Singapore may be a small island, but its horizons are global; it has shown size is no barrier to the scale of achievements: PM Modi
The course of India’s centuries-old route to South East Asia also ran through Singapore: Prime Minister Modi
Swami Vivekananda, Gurudev Tagore, Netaji Bose and Mahatma Gandhi connect India and Singapore: PM Modi
Political relations between India and Singapore are among the warmest and closest. There are no contests or claims, or doubts: Prime Minister Modi
Singapore is both a leading investment source and destination for India: PM Modi
Together, India and Singapore can build a great economic partnership of the new age: Prime Minister
In India, the present is changing rapidly. A ‘New India’ is taking shape: Prime Minister Modi
India is among the most open economies in the world; Tax regime has changed; infrastructure sector is expanding at record speed: PM Modi
Prime Minister Modi: A digital revolution is sweeping through India
We are working to transform 100 cities into Smart Cities, and 115 aspirational districts into new centres of progress, says PM
Agriculture sector is receiving a level of priority that it has not since the Green Revolution decades ago; aim is to double farmers’ income by 2022: PM
There is complete clarity and confidence about the pace and direction of economic reforms in India, says PM Modi

ନମସ୍ତେ-ସିଙ୍ଗାପୁର!

ଶୁଭ ସନ୍ଧ୍ୟା

ନୀ ହାଓ

ସଲାମତ ଦତାଙ୍ଗ

ୱଣକମ

ମନ୍ତ୍ରୀ ଈଶ୍ୱରନ

ବ୍ୟବସାୟୀ ମଣ୍ଡଳୀ,

ମୋର ସିଙ୍ଗାପୁରବାସୀ ବନ୍ଧୁଗଣ,

ସିଙ୍ଗାପୁରର ପ୍ରବାସୀ ଭାରତୀୟ ସଦସ୍ୟଗଣ

ସମସ୍ତଙ୍କୁ ନମସ୍କାର !

 

ଆଜି ଏହି ଚମତ୍କାର ସମାରୋହରେ, ଆମେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସମ୍ପର୍କର ଶକ୍ତିକୁ ଦେଖିପାରୁଛୁ  । ଏହା ଆମ ଐତିହ୍ୟ; ଆମ ଲୋକ ଏବଂ ଆମ ସମୟର ଶ୍ରେଷ୍ଠ ଭାଗିଦାରୀ  । ଏହା ଦୁଇଟି ସିଂହଙ୍କ କୃପା, ମହିମା ଏବଂ ଗର୍ଜନର ସମୟ । ସିଙ୍ଗାପୁର ଆସିବା ସବୁବେଳେ ଆନନ୍ଦଦାୟକ । ଏହି ସହର ସବୁବେଳେ ପ୍ରେରଣା ଯୋଗାଇଥାଏ । ସିଙ୍ଗାପୁର ହୁଏତ’ ଛୋଟ ଦ୍ୱୀପ ହୋଇପାରେ, କିନ୍ତୁ ଏହାର ଛାପ ସାରା ବିଶ୍ୱରେ ରହିଛି । ଏହି ମହାନ ଦେଶ ଆମକୁ ଶିକ୍ଷା ଦେଇଛି ଯେ ଉଚ୍ଚସ୍ତରର ଉପଲବ୍ଧୀ ହାସଲ କରିବା ଏବଂ ବିଶ୍ୱସ୍ତରରେ ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିବାରେ ସୀମାର ଆକାର ବାଧକ ସାଜିନଥାଏ ।

କିନ୍ତୁ, ସିଙ୍ଗାପୁରର ସଫଳତା ଏହାର ବହୁପକ୍ଷୀୟ ସଂସ୍କୃତିର ସୌହାର୍ଦ୍ଦ୍ୟ, ଏହାର ବିବିଧତାର ସମାରୋହ, ଯାହା ଏକ ଉକ୍ରୃଷ୍ଟ ଏବଂ ଅଭିନବ ସିଙ୍ଗାପୁରୀୟ ପରିଚୟ ମଧ୍ୟରେ ରହିଛି । ଏବଂ, ଏହି ଚମତ୍କାର ମିଶ୍ରଣରେ, ଏକ ପ୍ରାଚୀନ ଛାପ ରହିଛି, ସୁନ୍ଦର ଏବଂ ରଙ୍ଗୀନ ଯାହା ଭାରତ ଏବଂ ସିଙ୍ଗାପୁରକୁ ପରସ୍ପର ସହ ବାନ୍ଧିଛି  ।

ବନ୍ଧୁଗଣ,

ଭାରତର ଶତାବ୍ଦୀ ବର୍ଷ ପୁରୁଣା ଦକ୍ଷିଣ ପୂର୍ବ ଏସିଆ ଗସ୍ତ ସିଙ୍ଗାପୁର ଦେଇ ଗତି କରୁଛି  । ମାନବୀୟ ସମ୍ପର୍କ ଗଭୀର ଏବଂ ସ୍ଥାୟୀ  । ଏହା ସିଙ୍ଗପୁରୀୟ ଭାରତୀୟଙ୍କ ମଧ୍ୟରେ ରହିଛି  । ଏବଂ, ଏହି ସନ୍ଧ୍ୟା ଆପଣମାନଙ୍କ ଉପସ୍ଥିତି, ଆପଣଙ୍କ ଉତ୍ସାହ, ଆପଣମାନଙ୍କ ପ୍ରତିଭା ଏବଂ ଆପଣମାନଙ୍କ ଉପଲବ୍ଧୀରେ ଆଲୋକିତ ହୋଇଛି  ।

ଆପଣମାନେ ଏଠାରେ ଇତିହାସର ପ୍ରଭାବ କିମ୍ବା ଜଗତୀକରଣର ସୁଯୋଗ ଦ୍ୱାରା ରହିପାରନ୍ତି; ଆପଣମାନଙ୍କ ପୂର୍ବଜମାନେ ଅନେକ ପିଢ଼ି ପୂର୍ବରୁ ଏଠାକୁ ଆସିଥାଇପାରନ୍ତି କିମ୍ବା ଆପଣ ଚଳିତ ଶତାବ୍ଦୀରେ ଏଠାକୁ ଆସିଥାଇପାରନ୍ତି, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ସିଙ୍ଗାପୁରର ଅଭିନବ ରଚନା ଏବଂ ଏହାର ପ୍ରଗତିର ଅଂଶବିଶେଷ ହୋଇପାରିଛନ୍ତି  ।

ପ୍ରତିବଦଳରେ ସିଙ୍ଗାପୁର ଆପଣଙ୍କୁ, ଆପଣଙ୍କ ପ୍ରତିଭାକୁ ଏବଂ ଆପଣଙ୍କ କଠିନ ପରିଶ୍ରମକୁ ଆଲିଙ୍ଗନ କରିଛି । ଏଠାରେ ସିଙ୍ଗାପୁରରେ, ଆପଣ ଭାରତର ବିବିଧତାକୁ ପ୍ରତିନିଧିତ୍ୱ କରୁଛନ୍ତି  । ଯଦି ଆପଣ ଭାରତର ସବୁ ପର୍ବପର୍ବାଣୀ ଗୋଟିଏ ସହରରେ ଦେଖିବାକୁ ଚାହୁଁଛନ୍ତି କିମ୍ବା ସପ୍ତାହବ୍ୟାପୀ ସେଗୁଡ଼ିକୁ ଉପଭୋଗ କରିବାକୁ ଚାହୁଁଛନ୍ତି, ତା’ହେଲେ ସିଙ୍ଗାପୁର ଆସନ୍ତୁ  ।

ତାହା ମଧ୍ୟ ଏବେ ଭାରତୀୟ ଖାଦ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ୍ୟ! ମୋର ଠିକ ମନେ ଅଛି ଏଠାକାର ‘ଛୋଟ ଭାରତ’ରେ ପ୍ରଧାନମନ୍ତ୍ରୀ ଲି ମୋ ଲାଗି ଆୟୋଜନ କରିଥିବା ସାନ୍ଧ୍ୟ ଭୋଜନ  ।

ତାମିଲ ଏଠାକାର ସରକାରୀ ଭାଷା  । କିନ୍ତୁ, ଏହା ସିଙ୍ଗାପୁରର ଉତ୍ସାହର ପ୍ରମାଣ ଯେ ଏଠାକାର ସ୍କୁଲ ଛାତ୍ରଛାତ୍ରୀମାନେ 5ଟି ଭାରତୀୟ ଭାଷାରେ ଶିକ୍ଷା ଲାଭ କରିପାରୁଛନ୍ତି । ସହରରେ ଉତ୍କୃଷ୍ଟ ଭାରତୀୟ ସଂସ୍କୃତି ପ୍ରସ୍ଫୁଟିତ ହେଉଛି । ସିଙ୍ଗାପୁର ସରକାରଙ୍କ ସହଯୋଗରେ ପ୍ରତିଭାସମ୍ପନ୍ନ ପ୍ରବାସୀ ଭାରତୀୟଙ୍କ ଯୋଗୁ ଏହା ବହୁମତେ ସଫଳ ହୋଇପାରୁଛି  ।

ଏଠାରେ ସିଙ୍ଗାପୁରରେ ଆପଣମାନେ ପାରମ୍ପରିକ ଭାରତୀୟ କ୍ରୀଡ଼ା ପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାର ସହ ଆୟୋଜନ କରୁଛନ୍ତି । ଏହାଆପଣଙ୍କ କିଶୋରାବସ୍ଥା କଥା ମନେ ପକାଇଦେଉଛି ଏବଂ ପିଲାମାନଙ୍କୁ ଖୋ ଖୋ ଏବଂ କବାଡି ସହ ଯୋଡ଼ି ହେବା ପାଇଁ ସମର୍ଥ କରୁଛି  ।

ଏବଂ, 2017ରେ ଅନ୍ତର୍ଜାତୀୟ ଯୋଗ ଦିବସ ସହରର 70ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା  । ପ୍ରତି 10 କିଲୋମିଟର ମଧ୍ୟରେ ଗୋଟିଏ କେନ୍ଦ୍ର ନିର୍ମାଣ କରାଯାଇଥିଲା  ।

ବିଶ୍ୱର ଅନ୍ୟ କୌଣସି ସହରରେ ଏତେ ଉତ୍ସାହର ସହିତ ଯୋଗ ଦିବସ ପାଳନ କରାଯାଇଥିଲା । ଶ୍ରୀରାମକୃଷ୍ଣ ମିଶନ ଏବଂ ଶ୍ରୀ ନାରାୟଣ ମିଶନ ଭଳି ଅନୁଷ୍ଠାନ ଏଠାରେ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛନ୍ତି । ସମାଜ ପ୍ରତି ସେମାନଙ୍କ ସେବା, ପ୍ରତ୍ୟେକ ବର୍ଗର ଲୋକଙ୍କୁ, ଭାରତ ଓ ସିଙ୍ଗାପୁରର ମୂଲ୍ୟବୋଧ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ  ।

ସିଙ୍ଗାପୁର ଏବଂ ଏହି ଅଂଚଳକୁ ସେମାନଙ୍କ ଯାତ୍ରା କାଳରେ ସ୍ୱାମୀ ବିବେକାନନ୍ଦ ଏବଂ ବିଶ୍ୱ କବି ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋର ଭାରତ ଏବଂ ପ୍ରାଚ୍ୟକୁ ଯୋଡ଼ୁଥିବା ସମ୍ପର୍କର ରଜ୍ଜୁ ସନ୍ଧାନ କରିପାରିଥିଲେ  । ସିଙ୍ଗାପୁର ମାଟିରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ପାଇଁ – ଦିଲ୍ଲୀ ଚଲୋ- ଆହ୍ୱାନ ଦେଇଥିଲେ ଯାହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଧୀନତାର ବହ୍ନି ଜାଳିଥିଲା  ।

ଏହି ସ୍ଥାନରୁ କିଛି ଦୂରରେ ଥିବା ଉପକୂଳ କ୍ଲିଫର୍ଡ ପିରରେ ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମର କିଛି ଅଂଶ 1948ରେ ଏଠାରେ ଭସାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ । ଚିତାଭସ୍ମ ଭସାଯିବା ସମୟରେ ଏକ ବିମାନ ଗୋଲାପ ପାଖୁଡ଼ା ବୁଣିଥିଲା  । ଲୋକମାନେ ସେହି ପାଣିକୁ ପାଦୁକ ଭଳି ପାଇଥିଲେ  ।

ଆମ ଇତିହାସର ସେହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ଲାଗି ଗୋଟିଏ ଦିନ ପରେ ମୁଁ କ୍ଲିଫଡ ପିଅର ଠାରେ ଏକ ଫଳକୁ ଉନ୍ମୋଚନ କରିବି  । ଏହି ମୁହୂର୍ତ୍ତ ଯାହା ଆଜି ବି ମହାତ୍ମା ଗାନ୍ଧୀଙ୍କ ସାମଗ୍ରୀକ ଏବଂ ସର୍ବକାଳୀନ ମୂଲ୍ୟବୋଧକୁ ଆଲୋକପାତ କରିଥାଏ  ।

ବନ୍ଧୁଗଣ,

ଅସାଧାରଣ ଐତିହ୍ୟ, ଆମ ମାନବୀୟ ସମ୍ପର୍କର ସମ୍ପତ୍ତି ଏବଂ ଆମ ସହଭାଗୀ ମୂଲ୍ୟବୋଧର ଦୃଢ଼ତାର ମୂଳଦୁଆ ଉପରେ ଭାରତ ଏବଂ ସିଙ୍ଗାପୁର ଆମ ସମୟର ସହଭାଗୀତା ଗଠନ କରୁଛନ୍ତି  । ଏହା ଏକ ସମ୍ପର୍କ ଯାହା ରଣନୈତିକ ଭାଗିଦାରୀକୁ ମୁକାବିଲା କରୁଛି  ।

ଯେତେବେଳେ ଭାରତ ବିଶ୍ୱ ଆଡ଼କୁ ଉନ୍ମୁଖ ହେଉଛି ଏବଂ ପୂର୍ବ ଆଡ଼କୁ ଚାହୁଁଛି, ସିଙ୍ଗାପୁର ଏକ ଭାଗିଦାର ଏବଂ ଭାରତ ଓ ଆସିଆନ ମଧ୍ୟରେ ଏକ ସେତୁ ହୋଇ ଛିଡ଼ା ହେଉଛି  । ଭାରତ ଓ ସିଙ୍ଗାପୁର ମଧ୍ୟରେ ରାଜନୈତିକ ସମ୍ପର୍କ ଉଦାର ଏବଂ ନିବିଡ଼  । ସେଠାରେ କୌଣସି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଦାବି ଏବଂ ସନ୍ଦେହ ନାହିଁ  ।

ଏହା ଏକ ମିଳିତ ସଂକଳ୍ପର ପ୍ରାକୃତିକ ଭାଗିଦାରୀ । ଆମର ପ୍ରତିରକ୍ଷା ସମ୍ପର୍କ ଉଭୟଙ୍କ ପାଇଁ ବେଶ ସୁଦୃଢ଼ । ମୋର ସେନା ବାହିନୀ ସିଙ୍ଗାପୁରର ସେନାବାହିନୀ ପ୍ରତି ଅତ୍ୟଧିକ ସମ୍ମାନ ଏବଂ ପ୍ରଶଂସା କରିଥାଏ । ଭାରତ ସିଙ୍ଗାପୁର ସହିତ ସବୁଠୁ ଲମ୍ବା ନୌସେନା ଅଭ୍ୟାସ କରିଥାଏ  ।

ସେମାନେ ଏବେ ରୌପ୍ୟ ଜୟନ୍ତୀ ପାଳନ କରୁଛନ୍ତି  । ଆମେ ଭାରତରେ ତାଲିମ ପାଇଁ ସିଙ୍ଗାପୁର ସ୍ଥଳ ସେନା ଏବଂ ବାୟୁସେନାକୁ ସଗର୍ବେ ସ୍ୱାଗତ କରୁଛୁ । ଆମର ଜାହାଜଗୁଡ଼ିକ ନିରନ୍ତର ଭାବେ ପରସ୍ପରର କ୍ଷେତ୍ରକୁ ଗସ୍ତ କରିଥାନ୍ତି  ।

ଆମର ନୌସେନା ଜାହାଜରେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଥାଆନ୍ତି । ମୁଁ, ମଧ୍ୟ ସିଙ୍ଗାପୁର ନୌସେନା ଜାହାଜ ଏବଂ ଗୋଟିଏ ଦିନ ପରେ ଚାଙ୍ଗୀ ନୌସେନା ବେସଠାରେ ଥିବା ଭାରତୀୟ ନୌସେନାର ଜାହାଜ ପରିଦର୍ଶନ କରିବାକୁ ଆଗ୍ରହୀ  ।

ଆଇନ ଆଧାରିତ ବ୍ୟବସ୍ଥା, ସବୁ ରାଷ୍ଟ୍ର ପାଇଁ ସାର୍ବଭୌମ ସମାନତା ଏବଂ ମୁକ୍ତ ଓ ଖୋଲା ବାଣିଜ୍ୟ ମାର୍ଗ ଏବଂ ବିନିମୟ ଲାଗି ଅନ୍ତର୍ଜାତୀୟ ମଞ୍ଚରେ ଆମେ ଏକା ସ୍ୱରରେ କଥା ହୋଇଥାଉ । ଆମ ସମ୍ପର୍କର ହୃତସ୍ପନ୍ଦନ ହେଉଛି ଅର୍ଥବ୍ୟବସ୍ଥା  ।

ଭାରତର ବିଶ୍ୱ ସମ୍ପର୍କରେ ଆମର ଭାଗିଦାରୀ ପ୍ରଥମ ଧାଡ଼ିରେ ରହିଛି  । ସିଙ୍ଗାପୁର ଭାରତ ପାଇଁ ଉଭ ନିବେଶର ଉତ୍ସ ଏବଂ ଲକ୍ଷ୍ୟସ୍ଥଳୀ । ସିଙ୍ଗାପୁର ପ୍ରଥମ ଦେଶ ଯାହା ସହିତ ଆମେ ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତି ସ୍ୱାକ୍ଷର କରିଛୁ  ।

ଉଭୟ ପକ୍ଷରୁ ପାଖାପାଖି 25ଟି ବିମାନ ପ୍ରତି ସପ୍ତାହରେ ସିଙ୍ଗାପୁରକୁ 16ଟି ଭାରତୀୟ ସହର ସହିତ ଯୋଡ଼ିତାଏ  । ଏବଂ ଏହା ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି  । ସିଙ୍ଗାପୁରକୁ ଭାରତରୁ ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସିଥାନ୍ତି ଏବଂ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି  । ଆମର ଆଇଟି କମ୍ପାନୀଗୁଡ଼ିକ ସିଙ୍ଗାପୁରକୁ ସ୍ମାର୍ଟ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ରହିବାରେ ସହାୟକ ହେଉଛନ୍ତି  ।

ଭାରତର ବିକାଶ ପ୍ରାଥମିକତା ମଧ୍ୟରେ ବହୁ କ୍ଷେତ୍ର : ସ୍ପାର୍ଟ ସିଟି, ଅର୍ବାନ ସଲ୍ୟୁସନ, ଆର୍ଥିକ କ୍ଷେତ୍ର, ଦକ୍ଷତା ବିକାଶ, ବନ୍ଦର, ଲଜିଷ୍ଟିକ୍ସ, ବିମାନ ଚଳାଚଳ, ଏବଂ ଶିଳ୍ପ ପାର୍କରେ ସିଙ୍ଗାପୁର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର  ।

ତେଣୁ ଭାରଗ ଏବଂ ସିଙ୍ଗାପୁର ପରସ୍ପରର ସମୃଦ୍ଧିରେ ଯୋଗଦାନ କରୁଛନ୍ତି  । ଏବଂ ବର୍ତ୍ତମାନ ଆମେ ଏକ ଡିଜିଟାଲ ବିଶ୍ୱ ପାଇଁ ନୂଆ ଭାଗିଦାରୀ ଗଢ଼ୁଛୁ  । ପ୍ରଧାନମନ୍ତ୍ରୀ ଲି ଏବଂ ମୁଁ ଏଇ ନିକଟରେ ପ୍ରଯୁକ୍ତି, ନବସୃଜନ ଏବଂ ଉଦ୍ୟୋଗୀତାର ଏକ ଚମକ୍ରାର ପ୍ରଦର୍ଶନୀ ପରିଭ୍ରମଣ କଲୁ  । ଏହା ଭାରତ ଏବଂ ସିଙ୍ଗାପୁରର  ଉଜ୍ଜ୍ୱଳ ଯୁବକମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା  ।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ପ୍ରତିଭା ଯେଉଁମାନେ ସିଙ୍ଗାପୁରକୁ ସେମାନଙ୍କ ଘର ଭଳି ଆପଣେଇ ନେଇଛନ୍ତି । ଏମାନେ ଭାରତ, ସିଙ୍ଗାପୁର ଏବଂ ଆସିଆନ ସେତୁ ଭାବେ କାର୍ଯ୍ୟ କରୁଛନ୍ତି । କିଛି ସମୟ ଆଗରୁ ଆମେ ରୂପେ, ଭୀମ ଏବଂ ୟୁପିଆଇକୁ ଅନ୍ତର୍ଜାତୀୟ ସ୍ତରରେ ଶୁଭାରମ୍ଭ କରିଛୁ  ।

ସିଙ୍ଗାପୁରରେ ଏହା ମିଳିତ ଭାବେ ଶୁଭାରମ୍ଭ ହେବା ସ୍ୱାଭାବିକ କଥା । ମିଳିତ ଭାବେ ଆମେ ମୋବାଇଲ ଏବଂ ଡିଜିଟାଲ ପ୍ରଯୁକ୍ତିର ଶକ୍ତିକୁ ପ୍ରଶାସନ ଏବଂ ସାମଗ୍ରୀକତା ଭାବେ ବ୍ୟବହାର କରିବୁ । ମିଳିତ ଭାବେ,  ଆମେ ନୂଆ ସମୟର ମହାନ ଅର୍ଥନୈତିକ ଭାଗୀଦାର ନିର୍ମାଣ କରିପାରିବୁ  ।

ସିଙ୍ଗାପୁର ନିଜ ପାଇଁ ଏକ ନୂତନ ଭବିଷ୍ୟତ ନିର୍ମାଣ କରୁଥିବାରୁ ଭାରତ ଏକ ନୂତନ ବିଶ୍ୱ ସମ୍ଭାବନାର ଦେଶ ଭାବେ ଉଭା ହେଉଛି । ବସ୍ତୁ ଓ ସେବା କର ଭଳି ଗଭୀର ମୌଳିକ ସଂସ୍କାରର ଗୋଟିଏ ବର୍ଷ ମଧ୍ୟରେ ଆମେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇପାରିଛୁ  ।

ଆମେ ମାର୍ଗରେ ରହିବାକୁ ଚାହୁଁଛୁ  । ଆମ ଅର୍ଥବ୍ୟବସ୍ଥା ଆହୁରି ଅଧିକ ସ୍ଥିର ହୋଇଛି  । ବିତ୍ତୀୟ ନିଅଣ୍ଟ ନିମ୍ନଗାମୀ ହୋଇଛି  । ମୁଦ୍ରାସ୍ଫିତୀ ହାର ନିମ୍ନଗାମୀ ହୋଇଛି  । ଚଳନ୍ତି ଖାତା ନିଅଣ୍ଟ ସ୍ୱାଭାବିକ ସ୍ଥିତିରେ ରହିଛି  । ମୁଦ୍ରା ହାର ସ୍ଥିର ରହିଛି  । ଏବଂ ବୈଦେଶିକ ବିନିମୟ ଭଣ୍ଡାର ରେକର୍ଡ ଉଚ୍ଚସ୍ତରରେ ପହଁଚିଛି  ।

ଭାରତର ବର୍ତ୍ତମାନ ଦ୍ରୁତ ଗତିରେ ବଦଳି ଚାଲିଛି  । ଏକ ନୂତନ ଭାରତ ଗଠନ ହେଉଛି  । ଏବଂ ଏହା ପଛରେ ଅନେକ କାରଣ ରହିଛି  । ପ୍ରଥମତଃ ଦ୍ରୁତ ଗତିରେ ଏବଂ ଉଚ୍ଚସ୍ତରରେ ଅର୍ଥନୈତିକ ସଂସ୍କାର ହୋଇଚାଲିଛି । ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା 10 ହଜାରରୁ ଊଦ୍ଧ୍ୱର୍ ପଦକ୍ଷେପ ଆମକୁ ବ୍ୟବସାୟିକ ସୁଗମତା ତାଲିକାରେ 42ଟି ସ୍ଥାନ ଉପରକୁ ଉଠିବାରେ ସହାୟକ ହୋଇଛି  ।

14ଶହରୁ ଅଧିକ ପୁରୁଣା ଆଇନ ଉଚ୍ଛେଦ କରାଯାଇଛି  । ଭାରତ ବିଶ୍ୱର ସବୁଠୁ ମୁକ୍ତ ଅର୍ଥବ୍ୟବସ୍ଥା ମଧ୍ୟରେ ପରିଗଣିତ ହେଉଛି  । ବିଦେଶୀ ନିବେଶକମାନେ ପାଖାପାଖି ସବୁ କ୍ଷେତ୍ରରେ ନିବେଶ କରିପାରିବେ, 100% ପାଖାପାଖି ଇକୁ୍ୟଟି ହାସଲ କରିପାରିବେ । ପ୍ରକୃତରେ, ଭାରତରେ 90%ରୁ ଅଧିକ ନିବେଶ ଏହି ମାର୍ଗ ଦେଇ ହେଉଛି  ।

ଦ୍ୱିତୀୟତଃ, ଟିକସ ବ୍ୟବସ୍ଥା ପରିବର୍ତ୍ତିତ ହୋଇଛି : ନିମ୍ନ ଟିକସ ଦର, ବର୍ଦ୍ଧିତ ସ୍ଥିରତା, ଦ୍ରୁତ ଟିକସ ବିବାଦ ସମାଧାନ ଏବଂ ବୈଦ୍ୟୁତିକ ଦାଖଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ବସ୍ତୁ ଓ ସେବା କର ସ୍ୱାଧୀନତା ପରବର୍ତ୍ତୀ ସମୟର ସବୁଠୁ ବଡ଼ ସଂସ୍କାର । ଏହା ଦେଶକୁ ଗୋଟିଏ ବଜାରରେ ପରିଣତ କରିଛି ଏବଂ ଟିକସ ଆଧାରକୁ ବଢ଼ାଇଛି  ।

ଏହା ଏକ ସହଜ କାର୍ଯ୍ୟ ନଥିଲା । କିନ୍ତୁ, ଏହା ସଫଳତାପୂର୍ବକ ସମ୍ପାଦନ ହୋଇଥିଲା  । ଏବଂ, ଏହା ନୂଆ ଅର୍ଥନୈତିକ ସୁଯୋଗ ସୃଷ୍ଟି କଲା । ଆମର ବ୍ୟକ୍ତିଗତ ଆୟକର ଆଧାର ପାଖାପାଖି 20 ମିଲିୟନକୁ ସମ୍ପ୍ରସାରିତ ହୋଇଛି  ।

ତୃତୀୟତଃ, ଆମ ଭିତ୍ତିଭୂମି କ୍ଷେତ୍ର ରେକର୍ଡ ଦ୍ରୁତ ଗତିରେ ବୃଦ୍ଧି ପାଇଛି  । ଗତବର୍ଷ, ଆମେ 10 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିଛୁ  । ଏହା  ଦୈନିକ 27 କିଲୋମିଟର ଗତିରେ ନିର୍ମାଣ ହୋଇଛି  । ଏହି ଗତି ଗତ କିଛିବର୍ଷ ତୁଳନାରେ ଦୁଇ ଗୁଣା ବୃଦ୍ଧି ପାଇଛି  ।

ରେଳ ଲାଇନ ନିର୍ମାଣର ଗତି ମଧ୍ୟ ଦୁଇଗୁଣା ହୋଇଛି । ବିଭିନ୍ନ ସହରରେ ମେଟ୍ରୋ ରେଳ ନିର୍ମାଣ ହୋଇଛି, 7ଟି ଦ୍ରୁତ ରେଳ ପ୍ରକଳ୍ପ, ସମର୍ପିତ ମାଲ କରିଡର ଏବଂ 400 ରେଳ ଷ୍ଟେସନର ଆଧୁନିକୀକରଣର ରେଳ ପ୍ରକଳ୍ପକୁ ରୂପାନ୍ତରିତ କରିଛି  ।

ଅନ୍ୟ ପ୍ରକଳ୍ପ ମଧ୍ୟରେ ରହିଛି 10ଟି ଗ୍ରୀନ ଫିଲ୍ଡ ବିମାନ ବନ୍ଦର; 5ଟି ବୃହତ ବନ୍ଦର; 111 ନଦୀକୁ ଜାତୀୟ ଜଳ ପଥ ଭାବେ ମାନ୍ୟତା; ଏବଂ 30ରୁ ଉର୍ଦ୍ଧ୍ଵ ଲଜିଷ୍ଟିକ୍ସ ପାର୍କ ନିର୍ମାଣ କରାଯାଇଛି  । ମାତ୍ର ତିନି ବର୍ଷରେ ଆମେ 80 ହଜାର ମେଗାୱାଟ ଶକ୍ତି ଯୋଗ କରିପାରିଛୁ  ।

ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ, ଆମେ ଷଷ୍ଠ ବୃହତ ବିଦ୍ୟୁତଶକ୍ତି ଉତ୍ପାଦକ ହୋଇପାରିଛୁ  । ଏହା ସବୁଜ ଏବଂ ନିରନ୍ତର ଭବିଷ୍ୟତ ଦିଗରେ ଆମର ପ୍ରତିବଦ୍ଧତା  । ଖୁବ, ସହଜରେ ବିଶ୍ୱର ସର୍ବବୃହତ ଭିତ୍ତିଭୂମି କାହାଣୀ ଭାରତରେ ରୂପ ନେଉଛି  ।

ଚତୁର୍ଥତଃ, ଆମର ବିନିର୍ମାଣ କ୍ଷେତ୍ର ପୁନଃସକ୍ରିୟ ହୋଇଛି  । ଗତ ତିନି ବର୍ଷ ମଧ୍ୟରେ ଏଫଡିଆଇ ପରିମାଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି  । ଏହା 2013-14ରେ 36 ବିଲିୟନ ଆମେରିକୀୟ ଡଲାର ଥିବା ବେଳେ 2016-17ରେ ଏହା 60 ବିଲିୟନ ଆମେରିକୀୟ ଡଲାରରେ ପହଁଚିଛି  । ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି  ।

ଆମେ ସେକ୍ଟର ଆଧାରିତ ଆଧୁନିକୀକରଣ ଏବଂ ଉତ୍ପଦକତା କାର୍ଯ୍ୟକ୍ରମ, କର୍ପୋରେଟ ଟିକସ ହାରରେ ହ୍ରାସ, ଏବଂ ଟିକସ ଲାଭକୁ ଆହୁରି ଆକର୍ଷଣୀୟ ଏବଂ ସହଜ କରିଛୁ । ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ର ପ୍ରସ୍ଫୁଟିତ ହେଉଛି ଏବଂ ବର୍ତ୍ତମାନ ଏହା ବିଶ୍ୱର ତୃତୀୟ ସ୍ଥାନରେ ପହଁଚିଛି  ।

ମୋର ପ୍ରିୟ ଯୋଜନା, ନିଶ୍ଚିତ ଭାବେ ମୁଦ୍ରା ଯୋଜନା ଗରିବ ଏବଂ ବଂଚିତମାନଙ୍କୁ ଋଣ ଯୋଗାଇ ଦେଉଛି  । ଗତ ତିନି ବର୍ଷ ଧରି 128 ମିଲିୟନ ଋଣ, ଯାହାର ମୂଲ୍ୟ ପାଖାପାଖି 128 ବିଲିୟନ ଆମେରିକୀୟ ଡଲାର ହେବ, ଯୋଗାଇ ଦିଆଯାଇଛି – ଏହାର 74% ମହିଳାମାନଙ୍କୁ ଦିଆଯାଇଛି; ହଁ ମହିଳାମାନଙ୍କୁ 74%!

ପଞ୍ଚମତଃ, ଆମେ ଦୃଢ଼ ଭାବେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉପରେ ଗୁରୁତ୍ୱାରୋପ କରୁଛୁ  । ଗତ ତିନି ବର୍ଷ ମଧ୍ୟରେ ଆମେ 316 ମିଲିୟନ ବ୍ୟାଙ୍କ ଏକାଉଣ୍ଟ ସେମାନଙ୍କ ପାଇଁ ଖୋଲିଛୁ ଯେଉଁମାନଙ୍କର ପୂର୍ବର ବ୍ୟାଙ୍କ ଏକାଉଣ୍ଟ ନଥିଲା । ବର୍ତ୍ତମାନ, 99% ଭାରତୀୟ ପରିବାର ନିକଟରେ ବ୍ୟାଙ୍କ ଏକାଉଣ୍ଟ ରହିଛି  ।

ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ ଏବଂ ପରିଚୟର ଏକ ନୂତନ ଉତ୍ସ  । ଏହା ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ସଶକ୍ତିକରଣର ଏକ ଅବିଶ୍ୱସନୀୟ କାହାଣୀ । 12 ବିଲିୟନ ଆମେରିକୀୟ ଡଲାର ଏସବୁ ଏକାଉଣ୍ଟରେ ଜମା ହୋଇଛି  ।

ସରକାର ସିଧାସଳଖ ହିତାଧିକାରୀଙ୍କ ନିକଟକୁ 50 ବିଲିୟନ ଆମେରିକୀୟ ଡଲାର ହସ୍ତାନ୍ତର କରି ସେମାନଙ୍କୁ ଲାଭାନ୍ୱିତ କରିଛନ୍ତି । ସେମାନଙ୍କ ପାଇଁ ଶସ୍ତା ଭତା ଏବଂ ବୀମା ଉପଲବ୍ଧ ହୋଇପାରିଛି- ଯାହା ପୂର୍ବରୁ ଏକ ସ୍ୱପ୍ନ ଥିଲା  ।

ଷଷ୍ଠରେ ଡିଜିଟାଲ ଆନ୍ଦୋଳନ ସାରା ଭାରତରେ ପ୍ରବାହିତ ହେଉଛି । ସମସ୍ତ ପାଇଁ ବାୟୋମେଟ୍ରିକ, ସମସ୍ତଙ୍କ ପକେଟରେ ମୋବାଇଲ ଫୋନ ଏବଂ ପ୍ରତ୍ୟେକଙ୍କର ବ୍ୟାଙ୍କ ଏକାଉଣ୍ଟ, ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିପାରୁଛି ।

ଏବଂ ଏହା ମଧ୍ୟ ଭାରତରେ ସବୁକିଛି : ପ୍ରଶାସନ, ଜନସେବା, ଗରିବଙ୍କୁ ଲାଭ ପ୍ରଦାନ, ବ୍ୟାଙ୍କି ଓ ପେନସନ ବ୍ୟବସ୍ଥାକୁ ଗରିବଙ୍କ ନିକଟରେ ପହଁଚାଇବା ଆଦିକୁ ପରିବର୍ତ୍ତନ କରୁଛି । ଉଦାହରଣ ସ୍ୱରୂପ, ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

2017ରେ, କେବଳ ୟୁପିଆଇ ଆଧାରିତ କାରବାର 7 ହଜାର ପ୍ରତିଶତ ବୃଦ୍ଧି ପାଇଛି । ଜାନୁଆରୀରେ ଡିଜିଟାଲ କାରବାର 2 ଟ୍ରିଲିୟନ ଆମେରିକୀୟ ଡଲାରରେ ପହଁଚିଥିଲା । ଆମେ 20 ଲକ୍ଷ 50 ହଜାର ଗ୍ରାମ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସଂଯୋଗ ସ୍ଥାପନ ପାଇଁ କାର୍ଯ୍ୟ କରୁଛୁ ଏବଂ ଆମେ ସେସବୁ ଗ୍ରାମ ପରିଷଦରେ ଜନ ସେବା କେନ୍ଦ୍ର ପ୍ରତିଷ୍ଠା କରୁଛୁ ।

ଏହା ବହୁ ଡିଜିଟାଲ ସେବା ଏବଂ ହଜାର ହଜାର ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଅଟଳ ନବସୃଜନ ମିଶନ ଅଧୀନରେ ଆମେ 100ଟି ଉଦ୍ଭାବନ କେନ୍ଦ୍ର ଏବଂ 24 ହଜାର ଗବେଷଣାଗାର ସାରା ଦେଶରେ ସ୍ଥାପନ କରୁଛୁ ଯାହାଦ୍ୱାରା ଆମର ପିଲାମାନେ ଉଦ୍ଭାବନକାରୀ ଏବଂ ନିଯୁକ୍ତିଦାତା ହୋଇପାରିବେ ।

ସପ୍ତମରେ, ଆସନ୍ତା ଦୁଇ ଦଶନ୍ଧୀ ମଧ୍ୟରେ ଭାରତ ସର୍ବବୃହତ ସହରୀକରଣ ଦେଖିବାକୁ ମିଳିବ । ଏହା ଏକ ଆହ୍ୱାନ, ବରଂ ଏହା ଏକ ବୃହତ ଦାୟିତ୍ୱ ଏବଂ ସୁଯୋଗ ।

ଆମେ 100ଟି ସ୍ପାର୍ଟ ସହର ଏବଂ 115ଟି ଅଭିଳଷିତ ଜିଲ୍ଲାରକୁ ବିକାଶର ନୂତନ କେନ୍ଦ୍ର ଭାବେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛୁ ।

ଗଣ ପରିବହନ, ବର୍ଜ୍ୟବସ୍ତୁ ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ, ନିରନ୍ତର ବାସସ୍ଥାନ ଏବଂ ସୁଲଭ ଆବାସ ଆମ ପାଇଁ ପ୍ରାଥମିକ କାର୍ଯ୍ୟକ୍ରମ ।

ଅଷ୍ଟମରେ, ଆମେ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କରୁଛୁ ଏବଂ ଆମର 800 ମିଲିୟନ ଯୁବକଯୁବତୀମାନଙ୍କୁ ସମ୍ମାନ ଏବଂ ନିଯୁକ୍ତିର ଜୀବନ ପ୍ରଦାନ କରିବା ଲାଗି ଉଚ୍ଚ ଶିକ୍ଷାର ମାନ ବୃଦ୍ଧି କରୁଛୁ । ଏବଂ, ଏହି ଆର୍ଥିକ ବର୍ଷରେ, ଆମେ ଏକ 15 ବିଲିୟନ ଆମେରିକୀୟ ଡଲାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛୁ, ଆମର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ  ।

ନବମରେ, କୃଷି କ୍ଷେତ୍ରକୁ ଆମେ ସର୍ବାଧିକ ପ୍ରାଥମିକତ ଦେଉଛୁ, ଯାହା ସବୁ ବିପ୍ଳବ ପରଠାରୁ ଦେଖିବାକୁ ମିଳିନଥିଲା । ଆମେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଏବଂ ‘ନୂତନ ଭାରତ’ ଗଠନ ବେଳକୁ 2022ରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଲକ୍ଷ୍ୟ ରଖିଛୁ ।

ଏଥିପାଇଁ, ଆମେ ପ୍ରଯୁକ୍ତି, ରିମୋଟ ସେନ୍ସିଂ, ଇଂଟରନେଟ, ଡିଜିଟାଲ ଆର୍ଥିକ ବ୍ୟବସ୍ଥା, ସଫ୍ଟ ଋଣ, ବୀମା, ମୃର୍ତ୍ତିକା ସ୍ୱାସ୍ଥ୍ୟ ଉନ୍ନତି, ଜଳସେଚନ, ମୂଲ୍ୟ ଏବଂ ଯୋଗାଯୋଗର ଉପଯୋଗ କରୁଛୁ ।

ଦଶମରେ, 2022 ସୁଦ୍ଧା ଆମେ ଚାହୁଁଛୁ ପ୍ରତ୍ୟେକ ନାଗରିକ ପାଇଁ ଯାହା ମୁଁ କୁହେଁ “ଜୀବନ ଧାରଣର ସୁଗମତା” । ଏହାର ଅର୍ଥ, ଉଦାହରଣସ୍ୱରୂପ, 50 ନିୟୁତ ନୂଆ ଆବାସ ଯାହାଦ୍ୱାରା ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ଛାତ ।

ଗତ ମାସରେ, ଆମେ ଏକ ମାଇଲଖୁଂଟ ହାସଲ କରିଛୁ । ଆମର 6 ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକ ଗ୍ରାମ ଏକ ବିଦ୍ୟୁତ ଗ୍ରୀଡ ସହ ସଂଯୁକ୍ତ ହୋଇଛି ।

ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଆମେ ଏଥର ଶୁଭାରମ୍ଭ କରିଛୁ । ଏହା 100 ମିଲିୟନ ପରିବାର ବା 500 ଭାରତୀୟଙ୍କୁ ବାର୍ଷିକ 8 ହଜାର ଆମେରିକୀୟ ଡଲାର ବୀମା କବଚ ପ୍ରଦାନ କରିବ । ଏହା ସହଜରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ।

ଜୀବନ ଧାରଣର ମାନ ସ୍ୱଚ୍ଛ ଏବଂ ନିରନ୍ତର ବିକାଶ ସହ ଜଡ଼ିତ । ଏହା ଆମର ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ ଅନ୍ୟତମ । ଏହା ଆମ ପରମ୍ପରାରେ ରହିଛି ଏବଂ ପୃଥିବୀର ଭବିଷ୍ୟତ ପାଇଁ ଆମେ ଏଥିପ୍ରତି ପ୍ରତିବଦ୍ଧ । ଏବଂ, ଏହା  ଭାରତର ସାଧାରଣ ନୀତି ଏବଂ ଅର୍ଥନୈତିକ ବିକଳ୍ପର ପ୍ରତ୍ୟେକ ଦିଗକୁ ଛୁଇଁଛି ।

ଏଥିରେ ଆମ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ନଦୀ, ସ୍ୱଚ୍ଛ ବାୟୁ ଏବଂ ସ୍ୱଚ୍ଛ ସହର ଅଭିଯାନ ରହିଛି । ଏବଂ, ଏ ସମସ୍ତ ପରିବର୍ତ୍ତନ କେବଳ ଗୋଟିଏ ଏବଂ ଏକମାତ୍ର କାରଣ : ଆମର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଛି । 125କୋଟି ଲୋକଙ୍କ ଦେଶ, ଯେଉଁଠି 65%ରୁ ଅଧିକ ଲୋକଙ୍କ ବୟସ 35 ବର୍ଷରୁ କମ ପରିବର୍ତ୍ତନ ପାଇଁ ଆଗ୍ରହୀ ଏବଂ ନୂତନ ଭାରତ ହାସଲ ଲାଗି ଆଗେଇ ଚାଲିଛି । ଏହା ମଧ୍ୟ ପ୍ରଶାସନ ଏବଂ ନୀତିରେ ପରିବର୍ତ୍ତନକୁ ଆଗେଇ ନେଉଛି ।

ବନ୍ଧୁଗଣ,

ଭାରତରେ ହେଉଥିବା ଅର୍ଥନୈତିକ ସଂସ୍କାର ଗତି ଏବଂ ଦିଗରେ ଏକ ସମ୍ପୂର୍ଣ୍ଣ ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସ ରହିଛି । ଆମେ ଏହାକୁ ଭାରତରେ ବ୍ୟବସାୟ ପାଇଁ ଅଧିକ ସହଜ ଏବଂ ସୁଗମ କରିବୁ । ଆମେ ଏକ ମୁକ୍ତ, ସ୍ଥିର ଏବଂ ସ୍ୱଚ୍ଛ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥା ପାଇଁ କାର୍ଯ୍ୟ କରିବୁ । ଏବଂ, ପ୍ରାଚ୍ୟ ସହ ଆମର ସମ୍ପର୍କ ଦୃଢ଼ ହେବ ଏବଂ ଅର୍ଥବ୍ୟବସ୍ଥା ଆମ ଏକ୍ଟ ଇଷ୍ଟ ପଲିସିର ଅଭିନ୍ନ ଅଙ୍ଗ ହେବ ।

ଆମେ ଏକ ବିସ୍ତୃତ ଭାବେ ସ୍ୱଚ୍ଛ, ସନ୍ତୁଳିତ ଚୁକ୍ତି ଚାହୁଁଛୁ, ଯାହା ସବୁ ଦେଶକୁ ବାଣିଜ୍ୟ ଏବଂ ନିବେଶର ପ୍ରବାହରେ ଉର୍ଦ୍ଧ୍ଵକୁ ରଖିବ । ଆମେ ନିକଟରେ ଭାରତ-ସିଙ୍ଗାପୁର ବିସ୍ତୃତ ଅର୍ଥନୈତିକ ସହଯୋଗ ସମୀକ୍ଷା ସମ୍ପାଦନ କରିଛୁ ଏବଂ ଆମେ ଏହାକୁ ଆହୁରି ଉନ୍ନତିକରଣ କରିବା ଲାଗି କାର୍ଯ୍ୟ କରିବୁ ।

କ୍ଷେତ୍ରୀୟ ବିସ୍ତୃତ ଅର୍ଥନୈତିକ ଭାଗିଦାରୀର ଆଗୁଆ ସମ୍ପାଦନ ପାଇଁ ଆମେ ସମସ୍ତଙ୍କ ସହିତ, ବିଶେଷ ଭାବେ ଆସିଆନ ସହ କାର୍ଯ୍ୟ କରିବୁ । ଆସିଆନ ଏବଂ ବ୍ୟାପକ ପ୍ରାଚ୍ୟ ପାଇଁ ସିଙ୍ଗାପୁର ଏକ ମାର୍ଗ ହୋଇ ରହିବ । ଚଳିତ ବର୍ଷ ସିଙ୍ଗାପୁରର ଅଧ୍ୟକ୍ଷତାରେ ଆସିଆନ ସହ ଭାରତର ସମ୍ପର୍କ ଆହୁରି ଉର୍ଦ୍ଧ୍ଵକୁ ଏବଂ ଦୂରକୁ ଆଗେଇବ ।

ବନ୍ଧୁଗଣ,

ଶେଷରେ ସିଙ୍ଗାପୁର ପାଇଁ ଭାରତ ବ୍ୟତୀତ ଆଉ ଭଲ ସୁଯୋଗ ନାହିଁ । ଭାରତ ଏବଂ ସିଙ୍ଗାପୁର ଭଳି ଏତେ ସାଧାରଣ ସମାନତା ଏବଂ ଏତେ ଅଧିକ ସମ୍ଭାବନା ଖୁବ କମ ଦେଶରେ ରହିଛି । ଆମର ସମାଜରେ ଆମେ ପରସ୍ପରର ପ୍ରତିଫଳନ ଦେଖିଥାଉ ଏବଂ ଆମ ଅଂଚଳ ପାଇଁ ସମାନ ଭବିଷ୍ୟତ ଆଶା କରିଥାଉ ।

ଆଇନର ଶାସନ ଆଧାରରେ ଏକ ବିଶ୍ୱ ଆମେ ଚାହୁଁଛୁ ଏବଂ ଯାହା ମୁକ୍ତ ସମୁଦ୍ର ଏବଂ ସ୍ଥିର ବାଣିଜ୍ୟ ବ୍ୟବସ୍ଥା ଦ୍ୱାରା ଯୋଡ଼ି ହୋଇଥିବ । ସର୍ବୋପରି ଆମ ପାଖରେ ବିଶ୍ୱର ସବୁଠୁ ପ୍ରତିଭାସମ୍ପନ୍ନ, ଉତ୍ସାହୀ ପେସାଦାର ଏବଂ ପ୍ରତିବଦ୍ଧ ପ୍ରବାସୀ ଭାରତୀୟ ଅଛନ୍ତି, ଯେଉଁମାନେ ନିଜକୁ ସିଙ୍ଗାପୁର ନାଗରିକ ଭାବେ ଗର୍ବ କରିଥାନ୍ତି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ।

ଭବିଷ୍ୟତରେ ଅପାର ସମ୍ଭାବନା ରହିଛି । ଏହା ଆମ ପାଖରେ ରହିଛି । ଏହା ଆମ ଉପରେ ନିର୍ଭର କରେ ଯେ ଆମେ ପ୍ରଚୁର ଆକାଂକ୍ଷା ଏବଂ ସାହସର ସହିତ ଏହାକୁ ହାସଲ କରିବା ଲାଗି ପ୍ରସ୍ତୁତ ହେବ । ଆମେ ଉଚିତ ମାର୍ଗରେ ଅଛୁ ବୋଲି ଏହା ଆମକୁ କହୁଛି । ଦୁଇ ସିଂହ ନିଶ୍ଚିତ ଭାବେ ଭବିଷ୍ୟତ ଆଡ଼କୁ ଲମ୍ଫ ପ୍ରଦାନ କରିବେ ।

ଧନ୍ୟବାଦ ।

ବହୁତ ବହୁତ ଧନ୍ୟବାଦ । 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s manufacturing push: Govt identifies 100 products for Made-In-India boost

Media Coverage

India’s manufacturing push: Govt identifies 100 products for Made-In-India boost
NM on the go

Nm on the go

Always be the first to hear from the PM. Get the App Now!
...
Visit of Prime Minister to UAE, Netherlands, Sweden, Norway, and Italy (May 15 - 20, 2026)
May 11, 2026

Prime Minister Shri Narendra Modi will pay an official visit to the United Arab Emirates on May 15, 2026, where he will meet the President of the UAE, His Highness Sheikh Mohamed bin Zayed Al Nahyan. The two leaders will have the opportunity to exchange views on bilateral issues, in particular energy cooperation, as well as regional and international issues of mutual interest. They will also discuss ways to advance the bilateral Comprehensive Strategic Partnership underpinned by strong political, cultural, economic and people-to-people links. The visit will serve to promote the significant trade and investment linkages between the two countries. The UAE is India’s third largest trade partner and its seventh largest source of investment cumulatively over the past 25 years. With the UAE hosting over 4.5 million - strong Indian community, the visit will also be an opportunity to discuss their welfare.

For the second leg of his visit, at the invitation of the Prime Minister of the Netherlands, H.E. Mr. Rob Jetten, Prime Minister Modi will pay an official visit to the Netherlands from May 15-17, 2026. This will be Prime Minister’s second visit to the Netherlands after his previous visit in 2017. During the visit, Prime Minister will call on Their Majesties King Willem-Alexander and Queen Máxima, and hold talks with Prime Minister Rob Jetten. Prime Minister’s visit will build on the momentum of high-level engagements and close cooperation spanning diverse sectors, including defence, security, innovation, green hydrogen, semiconductors and a Strategic Partnership on Water. Prime Minister’s visit early in the tenure of the new Government will provide an opportunity to further deepen and expand the multifaceted partnership. Netherlands is one of India's largest trade destinations in Europe, with bilateral trade worth USD 27.8 billion (2024-25); and India's 4th largest investor with cumulative FDI of USD 55.6 billion.

For the third leg of the visit, at the invitation of the Prime Minister of the Kingdom of Sweden, H.E. Mr. Ulf Kristersson, Prime Minister will travel on 17-18 May 2026 to Gothenburg, Sweden. Prime Minister had earlier visited Sweden in 2018 for the first-ever India-Nordic Summit. PM Modi will hold bilateral talks with PM Kristersson to review the entire gamut of bilateral relations and explore new avenues of cooperation to enhance bilateral trade, which has reached USD 7.75 billion (2025), and Swedish FDI into India which has reached USD 2.825 billion (2000 – 2025), as well as collaboration in green transition, AI, emerging technologies, startups, resilient supply chains, defence, space, climate action and people-to-people ties. The two Prime Ministers will also address the European Round Table for Industry, a leading pan-European business leaders forum, along with H.E. Ms. Ursula von der Leyen, President of the European Commission.

In the fourth leg of his visit, Prime Minister will pay an official visit to Norway from 18 - 19 May 2026 for the 3rd India-Nordic Summit and bilateral engagements. This will be the first visit of Prime Minister Modi to Norway, and will mark the first Prime Ministerial visit from India to Norway in 43 years. Prime Minister will call on with Their Majesties King Harald V and Queen Sonja, and hold bilateral talks with Prime Minister H.E. Mr. Jonas Gahr Støre. Prime Minister will also address the India-Norway Business and Research Summit along with the Norwegian Prime Minister. The visit will provide an opportunity to review the progress made in India-Norway relations and explore avenues to further strengthen them, with a focus on trade and investment, capitalizing on the India – EFTA Trade and Economic Partnership Agreement, as well as on clean & green tech and blue economy. The visit will also be an opportunity to induce momentum in bilateral trade worth around USD 2.73 billion (2024), and investments by Norway’s Government Pension Fund (GPFG) of close to USD 28 billion in the Indian capital market.

The 3rd India-Nordic Summit will take place in Oslo on 19 May 2026. Prime Minister Shri Narendra Modi will be joined by the Prime Minister of Norway, H.E. Mr. Jonas Gahr Støre; Prime Minister of Denmark, H.E. Ms. Mette Frederiksen; Prime Minister of Finland, H.E. Mr. Petteri Orpo; Prime Minister of Iceland, Ms. Kristrún Frostadóttir; and Prime Minister of Sweden, Mr. Ulf Kristersson for the Summit. The Summit will build upon the two previous Summits held in Stockholm in April 2018 and in Copenhagen in May 2022, and will impart a more strategic dimension to India’s relationship with the Nordic countries, especially in technology and innovation; green transition and renewable energy; sustainability; blue economy; defence; space and the Arctic. The visit will also provide an impetus to India’s bilateral trade (USD 19 billion in 2024) and investment ties with Nordic countries as well as help build resilient supply chains following the India-EU FTA and India-EFTA TEPA.

In the final leg of his visit, at the invitation of Prime Minister of the Italian Republic, H.E. Ms. Giorgia Meloni, Prime Minister will undertake an official visit to Italy from 19–20 May 2026. Prime Minister had last visited Italy in June 2024 for the G7 Summit. During the visit, he will call on the President of the Italian Republic, H.E. Mr. Sergio Mattarella and hold talks with Prime Minister Meloni. The visit takes place in the backdrop of a strong momentum in bilateral ties with both sides proactively implementing the Joint Strategic Action Plan 2025-2029, a comprehensive road map for cooperation in various sectors including in bilateral trade which reached USD 16.77 in 2025; boosting investment, which has recorded a cumulative FDI of USD 3.66 billion (April 2000-September 2025); defence and security; clean energy; innovation; science and technology; and people - to - people ties.

Prime Minister’s upcoming visit will further deepen India’s partnership with Europe across sectors, particularly trade and investment ties in light of the recently concluded India-EU FTA.