"ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଶ୍ରୀ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି । "
"ଜଣେ ଛାତ୍ର ନେତା ଭାବେ କାର୍ଯ୍ୟ ଆରମ୍ଭ କରି ସେ କ୍ରମାଗତ ଭାବେ ସମାଜ ସେବା କରିଆସୁଛନ୍ତି । ରାଜସ୍ଥାନର କୋଟାର ରୂପାନ୍ତରଣ ଏବଂ ସର୍ବାଙ୍ଗୀନ ବିକାଶରେ ଓମ ବିର୍ଲାଙ୍କ ଭୂମିକା ପ୍ରଶଂସନୀୟ :ପ୍ରଧାନମନ୍ତ୍ରୀ ମୋଦୀ "
"ଜନସେବା ,ଓମ ବିର୍ଲାଜୀଙ୍କ ରାଜନୀତିର କେନ୍ଦ୍ର ବିନ୍ଦୁ ରହିଆସିଛି :ପ୍ରଧାନମନ୍ତ୍ରୀ ମୋଦୀ "

ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଶ୍ରୀ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।

ଲୋକସଭାରେ ତାଙ୍କ ସମ୍ବୋଧନରେ ଶ୍ରୀ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସଦନର ବାଚସ୍ପତି ଭାବେ ପାଇବା ସମସ୍ତ ସଦସ୍ୟମାନଙ୍କ ପାଇଁ ଗର୍ବର ବିଷୟ ।

ସେ କହିଲେ ଯେ ଶ୍ରୀ ଓମ ବିର୍ଲା ଅନେକ ବର୍ଷ ଧରି ସାର୍ବଜନୀନ ଜୀବନରେ କାମ କରିଆସୁଛନ୍ତି । ଜଣେ ଛାତ୍ର ନେତା ଭାବେ କାର୍ଯ୍ୟ ଆରମ୍ଭ କରି ସେ କ୍ରମାଗତ ଭାବେ ସମାଜ ସେବା କରିଆସୁଛନ୍ତି । ରାଜସ୍ଥାନର କୋଟାର ରୂପାନ୍ତରଣ ଏବଂ ସର୍ବାଙ୍ଗୀନ ବିକାଶରେ ଓମ ବିର୍ଲାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।

ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ସହ ତାଙ୍କ ଦୀର୍ଘଦିନର ସମ୍ବନ୍ଧକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଭୂମିକମ୍ପ ପରେ କଚ୍ଛରେ ଏବଂ ବନ୍ୟା ପରେ କେଦାରନାଥରେ ପୁନର୍ଗଠନ ପଦକ୍ଷେପ ନେଇ ଶ୍ରୀ ଓମ ବିର୍ଲାଙ୍କ ଯୋଗଦାନ ଏବଂ ସେବା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜଣେ କରୁଣାବାନ ନେତାଙ୍କୁ ସପ୍ତଦଶ ଲୋକସଭା ବାଚସ୍ପତି ଭାବେ ପାଇଥିବାର ସେ କହିଥିଲେ ।
ସଦନର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବାରେ ସମସ୍ତ ସଦସ୍ୟମାନଙ୍କଠାରୁ ସେ ପୂର୍ଣ୍ଣ ସହଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength