ବାରଣାସୀରେ ପ୍ରଧାନମନ୍ତ୍ରୀ

Published By : Admin | December 22, 2016 | 11:03 IST
PM Modi lays Foundation Stone for Super Speciality Hospitals, Cancer Centre
PM Modi inaugurates new Trade Facilitation Centre and Crafts Museum
Blessings of the people are like the blessings of Almighty: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୨.୨୦୧୬) ବାରଣାସୀ ଗସ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ (BHU) ଠାରେ ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କେନସର ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚିକିତ୍ସା ବିଜ୍ଞାନରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବଢିବାରେ ଲାଗିଛି ଏବଂ ଭାରତରେ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଦିଗରେ କେନ୍ଦ୍ର ସରକାର ଆଗକୁ ବଢୁଛନ୍ତି ।

ଭାରତର ଲୋକଙ୍କୁ ବିଶେଷକରି ଗରିବମାନଙ୍କୁ ଉନ୍ନତ ଓ ସୁଲଭ ସ୍ଵାସ୍ଥ୍ୟ ସେବା ଯୋଗାଇବା ହେଉଛି ଆଜିକା ସମୟର ବଡ ଆହ୍ଵାନ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୨୫ କୋଟି ଭାରତବାସୀଙ୍କ ଶକ୍ତି ଓ ସାମର୍ଥ୍ୟ ଉପରେ ତାଙ୍କର ଦୃଢ ଆସ୍ଥା ରହିଛି । ଭାରତର ଲୋକେ ନିସ୍ଵାର୍ଥପର । ସେମାନଙ୍କର ଆଶୀର୍ବାଦ ଭଗବାନଙ୍କ ଆଶୀର୍ବାଦ ସହ ସମାନ ବୋଲି ଶ୍ରୀ ମୋଦୀ କହିଥିଲେ ।

ବିମୁଦ୍ରୀକରଣ ପରିପ୍ରେକ୍ଷୀରେ ଯୁବକମାନେ ଅଧିକରୁ ଅଧିକ ଅନଲାଇନ ବ୍ୟାଙ୍କିଙ୍ଗ ସେବା ବ୍ୟବହାର କରିବାକୁ ସେ ଆହ୍ଵାନ ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବାରଣାସୀର କବୀର ନଗର ଅଞ୍ଚଳ ଯାଇ ହୃଦୟ ଏବଂ IPDS ସ୍କିମ ଅଧୀନରେ ନିର୍ମାଣାଧୀନ ଭୂତଳ କେବଲ ନେଟୱାର୍କ କାର୍ଯ୍ୟ ତଥା ଐତିହ୍ୟ ଆଲୋକ ବ୍ୟବସ୍ଥାର ଅଗ୍ରଗତି ଅନୁଧ୍ୟାନ କରିଥିଲେ ।

ପରେ ସେଠାକାର DLW ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ ESIC ସୁପର ସ୍ପେଶାଲିଟି ଚିକିତ୍ସାଳୟର ଆଧାରଶିଳା ରଖିଥିଲେ । ଏହାଛଡା ସେଠାରେ ଏକ ନୂତନ ବାଣିଜ୍ୟ ସୌଗମ୍ୟ କେନ୍ଦ୍ର ଏବଂ ହସ୍ତକଳା ସଂଗ୍ରହାଳୟକୁ ଉଦ୍ଘାଟନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win