India is today the world’s fastest growing large economy: PM Modi
Our policies are focussed on improving India’s long term economic and social prospects, rather than on short term headlines: PM
While the global economy is going through a period of uncertainty, India has shown tremendous resilience: PM
Foreign Direct Investment in India was at the highest level in 2015-16, at a time when global FDI has fallen: PM Modi
Hydrocarbons will continue to play an important part in India’s growth: PM Narendra Modi
As a responsible global citizen, India is committed to combating climate change, curbing emissions & ensuring a sustainable future: PM
Energy sustainability, for me, is a sacred duty. It is something India does out of commitment, not out of compulsion: PM Modi
To make India a true investor friendly destination, we have come up with a new Hydrocarbon Exploration and Production Policy, says PM
My message to global hydrocarbon companies is: We invite you to come and Make in India, says PM Modi
Our commitment is strong and our motto is to replace Red Tape with Red Carpet: PM Narendra Modi

ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ,

ବିଦେଶୀ ରାଷ୍ଟ୍ରର ତୈଳ ଓ ବାଷ୍ପ ମନ୍ତ୍ରୀମାନେ,
ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ହାଇଡ୍ରୋକାର୍ବନ କ୍ଷେତ୍ରର ବିଶେଷଜ୍ଞମାନେ

ବିଶିଷ୍ଟ ଅତିଥିଗଣ, ଦେବୀ ଓ ସଜ୍ଜନମାନେ

ଶକ୍ତି ହେଉଛି ଆର୍ଥିକ ବିକାଶର ଏକ ପ୍ରମୁଖ କାରକ । ଆର୍ଥିକ ବିକାଶର ସୁଫଳ ପିରାମିଡର ତଳସ୍ତରରେ ପହଂଚିବା ପାଇଁ ସ୍ଥାୟୀ, ସ୍ଥିର ଓ ଉଚିତ ମୂଲ୍ୟର ଶକ୍ତି ଜରୁରୀ । ହାଇଡ୍ରୋକାର୍ବନ ଆଗାମୀ ବର୍ଷଗୁଡ଼ିକ ଶକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ରୋତ ହୋଇ ରହିବ । ତେଣୁ ଏହି ସମ୍ମିଳନୀର ଶୀର୍ଷକ ‘ହାଇଡ୍ରୋକାର୍ବନ ଇନ୍ଧନର ଭବିଷ୍ୟତ, ବିକଳ୍ପ ଓ ଚାଲେଞ୍ଜ’ ଉଭୟ ଯଥାର୍ଥ ଓ ସମୟୋଚିତ ।

ଭାରତ ଏବେ ବିଶ୍ୱର ସବୁଠୁ ଦ୍ରୁତଗତିରେ ବିକାଶ କରୁଥିବା ଅର୍ଥବ୍ୟବସ୍ଥା । ଏହି ବିକାଶ ବିଭିନ୍ନ ପ୍ରକାରର ନୀତିଗତ ପଦକ୍ଷେପ ଦ୍ୱାରା ସହାୟକ ହୋଇଛି । ଆମର ନୀତି ସ୍ୱଳ୍ପ ଅବଧିର ଚର୍ଚ୍ଚା ପରିବର୍ତ୍ତେ ଭାରତର ଦୀର୍ଘକାଳୀନ ଅର୍ଥବ୍ୟବସ୍ଥା ଓ ସାମାଜିକ ସମ୍ଭାବନା ଉପରେ କେନ୍ଦ୍ରିତ ରହିଛି । ଆମର ପ୍ରୟାସ ଆର୍ଥିକ ଅଭିବୃଦ୍ଧି ଓ ବିକାଶରେ ଦୃଶ୍ୟମାନ ହେଉଛି । ଦ୍ରୁତ ବିକାଶ ବ୍ୟତୀତ, ଆମର ଅର୍ଥବ୍ୟବସ୍ଥା ମଧ୍ୟ ଅନ୍ୟମାନଙ୍କ ତୁଳନାରେ ଅଧିକ ସ୍ଥିର । ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବାବେଳେ ଭାରତ ଏବେ ବିଶ୍ଵ ପାଇଁ ଉଲ୍ଲେଖନୀୟ ଆକର୍ଷଣ ପାଲଟିଛି । ଆମର ଚଳନ୍ତି ଜମା ନିଅଂଟ(CAD)ରେ ଦ୍ରୁତ ସୁଧାର ହେଉଛି । ଏକ ଦଶନ୍ଧି ମଧ୍ୟରେ ଜୁନ୍ ତ୍ରୈମାସିକରେ ଏହା ସବୁଠୁ କମ୍ ରହିଛି । ୨୦୧୫-୧୬ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଭାରତରେ ସର୍ବାଧିକ ରହିଥିଲା, ଯେତେବେଳେ ଆନ୍ତର୍ଜାତିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ହ୍ରାସ ପାଇଥିଲା । ଇଂଟରନ୍ୟାସନାଲ ସେଟେଲମେଂଟ ବ୍ୟାଙ୍କ ଅନୁସାରେ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତରେ ବ୍ୟାଙ୍କିଙ୍ଗ୍ ସଙ୍କଟ ସବୁଠୁ କମ୍ ରହିଛି ।

ଭାରତର ଅର୍ଥବ୍ୟବସ୍ଥା ୨୦୪୦ ମସିହା ସୁଦ୍ଧା ୫ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏକ ଆକଳନ ଅନୁସାରେ ଭାରତ ୨୦୧୩ ଓ ୨୦୪୦ ମଧ୍ୟରେ ବିଶ୍ୱର ଶକ୍ତି ଚାହିଦାର ଏକ ଚତୁର୍ଥାଂଶ ଉପଯୋଗ କରିବାର ଆଶା ରହିଛି । ୨୦୪୦ ମସିହା ବେଳକୁ ସମଗ୍ର ୟୁରୋପ ତୁଳନାରେ ଭାରତ ଅଧିକ ତୈଳ ଉପଯୋଗ କରିବ । ଆମେ ଆଶା କରୁଛୁ ୨୦୨୨ ମସିହା ବେଳକୁ ଏହା ଜିଡିପିର ୨୫ ପ୍ରତିଶତକୁ ଛୁଇଁବ, ଯାହା ଏବେ ୧୬ ପ୍ରତିଶତ ରହିଛି ।

ପରିବହନ ଭିତ୍ତିଭୂମିର ଢାଂଚାକୁ ମଧ୍ୟ ଅନେକଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୩ ନିୟୁତ ବାଣିଜ୍ୟିକ ଯାନ ୨୦୪୦ ସୁଦ୍ଧା ବୃଦ୍ଧି ପାଇ ୫୬ ନିୟୁତ ହୋଇଥିବ । ସେହିପରି ବେସାମରିକ ବିମାନ ଚଳାଚଳରେ ଭାରତ ଏବେ ବିଶ୍ୱର ଅଷ୍ଟମ ବୃହତମ ବଜାର ହୋଇଥିବାବେଳେ ୨୦୩୪ ମସିହା ସୁଦ୍ଧା ବିଶ୍ୱର ତୃତୀୟ ସ୍ଥାନରେ ରହିବ । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତୈଳର ଚାହିଦା ୨୦୪୦ ମସିହା ସୁଦ୍ଧା ୪ଗୁଣ ବୃଦ୍ଧି ପାଇବ । ଏହା ଶକ୍ତି ଚାହିଦାକୁ ପ୍ରଭାବିତ କରିବ ।

ବନ୍ଧୁଗଣ,

ହାଇଡ୍ରୋକାର୍ବନ ଭାରତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲଇବା ଜାରି ରଖିବ । ଏହି ଦ୍ରୁତ ବିକାଶର ସମ୍ଭାବନା ଭାରତର ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ଦେଉଛି । ମୁଁ ଖୁସି ଯେ ଭାରତ ଓ ବିଦେଶରୁ ଅନେକ ସାମିଲ ହେବାକୁ ଏଠାକୁ ଆସିଛନ୍ତି । ମୁଁ ନିଶ୍ଚିତ ଯେ ଆମେ ସମସ୍ତଙ୍କ ଅନୁଭବ ଓ ପରସ୍ପରର ଅଭିଜ୍ଞତାର ଲାଭ ପ୍ରତ୍ୟେକଙ୍କୁ ଫାଇଦା ମିଳିବ । ମୁଁ ଆପଣମାନଙ୍କ ନିକଟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ନିଜର କିଛି ସମ୍ଭାବନାଯୁକ୍ତ ଚିନ୍ତାଧାରାକୁ ଉପସ୍ଥାପିତ କରିବାର ସୁଯୋଗ ପାଇଛି ଏବଂ ଶକ୍ତି ସୁରକ୍ଷାକୁ ହାସଲ କରିବା ଆମ ଲକ୍ଷ୍ୟ ।

ସାଧାରଣତଃ ଶକ୍ତି ଓ ହାଇଡ୍ରୋକାର୍ବନ ହେଉଛି ଭାରତର ଭବିଷ୍ୟତ ପାଇଁ ପ୍ରମୁଖ ଅଂଶ । ଭାରତ ଶକ୍ତି ଚାହୁଁଛି ଯାହା ଗରିବଙ୍କ ପାଇଁ ଉପଯୋଗ ହୋଇପାରିବ । ଶକ୍ତି ଉପଯୋଗରେ ଦକ୍ଷତା ଜରୁରୀ । ସଚେତନ ଆନ୍ତର୍ଜାତିକ ନାଗରିକ ଭାବେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରଦୂଷଣକାରୀ ବାଷ୍ପ ଉତ୍ସର୍ଜନକୁ ରୋକିବା ଓ ସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଆନ୍ତର୍ଜାତିକ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଭାରତ ନିଜର ଶକ୍ତି ସୁରକ୍ଷା ଆବଶ୍ୟକ କରୁଛି । ତେଣୁ ମୋ ଦୃଷ୍ଟିରେ ଭାରତର ଶକ୍ତି ଭବିଷ୍ୟତ ପାଇଁ ୪ଟି ସ୍ତମ୍ଭ ରହିଛି ।

– ଶକ୍ତି ଉପଲବ୍ଧ

– ଶକ୍ତି ସଂଚୟ

-ଶକ୍ତି ସ୍ଥିରତା

-ଶକ୍ତି ସୁରକ୍ଷା

ମୁଁ ଶକ୍ତି ଉପଲବ୍ଧତାରୁ ପ୍ରଥମେ ଆରମ୍ଭ କରୁଛି । ଯେତେବେଳେ ଭାରତର କିଛି ଧନୀ ବ୍ୟକ୍ତି ହାଇବ୍ରିଡ୍ କାର କିଣୁଛନ୍ତି, ସେତେବେଳେ ଭାରତର ଅଧିକାଂଶ ଗରିବ ରୋଷଇ ପାଇଁ ଜାଳେଣି କାଠ କିଣୁଛନ୍ତି । ଜାଳେଣି କାଠ ଉପଯୋଗ ଓ ଅନ୍ୟ ଜୈବ ଇନ୍ଧନରେ ରୋଷେଇ ଗ୍ରାମାଂଚଳ ମହିଳାଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି । ଏହା ସେମାନଙ୍କର ଉତ୍ପାଦିକତାକୁ ମଧ୍ୟ ହ୍ରାସ କରୁଛି । ଆମେ ଉଜ୍ୱଳା କାର୍ଯ୍ୟକ୍ରମ ଆରମ୍ଭ କରି ୫୦ ନିୟୁତ ପରିବାରକୁ ରନ୍ଧନ ଗ୍ୟାସ ଦେଇଛୁ । ଗୋଟିଏ ଝଟ୍କାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର, ଉତ୍ପାଦିକତା ବୃଦ୍ଧି ଓ ନିଗର୍ମନ ହାନିକାରକକୁ ହ୍ରାସ କରିଛି । ଗ୍ୟାସ ସଂଯୋଗ ଯୋଗାଇ ଦେବାକୁ ସରକାର ଗୋଟିଏ ଥର ଖର୍ଚ୍ଚ ବହନ କରୁଛନ୍ତି କିନ୍ତୁ ଖାଉଟିଙ୍କୁ ଗ୍ୟାସର ପୂର୍ଣ୍ଣ ଦର ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ମାତ୍ର ୭ମାସ ମଧ୍ୟରେ ପ୍ରାୟ ୧୦ନିୟୁତ ନୂଆ ସଂଯୋଗ ଯୋଗାଇ ଦିଆଯାଇ ସାରିଛି ।

ସରକାର ଆସନ୍ତା ୫ବର୍ଷ ମଧ୍ୟରେ ୧୦ ନିୟୁତ ପରିବାରକୁ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଜାତୀୟ ଗ୍ୟାସ ଗ୍ରୀଡ୍ ନେଟୱାର୍କକୁ ବର୍ତ୍ତମାନର ୧୫ହଜାର କିମି ପାଇପ ଲାଇନକୁ ୩୦ହଜାର କିମିକୁ ସମ୍ପ୍ରସାରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମେ ପୂର୍ବାଂଚଳରେ ଏକ ନୂଆ ବିକଶିତ ପାଇପ୍ ଲାଇନ୍ ସ୍ଥାପନ କରି ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବୁ । ୨୦୧୮ ମାର୍ଚ୍ଚ ସୁଦ୍ଧା ଭାରତର ସବୁ ଗାଁକୁ ବିଦ୍ୟୁତ ସଂଯୋଗ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଏବେ ମୁଁ ଶକ୍ତି ସଂଚୟକୁ ଆସୁଛି । ଭାରତର ବାଣିଜ୍ୟିକ ପରିବହନ କ୍ଷେତ୍ର ଏବେ ଅଧକ ତୀର୍ଯକ ହେବାରେ ଲାଗିଛି । ଅଧିକାଂଶ ମାଲ ପରିବହନ ସଡ଼କ ମାର୍ଗରେ ହେଉଛି । ଶକ୍ତି ସଂଚୟ ବୃଦ୍ଧି ପାଇଁ ମୋ ସରକାର ରେଳବାଇକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ୨୦୧୪-୧୫ରୁ ୨୦୧୬-୧୭ ମସିହା ମଧ୍ୟରେ ରେଳବାଇ କ୍ଷେତ୍ରରେ ଅଧିକରୁ ଅଧିକ ଶତ ପ୍ରତିଶତ ସାର୍ବଜନୀନ ନିବେଶ କରାଯାଉଛି । ଆମେ ଏବେ ସମର୍ପିତ ପରିବହନ କରିଡର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଯାଉଛି । ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଦ୍ରୁତଗାମୀ ରେଲ କରିଡର ନିର୍ମାଣ କରିଛୁ । ଯାହା ବାୟୁ ପଥରେ ପରିବହନ ତୁଳନାରେ ଅଧିକ ଶକ୍ତି କୁଶଳ ହେବ । ଆମେ ଜଳପଥରୁ ଅଧିକ ଆଶା ରଖିଛୁ । ଯାହା ଉଭୟ ଜଳପଥ ଓ ଉପକୂଳରେ । ଆମର ସାଗରମାଳା ପ୍ରକଳ୍ପ ସମଗ୍ର ଭାରତର ଉପକୂଳକୁ ସଂଯୋଗ କରିବ । ଏହା ମଧ୍ୟ ବୃହତ୍ ନଦୀରେ ନୂଆ ଜଳପଥରେ ଜାହାଜ ଚଳାଚଳ ମାର୍ଗ ଖୋଲିବ । ଏସବୁ ପଦକ୍ଷେପ ଦ୍ୱାରା ଶକ୍ତି ସଂଚୟକୁ ସୁଧାର କରାଇବ । ଦୀର୍ଘ ପ୍ରତୀକ୍ଷିତ ଜାତୀୟ ଜିଏସଟି ବିଲ୍ ଗୃହୀତ ହୋଇଛି । ରାଜ୍ୟର ସୀମାଗୁଡ଼ିକ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଦୂର କରିବାରେ ଜିଏସଟି ଦ୍ୱାରା ପରିବହନକୁ ତ୍ୱରାନ୍ୱିତ ଓ ଶକ୍ତି ସଂଚୟକୁ ବୃଦ୍ଧି କରିବ ।

ବିକାଶଶୀଳ ରାଷ୍ଟ୍ରର ତୈଳ ମନ୍ତ୍ରୀମାନେ ଶକ୍ତିର ଦର ନିର୍ଦ୍ଧାରଣର ସମ୍ବେଦନଶୀଳତା ଜାଣନ୍ତି । ଏହା ସତ୍ତ୍ୱେ ଆମେ ପେଟ୍ରୋଲ ଓ ଡିଜେଲ ଦରକୁ ନିୟନ୍ତ୍ରଣମୁକ୍ତ କରିଛୁ । ରୋଷଇ ଗ୍ୟାସ ଦର ମଧ୍ୟ ବଜାର ଦ୍ୱାରା ନିର୍ଦ୍ଧାରିତ ହେଉଛି । ମଧ୍ୟବିତ୍ତ ଓ ଦୁର୍ବଳ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ସବସିଡି ଅର୍ଥ ସିଧାସଳଖ ୧୬୯ ନିୟୁତ ଲୋକଙ୍କ ବ୍ୟାଙ୍କ ଏକାଉଂଟକୁ ଯାଉଛି । ଏହା ରୋଷଇ ଗ୍ୟାସ୍ ସବସିଡିର ବାଟମାରଣା ଓ ଦୂରୁପଯୋଗକୁ ମୂଳପୋଛ କରିବାରରେ ସକ୍ଷମ ହୋଇଛି । ଏହି ସବୁ ପଦକ୍ଷେପ ଦ୍ୱାରା ଶକ୍ତି ସଂଚୟ ବୃଦ୍ଧି ହୋଇଛି ।

ଶକ୍ତି ସ୍ଥିରତା ହେଉଛି ମୋ’ ପାଇଁ ଏକ ପବିତ୍ର କର୍ତ୍ତବ୍ୟ । ଏହା ଏମିତି କିଛି ଯେଉଁଥିରୁ ଭାରତ, ପ୍ରତିବଦ୍ଧତାରୁ ବାହାରକୁ ଆସିବ ନା କି ବାଧ୍ୟବାଧକତାରୁ । ଭାରତ ଆସନ୍ତା ୧୫ବର୍ଷ ମଧ୍ୟରେ ନିଜର ୨୦୦୫ର ସ୍ତରଠାରୁ ନିଜର ମୋଟ ଜିଡିପିର ୩୩ ପ୍ରତିଶତ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସ କରିବାରେ ନିଜେ ପ୍ରତିବଦ୍ଧତା ଦେଖାଇଛି । ଆମର ସ୍ୱଳ୍ପ ମୁଣ୍ଡପିଛା ଶକ୍ତି ଉପଯୋଗ ସତ୍ତ୍ୱେ ଆମେ ଏହା କରିଛୁ । ୨୦୩୦ ମସିହା ସୁଦ୍ଧା ଆମେ ୪୦ ପ୍ରତିଶତ ଶକ୍ତି ଅଣ-ଜୀବାଶ୍ମ ଉତ୍ସରୁ ଉତ୍ପାଦନ ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୨୨ ମସିହା ସୁଦ୍ଧା ୧୭୫ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର ବ୍ୟାପକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଆମର ପ୍ରୟାସକୁ ଧନ୍ୟବାଦ ଯେ ଦକ୍ଷତା ବୃଦ୍ଧି ହୋଇଛି ଓ ଅକ୍ଷୟ ଶକ୍ତିର ଦର ମଧ୍ୟ କମିଛି । ଏଲଇଡି ଆଲୋକ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଛୁ ।
ସିଏନଜି, ଏଲପିଜି ଓ ଜୈବ ଇନ୍ଧନ ହେଉଛି ପରିବହନ କ୍ଷେତ୍ର ପାଇଁ ସ୍ୱଚ୍ଛ ଇନ୍ଧନ । ଆମେ ଟାଙ୍ଗରା ଭୂଇଁରୁ ଜୈବଡିଜେଲ୍ ଉତ୍ପାଦନର ବିକଳ୍ପକୁ ଅନ୍ୱେଷଣ କରିବାର ଆବଶ୍ୟକତା ରହିଛି । ଯାହାକି ଚାଷୀଙ୍କୁ ଆର୍ଥିକ ସହାୟତା ଦେଇପାରିବ । ଗବେଷଣା ଓ ବିକାଶ, ଦ୍ୱିତୀୟ ଓ ତୃତୀୟ ପୀଢ଼ିର ଜୈବ ଇନ୍ଧନ ଏବଂ ଇନ୍ଧନ କୋଷିକା ସଂକ୍ରାନ୍ତ ଦେଶର ଶକ୍ତି ଚାଲେଞ୍ଜକୁ ମୁକାବିଲା କରିବା ଏବେ ଜରୁରୀ ହୋଇପଡିଛି ।

ଏବେ ମୁଁ ଶକ୍ତି ସୁରକ୍ଷାକୁ ଆସୁଛି । ଆମକୁ ନିଜର ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନ ବୃଦ୍ଧି ଓ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡ଼ିବ । ୨୦୨୨ ସୁଦ୍ଧା ଆମଦାନୀ ନିର୍ଭରଶୀଳକୁ ୧୦ ପ୍ରତିଶତ ହ୍ରାସ କରିବାକୁ ମୁଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏହା ତୈଳ ଉପଯୋଗ ବୃଦ୍ଧି ଅବଧିରେ ହିଁ ହାସଲ କରିବାକୁ ପଡ଼ିବ ।

ଘରୋଇ ହାଇଡ୍ରୋକାର୍ବନ ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ଆମ ପାଖରେ ଦୃଢ଼, ନିବେଶ ଅନୁକୂଳ ଫ୍ରେମୱାର୍କ ନୀତି ରହିଛି । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଭାରତ ନୂଆ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ଆରମ୍ଭ କରିଥିଲା । ଶତପ୍ରତିଶତ ଏଫଡିଆଇକୁ ଅନୁମତି ଦେଇଥିଲା ଓ ଘରୋଇ ନିବେଶକଙ୍କୁ ଭାରତର ଅପଷ୍ଟ୍ରିମ ସେକ୍ଟରରେ ନିବେଶ ଓ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥିଲା । ଅବଶ୍ୟ ଅନେକ କାରଣରୁ ଏହା ଭାରତର ଘରୋଇ ତୈଳ ଓ ଗ୍ୟାସ୍ ଉତ୍ପାଦନ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପକାଇଥିଲା ।

ଭାରତକୁ ବାସ୍ତବରେ ନିବେଶକ ଅନୁକୂଳ ସ୍ଥାନ କରିବା ପାଇଁ ଆମେ ନୂଆ ହାଇଡ୍ରୋକାର୍ବନ ଅନ୍ୱେଷଣ ଓ ଉତ୍ପାଦନ ନୀତି ଆଣିଛୁ । ଯାହାକି ସବୁ ପ୍ରକାରର ହାଇଡ୍ରୋକାର୍ବନ ସମେତ ତୈଳ, ଗ୍ୟାସ ଓ କୋଇଲା ଆଧାରିତ ମିଥେନ୍ ଗ୍ୟାସ ଅନ୍ୱେଷଣ ଓ ଉତ୍ପାଦନ ପାଇଁ ଏକକ ଲାଇସେନ୍ସ ପ୍ରଦାନ କରିବ ।

– ଉନ୍ମୁକ୍ତ କ୍ଷେତ୍ରଫଳ ନୀତି ଦ୍ୱାରା ନିଲାମଧାରୀ ଚାହୁଁଥିବା ଅଂଚଳରେ ଅନ୍ୱେଷଣ କରିପାରିବେ ।

– ଲାଭ ଭାଗିଦାରୀ ପରିବର୍ତ୍ତେ ରାଜସ୍ୱ ଭାଗିଦାରୀ ମଡେଲ୍ ମାଧ୍ୟମରେ ବିବାଦର ସମ୍ଭାବନାକୁ ହ୍ରାସ

– ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନର ବଜାର ଓ ଦର ନିର୍ଦ୍ଧାରଣର ସ୍ୱାଧୀନତା

ଗତବର୍ଷ ଆମେ ନୂଆ ସୀମାନ୍ତ କ୍ଷେତ୍ର ନୀତି ଘୋଷଣା କରିଥିଲୁ । ଏହି ନୀତି ଆଧାରରେ ୬୭ଟି କ୍ଷେତ୍ରକୁ ନିଲାମ ପାଇଁ ଡକାଯାଇଥିଲା । ଏକାଠି ଏହି ସମସ୍ତ ୬୭ଟି କ୍ଷେତ୍ରରେ ତୈଳଯୁକ୍ତ ତୈଳ ସହ ସମାନ ଭଣ୍ଡାର ଗ୍ୟାସର ପରିମାଣ ୮୯ନିୟୁତ ମେଟ୍ରିକ୍ ଟନ୍ ଆକଳନ କରାଯାଇଥିଲା । ଏହି ଆକଳିତ ଭଣ୍ଡାରରୁ ୩୦ ନିୟୁତ ମେଟ୍ରିକ ଟନ୍ ଗ୍ୟାସର ଅର୍ଡର ରହିଛି । ମୁଁ ଭାବୁଛି ଅନେକ ବିଶ୍ୱସ୍ତରୀୟ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗ ନେଇଥିବାରୁ ଏକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି ।

ସବୁ ପ୍ରକାରର ନିବେଶକଙ୍କପାଇଁ ଏହି କ୍ଷେତ୍ର ପ୍ରସ୍ତୁତ କରି ଆମେ ଡାଉନଷ୍ଟ୍ରିମ କ୍ଷେତ୍ର ଏବେ ଅଧିକ ଉନ୍ମୁକ୍ତ କରିଛୁ । ଯାହାର ପରିଣାମସ୍ୱରୂପ ଆମର ବିପଣନ କମ୍ପାନୀଗୁଡ଼ିକ ମଧ୍ୟରେ ଦକ୍ଷତା ଓ ପ୍ରଭାବ ପାଇଁ ଅଧିକ ପ୍ରତିଯୋଗିତା ସୃଷ୍ଟି ହେବ ।

ଆମର ସକ୍ରିୟ ବିଦେଶ ନୀତି ଓ ଶକ୍ତି କୂଟନୀତି ଆମକୁ ପଡୋଶୀ ରାଷ୍ଟ୍ର ସହ ସମ୍ପର୍କ ସୁଦୃଢ଼ କରିବାରେ ସହାୟକ ହୋଇଛି । ମୁଁ ଆଶା କରୁଛି ଆମର ତୈଳ ଓ ଗ୍ୟାସ କ୍ଷେତ୍ରର କମ୍ପାନୀଗୁଡ଼ିକ ଅଧିକ ତୈଳ ଅନ୍ୱେଷଣ ପାଇଁ ବିଦେଶୀ ପ୍ରତିପକ୍ଷଙ୍କ ସହ ସମ୍ବନ୍ଧ ସ୍ଥାପନ କରିବେ । ନିକଟରେ ଋଷିଆରେ ୫.୬ ବିଲିୟନ୍ ଡଲାର ନିବେଶ କରି ୧୫ ନିୟୁତ ଟନର ତୈଳ ସହ ସମାନ ସେୟାର ହାଇଡ୍ରୋକାର୍ବନ କ୍ଷେତ୍ରରେ ଅଧିଗ୍ରହଣ କରାଯାଇଛି । ଏହା ହେଉଛି ଗୋଟିଏ ଉଦାହରଣ । ଭାରତୀୟ ଶକ୍ତି କମ୍ପାନୀଗୁଡ଼ିକ ବହୁରାଷ୍ଟ୍ରୀୟ ହେବା ଉଚିତ୍ । ଭାରତ-ମଧ୍ୟପ୍ରାଚ୍ୟ, ଭାରତ-କେନ୍ଦ୍ର ଏସିଆ ଓ ଭାରତ-ଦକ୍ଷିଣ ଏସିଆ ଶକ୍ତି କରିଡର ଦିଗରେ କାର୍ଯ୍ୟ କରିବା ଉଚିତ୍ ।

ପ୍ରାକୃତିକ ଗ୍ୟାସ ହେଉଛି ଜୀବାଶ୍ମ ଇନ୍ଧନର ପରବର୍ତ୍ତୀ ପୀଢ଼ି- ଯାହା ଶସ୍ତା ଓ କମ୍ ପ୍ରଦୂଷିତ । ଆମେ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା ଆଡକୁ ମୁହାଁଇବା ଉପରେ ପ୍ରାଥମିକତା ଦେଉଛୁ । ଘରୋଇ ଚାହିଦା ବୃଦ୍ଧିକୁ ପୂରଣ କରିବା ନିମନ୍ତେ ଆମଦାନୀ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯିବାବେଳେ ଆମକୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ ନିଶ୍ଚିତ ଭାବେ କରିବାକୁ ପଡ଼ିବ । ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧିରେ ପ୍ରାକୃତିକ ଗ୍ୟାସ ମଧ୍ୟ ପ୍ରମୁଖ ସନ୍ତୁଳନ ଭୂମିକା ତୁଲାଉଛି । ସନ୍ତୁଳନ ଓ ଶକ୍ତି ବୃଦ୍ଧି ପାଇଁ ଗ୍ୟାସ୍ ଆଧାରିତ ଶକ୍ତି ଅଧିକ କଷ୍ଟକର ।

ବନ୍ଧୁଗଣ,

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ପ୍ରକଳ୍ପ ଓ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଧିକ ଦକ୍ଷ ହେବାକୁ ପଡ଼ିବ । ଏହି କ୍ଷେତ୍ରରେ ଭାରତକୁ ପ୍ରତିଯୋଗିତାରେ ରହିବାକୁ ହେଲେ ସଂସ୍କାରର ଆବଶ୍ୟକତା ରହିଛି । ଏହା ନା କେଳବ ଆମର ବିଶୋଧନ ଓ ପ୍ରକ୍ରିୟାକରଣ ଦକ୍ଷତାରେ ସୁଧାର ଆଣିବ ବରଂ ନିର୍ଦ୍ଧାରିତ ଓ ପ୍ରଭାବୀ ଢଙ୍ଗରେ ପ୍ରକଳ୍ପ ସମ୍ପୂର୍ଣ୍ଣକରଣକୁ ସୁନିଶ୍ଚିତ କରାଇବ ।

ଭାରତ ସର୍ବଦା ଅନ୍ୟମାନଙ୍କ ପାଇଁ ବୌଦ୍ଧିକ ଦକ୍ଷତା ଓ ଉଦ୍ୟୋଗ ମାମଲାରେ ଏକ ପ୍ରେରଣାର ସ୍ରୋତ ରହିଛି । ମୋର ବିଶ୍ୱାସ ଅଛି ଯେ ‘ମେକ୍ ଇନ୍ ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଓ ‘ଷ୍ଟାଣ୍ଡ ଅପ୍ ଇଣ୍ଡିଆ’ ପ୍ରୟାସ ଦ୍ୱାରା ଭାରତୀୟ ତୈଳ ଓ ଗ୍ୟାସ କ୍ଷେତ୍ରରେ ନୂଆ ଚିନ୍ତାଧାରା ସହ ଯୁବବର୍ଗଙ୍କୁ ଉଦ୍ୟୋଗ ପାଇଁ ସୁଯୋଗ ମିଳିବ । ବିଶୋଧନ, ନାନୋ, ଉତପ୍ରେରକ ବିକାଶ, ଜୈବ ଇନ୍ଧନ ଓ ବିକଳ୍ପ ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତବିଦ୍ୟା ବିକାଶ ଉପରେ ଆମକୁ ଧ୍ୟାନକେନ୍ଦ୍ରିତ କରିବାର ଅଛି । ସଫଳ ବିକାଶ ହେଉଛି ଇଣ୍ଡିଆନ ଅଏଲ୍ ଦ୍ୱାରା ଇଣ୍ଡମ୍ୟାକ୍ସ ଟୋକ୍ନୋଲୋଜି, ଯାହା ଉଦ୍ଭାବନର ଏକ ବଳିଷ୍ଠ ଉଦାହରଣ ଏବଂ ଏବେ ବ୍ୟବସାୟିକ କାର୍ଯ୍ୟରେ ଉପଯୋଗ ହେଉଛି ।

ମୋର ସନ୍ଦେଶ ଆନ୍ତର୍ଜାତିକ ହାଇଡ୍ରୋକାର୍ବନ କମ୍ପାନୀ ପାଇଁ ହେଉଛି – ଆମେ ଆସିବା ପାଇଁ ଆମନ୍ତ୍ରଣ କରୁଛୁ ଓ ଭାରତ ନିର୍ମାଣ ପାଇଁ । ଇଜ ଅଫ ଡୁଇଙ୍ଗ୍ ବିଜିନେସରେ ଭାରତର ରେଙ୍କିଙ୍ଗ୍ ସୁଧାର ପାଇଁ ଆମେ ନିରନ୍ତର ପ୍ରୟାସ କରୁଛୁ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ନାଲିଫିତା ପରିବର୍ତ୍ତେ ନାଲି କାର୍ପେଟ୍ ହେଉଛି ଆମର ଦୃଢ଼ ଅଙ୍ଗୀକାରବଦ୍ଧତା ଓ ଆମର ଆଦର୍ଶ ।

ବନ୍ଧୁଗଣ,

ଗୋଟିଏ ପଟେ, ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ ପାଇଁ ଆମକୁ ଶକ୍ତିର ଶସ୍ତା, ବିଶ୍ୱସନୀୟ ସ୍ରୋତର ଆବଶ୍ୟକତା ରହିଛି । ହାଇଡ୍ରୋକାର୍ବନ ହେଉଛି ଏହି ମିଶ୍ରଣର ଅନିବାର୍ଯ୍ୟ ଅଂଶ । ଅନ୍ୟପଟେ ଆମକୁ ଆମର ପରିବେଶ ପ୍ରତି ସମ୍ବେଦନ ରହିବାକୁ ପଡ଼ିବ । ମୁଁ ନିଶ୍ଚିତ ଯେ ଏହି ସୁନ୍ଦର ସଭାରୁ ନୂଆ ଚିନ୍ତାଧାରା ସହ ଯିବେ, ଯାହା ହାଇଡ୍ରୋକାର୍ବନକୁ ଭବିଷ୍ୟତରେ ଇନ୍ଧନ ଭାବେ ଅଧିକ ପ୍ରଭାବୀ ଓ ସ୍ଥାୟୀ କରାଇବ ।

ମୁଁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଭାରତର ଶକ୍ତି କ୍ଷେତ୍ରରେ ଏହି ପରିବର୍ତ୍ତନର ଏକ ଅଂଶବିଶେଷ ହୋଇଥିବାରୁ ତଥା ଏଠି ଉପସ୍ଥିତ ଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost for India! IMF raises GDP growth forecast to 6.5% for FY27 despite Middle East conflict; lower US tariffs to benefit economy

Media Coverage

Boost for India! IMF raises GDP growth forecast to 6.5% for FY27 despite Middle East conflict; lower US tariffs to benefit economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Himachal Pradesh on Himachal Diwas
April 15, 2026

The Prime Minister, Shri Narendra Modi, has extended greetings to the people of Himachal Pradesh on the occasion of Himachal Diwas.

The Prime Minister said that this sacred Devbhoomi has a special identity due to its rich traditions, unique cultural heritage and the diligence, sense of duty and humility of its people.

On this auspicious occasion, the Prime Minister wished for a bright future for all families of the state.

The Prime Minister wrote on X;

“समस्त हिमाचलवासियों को हिमाचल दिवस की हार्दिक शुभकामनाएं। यह पावन देवभूमि अपनी समृद्ध परंपराओं, अनुपम सांस्कृतिक धरोहर और यहां के लोगों की कर्मठता, कर्तव्यनिष्ठा और विनम्रता के कारण विशेष पहचान रखती है। इस पुनीत अवसर पर मैं प्रदेश के सभी परिवारजनों के उज्ज्वल भविष्य की कामना करता हूं।”