PM Modi inagurates Kiran Multi-Speciality Hospital in Surat, Gujarat
Poor must have access to quality and affordable healthcare, says PM Modi
Swachh Bharat Abhiyan is linked to efforts towards a healthier India: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରତଠାରେ କିରଣ ମଲ୍ଟି ସ୍ପେସାଲିଟି ହସପିଟାଲ୍ ଓ ହରେ କ୍ରିଷ୍ଣା ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ହୀରା ପ୍ରସ୍ତୁତି କେନ୍ଦ୍ର ଉଦ୍ଘାଟନ କରିଛନ୍ତି । 

 

ଏହି ଅବସରରେ ହସପିଟାଲ୍ ନିର୍ମାଣ ପଛରେ ରହିଥିବା ସାଧୁ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏଠାରେ ଥିବା ଅତ୍ୟାଧୁନିକ ସୁବିଧା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଗରିବ ଲୋକମାନେ ଯେପରି ଉନ୍ନତ ଏବଂ ସୁଲଭ ଚିକିତ୍ସା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଏହି ଅବସରରେ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର ଔଷଧ, ସ୍ୱାସ୍ଥ୍ୟ ସେବା ସାମଗ୍ରୀର ମୂଲ୍ୟ ହ୍ରାସ ଦିଗରେ ବିଭିନ୍ନ ପଦକ୍ଷେପ ନେଇଥିବା ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଏବଂ ମଧ୍ୟବର୍ଗର ଲୋକମାନଙ୍କୁ ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସେ ପ୍ରତିଶ୍ରୁତିବଦ୍ଧ । ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଏକ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରତ ହୀରା ଉଦ୍ୟୋଗ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ଆମକୁ ସମଗ୍ର ରତ୍ନ ଏବଂ ହୀରା ବଜାର ଉପରେ ଦୃଷ୍ଟି ଦେବାକୁ ପଡ଼ିବ । ସେ କହିଥିଲେ ଯେ ରତ୍ନ ଏବଂ ଅଳଙ୍କାର କ୍ଷେତ୍ରରେ କେବଳ ‘ମେକ୍ ଇନ୍ ଇଣ୍ଡିଆ’ ନୁହେଁ ‘ଡିଜାଇନ୍ ଇନ୍ ଇଣ୍ଡିଆ’ ଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi