ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ଆୟୋଜନ ଲାଗି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ପୁଞ୍ଜି ସୃଷ୍ଟିକାରୀମାନଙ୍କୁ ସ୍ୱାଗତ କରି ସେ ଖୁସି ଅନୁଭବ କରୁଛନ୍ତି ।

ସେ କହିଥିଲେ ପୂର୍ବରୁ ବିଭିନ୍ନ ରାଜ୍ୟ ନିବେଶ ଆକୃଷ୍ଟ କରିବା ଲାଗି ଅନେକ ରିହାତି ଘୋଷଣା କରୁଥିଲେ । କେଉଁ ରାଜ୍ୟ ଅଧିକ ରିହାତି ଓ ଛାଡ଼ ପ୍ରସ୍ତାବ ଦେଉଛି ନିବେଶକମାନେ ତା’କୁ ଅପେକ୍ଷା କରି ରହୁଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ କିଛିବର୍ଷ ଧରି ରାଜ୍ୟଗୁଡ଼ିକ ଅନୁଭବ କରିପାରିଛନ୍ତି ଯେ ଶିଳ୍ପପତିମାନଙ୍କୁ ଏହି ଛାଡ଼ ଓ ରିହାତି ପ୍ରଦାନ କରାଯିବା ଦ୍ୱାରା କାହାର ଲାଭ ହେଉନାହିଁ- ନା ରାଜ୍ୟର ନା ଶିଳ୍ପପତିମାନଙ୍କର ।

ସେ କହିଥିଲେ ରାଜ୍ୟରେ ନିବେଶ ପାଇଁ ନିବେଶକ ଅନୁକୂଳ ପରିବେଶ ସୃଷ୍ଟି କରିବା ଜରୁରି, ଯାହା ଇନ୍ସପେକ୍ଟର ରାଜ ଏବଂ ପ୍ରତ୍ୟେକ ସ୍ତରରେ ଅନୁମତି ଆବଶ୍ୟକତା ଠାରୁ ମୁକ୍ତ ହୋଇଥିବା ଆବଶ୍ୟକ ।

ବର୍ତ୍ତମାନ ରାଜ୍ୟଗୁଡ଼ିକ ନିବେଶକମାନଙ୍କୁ ଏପରି ଏକ ଅନୁକୂଳ ପରିବେଶ ଯୋଗାଇ ଦେବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସେ ଆହୁରି କହିଥିଲେ, ଗତ କିଛିବର୍ଷ ଧରି ବ୍ୟବସାୟିକ ସୁଗମତା, ନିଷ୍କ୍ରିୟ ଆଇନ ଉଚ୍ଛେଦ ଭଳି ସଂସ୍କାରମୂଳକ ପଦକ୍ଷେପ ଏ ଦିଗରେ ନିଆଯାଇଛି । ସେ କହିଥିଲେ ରାଜ୍ୟଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଆମ ଉଦ୍ୟୋଗଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତାକୁ ବିଶ୍ୱସ୍ତରରେ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ, ଏହା ରାଜ୍ୟ, ସ୍ଥାନୀୟ ଜନସଂଖ୍ୟା ଏବଂ ଦେଶକୁ ବ୍ୟାପକ ଭାବେ ଲାଭାନ୍ୱିତ କରିବ ଏବଂ ଭାରତ ଦ୍ରୁତ ବିକାଶ ଦିଗରେ ଅଗ୍ରସର ହୋଇପାରିବ ।

ସେ କହିଥିଲେ ଶିଳ୍ପ ପାଇଁ ଏକ ସ୍ୱଚ୍ଛ ଏବଂ ପାରଦର୍ଶୀ ବ୍ୟବସ୍ଥା ଓ ସରକାର ଥିବା ଆବଶ୍ୟକ ।

ଅନାବଶ୍ୟକ ଆଇନ ଏବଂ ସରକାରୀ ହସ୍ତକ୍ଷେପ ଶିଳ୍ପ ପ୍ରଗତିରେ ବାଧକ ସାଜିଥାଏ ବୋଲି ସେ କହିଥିଲେ ।

ସେ କହିଥିଲେ, ଏପରି ପରିବର୍ତ୍ତନ କାରଣରୁ, ଭାରତ ଆଜି ବ୍ୟବସାୟ ଅନୁକୂଳ ଲକ୍ଷ୍ୟସ୍ଥଳ ଭାବେ ଉଭା ହୋଇଛି ।

ସେ କହିଥିଲେ, “ସମାଜ, ନୂତନ ଭାରତକୁ ପ୍ରୋତ୍ସାହନ ଦେଉଥିବା ସରକାର, ସାହସୀ ଶିଳ୍ପଜଗତ, ଅନ୍ୟମାନଙ୍କୁ ବାଂଟିବା ଉଦ୍ଦେଶ୍ୟ ନେଇ ଥିବା ଜ୍ଞାନ” –ଏହି ଚାରିଟି ଚକରେ ଭାରତର ବିକାଶ ଯାନ ଏବେ ନୂଆ ଆଭିମୁଖ୍ୟ ଏବଂ ଚିନ୍ତାଧାରା ନେଇ ଆଗେଇ ଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2014ରୁ 2019 ମଧ୍ୟରେ ଭାରତ ବ୍ୟବସାୟିକ ସୁଗମତା ମାନ୍ୟତାରେ 79ଟି ସ୍ଥାନକୁ ଉପରକୁ ଉଠିଛି । ସେ କହିଥିଲେ, “ପ୍ରତି ବର୍ଷ ଆମେ ପ୍ରତ୍ୟେକ ପରିମାପରେ ସୁଧୁରିବାରେ ଲାଗିଛୁ । ଏସବୁ ମାନ୍ୟତାରେ ସୁଧାରର ଅର୍ଥ ହେଉଛି ଆମ ସରକାର ଶିଳ୍ପଜଗତ ପାଇଁ ତୃଣମୂଳସ୍ତରର ଆବଶ୍ୟକତାକୁ ଭଲ ଭାବେ ବୁଝିପାରୁଛି ।

“ଏହା କେବଳ ଏକ ମାନ୍ୟତାରେ ଉନ୍ନତି ନୁହେଁ ବରଂ ଭାରତରେ ବ୍ୟବସାୟ କରିବା ଦିଗରେ ଏକ ବୃହତ ଆନ୍ଦୋଳନ । ଆଜିର ବୈଶ୍ୱିକ ପରିଦୃଶ୍ୟରେ, ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି । ଆମେ ଆମର ଆର୍ଥିକ ଭିତ୍ତିଭୂମିକୁ ଦୁର୍ବଳ ହେବାକୁ ଦେଇନାହୁଁ” ବୋଲି ସେ କହିଥିଲେ ।

ଦୃଢ଼ ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଜରିଆରେ ଶିଳ୍ପଜଗତକୁ ଏବେ ଉପଯୁକ୍ତ ପ୍ରସ୍ଥାନ ମାର୍ଗ ଯୋଗାଇ ଦିଆଯାଇଛି ।

ମଧ୍ୟମ ବର୍ଗର ଲୋକମାନଙ୍କ ଲାଭ ପାଇଁ କେନ୍ଦ୍ର ସରକାର ଏକ ବୃହତ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଥିରେ ବନ୍ଦ ପଡ଼ିଥିବା ଆବାସିକ ପ୍ରକଳ୍ପ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ଏସବୁ ପ୍ରକଳ୍ପରେ ନିବେଶ କରିଥିବା 4.58 ଲକ୍ଷ ପରିବାର ସେମାନଙ୍କ ଘର ପାଇପାରିବେ । ନୂଆ ଘରୋଇ କମ୍ପାନୀ ପାଇଁ କର୍ପୋରେଟ ଟିକସ ହ୍ରାସ କରାଯାଇଥିବା ସେ କହିଥିଲେ ।

ନିବେଶ ପାଇଁ ଭାରତକୁ ଅନ୍ୟତମ ଅନୁକୂଳ ଲକ୍ଷ୍ୟସ୍ଥଳୀ ଭାବେ ଦେଖିବା ଲାଗି ସେ ଶିଳ୍ପ ଜଗତ ଏବଂ ବିଶ୍ୱ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ ।

ଭିତ୍ତିଭୂମି ବିକାଶ ପାଇଁ 100 ଲକ୍ଷ କୋଟି ଟଙ୍କା ନିବେଶ କରିବା ଳାଗି ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ହିମାଚଳ ପ୍ରଦେଶ ମଧ୍ୟ ଲାଭବାନ ହେବ ।

ନିବେଶକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ବିଭିନ୍ନ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ହିମାଚଳ ପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ ।

ଏହି ପରିପ୍ରେକ୍ଷୀରେ, ସେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା, କ୍ଷେତ୍ର ଆଧାରିତ ନୀତି, ଜମି ଆବଂଟନ ଆଦିରେ ପାରଦର୍ଶୀ ବ୍ୟବସ୍ଥା ଅଦି ପଦକ୍ଷେପ ଏହାକୁ ନିବେଶ ଲାଗି ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିଛି ।

ସମ୍ମିଳନୀ ପର୍ଯ୍ୟଟନ ପାଇଁ ହିମାଚଳ ପ୍ରଦେଶରେ ଅପାର ସମ୍ଭାବନା ଥିବା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ହିମାଚଳ ପ୍ରଦେଶରେ ରହିଥିବା ନିବେଶ ସମ୍ଭାବନା ଓ ସୁଯୋଗକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଥିଲେ ।

ଏହି ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ପାଇଁ ୟୁଏଇ ସହଭାଗୀ ରାଷ୍ଟ୍ର ହୋଇଛି । ଏହି କାର୍ଯ୍ୟକ୍ରମରେ 200 ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ 1700ରୁ ଊର୍ଦ୍ଧ୍ଵ ବ୍ୟବସାୟୀ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi