PM Modi attends 50th Raising Day celebrations of CISF, salutes their valour
VIP culture sometimes creates hurdle in security architecture. Hence, it's important that the citizens cooperate with the security personnel: PM
PM Modi praises the CISF personnel for their contributions during national emergencies and disasters

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଇନ୍ଦିରାପୁରମଠାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ (ସିଆଇଏସଏଫ) 50ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ସିଆଇଏସଏଫ ଯବାନଙ୍କ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ସେ ପ୍ରଶଂସନୀୟ ଏବଂ ଉତ୍କର୍ଷ ସେବା ପାଇଁ ସେବା ପଦକ ପ୍ରଦାନ କରିଥିଲେ । ସେ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ତଥା ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ।

ସିଆଇଏସଏଫ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଅଭିନନ୍ଦନ ଜଣାଇଥିଲେ । ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନଗୁଡିକର ସୁରକ୍ଷା ଏବଂ ନିରାପତ୍ତାରେ ସିଆଇଏସଏଫର ଭୂମିକାକୁ ସେ ପ୍ରଶଂସା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ନୂତନ ଭାରତ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମିର ସୁରକ୍ଷା ଦାୟିତ୍ୱ ସିଆଇଏସଏଫର ନିରାପଦ ହାତରେ ରହିଛି ।

ସୁରକ୍ଷା ବାହିନୀଙ୍କୁ ସହଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । ସୁରକ୍ଷା ଢାଂଚାରେ ଭିଆଇପି ସଂସ୍କୃତି ବାଧା ଉତ୍ପନ୍ନ କରିଥାଏ । ତେଣୁ, ସୁରକ୍ଷା ବାହିନୀଙ୍କୁ ସହଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାଧାରଣ ନାଗରିକଙ୍କ ମଧ୍ୟରେ ସିଆଇଏସଏଫର ଭୂମିକା ଏବଂ କାର୍ଯ୍ୟଶୈଳୀ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିମାନ ବନ୍ଦର ଓ ମେଟ୍ରୋଠାରେ ସିଆଇଏସଏଫର କାର୍ଯ୍ୟାବଳୀକୁ ପରିଦର୍ଶିତ କରୁଥିବା ଡିଜିଟାଲ ସଂଗ୍ରହାଳୟ ଆରମ୍ଭ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷା ପ୍ରଦାନ କରିବାରେ ସିଆଇଏସଫର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବାହିନୀ ବିପର୍ଯ୍ୟୟ ପ୍ରଶମନ, ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଜଡ଼ିତ ଥାଏ । ଏହି ପରିପ୍ରେକ୍ଷୀରେ, କେରଳ ବନ୍ୟା ଓ ନେପାଳ ତଥା ହାଇତି ଭୂମିକମ୍ପ ସମୟରେ ସିଆଇଏସଏଫର ଉଦ୍ଧାର କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ।

ସୁରକ୍ଷାବାହିନୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ, ସୁରକ୍ଷାବାହିନୀର ଆଧୁନିକୀକରଣ ଏବଂ ସେମାନଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ସୁରକ୍ଷାବାହିନୀଙ୍କ ପାଇଁ କର୍ତ୍ତବ୍ୟ ହେଉଛି ପାର୍ବଣ ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦଠାରୁ ମିଳୁଥିବା ଆହ୍ୱାନ କାରଣରୁ ସିଆଇଏସଏଫର ଭୂମିକା ବୃଦ୍ଧି ପାଇଛି । ସରକାର ଆତଙ୍କବାଦର ମୂଳୋତ୍ପାଟନ ଲାଗି ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ସାହସ ଏବଂ ବଳିଦାନ ପ୍ରତି ଜାତୀୟ ପୋଲିସ ସ୍ମାରକ ଏକ ସମର୍ପଣ । ସେ କହିଥିଲେ ଯେ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ଜାତୀୟ ପୋଲିସ ସ୍ମାରକୀ ଭଳି କୀର୍ତ୍ତିସ୍ତମ୍ଭ ସୁରକ୍ଷାବାହିନୀଙ୍କ ଯୋଗଦାନ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ସୁରକ୍ଷାବାହିନୀରେ ବହୁସଂଖ୍ୟକ ମହିଳାମାନଙ୍କୁ ସାମିଲ କରିଥିବା କାରଣରୁ ସେ ସିଆଇଏସଫକୁ ପ୍ରଶଂସା କରିଥିଲେ ।

 

ଭାରତର ଅଭିବୃଦ୍ଧି ସହିତ ସିଆଇଏସଫର ଭୂମିକା ଏବଂ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister speaks with the Prime Minister of Israel
March 02, 2026

Prime Minister Shri Narendra Modi held a telephone conversation with the Prime Minister of Israel, Benjamin Netanyahu, to discuss the current regional situation.

​During the call, the Prime Minister conveyed India's concerns regarding recent developments and emphasised the safety of civilians as a priority.

​The Prime Minister Modi further reiterated India's position on the need for an early cessation of hostilities.