PM Modi takes part in third International Day of Yoga

ଆନ୍ତର୍ଜାତିକ ଯୋଗ ଦିବସ-2017 ଅବସରରେ ଆଜି ଲକ୍ଷ୍ନୌରେ ଅନୁଷ୍ଠିତ ସାର୍ବଜନୀନ ଯୋଗ ଶିବିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି ।

ସହରରେ ଲଗାଣ ବର୍ଷା ସତ୍ତ୍ୱେ ରମାବାଇ ଆମ୍ବେଦକର ମୈଦାନରେ ସହସ୍ରାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

 

ସମବେତ ହୋଇଥିବା ଉତ୍ସାହୀ ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରୁ ଦେଶବ୍ୟାପୀ ଯୋଗ ଦିବସରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେ କହିଥିଲେ ଯେ, ଆଜି ଯୋଗ ଅନେକ ଲୋକଙ୍କ ଜୀବନର ରାହା ହୋଇପାରିଛି । ଦେଶ ବାହାରେ ମଧ୍ୟ ଯୋଗ ଲୋକପ୍ରିୟ ହୋଇପାରିଛି ଏବଂ ଏହା ଭାରତକୁ ବିଶ୍ୱ ସହ ଯୋଡ଼ିପାରିଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଗତ ତିନି ବର୍ଷରେ ଦେଶରେ ଅନେକ ଯୋଗ ପ୍ରତିଷ୍ଠାନ ଗଢ଼ି ଉଠିଥିବାରୁ ସେ ଅତ୍ୟନ୍ତ ଖୁସି ଏବଂ ଏଥିପାଇଁ କ୍ରମେ ଯୋଗ ପ୍ରଶିକ୍ଷକଙ୍କ ଚାହିଦା ବୃଦ୍ଧି ପାଉଥିବା ସେ ଲକ୍ଷ୍ୟ କରିପାରୁଛନ୍ତି । ସୁସ୍ଥ ରହିବା ସହ ମାନସିକ ସୁସ୍ଥତା ମଧ୍ୟ ଜରୁରି । ମାନସିକ ସୁସ୍ଥତା ହାସଲ ପାଇଁ ଯୋଗ ଜରୁରି ବୋଲି ସେ କହିଥିଲେ ।

ଯୋଗକୁ ଜୀବନର ଏକ ଅଂଶ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିବା ସହ ସେ କହିଥିଲେ ଯେ ଯୋଗ ସ୍ୱାସ୍ଥ୍ୟ ପାଇଁ ପ୍ରତିଶ୍ରୁତି ଦେଇଥାଏ ଏବଂ ଏହାକୁ ଅଭ୍ୟାସ କରିବା ଖର୍ଚ୍ଚଦାୟକ ମଧ୍ୟ ନୁହେଁ ।

  ଏହା ପୂର୍ବରୁ ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଯୋଗ ଆମ ପରମ୍ପରାର ଏକ ଅଂଶ ବିଶେଷ ଏବଂ ଏହା ଆମକୁ ଏକତ୍ର କରିଥାଏ ।

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2026
March 09, 2026

Transformative India: From Record Pharma & Auto Growth to Lakhpati Didis and Viksit Bharat Under the Leadership of PM Modi