Dr. Kalam reflected the simplicity, depth and calmness of Rameswaram: PM
Transformation in the ports and logistics sectors can contribute immensely to India's growth: PM Modi
Dr. Kalam inspired the youth of India: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମେଶ୍ୱରମଠାରେ ଡଃ.ଏପିଜେ ଅବଦୁଲ କଲାମ ସ୍ମାରକୀ ସ୍ଥଳର ଉଦ୍ଘାଟନ କରିଛନ୍ତି । ଶ୍ରୀ ମୋଦୀ ଡ.କଲାମଙ୍କ ପ୍ରତିମୂର୍ତି ଅନାବରଣ କରିଥିଲେ ଏବଂ କଲାମସ୍ଥଳୀରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଡଃ.କଲାମଙ୍କ ପରିବାର ସଦସ୍ୟମାନଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ସଂକ୍ଷିପ୍ତ ଭାବେ ସାକ୍ଷାତ-ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କଲାମ ସନ୍ଦେଶ ବାହିନୀ ନାମକ ଏକ ପ୍ରଦର୍ଶନୀ ବସ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ବସ ଦେଶର ବିଭିନ୍ନ ରାଜ୍ୟକୁ ଯାତ୍ରା କରି ପୂର୍ବତନ ରାଷ୍ଟ୍ରପତିଙ୍କ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର 15 ତାରିଖରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ ପହଂଚିବ ।

ଏକ ବିଶାଳ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନୀଳ ବିପ୍ଳବ ଯୋଜନା ଅନ୍ତର୍ଗତ ବଛାଯାଇଥିବା ଟ୍ରଲର ହିତାଧିକାରୀମାନଙ୍କୁ ଅନୁମତିପତ୍ର ବିତରଣ କରିଥିଲେ ।
ସେ ଭିଡିଓ କନଫେରେନ୍ସିଂ ଜରିଆରେ ରାମେଶ୍ୱରମରୁ ଅଯୋଧ୍ୟା ମଧ୍ୟରେ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ – ଶ୍ରଦ୍ଧାସେତୁର ଶୁଭାରମ୍ଭ କରିଥିଲେ । ସେ ଗ୍ରୀନ୍ ରାମେଶ୍ୱରମ ପରିଯୋଜନାର ସଂକ୍ଷିପ୍ତ ରୁପରେଖ ମଧ୍ୟ ଜାରି କରିଥିଲେ ଏବଂ ଜାତୀୟ ରାଜପଥ-87ରେ ମୁକୁନ୍ଦାୟରାର୍ ଚତିରାମ୍ ଏବଂ ଅରିଚଲମୁନଇ ମଧ୍ୟରେ 9.5 କିମି ଲିଙ୍କ ରୋଡକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରି ଏକ ଫଳକର ଅନାବରଣ କରିଥିଲେ ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମେଶ୍ୱରମ ସାରା ଦେଶ ପାଇଁ ଆଧ୍ୟାତ୍ମିକତାର ପ୍ରତୀକ ଭାବେ ରହିଆସିଛି ଏବଂ ଏବେ ଏହାକୁ ଡ.କଲାମଙ୍କ ସହିତ ନିବିଡ଼ ଭାବେ ଜଡ଼ିତ ସ୍ଥାନ ଭାବେ ମଧ୍ୟ ପରିଚୟ ମିଳିବ । ସେ କହିଥିଲେ ଯେ ଡ.କଲାମ ରାମେଶ୍ୱରମର ସରଳତା, ଗଭୀରତା ଏବଂ ଶାନ୍ତିର ପ୍ରତିନିଧିତ୍ୱ କରିଥାନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ.କଲାମଙ୍କ ଏହି ସ୍ମାରକୀସ୍ଥଳ ବିଶେଷ ଭାବେ ତାଙ୍କ ଜୀବନ ଏବଂ ସମୟକାଳକୁ ଦର୍ଶାଉଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତନ, ଭାରତର ବିକାଶରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ସେ କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନକୁ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳୁଛି ।

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଜେ.ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ ସେ ଏପରି ଜଣେ ନେତା ଥିଲେ ଯାହାଙ୍କୁ ଆମେ ସମସ୍ତେ ସ୍ମରଣ କରୁଛୁ । ସେ କହିଥିଲେ ଯେ ସେ ଏସବୁ ଦେଖି ଖୁସି ହେବେ ଏବଂ ନିଜ ଶୁଭକାମନା ଦେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତନ, ଭାରତର ବିକାଶରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ସେ କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନକୁ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ. କଲାମ ଭାରତର ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇଛନ୍ତି । ସେ କହିଥିଲେ ଯେ ଆଜିର ଯୁବପିଢ଼ି ପ୍ରଗତିର ଶୀର୍ଷ ସୋପାନରେ ପହଂଚିବା ସହ ରୋଜଗାରଦାତା ହେବାକୁ ଚାହୁଁଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi