PM Modi attends a book release function on the occasion of Constitution Day
The common citizen of India has become a soldier against corruption and black money: PM
26th November to be observed as Constitution Day to celebrate the Constitution & have greater awareness among the youth: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦର ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ ପାଳନ ନିମନ୍ତେ ଅନୁଷ୍ଠିତ ଏକ ଉତ୍ସବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଦୁଇଟି ପୁସ୍ତକ- ‘ଭାରତୀୟ ସମ୍ବିଧାନର ସଂଶୋଧିତ ସଂସ୍କରଣ’ ଓ ‘ସମ୍ବିଧାନ ନିର୍ମାଣ’ର ଉନ୍ମୋଚନ କରାଯାଇଥିଲା ।

ଏହି ଉତ୍ସବରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୫ରୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଆସୁଛି । ସେ କହିଥିଲେ ଯେ ପିଢୀ ପରେ ପୀଢ଼ି ସମ୍ବିଧାନ ସହିତ ଭଲ ଭାବେ ପରିଚିତ ହେବା ଉଚିତ ଓ ସାମ୍ପ୍ରତିକ ପ୍ରସଙ୍ଗରେ ଏହାର ଉପଯୋଗ କରିବା ଉଚିତ । ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ, ଯେତେବେଳେ ସମ୍ବିଧାନ କଥା ପଡ଼େ, ସେତେବେଳେ ଆମେ ବାବାସାହେବ ଆମ୍ବେଦକରଙ୍କୁ ମନେ ପକାଇଥାଉ ।

ଆମେ ସମ୍ବିଧାନର ତତ୍ତ୍ୱ ସହ ଜଡ଼ିତ ହେବା ଏବଂ ଆମର ଅଧିକାର ଓ କର୍ତ୍ତବ୍ୟବୋଧ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ । ସମ୍ବିଧାନର ଗୁରୁତ୍ୱ ସମ୍ବନ୍ଧରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୬ ବ୍ୟତିରେକ ଜାନୁଆରୀ ୨୬ (ଜନରାଜ୍ୟ ଦିବସ)କୁ ପାଳନ କରାଯାଇ ପାରିନଥାନ୍ତା ।

ଦୁର୍ନୀତି ଓ କଳାଧନ ବିପକ୍ଷ ସଂଗ୍ରାମରେ ସାଧାରଣ ନାଗରିକ ଆଜି ଜଣେ ସୈନିକ ସାଜିଛି । ଅର୍ଥ ବିନିମୟ ପାଇଁ ଯଥା ସମ୍ଭବ ଡିଜିଟାଲ ପଦ୍ଧତିର ବ୍ୟବହାର ପାଇଁ ସେ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଏହାଫଳରେ ସ୍ୱଚ୍ଛତା ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ । ସେ ନିଶ୍ଚିତ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ତାର ଅର୍ଥ ବ୍ୟୟ କରିବା ନେଇ ଅଧିକାର ରହିଛି ଏବଂ କେହି ତାଠାରୁ ତାର ଅର୍ଥକୁ କାଢି ନେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

— PMO India (@PMOIndia) November 25, 2016

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Apple exports record $2 billion worth of iPhones from India in November

Media Coverage

Apple exports record $2 billion worth of iPhones from India in November
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2025
December 17, 2025

From Rural Livelihoods to International Laurels: India's Rise Under PM Modi