Kerala has been a torch-bearer and inspiration to the whole nation in the field of literacy: PM Modi
Reading and knowledge should help develop habits of social responsibility, service to the nation and service to humanity: PM
Reading can help broaden one’s thinking. A well-read population will help India excel globally: PM Modi
Knowledge is the best guiding light, says Prime Minister Modi
I believe in people’s power. It has the capacity to make a better society and nation: PM Modi

ପଠନ ମାସ ପାଳନ ସମାରୋହକୁ ଉଦ୍ଘାଟନ କରିବା ଅବସରରେ ଏଠାକୁ ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା ଆୟୋଜନ କରିଥିବାରୁ ମୁଁ ପି.ଏନ୍.ପାନିକର ଫାଉଣ୍ଡେସନ୍ କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି । ପଢ଼ିବାଠାରୁ ଅଧିକ ଖୁସି କିଛି ନାହିଁ ଓ ଜ୍ଞାନରୁ ଅଧିକ ଶକ୍ତି ଅନ୍ୟ କିଛି ହୋଇନପାରେ ।

ବନ୍ଧୁଗଣ

ସାକ୍ଷରତା କ୍ଷେତ୍ରରେ ସମଗ୍ର ଦେଶ ପାଇଁ କେରଳ ମଶାଲ ବାହକ ଓ ପ୍ରେରଣା ରହି ଆସିଛି । ପ୍ରଥମ ଶତ ପ୍ରତିଶତ ସାକ୍ଷରତା ସହର ଓ ପ୍ରଥମ ଶତ ପ୍ରତିଶତ ସାକ୍ଷରତା ଜିଲ୍ଲା ମଧ୍ୟ କେରଳର । ପ୍ରାଥମିକ ଶିକ୍ଷାରେ ଶତ ପ୍ରତିଶତ ହାସଲ କରିବାରେ କେରଳ ହେଉଛି ପ୍ରଥମ ରାଜ୍ୟ । କେତେକ ସର୍ବପୁରାତନ କଲେଜ, ସ୍କୁଲ ଓ ପୁସ୍ତକାଳୟ ମଧ୍ୟ କେରଳରେ ରହିଛି । ଏହାକୁ ଏକାକୀ ସରକାରଙ୍କ ଦ୍ୱାରା ହାସଲ କରାଯାଇପାରିନଥାନ୍ତା । ନାଗରିକ ଓ ସାମାଜିକ ସଂଗଠନଗୁଡ଼ିକ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କେରଳ ଏ କ୍ଷେତ୍ରରେ ଲୋକଙ୍କ ଭାଗିଦାରୀକୁ ନେଇ ମଧ୍ୟ ଉଦାହରଣ ସୃଷ୍ଟି କରିଛି । ସ୍ୱର୍ଗତ ପି.ଏନ୍. ପାନିକରଙ୍କ ଭଳି ବ୍ୟକ୍ତି ଓ ତାଙ୍କ ଫାଉଣ୍ଡେସନ୍ ର କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି । କେରଳରେ ପାଠାଗାର ନେଟୱାର୍କ ପଛରେ ଶ୍ରୀ ପି.ଏନ୍.ପାନିକର ମଧ୍ୟ ଏକ ପ୍ରେରଣାସ୍ରୋତ ପାଲଟିଛନ୍ତି । ସେ ଏହା କେରଳରେ ଗ୍ରନ୍ଥଶାଳା ସଙ୍ଗମ ମାଧ୍ୟମରେ କରିଥିଲେ, ଯାହାର ସ୍ଥାପନା ସେ 1945 ମସିହାରେ 47 ଗ୍ରାମାଂଚଳ ଲାଇବ୍ରେରୀ ସହ କରିଥିଲେ ।

ମୋ’ ମତରେ ପଢ଼ିବା ଓ ଜ୍ଞାନର ପରିସର କେବଳ କାମ ସମ୍ବନ୍ଧୀୟ ଦିଗ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ । ବରଂ ଏହା ଲୋକଙ୍କ ମଧ୍ୟରେ ସାମାଜିକ ଉତ୍ତରଦାୟିତ୍ୱ, ରାଷ୍ଟ୍ରସେବା ଓ ମାନବତାର ସେବା ଭଳି ଅଭ୍ୟାସକୁ ବିକଶିତ ଦିଗରେ ସହାୟତା କରିବା ଉଚିତ୍ । ଏହା ଦ୍ୱାରା ସମାଜ ଓ ରାଷ୍ଟ୍ରରେ କୁକାର୍ଯ୍ୟକୁ ଠିକ୍ କରିବା ଉଚିତ୍ । ଏହା ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ସମ୍ମାନ କରି ଶାନ୍ତିର ବିଚାରଧାରାକୁ ପ୍ରସାର କରାଇବା ଉଚିତ୍ ।

କୁହାଯାଏ ଯେ, ଜଣେ ସାକ୍ଷର ମହିଳା ଦୁଇଟି ପରିବାରକୁ ଶିକ୍ଷିତ କରିପାରିବ । କେରଳ ଏ ସମ୍ବନ୍ଧରେ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ।

ମୁଁ ଜାଣିବାକୁ ପାଇଛି ଯେ ପିଏନ୍ ପାନିକର ଫାଉଣ୍ଡେସନ୍ ଅନେକ ସରକାର ଏଜେନ୍ସୀ, ଘରୋଇ ସଂସ୍ଥା ଓ ନାଗରିକ ସମାଜ ଓ ସଂଗଠନ ସହ ମିଶି ପଢ଼ିବା ପାଇଁ ପ୍ରୟାସର ନେତୃତ୍ୱ ନେଉଛି । ସେମାନଙ୍କ ଲକ୍ଷ୍ୟ 2022 ମସିହା ପର୍ଯ୍ୟନ୍ତ 300 ନିୟୁତ ବଞ୍ଚିତ ଲୋକଙ୍କ ନିକଟରେ ପହଂଚିବ । ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟରେ ବିକାଶ ଓ ସମୃଦ୍ଧିର ସାଧନ ଭାବେ ପଠନାଭ୍ୟାସକୁ ପ୍ରୋତ୍ସାହିତ କରିବା ଅନ୍ୟତମ ।

ପଢ଼ିବା ଦ୍ୱାରା ଲୋକଙ୍କୁ ନିଜର ଚିନ୍ତାଧାରାକୁ ବ୍ୟାପକ କରିବାରେ ସହାୟତା ମିଳିଥାଏ । ଅଧିକ ପଢ଼ୁଥିବା ଜନସଂଖ୍ୟା ଭାରତକୁ ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିବାରେ ସହାୟତା କରିବ । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଏହି ଭାବନା ସହ ‘ଭଂଚେ ଗୁଜରାଟ’ ନାମରେ ଏଭଳି ପ୍ରକାରର ଆନ୍ଦୋଳନ ଆରମ୍ଭ କରିଥିଲି । ଏହାର ଅର୍ଥ ହେଉଛି ‘ଗୁଜରାଟ ପଢୁଛି’ । ମୁଁ ଲୋକଙ୍କୁ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ପବ୍ଲିକ୍ ଲଇବ୍ରେରୀକୁ ଗସ୍ତ କରିଥିଲି । ଏହି ଆନ୍ଦୋଳନ ମୁଖ୍ୟତଃ ଯୁବ ପୀଢ଼ିକୁ ଦୃଷ୍ଟିରେ ରଖି କରାଯାଇଥିଲା । ମୁଁ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରିଥିଲି ଯେ ସେମାନେ ନିଜ ଗାଁରେ ‘ଗ୍ରନ୍ଥ ମନ୍ଦିର’ ଅର୍ଥାତ ପୁସ୍ତକର ମନ୍ଦିର ନିର୍ମାଣ କରିବା ସମ୍ପର୍କରେ ଚିନ୍ତା କରନ୍ତୁ । ଏହା 50 ଅବା 100 ପୁସ୍ତକ ସହ ମଧ୍ୟ ଆରମ୍ଭ କରାଯାଇପାରିବ ।

ମୁଁ ଲୋକଙ୍କୁ ଆହ୍ୱାନ କରିଛି କି ସେମାନେ ପରସ୍ପରକୁ ଶୁଭକାମନା ଦେବାବେଳେ ଫୁଲତୋଡ଼ା ଦେବା ପରିବର୍ତ୍ତେ ପୁସ୍ତକ ଦିଅନ୍ତୁ । ଏଭଳି ପ୍ରକାରର ପଦକ୍ଷେପ ଦ୍ୱାରା ଅନେକ ପରିବର୍ତ୍ତନ ଆସିପାରିବ ।

ବନ୍ଧୁଗଣ

ଉପନିଷେଦ କାଳରୁ ହିଁ ଜ୍ଞାନୀ ଲୋକମାନଙ୍କୁ ଯୁଗଯୁଗ ଧରି ସମ୍ମାନ କରାଯାଉଛି । ଏବେ ଆମେ ସୂଚନା ଯୁଗରେ ପହଂଚି ସାରିଛୁ । କିନ୍ତୁ ଏବେବି ଜ୍ଞାନ ଆମର ସବୁଠୁ ଭଲ ମାର୍ଗଦର୍ଶକ ହୋଇ ରହିଛି ।

ମୋତେ କୁହାଯାଇଥିଲା କି ଡିଜିଟାଲ ଲାଇବ୍ରେରୀର ପାଇଲଟ୍ ପରିଯୋଜନା ଭାବେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ପ୍ଲବିକ୍ ଲାଇବ୍ରେରୀ ମୁଭମେଣ୍ଟ ସହଭାଗିତାରେ ପାନିକର ଫାଉଣ୍ଡେସନ୍ ମିଶି ରାଜ୍ୟରେ 18ଟି ପବ୍ଲିକ୍ ଲାଇବ୍ରେରୀରେ କାର୍ଯ୍ୟ କରୁଛି ।

ମୁଁ ସମଗ୍ର ଦେଶରେ ଏଭଳି ପ୍ରକାରର ପଢ଼ିବା ଓ ଲାଇବ୍ରେରୀ ଆନ୍ଦୋଳନ ଦେଖିବାକୁ ଚାହୁଁଛି । ଏହି ଆନ୍ଦୋଳନ କେବଳ ଲୋକଙ୍କୁ ସାକ୍ଷର କରିବା ମଧ୍ୟରେ ସୀମିତ ରହିବା ଅନୁଚିତ୍ । ବରଂ ଏହା ମାଧ୍ୟମରେ ସାମାଜିକ ଓ ଆର୍ଥିକ ପରିବର୍ତନ ଆଣିବାର ବାସ୍ତବିକ ଲକ୍ଷ୍ୟକୁ ହାସଲ କରିବାର ପ୍ରୟାସ ହେବା ଉଚିତ୍ । ଭଲ ଜ୍ଞାନର ମୂଳଦୁଆ ଉପରେ ହିଁ ଉତ୍ତମ ସମାଜର ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରାଯିବା ଉଚିତ୍ ।

ମୁଁ ଖୁସିର ସହ କହିବାକୁ ଚାହୁଁଛି କି ରାଜ୍ୟ ସରକାର ଜୁନ୍ 19କୁ ‘ପଠନ ଦିବସ’ ଭାବେ ଘୋଷଣା କରିଛନ୍ତି । ଏହାକୁ ଲୋକପ୍ରିୟ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ ।

ଭାରତ ସରକାର ମଧ୍ୟ ଏହି ଫାଉଣ୍ଡେସନର ଗତିବିଧିକୁ ସହାୟତା ପ୍ରଦାନ କରୁଛନ୍ତି । ମୋତେ କୁହାଯାଇଛି ଗତ ଦୁଇବର୍ଷ ମଧ୍ୟରେ ଏହି ଫାଉଣ୍ଡେସନକୁ 1.20 କୋଟି ଟଙ୍କା ଦିଆଯାଇଛି । ମୋତେ ଦେଖି ଖୁସି ଲାଗୁଛି ଯେ ଏହି ଫାଉଣ୍ଡେସନ ଏବେ ଡିଜିଟାଲ ସାକ୍ଷରତା ଉପରେ ମଧ୍ୟ ଧ୍ୟାନକେନ୍ଦ୍ରୀତ କରୁଛି । ଏହା ମଧ୍ୟ ସମୟର ଆବଶ୍ୟକତା ।

ବନ୍ଧୁଗଣ

ମୋତେ ଲୋକଙ୍କ ଶକ୍ତି ଉପରେ ଭରସା ଅଛି । ସେମାନଙ୍କ ମଧ୍ୟରେ ଏକ ଉତ୍ତମ ସମାଜ ଓ ରାଷ୍ଟ୍ର ଗଠନର ସାମର୍ଥ୍ୟ ରହିଛି ।

ମୁଁ ଏଠି ଉପସ୍ଥିତ ସମସ୍ତ ଯୁବବର୍ଗଙ୍କୁ ପଢ଼ିବାର ପ୍ରତିଜ୍ଞା କରିବା ପାଇଁ ଆହ୍ୱାନ କରୁଛି । ଆଉ ଏଭଳି କରିବା ପାଇଁ ସମସ୍ତଙ୍କୁ ସମର୍ଥ କରାଯିବା ଉଚିତ୍ ।

ମିଶିକରି ଆମେ ଭାରତକୁ ପୁଣିଥରେ ଜ୍ଞାନ ଓ ବୁଦ୍ଧିର ଭୂମି କରିପାରିବା ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi