Film and society are a reflection of each other: PM Modi
New India is confident and capable of taking issues head on and resolving them: PM Modi
Indian Cinema has a big role in enhancing India’s soft power: PM Modi

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟକୁଉଦ୍ଘାଟନ କରିଥିଲେ ।

ଏହି ଅବସରରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି. ବିଦ୍ୟାସାଗର ରାଓ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣଲ ରାଜ୍ୟବର୍ଦ୍ଧନ ରାଠୋର ଏବଂ ଅନ୍ୟ ବିଶିଷ୍ଟବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ଯୁବ ପିଢ଼ିଙ୍କୁ ଭାରତୀୟ ସିନେମାକୁ ବୁଝିବା ଏବଂ ସେ ବିଷୟରେ ଜାଣିବା ଲାଗି ସୁଯୋଗ ପ୍ରଦାନ କରିବ । ସେ କହିଥିଲେ ଯେ ସଂଗ୍ରହାଳୟରେ ବିଭିନ୍ନ ଚଳଚ୍ଚିତ୍ର ବ୍ୟକ୍ତିବିଶେଷଙ୍କ ସଂଘର୍ଷର କାହାଣୀ ସହିତ ଭାରତୀୟ ମନୋରଞ୍ଜନ ଜଗତର ଇତିହାସି ବିଷୟରେ ବିସ୍ତୃତ ସୂଚନା ରହିବ ।

ଚଳଚ୍ଚିତ୍ର ଏବଂ ସମାଜକୁ ପରସ୍ପରର ପ୍ରତିବିମ୍ବ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜରେ ଯାହାକିଛି ଘଟିଥାଏ ତା’ର ଝଲକ ପରଦାରେ ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଥାଏ । ଚଳଚ୍ଚିତ୍ରର ଛବି ସମାଜର ଆଇନାରେ ଦେଖିବାକୁ ମିଳିଥାଏ ।

ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ ହେଉଛି ଯାହା ସମସ୍ୟା ଏବଂ ସମାଧାନ ଉଭୟକୁ ଦର୍ଶାଉଛି, ଯାହା ପୂର୍ବର ସେହି ବର୍ଷଗୁଡ଼ିକର ତୁଳନାରେ ସକାରାତ୍ମକ ସଂକେତ ଦେଉଛି, ଯେତେବେଳେ ଚଳଚ୍ଚିତ୍ରରେ କେବଳ ଅସହାୟତା ପ୍ରଦର୍ଶିତ କରାଯାଉଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିଶ୍ୱାସ ଅଛି ଯେ ସେ କେବଳ ନିଜ ସାମ୍ନାରେ ଥିବା ସମସ୍ୟାଗୁଡ଼ିକର ନିଜେ ହିଁ ସମାଧାନ କରିଦେବ । ଏହା ନୂତନ ଭାରତର ଲକ୍ଷ୍ୟଣ, ଯିଏ ସମସ୍ୟାଗୁଡ଼ିକର ମୁକାବିଲା କରିବା ଏବଂ ସେଗୁଡ଼ିକର ସମାଧାନ କରିବା ଲାଗି ସକ୍ଷମ ଏବଂ ସମର୍ଥ ।

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଭାରତୀୟ ସିନେମାର ବୈଶ୍ୱିକ ପ୍ରସାରକୁ ଉଜାଗର କରିଥିଲେ । ଏ ସନ୍ଦର୍ଭରେ ସେ ବିଶ୍ୱର ସେହି ବିଭିନ୍ନ ନେତାମାନଙ୍କ ସହିତ ହୋଇଥିବା ଆଲୋଚନାର ଉଲ୍ଲେଖ କରିଥିଲେ ଯେଉଁମାନେ ଏପରିକି ଭାରତୀୟ ଚଳଚ୍ଚିତ୍ରର ଗୀତ ମଧ୍ୟ ଗାଇପାରୁଥିଲେ ।

ସେ ଏପରି ଚରିତ୍ରର ନିର୍ମାଣ କରିବା ଲାଗି ଚଳଚ୍ଚିତ୍ର ଜଗତକୁ ଶୁଭାକାମନା ଜଣାଇଥିଲେ ଯେଉଁ ଚରିତ୍ର ଯୁବପିଢ଼ିଙ୍କ କଳ୍ପନାକୁ ନିଜ ଭିତରେ ସମାହିତ କରିପାରୁଥିବ । ଏପରି ଚରିତ୍ରଗୁଡ଼ିକର ବୈଶ୍ୱିକ ଅପିଲ କାରଣରୁ ଭାରତୀୟ ଯୁବକମାନେ ଏବେ କେବଳ ବ୍ୟାଟମ୍ୟାନଙ୍କ ପ୍ରଶଂସକ ନୁହନ୍ତି, ବରଂ ବାହୁବଳୀକୁ ମଧ୍ୟ ଦେଖିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସଫ୍ଟ ପାୱାର, ଏହାର ବିଶ୍ୱସନୀୟତାକୁ ବଢ଼ାଇବା ଏବଂ ସାରା ବିଶ୍ୱରେ ବ୍ରାଣ୍ଡ ଇଣ୍ଡିଆର ନିର୍ମାଣରେ ଭାରତୀୟ ଚଳଚ୍ଚିତ୍ରର ଏକ ବଡ଼ ଭୂମିକା ରହିଛି । ସେ କହିଥିଲେ ଯେ ଚଳଚ୍ଚିତ୍ର ଜରିଆରେ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଯଥା ସ୍ୱଚ୍ଛତା, ମହିଳା ସଶକ୍ତିକରଣ, କ୍ରିଡ଼ା ଆଦି ଲୋକମାନଙ୍କ ନିକଟରେ ପହଁଚିପାରୁଛି । ସିନେମା ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ଼ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନରେ ଯୋଗଦାନ ଦେବାରେ ଚଳଚ୍ଚିତ୍ର ଉଦ୍ୟୋଗରେ ବ୍ୟାପକ ସମ୍ଭାବନା ରହିଛି ।

ସେ କହିଥିଲେ ଯେ ଦେଶର ବିଭିନ୍ନ ଭାଗରେ ଚଳଚ୍ଚିତ୍ରର ସୁଟିଂକୁ ଅନୁମତି ଦେବା ଲାଗି ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରଣାଳୀ ଆଣିବା ଲାଗି “ଇଜ ଅଫ ଫିଲ୍ମିଂ”ର ସୁବିଧା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଚଳଚ୍ଚିତ୍ର ପାଏରେସି ସମସ୍ୟା ଉପରେ ଅଂକୁଶ ଲଗାଇବା ପାଇଁ ସିନେମାଟୋଗ୍ରାଫ ଆଇନ 1952ରେ ସଂଶୋଧନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari