ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାର କିଗାଲୀରେ ପହଞ୍ଚି ନିଜର ତ୍ରିରାଷ୍ଟ୍ର ଗସ୍ତ ଆରମ୍ଭ କରିଛନ୍ତି । ରୱାଣ୍ଡା ରାଷ୍ଟ୍ରପତି ପୋଲ କାଗାମେ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ସ୍ୱାଗତ କରିଛନ୍ତି ।
କୌଣସି ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ରୱାଣ୍ଡାକୁ ଏହା ହେଉଛି ପ୍ରଥମ ଗସ୍ତ । ନିଜ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି କାଗାମେଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ବ୍ୟବସାୟୀମାନଙ୍କ ସହ ମତ ବିନିମୟ କରିବେ ।
ପ୍ରଧାନମନ୍ତ୍ରୀ ନରସଂହାର ସ୍ମୃତି କେନ୍ଦ୍ର ଗସ୍ତ କରିବେ ଏବଂ ରାଷ୍ଟ୍ରପତି ପୋଲ କାଗାମେଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ଯୋଜନା 'ଗିରିଙ୍କା'(ଗୋଟିଏ ପରିବାରକୁ ଗୋଟିଏ ଗାଈ ) ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।
PM @narendramodi landed in Rwanda a short while ago. He was welcomed by President @PaulKagame at the airport.
— PMO India (@PMOIndia) July 23, 2018
A historic visit starts with a special gesture.
— PMO India (@PMOIndia) July 23, 2018
President @PaulKagame personally welcomed PM @narendramodi to Rwanda. pic.twitter.com/eBSfr2pTVm


