Yoga is a code to connect people with life, and to reconnect mankind with nature: PM Modi
By practicing Yoga, a spirit of oneness is created – oneness of the mind, body and the intellect: PM
Yoga makes the individual a better person in thought, action, knowledge and devotion: Shri Modi
There is ample evidence that practicing yoga helps combat stress and chronic lifestyle-related conditions: PM Modi
Through Yoga, we will create a new Yuga – a Yuga of togetherness and harmony: PM Modi
Yoga is not about what one can get out of it. It is rather about what one can give up, what one can get rid of: PM
Through the Swachh Bharat Mission, we are attempting to establish the link between community hygiene and personal health: PM

ଶ୍ରୀମାନ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ

ଶଙ୍କରାଚାର୍ଯ୍ୟ ଦିବ୍ୟାନନ୍ଦ ତୀର୍ଥଜୀ ମହାରାଜ,

ଶ୍ରୀମାନ ସ୍ୱାମୀ ଅସଙ୍ଗାନନ୍ଦ ସରସ୍ୱତୀ

ସ୍ୱାଧ୍ୱୀ ଭଗବତୀ ସରସ୍ୱତୀ

ସାଧୁଗଣ, ଆଚାର୍ଯ୍ୟଗଣ, ବନ୍ଧୁଗଣ,

ଆନ୍ତର୍ଜାତୀୟ ବାର୍ଷିକ ଯୋଗ ମହୋତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ, ଆଜି ଆପଣମାନଙ୍କ ସହିତ ଯୋଡି ହୋଇଥିବାରୁ ମୁଁ ବହୁତ ଖୁସି ।

ମୋର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ, ଆମ ଭାରତୀୟ ବୈଜ୍ଞାନିକମାନେ ନିକଟରେ ହାସଲ କରିଥିବା ଉଲ୍ଲେଖନୀୟ ଉପଲବ୍ଧିକୁ ଆପଣମାନଙ୍କ ସାଙ୍ଗରେ ବାଣ୍ଟିବା ପାଇଁ ଆଗ୍ରହ ପ୍ରକାଶ କରୁଛି ।

ଗତ ମାସରେ, ଆମ ମହାକାଶ ବିଜ୍ଞାନୀମାନେ ଏକ ଅନନ୍ୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଗୋଟିଏ ରକେଟ ପ୍ରକ୍ଷେପଣ ମାଧ୍ୟମରେ, ସେମାନେ ମହାକାଶକୁ ୧୦୪ଟି ଉପଗ୍ରହ ପଠାଇବାକୁ ସକ୍ଷମ ହୋଇଛନ୍ତି ।

ସେଥି ମଧ୍ୟରୁ ୧୦୧ଟି ଉପଗ୍ରହ ଆମେରିକା, ଇସ୍ରାଏଲ, ସ୍ୱିଜରଲାଣ୍ଡ, ନେଦରଲାଣ୍ଡ, କାଜାଖସ୍ଥାନ ଏବଂ ସଂଯୁକ୍ତ ଆରବ ଅମିରତନ୍ତ୍ର ଆଦି ଦେଶର ସ୍ୱତ୍ୱାଧିକାରରେ ଅଛି ।

ଆମ ପ୍ରତିରକ୍ଷା ବିଜ୍ଞାନୀମାନେ ମଧ୍ୟ ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ଫେବୃଆରୀ ମାସ ୧୧ ତାରିଖରେ, ସେମାନେ ଅଧିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଛନ୍ତି । ଯାହା ଆମ ଦେଶର ସହର ଗୁଡିକୁ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷିତ ରଖିପାରିବ ।

ଗତକାଲି ସେମାନେ ଏଥିରେ ଆଉ ଏକ ଅଧ୍ୟାୟ ଯୋଡି କମ୍ କ୍ଷମତା ସମ୍ପନ୍ନ ଇଂଟରସେପ୍ଟର କ୍ଷେପଣାସ୍ତ୍ର କୁ ସଫଳତାର ସହ ପରୀକ୍ଷା କରିଛନ୍ତି ।

ଏଭଳି କ୍ଷମତା ବର୍ତ୍ତମାନ କେବଳ ଅନ୍ୟ ଚାରୋଟି ଦେଶ ପାଖରେ ଅଛି ।

ଆମ ମହାକାଶ ଏବଂ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କ ସଫଳତା ପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଆମ ମହାକାଶ ଏବଂ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କର ଏହି ଉପଲବ୍ଧି ଭାରତର ସମ୍ମାନକୁ ସାରା ବିଶ୍ୱର ଶିଖରରେ ପହଂଚାଇଛି ।

ମହିଳା ଓ ଭଦ୍ରବ୍ୟକ୍ତିମାନେ,

ଆମେ ସବୁ ସମୟରେ ଉଭୟ  ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ଆତ୍ମଜ୍ଞାନ ପ୍ରାପ୍ତି ଦିଗରେ ଗବେଷଣା କରିବାରେ ବିଶ୍ୱାସ ରଖିଥାଉ  ।

ବୋଧହୁଏ, ଏହି ଋଷିକେଶ ଅପେକ୍ଷା ଅନ୍ୟ କୌଣସି ଭଲ ସ୍ଥାନ ଆନ୍ତର୍ଜାତୀୟ ଯୋଗ ମହୋତ୍ସବ ଆୟୋଜନ ପାଇଁ ଉପଯୁକ୍ତ ହୋଇ ନ ପାରେ ।

ବାସ୍ତବରେ ଏହା ଏମିତି ଏକ ସ୍ଥାନ ଯାହା ସନ୍ଥ, ତୀର୍ଥଯାତ୍ରୀ, ସାଧାରଣ ଲୋକ, ବିଶିଷ୍ଟ ବ୍ୟକ୍ତି ଓ ଶତାବ୍ଦୀ ଶତାବ୍ଦୀ ଧରି ଶାନ୍ତି ଅନ୍ୱେଷଣ କରୁଥିବା ସମସ୍ତଙ୍କୁ ସମାନ ଭାବରେ ଯୋଗର ଅସଲ ସାର ତତ୍ତ୍ଵ ପ୍ରଦାନ କରିଛି ।

ପବିତ୍ର ଗଙ୍ଗା ନଦୀ କୂଳରେ ଋଷିକେଶଠାରେ ବିଶ୍ୱର ଏହି ବୃହତ ଓ ବିବିଧତାରେ ଭରପୂର ସମାବେଶକୁ ନିରିକ୍ଷଣ କରିବା ପରେ, ମହାନ ଜର୍ମାନ ବିଦ୍ୱାନ ମ୍ୟାକ୍ସ ମୁଲରଙ୍କ ଉକ୍ତି ମନେପଡୁଛି, ସେ କହିଥିଲେ:

‘‘ଯଦି ଆପଣ ମତେ ପଚାରିବେ କେଉଁ ଆକାଶ ତଳେ ମଣିଷର ମନ ଜୀବନର ଦୁର୍ଲଭ ଉପହାର କୁ ବିକଶିତ କରିଥିଲା, ଜୀବନର ସବୁଠାରୁ ଗଭୀରତମ ଓ ସବୁଠାରୁ ବଡ଼ ସମସ୍ୟା ଗୁଡିକର ସମାଧାନ କେଉଁଠାରେ ମିଳିଥାଏ, ତ ତାହେଲେ ମୁଁ ଭାରତ ଆଡକୁ ଅଙ୍ଗୁଳି ଦେଖାଇବି । ’’ 

ମ୍ୟାକ୍ସ ମୁଲରଙ୍କ ଠାରୁ ଆରମ୍ଭ କରି ଆପଣ ଯେଉଁମାନେ ଆଜି ଋଷିକେଶରେ ଉପସ୍ଥିତ ଅଛନ୍ତି – ସମସ୍ତେ ନିଜ ନିଜ କ୍ଷେତ୍ରରେ ବହୁତ ସଫଳତା ପାଇଛନ୍ତି – ଯେତେବେଳେ ସେମାନଙ୍କ ଆତ୍ମା ଜୀବନର ପ୍ରକୃତ ଲକ୍ଷ୍ୟ ଆଡକୁ  ଅନୁପ୍ରେରିତ ହୋଇଛି, ଭାରତ ହିଁ ସେମାନଙ୍କ ଲକ୍ଷ୍ୟ ସ୍ଥଳ ପାଲଟିଛି ।

 ଆଉ ଅଧିକାଂଶ କ୍ଷେତ୍ରରେ, ସେହି ଅସମାହିତ ପ୍ରଶ୍ନ ସେମାନଙ୍କୁ ଯୋଗ ଆଡକୁ ଟାଣି ନେଇଛି ।

 ଯୋଗ ଜୀବନ ସହିତ ଲୋକଙ୍କୁ ଓ ପ୍ରକୃତି ସହିତ ମାନବ ଜାତିକୁ ଯୋଡିବାର ଏକ ଧାରା ।

ଏହା ଆମ ଜୀବନର ସୀମିତ ଅର୍ଥ ଏବଂ ଆମ ପରିବାର, ସମାଜ ଓ ମାନବତାର ବ୍ୟାପକତାକୁ ସ୍ୱୟଂ ସଂପ୍ରସାରିତ କରିଥାଏ ।

ସେଇଥିପାଇଁ ସ୍ୱାମୀ ବିବେକାନନ୍ଦ କହିଥିଲେ, ‘‘ସଂପ୍ରସାରଣ ହିଁ ଜୀବନ, ସଂକୋଚନ ହିଁ ମୃତ୍ୟୁ ।’’

ଯୋଗାଭ୍ୟାସ ଦ୍ୱାରା ଏକାତ୍ମ ଭାବ ଜାଗ୍ରତ ହୋଇଥାଏ – ମନ, ଶରୀର ଓ ବୁଦ୍ଧି ଏକ ହୋଇଥାଏ ।

ଆମ ପରିବାର ମଧ୍ୟରେ ଏକତା, ଆମେ ବସବାସ କରୁଥିବା ସମାଜ ଭିତରେ, ସାଙ୍ଗରେ ରହୁଥିବା ଅନ୍ୟ ମଣିଷମାନଙ୍କ ମଧ୍ୟରେ, ସମସ୍ତ ପଶୁ, ପକ୍ଷୀ, ଗଛ ଯେଉଁମାନଙ୍କ ସହିତ ଆମେ ଆମର ସୁନ୍ଦର ଗ୍ରହକୁ ସହଭାଗୀ କରିଥାଉ… ତାହା ହେଉଛି ଯୋଗ ।

ଯୋଗ ହେଉଛି ଏକ ଯାତ୍ରା ‘ମୁଁ’ ରୁ ‘ଆମେ’ପର୍ଯ୍ୟନ୍ତ ।

 ବ୍ୟକ୍ତିରୁ ସମଷ୍ଟି ପର୍ଯ୍ୟନ୍ତ ହେଉଛି ଏହି ଯାତ୍ରା । ‘ମୁଁ’ ରୁ ‘ଆମେ’ପର୍ଯ୍ୟନ୍ତ ଏହି ଅନୁଭୂତି, ଅହମ ରୁ ବୟମ୍ ପର୍ଯ୍ୟନ୍ତ ଏହି ଭାବର ବିସ୍ତାର, ଏହା ହିଁ ତ ହେଉଛି ଯୋଗ ।

ଏହି ଯାତ୍ରା ଭଲ ସ୍ୱାସ୍ଥ୍ୟ, ମନରେ ଶାନ୍ତି, ଏପରିକି ଜୀବନରେ ସମୃଦ୍ଧି ଭରି ଦେଇଥାଏ ।

ଯୋଗ ବ୍ୟକ୍ତିକୁ ଭଲ ଚିନ୍ତା ଓ ଜ୍ଞାନ ପ୍ରଦାନ କରି ଭଲ ମଣିଷ ଭାବେ ଗଢି ତୋଳି ଥାଏ ।

କେବଳ ଶରୀରକୁ ସୁସ୍ଥ ରଖିବା ପାଇଁ, ଏକ ବ୍ୟାୟାମ ଭାବେ ଯୋଗକୁ ବିବେଚନା କରିବା ଅନୁଚିତ ।

ଯୋଗ ଶାରୀରିକ ବ୍ୟାୟାମ ଠାରୁ ବହୁ ଉର୍ଦ୍ଧରେ ।

ଆଧୁନିକ ଜୀବନରେ ଅବସାଦରୁ ମୁକ୍ତି ପାଇବାର ଅନ୍ୱେଷଣ, ମଣିଷକୁ ତମାଖୁ, ମାଦକ ଦ୍ରବ୍ୟ ଏପରିକି ଡ୍ରଗ୍ସ ନେବାକୁ ପ୍ରେରିତ କରିଥାଏ ।

ଯୋଗ ଏକ ସମୟାନୁପାତିକ ସରଳ ଏବଂ ସୁସ୍ଥ ଜୀବନର ବିକଳ୍ପ ପ୍ରଦାନ କରିଥାଏ । ଏହାର ଅନେକ ଓ ପର୍ଯ୍ୟାପ୍ତ ଉଦାହରଣ ରହିଛି ଯେ, ଯୋଗାଭ୍ୟାସ ଦ୍ୱାରା ଅବସାଦର ମୁକାବିଲା ମଧ୍ୟ କରାଯାଇପାରେ ।

ଆତଙ୍କବାଦ ଓ ଜଳବାୟୁ ପରିବର୍ତନ ଆଜି ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି ।

ସମଗ୍ର ବିଶ୍ୱ ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ ନିରନ୍ତର ଉତ୍ତର ପାଇଁ ଭାରତ ଆଡକୁ ଏବଂ ଯୋଗ ଆଡକୁ ଦିଶା ନିର୍ଦ୍ଦେଶ କରୁଛି ।

ଆମେ ଯେତେବେଳେ ବିଶ୍ୱ ଶାନ୍ତି କଥା କହୁଛୁ, ସେତେବେଳେ ଦେଶ ଦେଶ ମଧ୍ୟରେ ଶାନ୍ତି ରହିବା ଆବଶ୍ୟକ । ତାହା ସେତେବେଳେ ସମ୍ଭବ ଯେତେବେଳେ ଆମ ସମାଜରେ ଶାନ୍ତି ବିରାଜମାନ କରିବ । କେବଳ ଶାନ୍ତିପୂର୍ଣ୍ଣ ବ୍ୟକ୍ତିମାନେ ହିଁ ଶାନ୍ତିପୂର୍ଣ୍ଣ ପରିବାର ଓ ସମାଜ ପ୍ରତିଷ୍ଠା କରିପାରିବେ । ଯୋଗ ମାଧ୍ୟମରେ ହିଁ  ଲୋକମାନଙ୍କ ମଧ୍ୟରେ, ପରିବାର ମଧ୍ୟରେ, ସମାଜ ମଧ୍ୟରେ, ଦେଶମାନଙ୍କ ମଧ୍ୟରେ ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା ହୋଇ ପାରିବ ଏବଂ ଶେଷରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠିତ ହୋଇ ପାରିବ ।

ଯୋଗ ମାଧ୍ୟମରେ, ଆମେ ଏକ ନୂଆ ଯୁଗ ସୃଷ୍ଟି କରି ପାରିବା – ଏକତା ଓ ସଦ୍ଭାବନାର ଯୁଗ ।

ଆମେ ଯେତେବେଳେ ଜଳବାୟୁ ପରିବର୍ତ୍ତନର ମୁକାବିଲା କଥା କହୁଛୁ, ସେତେବେଳେ ଆମକୁ ‘ଭୋଗ’ କୁ ପରିତ୍ୟାଗ କରି ଯୋଗକୁ ଆପଣେଇବାକୁ ପଡିବ ।

ଅନୁଶାସନ ସହ ଜୀବନଶୈଳୀ ବିତାଇବା ନିମନ୍ତେ ଯୋଗ ଆମ ପାଇଁ ଏକ ସୁଦୃଢ ସ୍ତମ୍ଭ ଭାବେ ପ୍ରମାଣିତ ହୋଇ ପାରିବ ।

ସମ୍ପ୍ରତି ଯେତେବେଳେ ବ୍ୟକ୍ତିଗତ ଲାଭ ଉପରେ ସମସ୍ତ ଗୁରୁତ୍ୱ ଦିଆଯାଉଛି ଯୋଗ ମାନବ ଜୀବନକୁ ଏକ ସମ୍ପୂର୍ଣ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିବ ।

ଯୋଗ ପାଇବାର ମାର୍ଗ ନୁହେଁ ଦେବାର ମାର୍ଗ । ଉତ୍ସର୍ଗୀକୃତ ଭାବନା ଜାଗ୍ରତ କରିବାର ମାର୍ଗ । ମୁକ୍ତିର ମାର୍ଗ । 

ସେଇଥିପାଇଁ, ଆସକ୍ତି ବଦଳରେ, ଯୋଗ ମୁକ୍ତିର ପଥ ବା ମୁକ୍ତିର ମାର୍ଗ ଦେଖାଇଥାଏ, ଯାହାକୁ ଆମେ ଦୁନିଆର ଏହି ଭାଗ(ଭାରତ)ରେ ମିଳୁଛି ବୋଲି କହିପାରିବା ।

ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଜୀ, ପରମାର୍ଥ ନିକେତନରେ ନିଜ କାର୍ଯ୍ୟ ମାଧ୍ୟମରେ ଏହି ମହାନ ଆଦର୍ଶକୁ ପାଥେୟ କରି ବଂଚିବାର ପଥ ଦେଖାଇ ଯାଇଛନ୍ତି ।

ପରମାର୍ଥ ନିକେତନ ମାଧ୍ୟମରେ ଯୋଗକୁ ସାରା ବିଶ୍ୱରେ ଲୋକଙ୍କ ପାଖରେ ପହଂଚାଇବା ପାଇଁ  କରାଯାଇଥିବା କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି ।

୧୧ତମ ହିନ୍ଦୁତ୍ୱ ଏନସାଇକ୍ଲୋପିଡିୟା ସଂସ୍କରଣକୁ ସଂପାଦନ କରିବାରେ ସ୍ୱାମିଜୀଙ୍କ ପ୍ରତ୍ୟକ୍ଷ ଭୂମିକାକୁ ମୁଁ ସ୍ମରଣ କରୁଛି ।

ଏହା ଉଲ୍ଲେଖନୀୟ ଯେ ସ୍ୱାମିଜୀ ଓ ତାଙ୍କ ଟିମ୍ ଗୋଟିଏ ଶତାବ୍ଦୀର ଏକ ଚତୁର୍ଥାଂଶରୁ କମ୍ ସମୟ ମଧ୍ୟରେ ଏହି ମିଶନକୁ ସଂପୂର୍ଣ୍ଣ କରିଥିଲେ  ଏବଂ ସେମାନଙ୍କ କାର୍ଯ୍ୟର ଗଭୀରତା ଅଦ୍ଭୁତ ।

ସେମାନେ କେବଳ ୧୧ ଖଣ୍ଡ ସଂସ୍କରଣରେ ହିନ୍ଦୁ ଧର୍ମର ପ୍ରାୟ ସମସ୍ତ ଦିଗକୁ ସାମିଲ କରିବାରେ ସକ୍ଷମ ହୋଇଛନ୍ତି ।

ଏହା ବାସ୍ତବରେ ଆଧ୍ୟାତ୍ମିକ ସାଧକ, ଯୋଗୀ ଏବଂ ଏପରିକି ସାଧାରଣ ଜନତା ସମସ୍ତଙ୍କ ପାଇଁ ଲାଭଦାୟକ ହୋଇ ପାରିବ ।

ଏହି ଏନସାଇକ୍ଲୋପିଡିୟା ଯେତେବେଳେ ଅନେକ ଭାଷାରେ ଉପଲବ୍ଧ ହେଉଛି, ସେତେବେଳେ ଦେଶ ଭିତରର ସଂସ୍କୃତି ଓ ପରମ୍ପରା ବିଷୟରେ ବୁଝିବା ଓ ସଚେତନ ହେବାର ମାନସିକତା ବୃଦ୍ଧି ପାଉଛି ।

ଏହିଭଳି ବୁଝାମଣା ବୃଦ୍ଧି ପାଇବା ଫଳରେ ଘୃଣା ଭାବ ହ୍ରାସ ପାଉଛି, ଭୁଲ ବୁଝାମଣା ଦୂର ହେଉଛି, ସହଯୋଗ, ଶାନ୍ତି ଓ ଭ୍ରାତୃ ଭାବ ବୃଦ୍ଧି ପାଉଛି ।

ସ୍ୱଚ୍ଛ ଭାରତ ମିଶନ ଭଳି ଏକ ଗଣ ଆନ୍ଦୋଳନରେ, ପରମାର୍ଥ ମିଶନର ସକ୍ରିୟ ଭୂମିକା ବିଷୟରେ କିଛି ପ୍ରସଂଶା କରିବାର ସୁଯୋଗ ଏହି ଅବସରରେ ମିଳିଛି ।

ଭାରତୀୟ ପରମ୍ପରାରେ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି । କେବଳ ଶରୀରକୁ ସଫା ଓ ଶୁଦ୍ଧ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି ତା ନୁହେଁ ବରଂ ଜଣଙ୍କର ଘର , କର୍ମ ସ୍ଥଳୀ ଓ ପୂଜା ଆରାଧନାର ସ୍ଥାନକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ପ୍ରାଥମିକତା ଦିଆଯାଇଛି ।

କାରଣ ଚତୁଃପାଶ୍ୱର୍ରେ ଅଳିଆ ଆବର୍ଜନା ରହିଥିଲେ ତାହାକୁ ଅଶୁଦ୍ଧ ବା ଅପବିତ୍ର ବୋଲି ଧରାଯାଏ ।

ଏପରିକି ଆମ ପ୍ରାଚୀନ ଗ୍ରନ୍ଥମାନଙ୍କରେ, ଏହି ବ୍ୟକ୍ତିଗତ ସ୍ୱଚ୍ଛତାର ଗୁରୁତ୍ୱ ରହିଥିଲା ।

ସେଇଥିପାଇଁ ବୋଧହୁଏ, ଖୋଲା ସ୍ଥାନରେ ଅଳିଆ ଗଦା କରିବାର ଏକ ପ୍ରବୃତ୍ତି ଜନ୍ମ ନେଇଥିଲା ।

ପାଶ୍ଚାତ୍ୟ ଓ ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କରେ ଗୋଷ୍ଠୀଗତ ସ୍ୱଚ୍ଛତା ଓ ସାର୍ବଜନିକ ସ୍ୱାସ୍ଥ୍ୟ ମଧ୍ୟରେ ଯୋଗସୂତ୍ରକୁ ସ୍ପଷ୍ଟ ଭାବରେ ବୁଝିହୁଏ ।

ସଚେତନତା ଓ ଲୋକଙ୍କ ଭଲ ପାଇଁ ଜଳ ଉତ୍ସ, ଭୂମି ଏବଂ ବାୟୁ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ବେଶ ମହତ୍ୱପୁର୍ଣ୍ଣ ।

ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଆମେ ଗୋଷ୍ଠୀଗତ ସ୍ୱଚ୍ଛତା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ମଧ୍ୟରେ ଏକ ଯୋଗ ସୂତ୍ର ସ୍ଥାପନ  କରିବା ପାଇଁ ପ୍ରୟାସ କରୁଛୁ ।

ଐତିହାସିକ ମନ୍ଦିର ଗୁଡିକ ଆମ ସମାଜରେ ଏକ ପ୍ରମୁଖ ଭୂମିକା ତୁଲାଇ ଆସିଛି ।

 ସାଧାରଣତଃ ସେଗୁଡିକ ଏକ ବିଶାଳ ପରିଧିରେ ଏବଂ ଜନବସତି ଠାରୁ ବହୁଦୂରରେ ରହିଥାଏ ।

 ସମୟକ୍ରମେ ସେହି ସ୍ଥାନଗୁଡିକ ବଜାର ଓ ଆବାସିକ କଲୋନି ଦ୍ୱାରା ଘେରିହୋଇ ଗଲାଣି ଓ  ଏହି ସ୍ଥାନ ଗୁଡିକୁ ପରିଷ୍କାର ରଖିବା ଏକ ବଡ ଆହ୍ଵାନ ।

ଏହି ସମସ୍ୟାର ସମାଧାନ ପାଇଁ ସ୍ୱଚ୍ଛ ଭାରତ ମିଶନ ଅଧିନରେ ‘ସ୍ୱଚ୍ଛ ପ୍ରତିଷ୍ଠିତ ସ୍ଥାନ’ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆମେ କାମାକ୍ଷା ମନ୍ଦିର, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ମିନାକ୍ଷୀ ମନ୍ଦିର, ତିରୁପତି, ସ୍ୱର୍ଣ୍ଣ ମନ୍ଦିର, ଏବଂ ବୈଷ୍ଣୋଦେବୀ ମନ୍ଦିରର ପରିସରକୁ  ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ସ୍ଥିର କରିଛୁ ।

ଆଉ ସେଥିପାଇଁ ‘ସ୍ୱଚ୍ଛ ଭାରତ ମିଶନ – ଭାରତକୁ ପରିଷ୍କାର କରିବାର ପ୍ରୟାସ’ ଆମ ଦେଶର ଆଧ୍ୟାତ୍ମିକ ବିଶ୍ୱାସ ସହିତ ଯୋଡି ହୋଇ ରହିଛି ।

ଯେତେବେଳେ ୨୦୧୪ରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଆନ୍ତର୍ଜାତୀୟ ଯୋଗ ଦିବସ ସମ୍ବନ୍ଧରେ ମୁଁ ପ୍ରସ୍ତାବ ରଖିଥିଲି, ସେତେବେଳେ ଆମ ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟିଭଙ୍ଗୀକୁ ସମସ୍ତେ ଦେଖିଛନ୍ତି ।

ମୁଁ ସ୍ୱୀକାର କରୁଛି ଯେ, ଏ ଭଳି ସହୃଦୟତାର ସହିତ ସମର୍ଥନ ମିଳିବ ବୋଲି ମୁଁ କେବେ କଳ୍ପନା କରି ନଥିଲି ।

ବିଶ୍ଵର ଅନେକ ଦେଶ ଆମ ସହିତ ହାତ ମିଳାଇଛନ୍ତି ।

ଆଉ ଏବେ, ପ୍ରତିବର୍ଷ ଗ୍ରୀଷ୍ମ ସଂକ୍ରାନ୍ତି ଅବସରରେ ଜୁନ୍-୨୧ତାରିଖରେ ଯୋଗ ପାଇଁ ସାରା ଦୁନିଆ ଏକାଠି ହୋଇ ଆଗେଇ ଆସୁଛି ।

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ଅବସରରେ ଅନେକ ଗୁଡିଏ ଦେଶ ଏକାଠି ଆଗେଇ ଆସିବା ଯୋଗର ଅସଲ ସାରତତ୍ତ୍ଵ – ଏକତା ଭାବକୁ ପ୍ରତିପାଦିତ କରୁଛି ।

ଶାନ୍ତି, କରୁଣା, ଭାତୃଭାବ ଓ ମାନବ ଜାତିର ସର୍ବାଙ୍ଗିନ ପ୍ରଗତି ସହିତ ଏକ ନୂଆ ଯୁଗର ଅଭ୍ୟୁଦୟ ଦିଗରେ ଯୋଗର ସାମର୍ଥ୍ୟ ରହିଛି ।

ମହିଳା ଓ ଭଦ୍ରବ୍ୟକ୍ତିମାନେ,

ଶକ୍ତିଶାଳୀ ହିମାଳୟର ଆଶୀର୍ବାଦ ଆପଣମାନଙ୍କ ସହିତ ରହୁ ।

ଗଙ୍ଗା ନଦୀ କୂଳରେ ଯୋଗର ଏହି ମହାନ ଉତ୍ସବରେ ଆପଣଙ୍କୁ ସଂମ୍ପୁର୍ଣ୍ଣ ଆନନ୍ଦ ମିଳୁ, ଯେଉଁ ଠାରେ ଆମ ମୁନୀ, ଋଷି ଓ ସାଧୁ ସନ୍ଥମାନେ ଯୁଗଯୁଗ ଧରି ସାଧନା କରୁଥିଲେ ।

ଆପଣ ଋଷିକେଶର ଏହି ଆଧ୍ୟାତ୍ମିକ ସହରରେ ରହି ପରମାର୍ଥ ନିକେତନର ଦିବ୍ୟ ବାତାବରଣରୁ ଆନନ୍ଦ ପାଇବେ ।

ଯୋଗ ଆପଣ ସମସ୍ତଙ୍କ ପାଇଁ ଲାଭଦାୟୀ ହେଉ ।

 ମୁଁ ଆନ୍ତର୍ଜାତୀୟ ଯୋଗ ମହୋତ୍ସବର ଭବ୍ୟ ସଫଳତା କାମନା କରୁଛି ।

 ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"