It is an honour that President Rajapaksa chose India for his first overseas trip: Prime Minister Modi
In line with our Government’s Neighborhood First policy and SAGAR doctrine of, we prioritize our relations with Sri Lanka: PM Modi
I am confident that the Sri Lankan government will take forward the process of reconciliation to fulfill the aspirations of the Tamil community: PM

ମହାମହିମ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଶ୍ରୀଲଙ୍କା ଏବଂ ଭାରତର ବରିଷ୍ଠ ଅଧିକାରୀଗଣ,

ବନ୍ଧୁଗଣ,

ଆୟୁବୋବନ ।

ୱଣକମ୍ମ ।

ନମସ୍କାର ।

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ତାଙ୍କର ପ୍ରତିନିଧିମଣ୍ଡଳଙ୍କୁ ଭାରତକୁ ସ୍ୱାଗତ କରି ମୁଁ ଖୁବ୍ ଆନନ୍ଦ ଅନୁଭବ କରୁଛି । ନିର୍ବାଚନରେ ନିର୍ଣ୍ଣାୟକ ବିଜୟ ପାଇଁ ମୁଁ ରାଷ୍ଟ୍ରପତି ମହୋଦୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ନିର୍ବାଚନ ପ୍ରକ୍ରିୟା ସୂଚାରୁ ରୂପେ ସମ୍ପାଦନ ହେଲା, ଏଥିପାଇଁ ମୁଁ ଶ୍ରୀଲଙ୍କାର ଜନତାଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରୀଲଙ୍କାରେ ଗଣତନ୍ତ୍ରର ସୁଦୃଢ଼ ଏବଂ ପରିପକ୍ୱ ହେବା ହେଉଛି ବହୁତ ଗର୍ବ ଏବଂ ଖୁସିର ବିଷୟ । ଏହା ଆମ ପାଇଁ ଏକ ସମ୍ମାନର କଥା କି ରାଷ୍ଟ୍ରପତି ରାଜପକ୍ଷ ନିଜର ପ୍ରଥମ ବିଦେଶ ଯାତ୍ରା ପାଇଁ ଭାରତକୁ ବାଛିଲେ ଆଉ କାର୍ଯ୍ୟଭାର ଗ୍ରହଣ କରିବାର ଦୁଇ ସପ୍ତାହ ଭିତରେ ହିଁ ଭାରତରେ ତାଙ୍କୁ ସମ୍ମାନିତ କରିବାର ସୁଯୋଗ ଦେଲେ । ଏହା ହେଉଛି ଭାରତ ଏବଂ ଶ୍ରୀଲଙ୍କାର ବନ୍ଧୁତ୍ୱପୁର୍ଣ୍ଣ ସମ୍ବନ୍ଧକୁ ସୁଦୃଢ଼ ଏବଂ ଗତିଶୀଳତାର ପ୍ରତୀକ । ଏହା ମଧ୍ୟ ହେଉଛି ଏହି କଥାର ସଙ୍କେତ ଯେ ଦୁଇ ଦେଶ ଏହି ସଂପର୍କକୁ କେତେ ଗୁରୁତ୍ୱ ଦେଉଛନ୍ତି । ଦୁଇ ଦେଶର ପ୍ରଗତୀ ଏବଂ ଆମର ଏହି ସମ୍ପୂର୍ଣ୍ଣ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷା ପାଇଁ ଆମେ ରାଷ୍ଟ୍ରପତି ରାଜପକ୍ଷଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବା ପାଇଁ ତତ୍ପର ଅଛୁ ।

ମହାମହିମ,

ଆପଣଙ୍କୁ ମିଳିଥିବା ଜନାଦେଶ ଏକ ସଂଗଠିତ, ସୁଦୃଢ଼ ଏବଂ ସମୃଦ୍ଧ ଶ୍ରୀଲଙ୍କା ପାଇଁ ସେଠାକାର ଲୋକଙ୍କର ଆଶା, ଆକାଂକ୍ଷାକୁ ଅଭିବ୍ୟକ୍ତ କରୁଛି । ଏହି ସମ୍ବନ୍ଧରେ ଭାରତର ଶୁଭେଚ୍ଛା ଏବଂ ସହଯୋଗ ସଦାସର୍ବଦା ଶ୍ରୀଲଙ୍କା ସହିତ ରହିଛି । ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଶ୍ରୀଲଙ୍କା ନା କେବଳ ଭାରତର ହିତ ପାଇଁ, ବରଂ ସମ୍ପୂର୍ଣ୍ଣ ଭାରତ ମହାସାଗର ଅଞ୍ଚଳର ମଧ୍ୟ ହିତ ସାଧନ କରିବା ପାଇଁ ଉଦ୍ଦିଷ୍ଟ ।

ବନ୍ଧୁଗଣ,

ଭାରତ ହେଉଛି ଶ୍ରୀଲଙ୍କାର ସବୁଠାରୁ ନିକଟତମ ସାମୁଦ୍ରିକ ପଡୋଶୀ ଏବଂ ବିଶ୍ୱସ୍ତ ବନ୍ଧୁ । ଦୁଇ ଦେଶର ଘନିଷ୍ଠ ସମ୍ବନ୍ଧର ସୁଦୃଢ଼ ଆଧାର ହେଉଛି ଆମର ଐତିହାସିକ, ଜାତିଗତ, ଭାଷାଗତ, ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ।

ମୋ ସରକାରଙ୍କ ନୀତି ‘ପ୍ରଥମେ ପଡୋଶୀ’ ଏବଂ ସାଗର ସିଦ୍ଧାନ୍ତ ଅନୁରୂପ ଆମେ ଶ୍ରୀଲଙ୍କା ସହିତ ନିଜର ସମ୍ବନ୍ଧଙ୍କୁ ପ୍ରାଥମିକତା ଦେଉଛୁ । ଆମ ଉଭୟ ଦେଶର ସୁରକ୍ଷା ଓ ବିକାଶ ହେଉଛି ଅବିଭାଜ୍ୟ । ଏଥିପାଇଁ ଏହା ସ୍ୱାଭାବିକ ଯେ ଆମେ ଜଣେ ଅନ୍ୟଜଣଙ୍କର ସୁରକ୍ଷା ଏବଂ ସମ୍ବେଦନଶୀଳତା ପ୍ରତି ସଚେତନ ରହିବା ।

ଆଜି ରାଷ୍ଟ୍ରପତି ମହୋଦୟ ଏବଂ ମୋ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତଥା ପରସ୍ପର ହିତରେ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ବହୁତ ଭଲ ଏବଂ ଲାଭପ୍ରଦ ଆଲୋଚନା ହୋଇଛି । ଆମେ ନିଷ୍ପତ୍ତି ନେଇଛୁ କି ଦୁଇ ଦେଶ ମଧ୍ୟରେ ବହୁପକ୍ଷିୟ ସମ୍ପର୍କ ଏବଂ ସହଯୋଗକୁ ଆମେ ମିଳିମିଶି ଆହୁରି ସୁଦୃଢ଼ କରିବୁ । ମୁଁ ରାଷ୍ଟ୍ରପତି ମହୋଦୟଙ୍କୁ ଶ୍ରୀଲଙ୍କାର ବିକାଶରେ ଭାରତର ସହଯୋଗିତା ଓ ପ୍ରତିବଦ୍ଧତାର ଆଶ୍ୱାସନା ଦେଇଛି । ସବୁ ସମୟ ଭଳି ଏହି ସହଯୋଗ ଶ୍ରୀଲଙ୍କାର ଲୋକଙ୍କ ପ୍ରାଥମିକତା ଅନୁସାରେ ହେବ । 400 ମିଲିୟନ ଡଲାରର ଏକ ନୂଆ ଋଣ ମାଧ୍ୟମରେ ଶ୍ରୀଲଙ୍କାରେ ଭିତ୍ତିଭୂମି ଏବଂ ବିକାଶକୁ ଶକ୍ତି ମିଳିବ । ମୋର ବିଶ୍ୱାସ ଯେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାକୁ ଲାଭ ପହଞ୍ଚାଇବା ସହିତ ଏହି ଋଣ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଲାଭଜନକ ପ୍ରକଳ୍ପ ସହଯୋଗକୁ ମଧ୍ୟ ଗତିଶୀଳ କରାଇବ । ଆମେ ଖୁସି ଯେ ଭାରତୀୟ ଆବାସ ପ୍ରକଳ୍ପ ଅଧୀନରେ ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ ପ୍ରାନ୍ତରେ ମଧ୍ୟବର୍ତ୍ତି କାଳୀନ ବିସ୍ଥାପିତଙ୍କ ପାଇଁ 46000 ଘର ନିର୍ମାଣ ହୋଇ ସାରିଛି । ଦେଶର ପାହାଡିଆ ଅଞ୍ଚଳରେ ଭାରତରେ ଜନ୍ମିତ ତାମିଲ ଲୋକଙ୍କ ପାଇଁ 14000 ଘରର ନିର୍ମାଣ କାର୍ଯ୍ୟରେ ମଧ୍ୟ ଭଲ ପ୍ରଗତୀ ହୋଇଛି । ମୁଁ ଏହି କଥା ପାଇଁ ଆନନ୍ଦିତ ଯେ ଆମେ ଶ୍ରୀଲଙ୍କାରେ ସୌର ପ୍ରକଳ୍ପ ପାଇଁ ପ୍ରଥମେ ଘୋଷଣା କରିଥିବା 100 ମିଲିୟନ ଋଣକୁ ଶୀଘ୍ର ଉପଯୋଗ କରିବା ପାଇଁ ସହମତ ହୋଇଛୁ । ଭାରତ ଦ୍ୱାରା ଶ୍ରୀଲଙ୍କାରେ ଶିକ୍ଷା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅନୁଦାନ ଆଧାରରେ ମଞ୍ଜୁର ହୋଇଥିବା 20ଟି ଗୋଷ୍ଠୀ ବିକାଶ ପ୍ରକଳ୍ପ ଏବଂ ଅନ୍ୟ ଜନ କଲ୍ୟାଣକାରୀ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ମହୋଦୟ ଏବଂ ମୋ ମଧ୍ୟରେ ଆଲୋଚନା ହୋଇଛି ।

ବନ୍ଧୁଗଣ,

ଭାରତ ସଦା ସର୍ବଦା ପ୍ରତ୍ୟେକ ରୂପରେ ଆତଙ୍କବାଦର ବିରୋଧ କରିଛି । ଆଉ ସୀମାରେ ଆତଙ୍କବାଦ ସହିତ ଅନ୍ୟ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କଠାରୁ କାର୍ଯ୍ୟାନୁଷ୍ଠାନର ଆଶା ମଧ୍ୟ କରିଛି । ଚଳିତ ବର୍ଷ ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଆତଙ୍କବାଦୀମାନେ ସମଗ୍ର ମାନବଜାତିର ବିବିଧତା ଏବଂ ସହଜୀବନର ମୂଲ୍ୟାୟନ ପରମ୍ପରା ଉପରେ ନୃଶଂସ ପ୍ରହାର କଲେ । ଆତଙ୍କୀ ଏବଂ ଚରମପନ୍ଥୀ ଶକ୍ତି ବିରୁଦ୍ଧରେ ଶ୍ରୀଲଙ୍କାର ଲଢ଼େଇରେ ଭାରତର ଅଟଳ ସମର୍ଥନକୁ ବ୍ୟକ୍ତ କରିବା ପାଇଁ ନିର୍ବାଚନର ତୁରନ୍ତ ପରେ ଶ୍ରୀଲଙ୍କା ଗସ୍ତ କରିଥିଲି । ପାରସ୍ପରିକ ସୁରକ୍ଷା ପାଇଁ ଏବଂ ଆତଙ୍କବାଦ ବିରୁଦ୍ଧରେ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ମୁଁ ରାଷ୍ଟ୍ରପତି ରାଜପକ୍ଷଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛି । ପ୍ରମୁଖ ଭାରତୀୟ ସଂସ୍ଥାନରେ ଶ୍ରୀଲଙ୍କାର ପୁଲିସ ଅଧିକାରୀ ଆତଙ୍କବାଦର ମୁକାବିଲା ପ୍ରଶିକ୍ଷଣର ଲାଭ ପ୍ରଥମରୁ ହିଁ ପ୍ରାପ୍ତ କରୁଛନ୍ତି । ଆତଙ୍କବାଦର ମୁକାବିଲା ପାଇଁ ଶ୍ରୀଲଙ୍କାକୁ 50 ମିଲିୟନ ଡଲାରର ଏକ ସ୍ୱତନ୍ତ୍ର ଋଣ ଘୋଷଣା କରି ମୁଁ ବହୁତ ଖୁସି ହେଉଛି ।

ବନ୍ଧୁଗଣ,

ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ । ଆମ ମଧ୍ୟରେ ସହମତି ରହିଛି କି ଆମେ ଏହି ପ୍ରସଙ୍ଗରେ ରଚନାତ୍ମକ ଏବଂ ମାନବୀୟ ଦୃଷ୍ଟିକୋଣ ଜାରି ରଖିବୁ ।

ବନ୍ଧୁଗଣ,

ଆମେ ଶ୍ରୀଲଙ୍କାରେ ପୁନର୍ଗଠନ ବିଷୟ ଉପରେ ମଧ୍ୟ ରଖିଥିବା ବିଚାରଧାରାଗୁଡ଼ିକ ଉପରେ ଖୋଲାଖୋଲି ଭାବେ ମତ ବିନିମୟ କରିଛୁ । ରାଷ୍ଟ୍ରପତି ରାଜପକ୍ଷ ଜାତିଗତ ସାମଞ୍ଜସ୍ୟ ଉପରେ ତାଙ୍କର ସମାବେଶୀ ରାଜନୈତିକ ଦୃଷ୍ଟିକୋଣ ବିଷୟରେ ମୋତେ ଜଣାଇଛନ୍ତି । ମୋର ବିଶ୍ୱାସ ରହିଛି କି ଶ୍ରୀଲଙ୍କା ସରକାର ତାମିଲମାନଙ୍କର ସମାନତା, ନ୍ୟାୟ, ଶାନ୍ତି ଏବଂ ସମ୍ମାନର ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ଓ ପୁନର୍ଗଠନ କରିବା ପ୍ରକ୍ରିୟାକୁ ଆଗକୁ ବଢ଼ାଇବେ । ଏଥିରେ 13ତମ ସଂଶୋଧନକୁ ଲାଗୁ କରିବା ମଧ୍ୟ ସାମିଲ ଅଛି । ଉତ୍ତର ଏବଂ ପୂର୍ବ ସମେତ ସଂପୂର୍ଣ୍ଣ ଶ୍ରୀଲଙ୍କାରେ ବିକାଶ ପାଇଁ ଭାରତ ଏକ ବିଶ୍ୱସ୍ତନୀୟ ଭାଗୀଦାର ହେବ ।

ବନ୍ଧୁଗଣ,

ମୁଁ ପୁଣି ଥରେ ରାଷ୍ଟ୍ରପତି ରାଜପକ୍ଷଙ୍କୁ ଭାରତରେ ସ୍ୱାଗତ କରୁଛି । ତାଙ୍କର ଯାତ୍ରା ଦ୍ୱାରା ଆମର ପାରସ୍ପରିକ ସମ୍ପର୍କକୁ ଆହୁରି ଶକ୍ତି ମିଳିବ । ଆଉ ଆମର ସହଯୋଗ ଦୁଇ ଦେଶରେ ବିକାଶ ଏବଂ କ୍ଷେତ୍ରରେ ସମୃଦ୍ଧି, ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହନ ଦେବ ।

ବୋହୋମା-ସ୍ଥୁତି ।

ନନ୍ଦ୍ରୀ ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in China mining accident
May 23, 2026

Prime Minister Shri Narendra Modi today expressed deep sadness over the tragic loss of lives resulting from a mining accident in the Shanxi Province of China.

On behalf of the people of India, the Prime Minister extended his heartfelt condolences to President Xi Jinping and the people of China. Shri Modi prayed that the bereaved families find strength in this tragic hour, while also wishing for the early and safe recovery of all remaining missing persons.

The Prime Minister posted on X:

"Saddened by the loss of lives in a mining accident in Shanxi Province in China. On behalf of the people of India, my condolences to President Xi Jinping and the people of China. May the bereaved families find strength in this tragic hour. Praying for the early and safe recovery of all remaining missing persons."