India is in a unique position where our rapid growth enables us to cater to diverse demand: PM
If you want to Make in India, for India and for the world, come to India: PM Modi
Today there is a government in India that respects the business world, respects wealth creation: PM

ଆଜି ନ୍ୟୁୟର୍କ ଠାରେ ବ୍ଲୁମବର୍ଗ ବିଶ୍ୱ ବ୍ୟବସାୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀକ୍ଷାନ୍ତ ଅଭିଭାଷଣ ରଖିଛନ୍ତି ।
ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଅଭିବୃଦ୍ଧି କାହାଣୀର ଭବିଷ୍ୟତ ମାର୍ଗ ବିଷୟରେ କହିବା ଲାଗି ସେ ଏହି ଅବସରର ଉପଯୋଗ କରିବାକୁ ଚାହିଁବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଅଭିବୃଦ୍ଧି କାହାଣୀ 4ଟି ସ୍ତମ୍ଭ ଯଥା ଗଣତନ୍ତ୍ର, ଜନସାଂଖିକୀ, ଚାହିଦା ଓ ନିର୍ଣ୍ଣାୟକ ନିଷ୍ପତ୍ତି ଉପରେ ଗଢ଼ା ହୋଇଛି ।

ଦେଶରେ ରାଜନୈତିକ ସ୍ଥିରତାର ପରିବେଶରୁ ଭାରତୀୟ ଅର୍ଥବ୍ୟବସ୍ଥା ଲାଭାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଆହୁରି ସରକାରଙ୍କ ଦ୍ୱାରା ନିଆଯାଇଥିବା ସଫଳ ସଂସ୍କାରମୂଳକ ପଦକ୍ଷେପକୁ ବିଶ୍ୱସ୍ତରରେ ମାନ୍ୟତା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ଭାରତ ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ 10ଟି ମାନ୍ୟତା ଉପରକୁ ଉଠିବା, ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ 13 ପଏଣ୍ଟ ପାଇ ଉନ୍ନୀତ ହେବା, ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ 24ଟି ସ୍ଥାନ ଉପରକୁ ଉଠିବା ସହିତ ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ ବ୍ୟବସାୟିକ ସୁଗମତା ମାନ୍ୟତାରେ 65ଟି ସ୍ଥାନ ଉପରକୁ ଉଠିବା ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ବ୍ଲୁମବର୍ଗ ଜାତୀୟ ବ୍ରାଣ୍ଡ ଟ୍ରାକର 2018 ସର୍ବେକ୍ଷଣରେ ଭାରତକୁ ବୈଶ୍ୱିକ ନିବେଶ ଆକୃଷ୍ଟ କରିବାରେ ଶ୍ରେଷ୍ଠ ଏସୀୟ ଅର୍ଥବ୍ୟବସ୍ଥାର ମାନ୍ୟତା ଦିଆଯାଇଥିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । 10ଟି ସଂକେତକ ମଧ୍ୟରୁ 7ଟିରେ ଯଥା: ରାଜନୈତିକ ସ୍ଥିରତା, ମୌଦ୍ରିକ ସ୍ଥିରତା, ଉଚ୍ଚ ମାନର ଉତ୍ପାଦ, ଦୁର୍ନୀତିନିରୋଧୀ ବ୍ୟବସ୍ଥା, ସ୍ୱଳ୍ପ ଉତ୍ପାଦନ ବ୍ୟୟ, ରଣନୈତିକ ସ୍ଥାନ ଏବଂ ଆଇପିଆର ପାଇଁ ସମ୍ମାନ ଦେବାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି ।

ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ନିବେଶ ଲାଗି ବିଶ୍ୱ ବ୍ୟବସାୟ ସମୁଦାୟ ଭାରତରେ ନିବେଶ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ । ସେ କହିଥିଲେ ସେମାନଙ୍କ ପ୍ରଯୁକ୍ତି ଏବଂ ଭାରତୀୟ ପ୍ରତିଭା ମିଶି ବିଶ୍ୱକୁ ବଦଳାଇପାରିବେ । ସେମାନଙ୍କ ଉଚ୍ଚତା ଓ ଭାରତର ଦକ୍ଷତା ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ଦୀକ୍ଷାନ୍ତ ଭାଷଣ ଦେବା ପରେ ପ୍ରଧାନମନ୍ତ୍ରୀ ବ୍ଲୁମବର୍ଗର ପ୍ରତିଷ୍ଠାତା ମିଃ ମାଇକେଲ ବ୍ଲୁମବର୍ଗଙ୍କ ସହିତ ଆଲୋଚନା ଅଧିବେଶନରେ ଯୋଗ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Explains How India Overcame the West Asia Energy Crisis, Slams Opposition for Fear-Mongering

Media Coverage

PM Modi Explains How India Overcame the West Asia Energy Crisis, Slams Opposition for Fear-Mongering
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump