PM Modi is a ‘Vikas Avtar’, says Swami Avdheshananda #NarmadaSevaYatra 
India will become a ‘Vishwaguru’ under PM Modi’s leadership, says MP Chief Minister Shivraj Singh Chouhan #NarmadaSevaYatra 
River Narmada has been a life-giver for centuries: PM Modi
PM Modi compliments the Madhya Pradesh Government for the State's performance in the Swachh Bharat Mission
PM Modi urges people to resolve to make a positive contribution to the nation by 2022, the 75th anniversary of independence

ନର୍ମଦା ନଦୀର ଉଦଗମ ସ୍ଥଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜା କରିଥିଲେ । ସେ ମଧ୍ୟପ୍ରଦେଶର ଅମରକଣ୍ଟକ ଠାରେ “ନମାମି ନର୍ମଦେ – ନର୍ମଦା ସେବା ଯାତ୍ରା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମବେତ ହୋଇଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

 

ଏହି ଅବସରରେ ଉଦବୋଧନ ଦେଇ ସ୍ୱାମୀ ଅବଧେଶନନ୍ଦଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ବିକାଶ ଅବତାର’ ଭାବେ ଅଭିହିତ କରିଥିଲେ ଏବଂ କହିଥିଲେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରି ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି ।

ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ ଲୋକମାନଙ୍କ ଭାଗିଦାରୀତା ମାଧ୍ୟମରେ ନର୍ମଦାକୁ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀରେ ପରିଣତ କରାଯିବ । ନର୍ମଦା ନଦୀ ତଟରେ ଅବସ୍ଥିତ 18ଟି ସହରରେ ଜଳ ବିଶୁଦ୍ଧିକରଣ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ସେ ଆହୁରି କହିଥିଲେ ଯେ ଏହି ଆନ୍ଦୋଳନ ଏତିକିରେ ଅଟକି ଯିବ ନାହିଁ, ବରଂ ଏହା ଅନ୍ୟ ନଦୀକୁ ମଧ୍ୟ ପରିବ୍ୟାପ୍ତ ହେବ ।

ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁରେ ପରିଣତ ହୋଇପାରିବ । କେନ୍ଦ୍ର ସରକାରଙ୍କ 3 ବର୍ଷ ପୂର୍ତ୍ତି ନିମନ୍ତେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନର୍ମଦା ନଦୀ ପ୍ରବାହକୁ ସ୍ୱାଭାବିକ କରିବା ଲାଗି ନର୍ମଦା ପ୍ରବାହ ମିଶନର ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନର୍ମଦା ସେବା ଯାତ୍ରାରେ ସାମିଲ ହୋଇଥିବା ଭ୍ରମଣକାରୀଙ୍କ ନିକଟରେ ସେ ନତମସ୍ତକ ହେଉଛନ୍ତି । ସେମାନଙ୍କ ଉଦ୍ୟମ ଫଳବତୀ ହେବ ଯାହା ଭାରତ ଏବଂ ଦରିଦ୍ରରୁ ଦରିଦ୍ରତମ ଲୋକମାନଙ୍କ ସେବା କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତାଧିକ ବର୍ଷ ଧରି ନର୍ମଦା ନଦୀ ଜୀବନଧାରା ହୋଇ ରହିଆସିଛି ହେଲେ ଗତ କିଛିଦିନ ହେବ ଏହି ନଦୀ ପ୍ରତି ଅତ୍ୟାଚାର ହେଉଛି, ଏହି କାରଣରୁ ନର୍ମଦା ସେବା ଯାତ୍ରାର ଆବଶ୍ୟକତା ରହିଥିଲା । ସେ ଆହୁରି କହିଥିଲେ ଯେ ଯଦି ଆମେ ଆମ ନଦୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ନକରିବା ତେବେ ମାନବଜାତି ହିଁ ପରାଜୟବରଣ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 150 ଦିନର ନର୍ମଦା ସେବା ଯାତ୍ରା ଅସାଧାରଣ, ଏପରିକି ବିଶ୍ୱସ୍ତରର । ନର୍ମଦା ନଦୀ ବରଫରୁ ନୁହେଁ ବୃକ୍ଷରୁ ଉତ୍ପତ୍ତି ହୋଇଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୃହତ ବୃକ୍ଷ ରୋପଣ ଲାଗି ମଧ୍ୟପ୍ରଦେଶ ସରକାରଙ୍କ କାର୍ଯ୍ୟକ୍ରମ ମାନବସମାଜ ପାଇଁ ଏକ ବୃହତ ସେବା ହେବ ।

ନର୍ମଦା ନଦୀ ଦ୍ୱାରା ଉପକୃତ ହେଉଥିବା ଗୁଜରାଟ ଏବଂ ମହାରାଷ୍ଟ୍ରର କୃଷକଙ୍କ ପକ୍ଷରୁ ନର୍ମଦା ସେବା ଯାତ୍ରା ପାଇଁ ମଧ୍ୟପ୍ରଦେଶ ସରକାର ଏବଂ ସ୍ଥାନୀୟ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଶୀର୍ଷ 100 ସ୍ୱଚ୍ଛ ସହର ମଧ୍ୟରେ ମଧ୍ୟପ୍ରଦେଶର 22 ସହର ସାମିଲ୍ ହୋଇଥିବାରୁ ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ଦିଗରେ ମଧ୍ୟପ୍ରଦେଶ ସରକାରଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରାକୃତିକ ସମ୍ବଳର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନର୍ମଦା ସେବା ମିଶନ୍ ଭବିଷ୍ୟତ ପାଇଁ ଉପଯୁକ୍ତ ତଥା ଦୂରଦୃଷ୍ଟି ସମ୍ପନ୍ନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର କୃଷକଙ୍କ ଆୟ ଦୁଇ ଗୁଣା କରିବା ଲାଗି ସଂକ୍ରଳ୍ପବଦ୍ଧ ଏବଂ ମଧ୍ୟପ୍ରଦେଶ ସରକାର ଏ ଦିଗରେ ଭଲ ଦୂରଦୃଷ୍ଟି ନେଇ ପ୍ରସ୍ତୁତି କରୁଛନ୍ତି । 2022ରେ ଦେଶ ସ୍ୱାଧୀନ ହେବାର 75 ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ସକାରାତ୍ମକ ଯୋଗଦାନ ଦେବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ କରିଥିଲେ ।

ପ୍ରଶଂସାସୂଚକ ମନ୍ତବ୍ୟ ଲାଗି ପ୍ରଧାନମନ୍ତ୍ରୀ ସ୍ୱାମୀ ଅବଧେଶନନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ନର୍ମଦା ନଦୀ ପାଇଁ ଯୋଗଦାନ ଏବଂ ବଳୀଦାନ ଦେବା ଲାଗି ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ ଦେଇ କହିଥିଲେ ନର୍ମଦା ଯାତ୍ରା ହୁଏତ’ ସରିଯାଇଛି, କିନ୍ତୁ ଯଜ୍ଞ ଏଇମାତ୍ର ଆରମ୍ଭ ହୋଇଛି ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event

Media Coverage

‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”