Advent of Buddhism from India to Vietnam and the monuments of Vietnam’s Hindu Cham temples stand testimony to these bonds: PM 
The bravery of the Vietnamese people in gaining independence from colonial rule has been a true inspiration: PM Modi 
Our decision to upgrade strategic partnership to comprehensive strategic partnership captures intent & push of our future cooperation: PM 
Vietnam is undergoing rapid development & strong economic growth. India stands ready to be a partner and a friend in this journey: PM 
Enhancing bilateral commercial engagement (between India & Vietnam) is also our strategic objective: PM 
ASEAN is important to India in terms of historical links, geographical proximity, cultural ties & the strategic space that we share: PM
ମହାନୁଭବ ପ୍ରଧାନମନ୍ତ୍ରୀ ଗୁଏନ ସୁଆନ ଫୁକ,

ଗଣମାଧ୍ୟମର ସଦସ୍ୟବୃନ୍ଦ,

ମହାମହିମ, ମୋତେ ଏବଂ ମୋର ପ୍ରତିନିଧିମଣ୍ଡଳ ପାଇଁ ଆପଣ ଆନ୍ତରିକତାର ସହ ଦେଇଥିବା ଭାଷଣ ନିମନ୍ତେ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଏଥି ପୂର୍ବରୁ ଆଜି ସକାଳେ ଆପଣ ବ୍ୟକ୍ତିଗତ ଭାବେ ଅନୁଗ୍ରହ ପୂର୍ବକ ମୋତେ ହୋ ଚି ମିନଙ୍କ ଘର ଦେଖାଇଥିଲେ । ହୋ ଚି ମିନ୍ ବିଂଶ ଶତାବ୍ଦିର ଜଣେ ତୁଙ୍ଗ ନେତା । ମହାମହିମ, ମୋ ପ୍ରତି ଏହି ଅନୁଗ୍ରହ ଦେଖାଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଗତକାଲି ଭିଏତନାମବାସୀ ପାଳନ କରିଥିବା ସେମାନଙ୍କ ଜାତୀୟ ଦିବସ ଉପଲକ୍ଷେ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,

ଆମ ଦୁଇ ସମାଜର ସମ୍ପର୍କ 2000ରୁ ଅଧିକ ବର୍ଷ ପୁରୁଣା । ଭାରତରୁ ବୌଦ୍ଧ ଧର୍ମର ପ୍ରସାର ଘଟି ଭିଏତନାମରେ ପ୍ରବେଶ କରିଛି ଏବଂ ଭିଏତନାମର ହିନ୍ଦୁ ଚାମ୍ ମନ୍ଦିର ଏହି ସମ୍ପର୍କର ସାକ୍ଷୀ ରୂପେ ଦଣ୍ଡାୟମାନ । ମୋ ପିଢିର ଲୋକଙ୍କ କଥା କହିଲେ, ଭିଏତନାମ ସେମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରୁଛି । ଉପନିବେଶବାଦୀ ଶାସନରୁ ମୁକ୍ତ ହେବାରେ (ସ୍ୱାଧୀନତା ଲାଭ କରିବାରେ) ଭିଏତନାମୀ ଲୋକଙ୍କ ସାହସିକତା ଏକ ପ୍ରକୃତ ଉଦାହରଣ । ଜାତୀୟ ପୁନଃ-ଏକତ୍ରିକରଣରେ ଆପଣଙ୍କର ସଫଳତା ଏବଂ ଦେଶ ନିର୍ମାଣରେ ଆପଣମାନଙ୍କ ସମର୍ପଣ ଭାବ ଆପଣଙ୍କ ଚରିତ୍ରର ବଳିଷ୍ଠତାକୁ ଦର୍ଶାଏ । ଆମେ ଭାରତୀୟମାନେ ଆପଣମାନଙ୍କ ଅବଧାରଣାକୁ ପ୍ରଶଂସା କରିଛୁ, ଆପଣଙ୍କ ସଫଳତାରେ ଆନନ୍ଦିତ ହୋଇଛୁ ଏବଂ ଆପଣଙ୍କ ଜାତୀୟ ଯାତ୍ରାରେ ଆପଣଙ୍କ ସାଥିରେ ରହିଆସିଛୁ ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଫୁକଙ୍କ ସହିତ ମୋର ବିସ୍ତୃତ ଏବଂ ଫଳପ୍ରଦ ଆଲୋଚନା ହୋଇଛି । ଆମ ଆଲୋଚନାରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗର ସମସ୍ତ ବିଷୟ ସ୍ଥାନ ପାଇଥିଲା । ଆମର ଦ୍ୱିପାକ୍ଷିକ ସମ୍ବନ୍ଧକୁ ଉନ୍ନତ ଏବଂ ସୁଦୃଢ କରିବା ପାଇଁ ଆମେ ଏକମତ ହୋଇଛୁ । ଏହି ଅଞ୍ଚଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇଥିବାରୁ ଆମକୁ ପ୍ରଭାବିତ କରୁଥିବା ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆମ ସହବନ୍ଧନକୁ ସୁଦୃଢ କରିବା ଉଚିତ ବୋଲି ଆମେ ଅନୁଭବ କରୁଛୁ । ଆଞ୍ଚଳିକ ଆହ୍ୱାନଗୁଡିକର ମୁକାବିଲା ପାଇଁ ମଧ୍ୟ ଆମେ ଆମ ମଧ୍ୟରେ ସହଯୋଗର ଆବଶ୍ୟକତାକୁ ସ୍ୱୀକୃତି ପ୍ରଦାନ କରୁଛୁ । ରଣନୀତିକ ଭାଗିଦାରୀତା ଏବଂ ସୁପରିକଳ୍ପିତ ରଣନୀତିକ ଭାଗିଦାରୀତାକୁ ଉନ୍ନତସ୍ତରକୁ ଉଠାଇବାରେ ଆମର ନିଷ୍ପତ୍ତି ଭବିଷ୍ୟତରେ ଆମର ସହଯୋଗର ଅଭିପ୍ରାୟକୁ ଦର୍ଶାଏ । ଏହା ଆମର ଦ୍ୱିପାକ୍ଷିକ ସହଯୋଗକୁ ନୂତନ ଗତି ଏବଂ ଦିଗ ପ୍ରଦାନ କରିବ । ଏହି ଅଞ୍ଚଳର ସ୍ଥିରତା, ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଆମର ସାଧାରଣ ଯୋଗଦାନ ରହିବ ।

ବନ୍ଧୁଗଣ,

ଆମ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ଆମର ପ୍ରଚେଷ୍ଟା ସହ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ । ତେଣୁ, ଆମ ସାଧାରଣ ରୁଚିକୁ ଆଗେଇ ନେବା ସହ ଆମେ ସୁରକ୍ଷା ଏବଂ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକମତ ହୋଇଛୁ । ସାମରିକ ସାମର୍ଥ୍ୟ ନିର୍ମାଣ ପାଇଁ ଆଜି ହୋଇଥିବା ରାଜିନାମା ଆମ ପ୍ରତିରକ୍ଷା ସହବନ୍ଧନକୁ ଏକ ମଜଭୁତ ରୂପ ପ୍ରଦାନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ । ସୁଦୃଢ ପ୍ରତିରକ୍ଷା ସହଯୋଗକୁ ସହଜ କରିବା ପାଇଁ 50 କୋଟି ଆମେରିକୀୟ ଡଲାର ବ୍ୟୟରେ ଭିଏତନାମ ପାଇଁ ଏକ ନୂତନ ସାମରିକ ସହାୟତା ସମ୍ପର୍କରେ ମୁଁ ଆନନ୍ଦର ସହ ଘୋଷଣା କରୁଛି । କିଛି କ୍ଷଣ ପୂର୍ବରୁ ଆମେ ସ୍ୱାକ୍ଷରିତ କରିଥିବା ବୁଝାମଣା ପତ୍ରଗୁଡିକ ଆମ ସହଯୋଗର ବିଭିନ୍ନତା ଏବଂ ଗଭୀରତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ବନ୍ଧୁଗଣ,

ଭିଏତନାମ ଦୃତ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଦେଇ ଗତି କରୁଛି ।

• ନିଜର ଜନସାଧାରଣଙ୍କୁ ସଶକ୍ତ ଏବଂ ସ୍ଵଚ୍ଛଳ କରିବା

• କୃଷିର ଆଧୁନିକୀକରଣ

• ଉଦଯୋଗ ଏବଂ ନବ ସୃଜନକୁ ପ୍ରୋତ୍ସାହିତ କରିବା

• ନିଜର ବିଜ୍ଞାନ ଏବଂ କାରିଗରୀ କୌଶଳର ଆଧାରକୁ ସୁଦୃଢ କରିବା

• ଦୃତ ଆର୍ଥିକ ବିକାଶ ପାଇଁ ନୂତନ ଆନୁଷ୍ଠାନିକ କ୍ଷମତା ସୃଷ୍ଟି; ଏବଂ

• ଏକ ଆଧୁନିକ ରାଷ୍ଟ୍ର ଗଠନ ପାଇଁ ପଦକ୍ଷେପ ଗ୍ରହଣ

ଏସବୁ ଯେତେବେଳେ ଭିଏତନାମର ଆବଶ୍ୟକତା, ସେତେବେଳେ ଭାରତର ଶହେ ପଚିଶ କୋଟି ଲୋକ ଏହି ଯାତ୍ରାରେ ଭିଏତନାମର ବନ୍ଧୁ ଏବଂ ସହଯୋଗୀ ହେବା ପାଇଁ ପ୍ରସ୍ତୁତ ଅଛନ୍ତି । ଆମର ସହଭାଗିତାର ସଂକଳ୍ପରେ ନିଜକୁ ସମର୍ପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଁ ଆଜି ଅନେକ ନିଷ୍ପତ୍ତି ଗ୍ରହଣ କରିଛୁ । ନା ଟ୍ରାଙ୍ଗଠାରେ ଥିବା ଟେଲିଯୋଗାଯୋଗ ବିଶ୍ୱବିଦ୍ୟାଳୟରେ ସଫ୍ଟୱେୟାର ପାର୍କ ପ୍ରତିଷ୍ଠା ପାଇଁ ଭାରତ 50 ଲକ୍ଷ ଆମେରିକୀୟ ଡଲାରର ସହାୟତା ଦେବାପାଇଁ ଆଗ୍ରହ ପ୍ରକାଶ କରିଛି । ମହାକାଶ କ୍ଷେତ୍ରରେ ସହଯୋଗ ପାଇଁ ଢାଞ୍ଚାଗତ ରାଜିନାମା ଭିଏତନାମକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ମିଶି ନିଜର ଜାତୀୟ ପ୍ରଗତିର ଉଦ୍ଦେଶ୍ୟ ହାସଲ କରିବାରେ ସହାୟକ ହେବ । ଦ୍ୱିପାକ୍ଷିକ ବାଣିଜ୍ୟିକ ସହଯୋଗ ବୃଦ୍ଧି କରିବା ମଧ୍ୟ ଆମର ଅନ୍ୟତମ ଉଦ୍ଦେଶ୍ୟ । ଏଥିପାଇଁ ନୂତନ ବ୍ୟବସାୟ ଏବଂ ବାଣିଜ୍ୟ ସୁଯୋଗକୁ 2020 ସୁଦ୍ଧା 15 ବିଲିୟନ ଡଲାରର ବାଣିଜ୍ୟିକ ଲକ୍ଷ ହାସଲ କରିବା ପାଇଁ ଖଟାଇବାକୁ ପଡିବ । ମୁଁ ଭିଏତନାମରେ ଚାଲୁ ରହିଥିବା ଭାରତୀୟ ପ୍ରକଳ୍ପଗୁଡିକ ପାଇଁ କିଛି ସୁବିଧା ମଧ୍ୟ ଚାହିଁଲି ଏବଂ ମୋ ସରକାରର ଅଗ୍ରଗଣ୍ୟ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକର ଲାଭ ଉଠାଇବା ପାଇଁ ଭିଏତନାମ କମ୍ପାନୀମାନଙ୍କୁ ନିମନ୍ତ୍ରିତ କରିଛି ।
ବନ୍ଧୁଗଣ,

ଆମ ଲୋକମାନଙ୍କର ସାଂସ୍କୃତିକ ସମ୍ପର୍କ ଶହ ଶହ ବର୍ଷ ପୁରୁଣା । ଆମେ ହାନୋଇଠାରେ ଭାରତୀୟ ସାଂସ୍କୃତିକ କେନ୍ଦ୍ରର ଶୀଘ୍ର ପ୍ରତିଷ୍ଠା ଏବଂ କାର୍ଯ୍ୟକ୍ଷମ ହେବା ଆଶା କରୁଛୁ । ମାଇ ସନ୍ ଠାରେ ଥିବା ଚାମ୍ ସ୍ମୃତିସ୍ଥଳଠାରେ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା ଶୀଘ୍ର ଏହାର ସଂରକ୍ଷଣ ଏବଂ ପୁନର୍ନିମାଣ କାର୍ଯ୍ୟ ଆରମ୍ଭ କରିପାରେ । ଚଳିତ ବର୍ଷର ଅଗ୍ରଭାଗରେ ନାଳନ୍ଦା ମହାବିହାରର ଶିଳାଲେଖକୁ “ୟୁନେସ୍କୋ ବିଶ୍ଵ ଐତିହ୍ୟ” ଘୋଷଣା କରିବାରେ ସହଯୋଗ କରିଥିବାରୁ ମୁଁ ଭିଏତନାମ ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ବନ୍ଧୁଗଣ,

ଆମ ମଧ୍ୟରେ ସାଧାରଣ ଥିବା ଐତିହାସିକ ସମ୍ପର୍କ, ଭୌଗୋଳିକ ନିକଟତା, ସାଂସ୍କୃତିକ ସହବନ୍ଧନ ଏବଂ ରଣନୀତିକ ପରିସର ଦୃଷ୍ଟିରୁ ଆସିଆନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ପ୍ରାଚ୍ୟମୁଖୀ ନୀତି (Act East Policy)ର କେନ୍ଦ୍ରବିନ୍ଦୁ । ଭାରତ ପାଇଁ ଆସିଆନର ସଂଯୋଜକ ଭାବରେ ଭିଏତନାମର ନେତୃତ୍ୱରେ ଆମେ ଏହି ଅଞ୍ଚଳରେ ଭାରତ-ଆସିଆନ ସହଭାଗୀତାକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିବୁ ।
ମହାମହିମ,

ଆପଣ ଜଣେ ଉଦାର ଆତିଥ୍ୟକାରୀ । ଭିଏତନାମର ଲୋକମାନଙ୍କ ସ୍ନେହ ମୋ ହୃଦୟକୁ ସ୍ପର୍ଶ କରିଛି । ଆମେ ଆମ ସହଭାଗୀତାର ପ୍ରକୃତି ଏବଂ ଦିଗକୁ ନେଇ ସନ୍ତୋଷ ପ୍ରକାଶ କରିପାରିବା । ଏହା ସଙ୍ଗେ ସଙ୍ଗେ ଆମକୁ ଆମ ସମ୍ପର୍କର ବନ୍ଧନରେ ଗତିଶୀଳତା ବଜାୟ ରଖିବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ । ଆପଣଙ୍କ ଆତିଥ୍ୟ ମୋତେ ଅଭିଭୁତ କରିଛି । ମୁଁ ଆପଣ ଏବଂ ଆପଣଙ୍କ ନେତୃବୃନ୍ଦଙ୍କୁ ଭାରତକୁ ନିମନ୍ତ୍ରଣ କରୁଛି । ଭାରତ ଆପଣଙ୍କୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ପ୍ରତୀକ୍ଷାରତ ।

ଧନ୍ୟବାଦ ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
For India, AI is 'All Inclusive' , mustbe human-centric: PM Modi

Media Coverage

For India, AI is 'All Inclusive' , mustbe human-centric: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of knowledge, wisdom and foresight
June 19, 2026

The Prime Minister, Shri Narendra Modi has said that virtues such as knowledge, wisdom and foresight are the foundation of success in life. He noted that a person enriched with these qualities is able to overcome even the most difficult challenges and emerge victorious.

The Prime Minister shared a Sanskrit Subhashitam-

“शास्त्रे प्रतिष्ठा सहजश्च बोधः प्रागल्भ्यमभ्यस्तगुणा च वाणी ।

कालानुरोधः प्रतिभानवत्त्वमेते गुणाः कामदुघाः क्रियासु ॥”

The Subhashitam conveys that authentic knowledge of the subject, natural prudence, fearless self-confidence, powerful speech refined through practice, foresight to recognize the demands of the time and ever-new wisdom, these six qualities prove to be like 'kamadhenu' in every endeavor of a human being, which helps in achieving every goal.

The Prime Minister wrote on X;

“ज्ञान, विवेक और दूरदर्शिता जैसे सद्गुण जीवन में सफलता का प्रमुख आधार हैं। इनसे समृद्ध व्यक्ति कठिन से कठिन चुनौतियों में भी विजयी होता है।

शास्त्रे प्रतिष्ठा सहजश्च बोधः प्रागल्भ्यमभ्यस्तगुणा च वाणी ।

कालानुरोधः प्रतिभानवत्त्वमेते गुणाः कामदुघाः क्रियासु ॥”