The close association between our two countries is, of course, much older. India and Kenya fought together against colonialism: PM
Common belief in democratic values, our shared developmental priorities & the warm currents of Indian Ocean bind our societies: PM
Kenya's participation in Vibrant Gujarat has generated a strong interest in Indian businesses: PM Modi
India would be happy to share best practises in organic farming with Kenyan farmers: PM
The large Indian-origin community of Kenya is a vital and energetic link between us: PM Modi

ମହାମାନ୍ୟ ରାଷ୍ଟ୍ରପତି ଉହୁରୁ କେନିୟାଟ୍ଟା

ବିଶିଷ୍ଟ ସଦସ୍ୟବୃନ୍ଦ

ଗଣମାଧ୍ୟମ ପ୍ରତିନିଧି

ବନ୍ଧୁଗଣ

ଠିକ୍ ଛଅ ମାସ ତଳେ ମୁଁ କେନିଆ ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରପତି କେନିୟାଟ୍ଟା

ଏବଂ କେନିଆର ଜନସାଧାରଣ ମୋତେ ଆଦର ଓ ସ୍ନେହର ସହ ଶୁଭେଚ୍ଛା ଜଣାଇଥିଲେ । ଆଜି ରାଷ୍ଟ୍ରପତି କେନିୟାଟ୍ଟା ଏବଂ ତାଙ୍କ ପ୍ରତିନିଧିଦଳକୁ ଭାରତରେ ସ୍ୱାଗତ କରି ମୁଁ ଆନନ୍ଦିତ । ଆମ ଦୁଇ ଦେଶର ସମ୍ପର୍କ ବହୁ ପୁରୁଣା । ଉପନିବେଶବାଦ ବିରୋଧରେ ଭାରତ ଓ କେନିୟା ସାଥୀ ହୋଇ ଲଢ଼େଇ କରିଥିଲେ । ଗତ ମାସ ରାଷ୍ଟ୍ରପତି କେନିୟାଟ୍ଟା ଭାରତ ଜନ୍ମିତ ଶ୍ରମିକ ନେତା ମାଖନ ସିଂହଙ୍କୁ ସମ୍ମାନିତ କରିଛନ୍ତି । କେନିୟାବାସୀଙ୍କ  ସହ ମାଖନ ସିଂହ ଉପନିବେଶବାଦ ବିରୋଧୀ ଲଢ଼େଇରେ ସାମିଲ ହୋଇଥିଲେ ଏବଂ ସେ ଦିଗରେ ତାଙ୍କର ଅମୂଲ୍ୟ ଅବଦାନ ଥିଲା । ଗଣତନ୍ତ୍ରର ନୈତିକତାରେ ବିଶ୍ୱାସ, ବିକାଶକୁ ଗୁରୁତ୍ୱ ଏବଂ ଭାରତ ମହାସାଗରର ଉଷ୍ମ ସ୍ରୋତ ଦୁଇ ଦେଶକୁ ବନ୍ଧୁତ୍ୱର ରଜ୍ଜୁରେ ବାନ୍ଧି ରଖିଛି ।

ବନ୍ଧୁଗଣ,

ଆଜି ଆମର ଆଲୋଚନାରେ ରାଷ୍ଟ୍ରପତି ଏବଂ ମୁଁ ଆମ ସମ୍ପର୍କ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲୁ । ଗତ ବର୍ଷ କେନିୟା ଗସ୍ତ କାଳରେ ଆର୍ଥିକ ସହଯୋଗ ବୃଦ୍ଧିକୁ ଆମେ ଗୁରୁତ୍ୱ ଦେବାକୁ ଆଲୋଚନା କାଳରେ ଏକମତ ହୋଇଥିଲୁ । ଏହି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବାଣିଜ୍ୟର ସମ୍ପ୍ରସାରଣ, ଦୁଇ ଦେଶ ମଧ୍ୟରେ ଅଧିକ ନିବେଶ ଏବଂ ଦ୍ରୁତ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଗତକାଲି ରାଷ୍ଟ୍ରପତି କେନିୟାଟ୍ଟା ଏକ ଉଚ୍ଚସ୍ତରୀୟ ପ୍ରତନିଧିଦଳର ନେତୃତ୍ୱ ନେଇ ଅଷ୍ଟମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀରେ ଯୋଗ ଦେଇଥିଲେ । ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ରାଷ୍ଟ୍ରପତି କେନିୟାଟ୍ଟା ଯୋଗ ଦେବା ପରେ କେନିୟାରେ ଥିବା ବାଣିଜ୍ୟିକ ଏବଂ ନିବେଶର ସୁଯୋଗ ନେବାକୁ ଭାରତୀୟ ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି, ସାମୁଦ୍ରିକ ଅର୍ଥବ୍ୟବସ୍ଥା ଏବଂ ଶକ୍ତି କ୍ଷେତ୍ରରେ ଥିବା ସୁବିଧାର ଦୁଇ ଦେଶର ବ୍ୟବସାୟୀମାନେ ସଦୁପଯୋଗ କରନ୍ତୁ ବୋଲି ଆମର ଇଚ୍ଛା ଏବଂ ଆମେ ଏହାକୁ ପ୍ରୋତ୍ସାହିତ ମଧ୍ୟ କରୁଛୁ । ଏହି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା ପାଇଁ ଆସନ୍ତା କାଲି ଯୁଗ୍ମ ବାଣିଜ୍ୟ ପରିଷଦର ବୈଠକ ବସିବ । ବାଣିଜ୍ୟକୁ ପ୍ରୋତ୍ସାହିତ କରିବାକୁ ବାଣିଜ୍ୟର ବିଭିନ୍ନ ଦିଗରେ ଆମେ ପାରସ୍ପରିକ ସହଯୋଗକୁ ଗୁରୁତ୍ୱ ଦେଉଛୁ । କୃଷି ଏବଂ ଖାଦ୍ୟ ନିରାପତ୍ତାକୁ ଆମେ ଉଭୟ ରାଷ୍ଟ୍ର ବିସ୍ତୃତ ଅଂଶୀଦାର ଭିତ୍ତିରେ ଗୁରୁତ୍ୱ ଦେଉଛୁ । କେନିୟାରେ କୃଷି ଉତ୍ପାଦନ ବୃଦ୍ଧି ଦିଗରେ ଆମେ ସହଯୋଗ କରୁଛୁ । କୃଷି ଭିତ୍ତିକ କ୍ଷେତ୍ର ସକାଶେ କେନିୟାକୁ ଶହେ ନିୟୁତ ଡଲାରର ଋଣ ପାଇଁ ବୁଝାମଣା ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ । କେନିୟାରେ ତୈଳବୀଜ ଉତ୍ପାଦନ ଏବଂ ଏହାର ଆମଦାନୀର ଦୀର୍ଘକାଳୀନ ଯୋଜନା ସକାଶେ ଆଲୋଚନା ହୋଇଛି । ଆମେ ଜୈବିକ କୃଷି ସମ୍ପର୍କରେ କେନିୟାର କୃଷକମାନଙ୍କୁ ଅବଗତ କରାଇବୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ, କ୍ୟାନ୍ସର ଚିକିତ୍ସା ସକାଶେ ଆମେ କେନିୟାଟ୍ଟା ନେସନାଲ ହସ୍ପିଟାଲକୁ ଭାବାଟ୍ରନ୍ ମେସିନ୍ ଦେଇଛୁ । କେନିଆ ଡାକ୍ତରଙ୍କ ଉତ୍କର୍ଷ ପାଇଁ ଇଣ୍ଡୋ ଆଫ୍ରିକା ଫୋରମ୍ ସମିଟ୍ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଶିକ୍ଷା କ୍ଷେତ୍ରରେ ସହଯୋଗ ଦୁଇ ଦେଶର ସମ୍ପର୍କକୁ ଅଧିକ ଦୃଢ଼ କରିଛି । ନାଇରୋବି ବିଶ୍ୱବିଦ୍ୟାଳୟରେ ଭାରତୀୟ ପାଠ୍ୟକ୍ରମରେ ଆଇସିସିଆର ପକ୍ଷରୁ ଏକ ଚେୟାର ପ୍ରତିଷ୍ଠା ଦୁଇ ଦେଶର ଦୃଢ଼ ସମ୍ପର୍କକୁ ସୂଚାଉଛି । ଏଥିସହ ଭାରତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ଲାଇବ୍ରେରୀର ଆଧୁନିକୀକରଣ କରାଯାଉଛି । ଶକ୍ତି କ୍ଷେତ୍ରରେ, ଆନ୍ତର୍ଜାତିକ ସୌର କାର୍ଯ୍ୟକ୍ରମରେ କେନିୟାର ସହଯୋଗକୁ ଆମେ ଗୁରୁତ୍ୱ ଦେଉଛୁ । ଆର୍ଥିକ ଅଭିବୃଦ୍ଧିରେ ସୌର ଶକ୍ତିର ଉପଯୋଗକୁ ଦୁଇ ଦେଶ ଗୁରୁତ୍ୱ ଦେଉଛନ୍ତି ।

ବନ୍ଧୁଗଣ,

ସାମୁଦ୍ରିକ କ୍ଷେତ୍ର ଆମ ପାଇଁ ଏକ ଆହ୍ମାନ । ତଥାପି ଏଥିରେ ଥିବା ସୁଯୋଗର ଆମେ ସଦବ୍ୟବହାର କରିବୁ । ପ୍ରତିରକ୍ଷା ସହଯୋଗକୁ ତୁରନ୍ତ ସାକାର କରିବାକୁ ଆମେ ଚେଷ୍ଟା କରିବୁ । ଜଳଭାଗର ସର୍ବେକ୍ଷଣ, ସଞ୍ଚାର ଯୋଗାଯୋଗ, ଚୋରା ବ୍ୟବସାୟ ରୋକିବା, ଦକ୍ଷତା ନିର୍ମାଣ, ମୁଦ୍ରା ବିନିମୟ ଏବଂ ପ୍ରତିରକ୍ଷା ମେଡ଼ିକାଲ ସହଯୋଗ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ପ୍ରତିରକ୍ଷା ଦକ୍ଷତାକୁ ସୁଦୃଢ଼ କରିବାକୁ ମଧ୍ୟ ଆମେ ପରସ୍ପର ମଧ୍ୟରେ ସହଯୋଗ ଜାରି ରଖିଛୁ । ଏଥିପାଇଁ ଅତି ଶୀଘ୍ର ଯୁଗ୍ମ କାର୍ଯ୍ୟକାରୀ କମିଟିର ବୈଠକ ବସିବ । ସାଇବର ନିରାପତ୍ତାକୁ ଗୁରୁତ୍ୱ ଦେବା ସହ, ଆତଙ୍କବାଦ, ନିଶାଦ୍ରବ୍ୟ, ମାନବଚାଲାଣ ଏବଂ ବେନିୟମ ଆର୍ଥିକ କାରବାର ବିରୋଧରେ ଅଭିଯାନକୁ ଗୁରୁତ୍ୱ ଦିଆଯିବ ।

ବନ୍ଧୁଗଣ,

କେନିଆରେ ଥିବା  ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଆମ ମଧ୍ୟରେ ସମ୍ପର୍କର ରଜ୍ଜୁ । ବାଣିଜ୍ୟ, ନିବେଶ ଏବଂ ସାଂସ୍କୃତିକ ଆଦାନପ୍ରଦାନରେ ସେମାନଙ୍କୁ ଜଡ଼ିତ କରିବା ପାଇଁ ମୁଁ ରାଷ୍ଟ୍ରପତି କେନିୟାଟ୍ଟାଙ୍କ ସହ ଆଲୋଚନା କରିଛି । ଆମ ନିଷ୍ପତ୍ତିର କାର୍ଯ୍ୟକାରିତାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବାକୁ ଗତ ବର୍ଷ ଆଲୋଚନା ବୈଠକରେ ଆମେ ସହମତ ହୋଇଥିଲୁ । ଏହା ଠିକ୍ ଭାବେ କିପରି ଜାରି ରହିବ ତାହାକୁ ଆମେ ସୁନିଶ୍ଚିତ କରିଛୁ ।

ମହାମାନ୍ୟ,

ଆମ ନିମନ୍ତ୍ରଣ ରକ୍ଷା କରି ଗୁଜରାଟ ଓ ଦିଲ୍ଲୀ ଆସିଥିବାରୁ ପୁଣିଥରେ ଭାରତର ଜନସାଧାରଣ ଏବଂ ମୋ ନିଜ ପକ୍ଷରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ

ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi