PM Modi attends meeting of Somnath trust, stresses the need to develop Somnath as ancient heritage pilgrimage
Somnath expected to witness over 1 crore Yatris, trustees call for state of the art infrastructure for all round development
Somnath gains over 2 million followers on social media
Somnath: PM Modi suggests excavations of areas to establish various missing historic links
Somanth: PM Modi suggests to bring maximum areas under CCTV surveillance network
Somnath Trust decides to deposit about 6 kg gold under Gold Monetisation Scheme of Government of India

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି (10.09.2016) ସୋମନାଥ ଟ୍ରଷ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଶ୍ରୀ କେଶୁଭାଇ ପଟେଲ ଅସୁସ୍ଥତା ଯୋଗୁଁ ଯୋଗ ଦେଇପାରିନଥିବାରୁ ଶ୍ରୀ ଏଲ.କେ.ଆଡଭାନୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମେତ ଅନ୍ୟତମ ଟ୍ରଷ୍ଟି ଶ୍ରୀ ହର୍ଷବର୍ଦ୍ଧନ ନିଓତିୟା, ଶ୍ରୀ ପି.କେ.ଲାହେରି ଏବଂ ଶ୍ରୀ ଜେ.ଡି.ପରମାର ଅଂଶଗ୍ରହଣ କରିଥିଲେ ।

ବୋର୍ଡ ପକ୍ଷରୁ ନୂତନ ଭାବେ ନିଯୁକ୍ତ ଟ୍ରଷ୍ଟି ଶ୍ରୀ ଅମିତଭାଇ ଶାହଙ୍କୁ ବୈଠକରେ ସ୍ଵାଗତ କରାଯାଇଥିଲା ।

ବୈଠକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରକୁ ଏକ ଐତିହ୍ୟ ତୀର୍ଥସ୍ଥଳ ଓ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସୋମନାଥ ମନ୍ଦିରକୁ ଅଧିକରୁ ଅଧିକ ଭକ୍ତଙ୍କୁ ଆକୃଷ୍ଟ କରିବା ଦିଗରେ ହତାକୁ ନିଆଯାଇଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ସମୀକ୍ଷା କରାଯାଇଥିଲା । ମନ୍ଦିରକୁ ଏକ କୋଟି ଯାତ୍ରୀ ଆସିବାର ସମ୍ଭାବନାକୁ ଦୃଷ୍ଟି ଦେଇ ଆଧୁନିକ ଭିତ୍ତିଭୂମି ନିର୍ମାଣ ଓ ଏହି ଐତିହ୍ୟସ୍ଥଳୀର ସାମଗ୍ରିକ ବିକାଶ ଉପରେ ଟ୍ରଷ୍ଟିମାନେ ଗୁରୁତ୍ଵ ଦେଇଥିଲେ । ଏବେ ସାମାଜିକ ଗଣମାଧ୍ୟମରେ ସୋମନାଥ ମନ୍ଦିରର 20 ଲକ୍ଷରୁ ଅଧିକ ଅନୁଗାମୀ ଭକ୍ତ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରତ୍ନତାତ୍ତ୍ୱିକ ଉତଖନନ ମାଧ୍ୟମରେ ହଜିଯାଇଥିବା ଐତିହାସିକ ସଂପର୍କକୁ ପ୍ରତିଷ୍ଠା କରିବା ଲାଗି ପରାମର୍ଶ ଦେଇଥିଲେ । ଭବିଷ୍ୟତ ପର୍ଯ୍ୟଟନ ଯୋଜନାରେ ହାଇ-ଟେକ ମେରାଇନ ଓ ଭରଚୁଆଲ ରିଆଲିଟି ସୋ କୁ ସ୍ଥାନିତ କରିବା ଉପରେ ସେ ଜୋର ଦେଇଥିଲେ । ସେହିପରି ସୋମନାଥ ମନ୍ଦିର ଅଞ୍ଚଳରେ ସିସିଟିଭି ପର୍ଯ୍ୟବେକ୍ଷଣ ନେଟୱାର୍କ ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ଭାରତ ସରକାରଙ୍କ ସ୍ଵର୍ଣ୍ଣ ମୁଦ୍ରାକରଣ ସ୍କିମ ଅଧୀନରେ ସୋମନାଥ ଟ୍ରଷ୍ଟ ଛଅ କିଲୋଗ୍ରାମ ସୁନା ଜମା ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari