PM Modi holds talks with Nepalese PM KP Oli to deepen bilateral ties
I have assured Nepal PM Oli that India will cooperate in Nepal's economic and social development: PM Modi
New railway line will be developed from Kathmandu to India: PM Modi

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ କେ.ପି ଶର୍ମା ଓଲି ଏପ୍ରିଲ 6-8, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।

ଏପ୍ରିଲ 7, 2018ରେ ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କର ବ୍ୟାପକ ଦିଗ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ  । ଦୁଇ ସରକାର, ଘରୋଇ କ୍ଷେତ୍ର ଏବଂ ନାଗରିକ ସ୍ତରରେ ବୃଦ୍ଧି ପାଉଥିବା ଭାଗିଦାରୀକୁ ସେମାନେ ସ୍ୱାଗତ କରିଥିଲେ । ସମାନତା, ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ଲାଭ ଆଧାରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇ ଯିବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ ହୋଇଥିଲେ ।

ଭାରତ ଏବଂ ନେପାଳ ସମ୍ପର୍କ ଐତିହାସିକ ଭାଗିଦାରୀ ଏବଂ ସାଂସ୍କୃତିକ ସମ୍ପର୍କ ତଥା ନାଗରିକଙ୍କ ଠାରୁ ନାଗରିକଙ୍କ ପର୍ଯ୍ୟନ୍ତ ନିବିଡ଼ ସମ୍ପର୍କର ଦୃଢ଼ ମୂଳଦୂଆ ଉପରେ ଛିଡ଼ା ହୋଇଥିବା ବିଷୟ ସ୍ମରଣ କରି ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସକାଶେ ଉଚ୍ଚସ୍ତରୀୟ ରାଜନୈତିକ ବିନିମୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଓଲି କହିଥିଲେ ଯେ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସକାଶେ ଚଳିତ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ପ୍ରଧାନମନ୍ତ୍ରୀ ଓଲି ଦ୍ୱିପାକ୍ଷିକ ସମ୍ପର୍କକୁ ଏପରି ଏକ ମାର୍ଗରେ ନେଇଯିବା ଲାଗି ନେପାଳ ସରକାରଙ୍କ ଇଚ୍ଛାକୁ ବ୍ୟକ୍ତ କରିଥିଲେ ଯେଉଁମାର୍ଗରେ ଯାଇ ଅର୍ଥନୈତିକ ରୂପାନ୍ତରଣ ତଥା ବିକାଶ ଲାଗି ଭାରତର ପ୍ରଗତି ଏବଂ ସମୃଦ୍ଧିରୁ ଲାଭ ମିଳିପାରିବ । ନେପାଳ ସରକାରଙ୍କ ପ୍ରାଥମିକତା ଅନୁଯାୟୀ ନେପାଳ ସହିତ ଭାଗିଦାରୀକୁ ସୁଦୃଢ଼ କରିବା ନିମନ୍ତେ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ୱାସନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ସରକାରଙ୍କ ସଂକଳ୍ପ ହେଉଛି ସବକା ସାଥ ସବକା ବିକାଶ’ । ଏହାର ମାର୍ଗଦର୍ଶନରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ସାମଗ୍ରୀକ ବିକାଶ ଏବଂ ସମୃଦ୍ଧି ଲାଗି ଭାରତ ସହଭାଗୀତାପୂର୍ଣ୍ଣ ସମ୍ପର୍କକୁ ଆଗେଇନେବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ ଓଲି କହିଥିଲେ ଯେ ଐତିହାସିକ ରାଜନୈତିକ ପରିବର୍ତ୍ତନ ପରେ ତାଙ୍କ ସରକାର ସମୃଦ୍ଧ ନେପାଳସୁଖୀ ନେପାଳ ଲକ୍ଷ୍ୟ ନେଇ ଅର୍ଥନୈତିକ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରୁଛି । ନେପାଳରେ ପ୍ରଥମ ଥର ପାଇଁ ସ୍ଥାନୀୟ, ସଂଘୀୟ ସଂସଦ ଏବଂ ପ୍ରାଦେଶିକ ନିର୍ବାଚନ ସଫଳତାପୂର୍ବକ ସମ୍ପାଦନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ସରକାର ଏବଂ ନେପାଳର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହିତ ସ୍ଥିରତା ଏବଂ ବିକାଶ ଲାଗି ସେମାନଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ ।

ନେପାଳନର ବୀରଗଞ୍ଜରେ ସମନ୍ୱିତ ଚେକ ପୋଷ୍ଟକୁ ଉଭୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ଘାଟନ କରିଥିଲେ । ସେମାନେ ଆଶାବ୍ୟକ୍ତ କରିଥିଲେ ଯେ ଏହି ଚେକପୋଷ୍ଟ ଆଗୁଆ କାର୍ଯ୍ୟକ୍ଷମ ହେବା ଫଳରେ ସୀମାପାର ବାଣିଜ୍ୟ ଏବଂ ସାମଗ୍ରୀ/ମାଲ ପରିବହନ ବୃଦ୍ଧି ପାଇବ । ଜନସାଧାରଣଙ୍କ ଯାତାୟତ ବୃଦ୍ଧି ପାଇବା ଫଳରେ ଭାଗିଦାରୀଭିତ୍ତିକ ଅଭିବୃଦ୍ଧି ଏବଂ ବିକାଶ ଲାଗି ଅଧିକ ସୁଯୋଗ ସୃଷ୍ଟି ହେବ ।

ଭାରତର ମୋତିହାରୀ ଠାରେ ମୋତିହାରୀ-ଆମଲେଖଗଞ୍ଜ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପ ଲାଇନ ନିର୍ମାଣର ଶୁଭାରମ୍ଭ ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ନେପାଳରେ ଚାଲିଥିବା ଦ୍ୱିପାକ୍ଷିକ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରୀତା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗୀ ଆଭିମୁଖ୍ୟକୁ ପ୍ରୋତ୍ସାହନ ଦେବା ଲାଗି ବର୍ତ୍ତମାନର ଦ୍ୱିପାକ୍ଷିକ ସମ୍ପର୍କକୁ ପୁନର୍ଜିବିତ କରିବା ଉପରେ ରେଖାପାତ କରିଥିଲେ ।

ଆପୋସ ସ୍ୱାର୍ଥ ଜଡ଼ିତ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ଯୁଗ୍ମ ବିବୃତି ଜାରି କରାଯାଇଥିଲା । (ଯାହାର ଲିଙ୍କ ନିମ୍ନରେ ଦିଆଗଲା)

ଭାରତ-ନେପାଳ : କୃଷି କ୍ଷେତ୍ରରେ ନୂଆ ଭାଗିଦାରୀ

(India-Nepal: New Partnership in Agriculture)

ରେଳ ଯୋଗାଯୋଗର ସମ୍ପ୍ରସାରଣ : ଭାରତର ରକ୍ସଲରୁ ନେପାଳର କାଠମାଣ୍ଡକୁ ଯୋଗାଯୋଗ

(Expanding Rail Linkages: Connecting Raxaul in India to Kathmandu in Nepal )

ଆଭ୍ୟନ୍ତରୀଣ ଜଳମାର୍ଗ ଜରିଆରେ ଭାରତ ଏବଂ ନେପାଳ ମଧ୍ୟରେ ନୂତନ ଯୋଗଯୋଗ

(New Connectivity between India and Nepal through Inland Waterways)

ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କକୁ ଏକ ନୂତନ ସୋପାନକୁ ନେଇଯାଇଛି ।

ତାଙ୍କୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳକୁ ନିମନ୍ତ୍ରଣ ଜଣାଇବା ଓ ଉଦାର ଆତିଥ୍ୟ ପ୍ରଦାନ କରାଯାଇଥିବାରୁ ନେପାଳ ପ୍ରଧାନମନ୍ତ୍ରୀ ଓଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଯଥାଶୀଘ୍ର ନେପାଳ ଗସ୍ତ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ; ଗସ୍ତର ତାରିଖ କୂଟନୈତିକ ସ୍ତରରେ ଚୂଡ଼ାନ୍ତ କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision