Egypt itself is a natural bridge that connects Asia with Africa: PM Modi
Strong trade & investment linkages are essential for economic prosperity of our societies: PM Modi to Egyptian President
Growing radicalization, increasing violence and spread of terror pose a real threat to nations and communities across our regions: PM
The U.N. Security Council needs to be reformed to reflect the realities of today: PM Modi

ମହାମହିମ ରାଷ୍ଟ୍ରପତି ଅବ୍ଦେଲ ଫତାହ ଆଲ ସିସି,

ମାନ୍ୟଗଣ୍ୟ ମନ୍ତ୍ରୀବୃନ୍ଦ, ଇଜିପ୍ଟ ଓ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ,

ଓ ଗଣମାଧ୍ୟମର ବନ୍ଧୁମାନେ

ମହାମହିମ ଅବ୍ଦେଲ ଫତାହ ଆଲ ସିସିଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଖୁସି। ମହାମହିମ, ଉଭୟ ଦେଶ ଓ ବିଦେଶରେ ଆପଣ ହେଉଛନ୍ତି ଅନେକ ଉପଲବ୍ଧିର ମଣିଷ। ଆପଣଙ୍କୁ ଏଠାରେ ଦେଖି 125 କୋଟି ଭାରତୀୟ ଖୁସି। ଏସିଆ ଓ ଆଫ୍ରିକା ମଧ୍ୟରେ ସଂଯୋଗର ପ୍ରାକୃତିକ ସେତୁ ହେଉଛି ଇଜିପ୍ଟ । ଆପଣଙ୍କ ଲୋକମାନେ ହେଉଛନ୍ତି ନରମପନ୍ଥୀ ଇସଲାମ୍ ର ସ୍ୱର। ଆଉ ଆଫ୍ରିକା ଓ ଆରବ ଜଗତରେ ଧାର୍ମିକ ଶାନ୍ତି ଓ ସ୍ଥାୟୀତ୍ୱରେ ଆପଣଙ୍କ ରାଷ୍ଟ୍ର ପ୍ରମୁଖ କାରକ ହୋଇଛି। ବିକାଶଶୀଳ ରାଷ୍ଟ୍ରର କାରଣଗୁଡ଼ିକ ପାଇଁ ଇଜିପ୍ଟ ସର୍ବଦା ଚାମ୍ପିଅନ ରହିଛି।

ବନ୍ଧୁଗଣ

ରାଷ୍ଟ୍ରପତି ଓ ମୁଁ ଆମର ଭାଗିଦାରୀର ରୂପରେଖ ଓ ଅସ୍ତିତ୍ୱ ଉପରେ ବ୍ୟାପକ ଆଲୋଚନା କରିଛୁ। ଆମର ସମ୍ପର୍କକୁ ଆଗେଇ ନେବା ପାଇଁ କାର୍ଯ୍ୟଭିତ୍ତିକ ଏଜେଣ୍ଡା ପ୍ରସ୍ତୁତ କରିବାକୁ ଆମେ ସହମତ ହୋଇଛୁ।

ଆଉ ଏହି ଏଜେଣ୍ଡା ହେଲା:

ଆମର ସାମାଜିକ-ଅର୍ଥନୀତିକ ପ୍ରାଥମିକତା ପ୍ରତି,

ବ୍ୟବସାୟ ଓ ନିବେଶ ସମ୍ପର୍କକୁ ପ୍ରୋତ୍ସାହନ,

ଆମର ସମାଜକୁ ସୁରକ୍ଷିତ ରଖିବା,

ନିଜ କ୍ଷେତ୍ରରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠାରେ ସହାୟତା,

ଧାର୍ମିକ ଓ ଆର୍ନ୍ତଜାତିକ ପ୍ରସଙ୍ଗରେ ଆମର ସମ୍ପର୍କକୁ ଅଧିକ ଆଗେଇ ନେବା

ବନ୍ଧୁଗଣ

ଆମର କଥାବାର୍ତ୍ତାବେଳେ ରାଷ୍ଟ୍ରପତି ସିସି ଓ ମୁଁ ଆମର ସହଯୋଗର ବହୁମୁଖୀ ମାଇଲଖୁଣ୍ଟ ନିର୍ମାଣ ପାଇଁ ସହମତ ହୋଇଛୁ। ଉଚ୍ଚସ୍ତରୀୟ ରାଜନୀତିକ ଆଦାନ-ପ୍ରଦାନର ଗତିକୁ ଜାରି ରଖିବା ଓ ଏହାକୁ ସୁଦୃଢ଼ କରିବା ପାଇଁ ଆମେ ସହମତ ହୋଇଛୁ। ଆମ ସମାଜର ଆର୍ଥିକ ସମୃଦ୍ଧିର ଆବଶ୍ୟକତା ପାଇଁ ସୁଦୃଢ଼ ବ୍ୟବସାୟିକ ଓ ନିବେଶ ଯୋଗସୂତ୍ରକୁ ଆମେ ସ୍ୱୀକାର କରିଛୁ। ତେଣୁ ଦୁଇ ଦେଶର ଅର୍ଥବ୍ୟବସ୍ଥାରେ ସାମଗ୍ରୀ, ସେବା ଓ ପୁଞ୍ଜି ପ୍ରବାହ ବୃଦ୍ଧିକୁ ଆମେ ମୂଳ ପ୍ରାଥମିକତା ଦେବାକୁ ସହମତ ହୋଇଛୁ। ଏଇଥିପାଇଁ ଆଜି ସ୍ୱାକ୍ଷରିତ ହୋଇଥିବା ସାମୁଦ୍ରିକ ପରିବହନ ସହଯୋଗର ଚୁକ୍ତି ମହତ୍ୱପୂର୍ଣ୍ଣ ସୁବିଧା ପ୍ରଦାନକାରୀ ହେବ। ଦୁଇ ଦେଶ ମଧ୍ୟରେ ନୂଆ ବ୍ୟବସାୟ ଓ ବାଣିଜ୍ୟିକ ଭାଗିଦାରୀ ନିର୍ମାଣ ପାଇଁ ଆମର ଘରୋଇ କ୍ଷେତ୍ରକୁ ଆଗଭର ହେବାକୁ ମୁଁ ଆହ୍ୱାନ ଦେଉଛି। ଆର୍ଥିକ ସମ୍ପର୍କ ପ୍ରସଙ୍ଗରେ ବିବିଧତା ଆଣିବା ପାଇଁ ଆମେ କୃଷି, ଦକ୍ଷତା ବିକାଶ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ନିବିଡ଼ କରିବୁ।

ବନ୍ଧୁଗଣ

କଠୋରପନ୍ଥୀ ମତବାଦ ବଢ଼ୁଛି, ହିସାଂ ବୃଦ୍ଧି ପାଉଛି ଓ ଆତଙ୍କର ପ୍ରସାର ନା କେବଳ ଆମ ଦୁଇ ଦେଶ ପାଇଁ ବିପଦ, ବରଂ ଏହା ସମଗ୍ର କ୍ଷେତ୍ରର ଜାତି ଓ ସମୁଦାୟ ପ୍ରତି ବିପଦ ବୋଲି ରାଷ୍ଟ୍ରପତି ଓ ମୁଁ ଏକା ମତ ରଖିଛୁ।

ଏହି ଦୃଷ୍ଟିରୁ ଆମେ ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଆଗେଇ ନେବାକୁ ସହମତ ହୋଇଛୁ। ଯାହାର ଲକ୍ଷ୍ୟ ହେଉଛି :

 ପ୍ରତିରକ୍ଷା ବ୍ୟବସାୟକୁ ବ୍ୟାପକ କରିବା, ପ୍ରଶିକ୍ଷଣ ଓ ସାମର୍ଥ୍ୟର ନିର୍ମାଣ,

 ଆତଙ୍କବାଦର ମୁକାବିଲା ପାଇଁ ପ୍ରମୁଖ ସୂଚନା ଓ ପଦକ୍ଷେପର ଆଦାନପ୍ରଦାନ,

 ଉଭା ହୋଇଥିବା ସାଇବର ସୁରକ୍ଷାର ଚାଲେଞ୍ଜରେ ସହଯୋଗ ଓ

 ମାଦକଦ୍ରବ୍ୟ ଚୋରାଚାଲାଣ, ଆନ୍ତର୍ଜାତିକ ଅପରାଧ ଓ ଆର୍ଥିକ ଠକେଇ ରୋକିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟକରିବା, ଏବଂ
 ଦୁଇ ରାଷ୍ଟ୍ର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହ ପ୍ରାଚୀନ ଓ ଗର୍ବିତ ସଭ୍ୟତା ହୋଇଥିବାରୁ ଆମର ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ଓ ସାଂସ୍କୃତିକ ଆଦାନପ୍ରଦାନ ସୁବିଧା ପାଇଁ ନିଷ୍ପତି ନେଇଛୁ।

ମହାମହିମ,

ନିକଟରେ ଜାତିସଂଘ ସୁରକ୍ଷା ପରିଷଦରେ ଇଜିପ୍ଟ ବହୁତ ଭଲ କାର୍ଯ୍ୟ କରିଛି ଓ ଭାରତ ଏହାକୁ ପ୍ରଶଂସା କରୁଛି। ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ, ଉଭୟ ଜାତିସଂଘ ଓ ବାହାର ପ୍ରସଙ୍ଗରେ ଅଧିକ ନିବିଡ ପରାମର୍ଶ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ଯାହା ଆମର ମିଳିତ ସ୍ୱାର୍ଥ ପ୍ରତି ଲାଭଦାୟକ ହେବ। ବର୍ତ୍ତମାନର ବାସ୍ତବତାକୁ ପ୍ରତିଫଳନ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାରର ଆବଶ୍ୟକତା ଥିବା ନେଇ ଆମେ ସହମତ ହୋଇଛୁ। ଆସନ୍ତା ସପ୍ତାହରେ ଜି-20 ସମ୍ମିଳନୀରେ ଇଜିପ୍ଟର ଭାଗିଦାରୀକୁ ଆମେ ସ୍ୱାଗତ କରୁଛୁ। ଏହା ଜି-20 ଆଲୋଚନାକୁ ଅଧିକ ମୂଲ୍ୟବାନ ଓ ସମୃଦ୍ଧ କରାଇବ ବୋଲି ଆମେ ବିଶ୍ୱାସ କରୁଛୁ।

ମହାମହିମ ରାଷ୍ଟ୍ରପତି ଅବ୍ଦେଲ ଫତାହ ଆଲ ସିସି,

ମୁଁ ପୁଣିଥରେ ଆପଣଙ୍କୁ ଓ ଆପଣଙ୍କ ପ୍ରତିନିଧି ଦଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ମୁଁ ଆପଣଙ୍କ ଓ ଇଜିପ୍ଟ ଲୋକଙ୍କ ସମସ୍ତ ସଫଳତା କାମନା କରୁଛୁ। ଇଜିପ୍ଟର ବିକାଶ, ଅର୍ଥବ୍ୟବସ୍ଥା ଓ ସୁରକ୍ଷା ଲକ୍ଷ୍ୟକୁ ପୂରଣ ଦିଗରେ ଭାରତ ଏକ ବିଶ୍ୱସ୍ତ ସହଯୋଗୀ ହେବାକୁ ପ୍ରସ୍ତୁତ ଅଛି।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.