର ସାହସ ରଖନ୍ତି, କ୍ଷମତା ରଖନ୍ତି । ଭାରତ ସରକାର ଏଭଳି ଯୁବକମାନଙ୍କର ହାତ ଧରିବା ପାଇଁ ପ୍ରତିବଦ୍ଧ ।

ଭାରତୀୟ ଯୁବକଙ୍କର ଦକ୍ଷତା ଶକ୍ତିକୁ ଆମେ ବାଜି ଲଗାଇ ପାରିବା । ‘ଉଦ୍ୟୋଗ ମାଧ୍ୟମରେ ସଶକ୍ତିକରଣ’ରେ ଆମେ ବିଶ୍ୱାସ ରଖୁ, ଯାହା ନବସୃଜନ ଏବଂ ଉଦ୍ୟଗୀତା ମଧ୍ୟରେ ସଠିକ ପର୍ଯ୍ୟାବରଣ ପ୍ରଣାଳୀ ତିଆରି କରୁଛି ଫଳରେ ଆମରି ମାଟି ବୃହତ ବିଚାରବନ୍ତଙ୍କ ଘର ପାଲଟିବ ଏବଂ ଯାହା ମାନବ ସମାଜକୁ  ବଦଳାଇ ପାରିବ ।

2022ରେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରିବ, ଆସନ୍ତା 5 ବର୍ଷ ଯୋଜନା କରିବା ଏବଂ ଲକ୍ଷ୍ୟ ହାସଲ ପାଇଁ ନିର୍ମାଣ କରିବା ପାଇଁ ସୁଯୋଗ ପ୍ରଦାନ କରିବ, ସର୍ବାଙ୍ଗୀନ ବିକାଶ ପାଇଁ ଲମ୍ଫ ପ୍ରଦାନ କରିବାକୁ ସୁଯୋଗ ଦେବ ।

2022ରେ ଏକ ନୂଆ ଭାରତ ନିର୍ମାଣ କରିବା ପାଇଁ ଦୁଇଟି ଲକ୍ଷ୍ୟ ଆର୍ଥିକ ବିକାଶରେ ଅଭିବୃଦ୍ଧି ସହିତ ଏହାର ସୁଫଳରେ ସମସ୍ତେ ସହଭାଗୀ ହୁଅନ୍ତୁ । ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ ଜାତି, ଧର୍ମ, ଲିଙ୍ଗ ଏବଂ ବର୍ଗ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କ ପାଖରେ ସମାନ ସୁଯୋଗ ଏବଂ ନୂତନ ଅଭିବୃଦ୍ଧିର ଉତ୍ସ ପହଂଚିବ ।

ମୋ ସରକାର ପ୍ରତିଦ୍ୱନ୍ଦୀ ଓ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାରେ ବିଶ୍ୱାସ ରଖେ, ଯେଉଁଠାରେ ରାଜ୍ୟମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ହୁଏ । ମୋର ବିଶ୍ୱାସ ଅଛି ଯେ ରାଜ୍ୟଗୁଡି ପରିବର୍ତ୍ତନ ମୁଖ୍ୟ ପରିଚାଳକ ।

ରାଜ୍ୟମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରଭାବିତ କରିବା ପାଇଁ ଆମେ ଅନେକ ଗୁଡିଏ ପଦକ୍ଷେପ ନେଇଛୁ । ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଗଠିତ ଏକ କମିଟି କେନ୍ଦ୍ରୀୟ ପ୍ରାୟୋଜିତ ପରିଯୋଜନା ଗୁଡିକୁ ଯୁକ୍ତିସଙ୍ଗତ କରିବା ପାଇଁ ସୁପାରିଶ କରିଛନ୍ତି । ଆମେ ଏହି ସୁପାରିଶକୁ ଉପଯୁକ୍ତ ତଥା ସଠିକ୍ ଭାବେ ସ୍ୱୀକାର କରିଛୁ ।

ଅର୍ଥନୈତିକ ପ୍ରତିବନ୍ଧକ ସତ୍ତ୍ୱେ, ପୂର୍ବୋତ୍ତର ରାଜ୍ୟଗୁଡିକରେ କେନ୍ଦ୍ର ପ୍ରାୟୋଜିତ ପ୍ରମୁଖ ପରିଯୋଜନା ପାଇଁ 90:10 ଅନୁପାତରେ ସହାୟତା ଜାରି ରହିଛି । ଅନ୍ୟ ଯୋଜନା ପାଇଁ 80:20 ଅନୁପାତରେ ସହାୟତା ଦିଆଯାଉଛି ।

ବନ୍ଧୁଗଣ, ନୂଆ ଭାରତର ଦୃଷ୍ଟିଭଙ୍ଗୀ କେବଳ ସେତେବେଳେ ଅନୁଭବ କରିହେବ ଯେତେବେଳେ ବିକାଶର ଫଳ ସମସ୍ତଙ୍କ ପାଖରେ ପହଞ୍ଚିବ ।

କେନ୍ଦ୍ର ସରକାର ପ୍ରାୟ 115 ଜିଲ୍ଲା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ଯୋଜନା କରିଛି, ଯେଉଁମାନେ କି ବିଭିନ୍ନ ସାମାଜିକ ସଂକେତ ଆଧାରରେ ମୂଲ୍ୟାୟନ ସମୟରେ ଅପେକ୍ଷାକୃତ ଭାବେ ପଛରେ ରହିଯାଇଛନ୍ତି । ଏଥିରେ ମିଜୋରମ ସହିତ ପୂର୍ବୋତ୍ତର ରାଜ୍ୟସମୂହର ପଛୁଆ ଜିଲ୍ଲାଗୁଡିକ ମଧ୍ୟ ଲାଭବାନ ହେବେ ।

ଗତକାଲି ହିଁ, ଆମେ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରିଛୁ ।  ଉତ୍ତର-ପୂର୍ବାଂଚଳ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା ଯାହା ଦୁଇଟି କ୍ଷେତ୍ରର ଭିତ୍ତିଭୂମି ବିକାଶ ନିର୍ମାଣର ବ୍ୟବଧାନକୁ ଦୂର କରିପାରିବ ।

ଗୋଟିଏ କ୍ଷେତ୍ର ଭୌତିକ ଭିତ୍ତିଭୂମି  ଯାହା ଜଳ ଯୋଗାଣ, ଶକ୍ତି, ଯୋଗାଯୋଗ ବିଶେଷକରି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଥିବା ପ୍ରକଳ୍ପ ।

ଅନ୍ୟଟି ସାମାଜିକ କ୍ଷେତ୍ର ଶିକ୍ଷା ଓ ସ୍ୱାସ୍ଥ୍ୟ ସପର୍କୀତ ପ୍ରକଳ୍ପ । ରାଜ୍ୟ ସରକାରଙ୍କ ସହିତ ଉଚିତ ପରାମର୍ଶ କରାଯାଇ ନୂତନ ଯୋଜନାର ରୂପରେକ ପ୍ରସ୍ତୁତ କରାଯାଇଛି । ତଥାପି, ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ଏବେ ଏନଏଲସିପିଆର ଅଧିନରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକୁ 2022 ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ପାଣ୍ଠି ଯୋଗାଇ ଦିଆଯିବ ।

ଏନଏଲସିପିଆର ତୁଳନାରେ ଏହି ନୂତନ ଯୋଜନାରେ 100 ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଯୋଗାଇଦିଆଯିବ, ଯେଉଁଥିରେ ପୂର୍ବରୁ ରାଜ୍ୟ ସରକାର 10 ପ୍ରତିଶତ ଯୋଗଦାନ ଦେଉଥିଲେ ।

ଏହି ନୂତନ ଯୋଜନାରେ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଉତ୍ତର ପୂର୍ବାଂଚଳ ରାଜ୍ୟ ଗୁଡିକୁ  5300 କୋଟି ଟଙ୍କା ଯୋଗାଇ ଦେବେ ।

ସଡ଼କ ଯୋଗାଯୋଗ ଉତ୍ତର ପୂର୍ବାଂଚଳର ବିକାଶ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ । ତେଣୁ ଆମେ ଏହି ଅଂଚଳରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନିବେଶ କରି ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖିଛୁ ।

କେନ୍ଦ୍ର ସରକାର ବିଗତ ତିନି ବର୍ଷ ମଧ୍ୟରେ 3800 କିଲୋମିଟର ଜାତୀୟ ରାଜପଥ ପାଇଁ 32000 କୋଟି ଟଙ୍କା ଅନୁମୋଦନ କରିଛନ୍ତି, ଯେଉଁଥିରୁ 1200 କିଲୋମିଟର ରାସ୍ତା ନିର୍ମାଣ ଅଦ୍ୟାବଧି ଶେଷ ହୋଇ ସାରିଛି ।

କେନ୍ଦ୍ର ସରକାର ଉତ୍ତର-ପୂର୍ବାଂଚଳରେ ବିଶେଷ ଗତିଶୀଳ ସଡକ ବିକାଶ କାର୍ଯ୍ୟକ୍ରମ ଅଧିନରେ 60,000 କୋଟି ଟଙ୍କା ନିବେଶ କରିବେ । ଆଉ ଭାରତମାଳା କାର୍ଯ୍ୟକ୍ରମ ଅଧିନରେ ଉତ୍ତର-ପୂର୍ବାଂଚଳର ଆଗାମୀ ଦୁଇ/ତିନି ବର୍ଷ ମଧ୍ୟରେ  ରାଜପଥ ନେଟୱାର୍କ ନିର୍ମାଣ କରିବା ପାଇଁ 30,000 କୋଟି ଟଙ୍କା ଯୋଗାଇ ଦେବେ । ଉତ୍ତର-ପୂର୍ବାଂଚଳର  ସମସ୍ତ ରାଜ୍ୟଗୁଡିକର ରାଜଧାନୀକୁ ରେଳ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

ଭାରତ ସରକାର 1,48,500 କୋଟି ଟଙ୍କା ବିନିଯୋଗରେ 1385 କିଲୋମିଟରର 15ଟି ନୂତନ ରେଲ ଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛନ୍ତି ।

ଗତ ବର୍ଷ ମିଜୋରାମରେ ରେଳବାଇ ପହଂଚିଲା । ମିଜୋରାମର ଭେରବୀ ସହିତ ଆସାମରୁ ସିଲଚର ରେଳ ଲାଇନ ଯୋଗାଯୋଗର ଉଦ୍ଘାଟନ ହୋଇଥିଲା ।

2014ରେ ଆଇଜଲକୁ ଏକ ନୂତନ ରେଲ ଲାଇନ  ସଂଯୋଗର ମୁଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲି ।

ରାଜ୍ୟ ସରକାରଙ୍କ ସହଯୋଗ କ୍ରମେ, ଆମେ ରାଜ୍ୟ ରାଜଧାନୀ ଆଇଜଲକୁ ବ୍ରଡଗଜ୍ ରେଳ ଲାଇନରେ ସଂଯୋଗ କରିବୁ ।

କେନ୍ଦ୍ର ସରକାର ‘ଏକ୍ଟ ଇଷ୍ଟ ନୀତି’କୁ ଅଗ୍ରାଧିକାର ଦେଉଛନ୍ତି । ଦକ୍ଷିଣ ପୂର୍ବ ଏସିଆକୁ ପ୍ରବେଶ ପଥ ଭାବେ, ମିଜୋରାମ ଏଥିରୁ ଅପ୍ରତ୍ୟାଶିତ ଲାଭ ଉଠାଉଛି । ମିଆଁମାର ଓ ବାଂଲାଦେଶ ସହିତ ବାଣିଜ୍ୟିକ କାରବାର କ୍ଷେତ୍ରରେ ଏହା ପ୍ରମୁଖ ଯାତାୟତ କେନ୍ଦ୍ର ପାଲଟିବ ।

ବିଭିନ୍ନ ଦ୍ୱିପକ୍ଷୀୟ ପ୍ରକଳ୍ପ ବିଭିନ୍ନ ସ୍ତରରେ ଶେଷ ପର୍ଯ୍ୟାୟରେ ପହଂଚିଛି । କଲଦନ୍ ବହୁମୁଖି ପରିବହନ ପ୍ରକଳ୍ପ, ରିହି-ଟେଡିମ ସଡକ ପ୍ରକଳ୍ପ ଏବଂ ସୀମାନ୍ତ ହାଟ ଆଦି ପ୍ରମୁଖ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ ।

ଆର୍ଥିକ ସଂଯୋଗ କ୍ଷେତ୍ରରେ ଏହା ସମସ୍ତ ସମ୍ଭାବନା ବୃଦ୍ଧି କରିବା ସହିତ ଉତ୍ତର-ପର୍ବାଂଚଳର ସାମଗ୍ରିକ ଆର୍ଥିକ ବିକାଶ ପାଇଁ ଯୋଗଦାନ ଦେବ ।

ବନ୍ଧୁଗଣ, ଅଧିକ  ସାକ୍ଷରତା ହାର, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଅଧିକ ସଂଖ୍ୟାରେ ଇଂରାଜୀ କହୁଥିବା ଲୋକଙ୍କ ଯୋଗୁ ମିଜୋରାମକୁ ଏକ ପ୍ରକୃଷ୍ଟ ଆଦର୍ଶ ପର୍ଯ୍ୟଟନ କ୍ଷେତ୍ର କରି ତୋଳିଛି ।

ରାଜ୍ୟରେ ଦୁଃସାହସିକ ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରହିଛି, ସାଂସ୍କୃତିକ ପର୍ଯ୍ୟଟନ, ଇକୋ ଟୁରିଜିମ୍ ବା ପ୍ରକୃତି-ପର୍ଯ୍ୟଟନ, ବନ୍ୟପ୍ରାଣୀ ପର୍ଯ୍ୟଟନ ଏବଂ ଗ୍ରାମୀଣ ଆଧାରରେ ଗୋଷ୍ଠୀ ଭିତ୍ତିକ ପର୍ଯ୍ୟଟନର ଅଦ୍ଭୁତପୂର୍ବ ସୁଯୋଗ ରହିଛି । ଯଦି ଉପଯୁକ୍ତ ଭାବେ ବିକାଶ କରାଯାଏ ତେବେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟଟନ ବୃହତ ସୁଯୋଗ ସୃଷ୍ଟି କରିପାରିବ । ମିଜୋରାମରେ ଦୁଇଟି ପର୍ଯ୍ୟଟନ ପ୍ରକଳ୍ପ ଦୁଃସାହସିକ ପର୍ଯ୍ୟଟନ ଓ ପ୍ରକୃତି-ପର୍ଯ୍ୟଟନ ପାଇଁ ବିଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାର 194 କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର 115 କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ।

ପର୍ଯଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ମିଜୋରାମରେ ବିଭିନ୍ନ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ରକ୍ଷଣାବେକ୍ଷଣ ଓ ଦେଖାରଖା କରିବା ପାଇଁ ସହାୟତା ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମିଜୋରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଆସନ୍ତୁ ସମସ୍ତେ ମିଳିମିଶି କାମ କରିବା ।

ସାଥୀଗଣ, ଆମ ଦେଶର ଏହି ଅଂଶ, ବହୁତ ସହଜରେ ନିଜକୁ କାର୍ବନ ନେଗେଟିଭ୍ ଘୋଷିତ କରି ପାରିବ । ଆମର ସାଥୀ ଭୁଟାନ ଏଭଳି କରି ଦେଖାଇଛି । ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ ହେବ ତ ଉତ୍ତର-ପୂର୍ବର ଆଠଟି ରାଜ୍ୟ କାର୍ବନ ନେଗେଟିଭ (ଅଙ୍ଗାରକ ଶୂନ୍ୟ) ହୋଇ ପାରିବେ । କାର୍ବନ ନେଗେଟିଭ୍ ରାଜ୍ୟଗୁଡ଼ିକର ପରିଚୟ ଦେଶର ଏହି କ୍ଷେତ୍ରକୁ ବିଶ୍ୱ ମାନଚିତ୍ରରେ ଏକ ବଡ଼ ବ୍ରାଣ୍ଡ ହିସାବରେ ସ୍ଥାପିତ କରି ପାରିବ । ସେହିଭଳି ଭାବେ ଯେପରି ସିକ୍କିମ ନିଜକୁ 100 ପ୍ରତିଶତ ଅର୍ଗାନିକ୍ ବା ଜୈବିକ ରାଜ୍ୟ ଘୋଷିତ କରିଛି ।  ସେହିଭଳି ଭାବେ ଉତ୍ତର-ପୂର୍ବର ଅନ୍ୟ ରାଜ୍ୟ ମଧ୍ୟ ଏହି ଦିଗରେ ନିଜର ପ୍ରୟାସକୁ ଆହୁରି ଅଧିକ ଦ୍ରୁତ କରି ପାରିବେ ।

ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ପରମ୍ପରାଗତ କୃଷି ବିକାଶ ଯୋଜନାର ଆରମ୍ଭ କରିଛନ୍ତି ।

ଏହା ମାଧ୍ୟମରେ ସରକାର ସାରା ଦେଶରେ 10 ହଜାରରୁ ଅଧିକ ଜୈବ କ୍ଲଷ୍ଟର୍ସ ବିକଶିତ କରିଛନ୍ତି । ଉତ୍ତର-ପୂର୍ବରେ ମଧ୍ୟ 100 କୃଷକ ଉତ୍ପାଦକ ସଂସ୍ଥା ତିଆରି କରାଯାଇଛି । ଏହା ସହିତ 50ହଜାରରୁ ଅଧିକ କୃଷକଙ୍କୁ ଯୋଡ଼ା ଯାଇ ସାରିଛି । ଏଠାକାର କୃଷକ ଜୈବିକ ଦ୍ରବ୍ୟ ଦିଲ୍ଲୀରେ ବିକ୍ରି କରି ପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସାଥୀଗଣ, 2022ରେ ଆମ ଦେଶ ନିଜର ସ୍ୱତନ୍ତ୍ରତାର 75 ବର୍ଷର ପର୍ବ ପାଳନ କରିବ । ମିଜୋରାମ ଏହି ସଂକଳ୍ପ ନେଇ ପାରିବ କି 2022 ଯାଏଁ ସେ ନିଜକୁ 100 ପ୍ରତିଶତ ଜୈବିକ ଏବଂ ଅଙ୍ଗାରକ ଶୂନ୍ୟ ରାଜ୍ୟ ଭାବେ ବିକଶିତ କରି ନେବ । ମୁଁ ମିଜୋରାମର ଲୋକମାନଙ୍କୁ ଏହି ଭରସା ଦେବାକୁ ଚାହୁଁଛି କି ଏହି ସଂକଳ୍ପରୁ ସିଦ୍ଧିରେ କେନ୍ଦ୍ର ସରକାର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ସହିତ ଠିଆ ହୋଇଛନ୍ତି । ଆମେ ଆପଣଙ୍କର ଛୋଟ-ଛୋଟ ଅସୁବିଧାଗୁଡ଼ିକୁ ବୁଝି, ସେଗୁଡ଼ିକର ସମାଧାନ କରୁଛୁ । ଯେପରି ମୁଁ ଆପଣଙ୍କ ବାଉଁଶର ଉଦାହରଣ ଦେବାକୁ ଚାହିଁବି ।

ବାଉଁଶ, ଯାହାକି ଉତ୍ତର-ପୂର୍ବ ରାଜ୍ୟର ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ହେଉଛି ଜୀବନ ଜୀବିକାର ଉତ୍ସ, ଏକ ବହୁତ ବଡ଼ ସୀମାବଦ୍ଧ ନିୟନ୍ତ୍ରଣ ମଧ୍ୟରେ ରହିଛି । ଅନୁମତି ବିନା ଆପଣ ନିଜ କ୍ଷେତରେ ହୋଇଥିବା ବାଉଁଶକୁ ନା ଆପଣ ପରିବହନ କରି ପାରିବେ ନା ଆପଣ ବିକ୍ରି କରି ପାରିବେ । ଆମ ସରକାର ଏକ ନିର୍ଦ୍ଦଷ୍ଟ ଲକ୍ଷ୍ୟ ନେଇ ଆପଣଙ୍କ କଷ୍ଟକୁ ଲାଘବ କରିବା ପାଇଁ ଏହି ପ୍ରଚଳିତ ନିୟମକୁ ପରିବର୍ତ୍ତନ କରିଛୁ । ବର୍ତ୍ତମାନ କୃଷକ ନିଜ କ୍ଷେତରେ ବାଉଁଶ ଏବଂ ବାଉଁଶଜାତ ପଦାର୍ଥର ଉତ୍ପାଦନ, ପରିବହନ ଏବଂ ବିକ୍ରି କରିବା ପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ । ଏହା ଲକ୍ଷ-ଲକ୍ଷ କୃଷକଙ୍କୁ ଲାଭବାନ କରାଇବ ଏବଂ 2022 ସୁଦ୍ଧା ସେମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସହାୟ ହେବ ।

ମୁଁ ମିଜୋରାମ ଆସିଛି ଆଉ ଫୁଟବଲ’ର କଥା କହିବି ନାହିଁ ଏପରି ହୋଇ ପାରିବ ନାହିଁ । ଏଠାକାର ପ୍ରସିଦ୍ଧ ଖେଳାଳୀ ଜେଜେ ଲଲପେଖଲୁଏ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଉ ମିଜୋରାମରେ ଫୁଟବଲ ତ ଯେପରି ପ୍ରତିଟି ଘରର ହେଉଛି ଅଂଶ । ମୋତେ ଜଣାଯାଇଛି କି ଫିଫାର ପାଇଲଟ ପ୍ରକଳ୍ପ ଏବଂ ଆଇଜଲ ଫୁଟବଲ କ୍ଲବ୍ ସ୍ଥାନୀୟ ପ୍ରତିଭାକୁ ଆହୁରି ମଜବୁତ କରୁଛନ୍ତି ।

ଯେତେବେଳେ ମିଜୋରାମ 2014ରେ ପ୍ରଥମ ଥର ସନ୍ତୋଷ ଟ୍ରଫି ଜିତିଥିଲେ ତ ସମଗ୍ର ଦେଶର ଫୁଟବଲ ପ୍ରେମୀମାନେ ମିଜୋରାମ ପାଇଁ ତାଳି ବଜାଇ ଥିଲେ । ମୁଁ ମିଜୋରାମର ଲୋକମାନଙ୍କୁ ଖେଳର ଦୁନିଆରେ ସେମାନଙ୍କର ଉପଲବ୍ଧି ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଫୁଟବଲ ହେଉଛି ଏକ ଏଭଳି ମୃଦୁ ଶକ୍ତି ଯାହା ବଳରେ ମିଜୋରାମ ସମଗ୍ର ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ପାରିବ ।

ଫୁଟବଲ ହେଉଛି ଏକ ଏଭଳି ମୃଦୁ ଶକ୍ତି ଯାହା ମିଜୋରାମକୁ ଦୁନିଆରେ ପରିଚୟ ଦେଇ ପାରିବ । ମିଜୋରାମରେ ବହୁ ଖେଳାଳୀ ଅଛନ୍ତି ଯେଉଁମାନେ ଦେଶ ଏବଂ ରାଜ୍ୟ ପ୍ରତି ଗୌରବ ଆଣି ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଅଲମ୍ପିକ୍ ଧନୁର୍ଦ୍ଧାରୀ ସି.ରାଲରେସାଙ୍ଗା, ବକ୍ସର ଏମଏସ.ଜେନି ଲାଲରେମଲିଆନି, ଭାରଉତ୍ତୋଳନକାରୀ ଏମଏସ୍.ଲାଲ୍ଛହିମି, ଏବଂ ହକି ଖେଳାଳୀ ଏମଏସ୍.ଲାଲରୁଆଟଫେଲି ।

ମୁଁ ନିଶ୍ଚିତ ଯେ ମିଜୋରାମ ଏଭଳି ଖେଳାଳୀଙ୍କୁ ଆଣିଦେବ ଯେଉଁମାନେ କି ବିଶ୍ୱସ୍ତରରେ ନିଜର ଚମତ୍କାରିତା ଦେଖାଇବେ ।

ସାଥୀଗଣ, ଦୁନିଆରେ ବହୁ ଦେଶର ଅର୍ଥବ୍ୟବସ୍ଥା କେବଳ ଏବଂ କେବଳ ମାତ୍ର କ୍ରୀଡ଼ା ଭରସାରେ ଚାଲୁଛନ୍ତି । ଅଲଗା-ଅଲଗା ପ୍ରକାରର କ୍ରୀଡ଼ା ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କରି ଏଭଳି ଦେଶ ଦୁନିଆ ସାରାର ଲୋକଙ୍କୁ ଆକର୍ଷିତ କରନ୍ତି । ଉତ୍ତର-ପୂର୍ବରେ କ୍ରୀଡ଼ାର ଅପାର କ୍ଷମତାକୁ ଦେଖି କେନ୍ଦ୍ର ସରକାର ଏହି କ୍ଷେତ୍ରରେ, ଇମ୍ଫାଲରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନା ମଧ୍ୟ କରୁଛନ୍ତି ।

କ୍ରୀଡ଼ା ବିଶ୍ୱବିଦ୍ୟାଳୟ ହେବା ପରେ ଏଠାକାର ଯୁବକମାନଙ୍କୁ କ୍ରୀଡ଼ା ଏବଂ ତତସମ୍ପର୍କିତ ପ୍ରତ୍ୟେକ ପ୍ରକାରର ପ୍ରଶିକ୍ଷଣ ନେବାରେ ଆହୁରି ଅଧିକ ସହଜ ହେବ । ଆମର ମଧ୍ୟ ପ୍ରସ୍ତୁତି ହେଉଛି ଏହିଭଳି କି କ୍ରୀଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନକରିବା ପରେ ତାହାର କ୍ୟାମ୍ପସ୍ ଭାରତ ହିଁ ନୁହେଁ ଦୁନିଆର ଅନ୍ୟ ଦେଶରେ ମଧ୍ୟ ଖୋଲା ଯାଉ, ଫଳରେ ଏଠାକାର ଖେଳାଳୀ ଅନ୍ୟ ଦେଶକୁ ଯାଇ କ୍ରୀଡ଼ା ସହିତ ଜଡ଼ିତ ପ୍ରଶିକ୍ଷଣ ନେଇ ପାରିବେ ।

ରଙ୍ଗୀନ ପୋଷାକରେ ଉତ୍ସବମୁଖର ଥିବା ମିଜୋରାମକୁ ମୁଁ ଦେଖୁଛି ଏବଂ ଖ୍ରୀଷ୍ଟମାସ ପର୍ବ ପାଳନ ପାଇଁ ଆଇଜଲ ସଜେଇ ହୋଇଥିବା ଦେଖିପାରୁଛି । ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ମିଜୋରାମର ଲୋକମାନଙ୍କୁ ମେରୀ ଖ୍ରୀଷ୍ଟମାସ ପାଇଁ ଶୁଭେଚ୍ଛା ଜଣାଉଛି ।

ଆପଣମାନଙ୍କୁ ଧନ୍ୟବାଦ ।

ଇନ୍ ବାୟା ଛୁଁଗା କ ଲୋମ ଏ ମଙ୍ଗଛା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
First Deputy PM of Russia Denis Manturov calls on PM Modi
April 02, 2026
First Deputy PM Manturov briefs PM on progress in trade, fertilizers, connectivity and people-to-people ties
PM recalls the successful visit of President Putin to India in December 2025
PM expresses satisfaction at the sustained efforts towards implementation of the Summit outcomes
PM extends warm greetings to President Putin

The First Deputy Prime Minister of the Russian Federation, H.E. Denis Manturov, called on Prime Minister Shri Narendra Modi today.

First Deputy PM Manturov briefed PM on the progress in various areas of mutually beneficial cooperation, including trade and economic partnership, fertilizers, connectivity and people-to-people ties.

PM recalled the successful visit of President Putin to India in December 2025 for the 23rd India-Russia Annual Summit.

He expressed satisfaction at the sustained efforts being made by both sides towards implementation of the outcomes from the Annual Summit, aimed at further strengthening the India- Russia Special and Privileged Strategic Partnership.

PM extended warm greetings to President Putin and said that he looked forward to their continued exchanges.