The concept of “Vasudhaiva Kutumbakam – the world is one family” is deeply imbibed in Indian philosophy. It reflects our inclusive traditions: PM
Today, India is the hot-spot of digital innovation, across all sectors: PM Modi
India not only possesses a growing number of innovative entrepreneurs, but also a growing market for tech innovation, says the PM
Digital India is a journey bringing about digital inclusion for digital empowerment aided by digital infrastructure for digital delivery of services: PM
While most Government initiatives depend on a Government push, Digital India is succeeding because of the people’s pull, says PM Modi

ଭାଇ ଓ ଭଉଣୀମାନେ,

ସୂଚନା ଓ ପ୍ରଯୁକ୍ତି ବିଶ୍ୱ କଂଗ୍ରେସକୁ ଉଦ୍ଘାଟନ କରି ମୁଁ ଆନନ୍ଦିତ । ପ୍ରଥମ ଥର ଲାଗି ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହା ନାସକମ, ୱିଟସା ଏବଂ ତେଲଙ୍ଗାନା ସରକାରଙ୍କ ସହଭାଗୀତାରେ ଆୟୋଜନ କରାଯାଇଛି ।

ମୁଁ ନିଶ୍ଚିତ ଯେ ଏହା ସାରା ବିଶ୍ୱର ନିବେଶ, ଉଦ୍ଭାବକ, ଚିନ୍ତାନାୟକ ଏବଂ ଅନ୍ୟ ଅଂଶୀଦାରଙ୍କୁ ଆପୋସ ଲାଭ ପହଂଚାଇପାରିବ । ବ୍ୟକ୍ତିଗତ ଭାବେ ମୁଁ ସେଠାରେ ଉପସ୍ଥିତ ରହିବା ଲାଗି ପସନ୍ଦ କରିଥାନ୍ତି । ତେବେ ମୁଁ ଖୁସି ଯେ ଆଇଟିର ଶକ୍ତି ଯୋଗୁ ଦୂରରେ ଥାଇ ମଧ୍ୟ ଆପଣମାନଙ୍କୁ ଉଦ୍ବୋଧନ ଦେବା ଲାଗି ସକ୍ଷମ ହୋଇପାରିଛି ।

ଆମ ସହିତ ଯୋଗ ଦେଇଥିବା ସମସ୍ତ ବିଦେଶୀ ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ । ହାଇଦ୍ରାବାଦରେ ସ୍ୱାଗତ ।

ଏହି ସମ୍ମିଳନୀ ଅବସରରେ, ମୁଁ ଆଶା କରେ ଯେ ଆପଣମାନେ ହାଇଦ୍ରାବାଦର ବିବିଧ ଇତିହାସ ଏବଂ ସୁସ୍ୱାଦୁ ବ୍ୟଞ୍ଜନ ବିଷୟରେ ଜାଣିବାର ସୁଯୋଗ ପାଇବେ । ମୁଁ ନିଶ୍ଚିତ ଯେ ଏହା ଆପଣଙ୍କୁ ଭାରତର ଅନ୍ୟ ଅଂଶକୁ ଭ୍ରମଣ କରିବା ଲାଗି ଉତ୍ସାହିତ କରିବ ।

ବାସ୍ତବରେ, ଭାରତ ହେଉଛି ପ୍ରାଚୀନ, ସମୃଦ୍ଧ ଏବଂ ବିବିଧ ସଂସ୍କୃତିର ଦେଶ, ଯାହା ଏକତାର ସୂତ୍ରରେ ପରିଚାଳିତ ହେଉଛି ।

ଭାଇ ଓ ଭଉଣୀମାନେ,

“ବସୁଧୈବ କୁଟୁମ୍ବକମ-ସାରା ବିଶ୍ୱ ଗୋଟିଏ ପରିବାର” ବିଚାର ଭାରତୀୟ ଦର୍ଶନରେ ଗଭୀର ଭାବେ ଆତ୍ମସାତ ହୋଇରହିଛି । ଏହା ଆମର ସାମଗ୍ରୀକ ପରମ୍ପରାକୁ ପ୍ରତିଫଳିତ କରିଥାଏ । ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ଏହି ବିଚାରଧାରାକୁ ପ୍ରସାରିତ କରିବାରେ ସହାୟକ ହୋଇଛି । ଏହା ଆମ ପାଇଁ ଏକ ବାଧାମୁକ୍ତ, ସମନ୍ୱିତ ବିଶ୍ୱ ପ୍ରଦାନ କରିବାରେ ସଫଳ ହୋଇଛି ।

ଏପରି ଏକ ବିଶ୍ୱ ଯେଉଁଠି ଉତ୍ତମ ଭବିଷ୍ୟତ ଲାଗି ଏକଜୁଟ ହେବା ପାଇଁ ଭୌଗଳିକ ଦୂରତା ଆଉ ବାଧକ ହୋଇରହିନାହିଁ ।  ଆଜି, ସବୁକ୍ଷେତ୍ରରେ ଭାରତ ଡିଜିଟାଲ ନବସୃଜନର ପ୍ରମୁଖ କେନ୍ଦ୍ର ଭାବେ ମୁଣ୍ଡ ଟେକିଛି ।

ଆମ ପାଖରେ କେବଳ ଅଧିକ ସଂଖ୍ୟକ ଅଭିନବ ଉଦ୍ୟୋଗୀ ନାହାନ୍ତି, ବରଂ ପ୍ରଯୁକ୍ତି ନବସୃଜନ ପାଇଁ ଏକ ବୃହତ ବଜାର ମଧ୍ୟ ରହିଛି । ସାରା ବିଶ୍ୱରେ ଆମ ଦେଶବାସୀ ପ୍ରଯୁକ୍ତିର ସବୁଠୁ ଭଲ ଉପଯୋଗ ଜାଣନ୍ତି ଏବଂ ଆଗକୁ ମଧ୍ୟ ପ୍ରଯୁକ୍ତିଅନୁକୂଳ ରହିବେ । ଦେଶର 1 ଲକ୍ଷ ଗ୍ରାମକୁ ଅପ୍ଟିକାଲ ଫାଇବର ଯୋଡ଼ାଯାଇଛି ତଥା 121 କୋଟି ମୋବାଇଲ ଫୋନ, 120 କୋଟି ଆଧାର ଏବଂ 50 କୋଟି ଇଂଟରନେଟ ବ୍ୟବହାରକାରୀ ଅଛନ୍ତି । ଭାରତ ପ୍ରଯୁକ୍ତି ଶକ୍ତିର ଶ୍ରେଷ୍ଠ ଉପଯୋଗ କରି ଅଗ୍ରସର ହେବା ସହ ପ୍ରତ୍ୟେକ ନାଗରିକର ସଶକ୍ତିକରଣକୁ ସୁନିଶ୍ଚିତ କରୁଛି । ଡିଜିଟାଲ ସଶକ୍ତିକରଣ ଲାଗି ଡିଜିଟାଲ ଅନ୍ତର୍ଭୂକ୍ତିକରଣର ଏକ ଯାତ୍ରା ହେଉଛି ଡିଜିଟାଲ ଇଣ୍ଡିଆ । ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଏବଂ ଡିଜିଟାଲ ସେବା ପ୍ରଦାନ ଦ୍ୱାରା ଏହା ଅଧିକ ତ୍ୱରାନ୍ୱିତ ହୋଇଛି । କିଛିବର୍ଷ ପୂର୍ବରୁ ପ୍ରଯୁକ୍ତିର ଏପରି ସାମଗ୍ରୀକ ଉପଯୋଗ ଚିନ୍ତା ଠାରୁ ଉର୍ଦ୍ଧ୍ଵରେ ଥିଲା ।

ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଆମେ ଏହି ସଫଳତାପୂର୍ବକ ଏହି ଜୀବନଚକ୍ର ସମ୍ପୂର୍ଣ୍ଣ କରିପାରିଛୁ । ଜନସାଧାରଣଙ୍କ ଅଭ୍ୟାସ ଏବଂ ପ୍ରକ୍ରିୟାରେ ପରିବର୍ତନ କାରଣରୁ ଏହା ସଫଳ ହୋଇଛି । ଡିଜିଟାଲ ଇଣ୍ଡିଆ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଜୀବନଧାରଣର ମାଧ୍ୟମ ପାଲଟିଛି ।

ପ୍ରଯୁକ୍ତି ପାୱାର ପଏଂଟ ପ୍ରେଜେଂଟେସନ ଠାରୁ ଉର୍ଦ୍ଧ୍ଵକୁ ଯାଇ ମାନବ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି । ଅଧିକାଂଶ ସରକାରୀ କାର୍ଯ୍ୟକ୍ରମ ସରକାରଙ୍କ ପ୍ରୟାସ ଉପରେ ନିର୍ଭରଶୀଳ ଥିବା ବେଳେ ଡିଜିଟାଲ ଇଣ୍ଡିଆ ଜନସାଧାରଣଙ୍କ ପ୍ରୟାସ କାରଣରୁ ସଫଳ ହୋଇଛି ।

ଜାମ (JAM – JanDhan, Aadhar, Mobile)ତ୍ରୟ ଦ୍ୱାରା ଗରିବ ଲୋକଙ୍କ 320ନିୟୁତ  ଜନଧନ ଏକାଉଂଟକୁ ଆଧାର ଏବଂ ମୋବାଇଲ ସହ ଯୋଡ଼ାଯାଇପାରିଛି । ଏହାଦ୍ୱାରା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସମ୍ଭବ ହେବା ସହ 57 ହଜାର କୋଟି ଟଙ୍କା ସଂଚୟ କରାଯାଇପାରିଛି ।

ପାଖାପାଖି 22ନିୟୁତ ଡିଜିଟାଲ ହସପିଟାଲ କାରବାର ଭାରତର 172ଟି ହସପିଟାଲରେ କରାଯାଇଛି ଯାହା ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ସହଜ ସ୍କଲାରଶିପ ପାଇଁ ଜାତୀୟ ସ୍କଲାରଶିପ ପୋର୍ଟାଲରେ 14 ନିୟୁତ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ।

ଇ-ନାମ-ଏକ ଅନଲାଇନ କୃଷି ବଜାର ଯାହା କୃଷକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରୁଛି । ଏଥିରେ 6.6 ନିୟୁତ କୃଷକ ଏବଂ 470 କୃଷି ବଜାର ସଂଯୁକ୍ତ ହୋଇଛନ୍ତି । ଭୀମ-ୟୁପିଆଇ ଜରିଆରେ ଜାନୁଆରୀ 2018ରେ 15ହଜାର କୋଟି ଟଙ୍କାର ଡିଜିଟାଲ କାରବାର ରେକର୍ଡ କରାଯାଇଛି ।

ମାତ୍ର ତିନି ମାସ ତଳେ ଆରମ୍ଭ ହୋଇଥିବା ଅଭିନବ ଉମଙ୍ଗ ଆପ 185ଟି ସରକାରୀ ସେବା ପ୍ରଦାନ କରୁଛି ।

ଆଜି 2.8 ଲକ୍ଷ ଜନ ସେବା କେନ୍ଦ୍ର ଦେଶର ବିଭିନ୍ନ ଅଂଚଳରେ ଲୋକମାନଙ୍କୁ ବିଭିନ୍ନ ଡିଜିଟାଲ ସେବା ପ୍ରଦାନ କରୁଛି । ଏଥିରେ ପାଖାପାଖି 10 ଲକ୍ଷ କେଲକ କାମ କରୁଛନ୍ତି, ଏମାନଙ୍କ ମଧ୍ୟରେ ହଜାର ହଜାର ମହିଳା ଉଦ୍ୟୋଗୀ ରହିଛନ୍ତି । ଆମ ଯୁବପିଢ଼ିଙ୍କ ଦକ୍ଷତା ଏବଂ ପ୍ରତିଭାର ଶ୍ରେଷ୍ଠ ଉପଯୋଗ ଲାଗି ଉତ୍ତରପୂର୍ବ ଭାରତର କୋହିମା ଏବଂ ଇମ୍ଫାଲରୁ ଆରମ୍ଭ କରି ଜାମ୍ମୁ-କଶ୍ମୀରରେ ବିପିଓ ଖୋଲାଯାଇଛି ।

27ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ 86 ଟି ୟୁନିଟ ଖୋଲାଯାଇସାରିଛି ଏବଂ ଆଗାମୀ ଦିନରେ ଆହୁରି ଖୋଲାଯିବାର କାର୍ଯ୍ୟକ୍ରମ ରହିଛି ।

ପ୍ରତ୍ୟେକ ପରିବାରକୁ ଡିଜିଟାଲ ସାକ୍ଷରତା ପହଁଚାଇବା ଲାଗି ଆମେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଆରମ୍ଭ କରିଛୁ । ଏହାମାଧ୍ୟମରେ ଗ୍ରାମୀଣ ଭାରତରେ 60 ନିୟୁତ ବୟସ୍କଙ୍କୁ ଡିଜିଟାଲ ସାକ୍ଷର କରାଯିବ । ଏହା ଅଧୀନରେ 10 ନିୟୁତ ଲୋକଙ୍କୁ ବର୍ତ୍ତମାନସୁଦ୍ଧା ତାଲିମ ଦିଆଯାଇସାରିଲାଣି ।

ଆମେ ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ ଅଭିଯାନ ସହ ଅନେକ ବାଟ ଆଗକୁ ଚାଲିଆସିଲୁଣି । 2014ରେ ଭାରତରେ ମାତ୍ର 2ଟି ମୋବାଇଲ ନିର୍ମାଣ ୟୁନିଟ ଥିଲା ଯାହା ବର୍ତ୍ତମାନ 118ରେ ପହଁଚିଛି, ଏଗୁଡ଼ିକ ମଧ୍ୟରେ କେତେକ ବିଶ୍ୱସ୍ତରୀୟ ବ୍ରାଣ୍ଡ ରହିଛି ।

ସରକାରୀ ଇ-ମାର୍କେଟ ପ୍ଲେସ ଭାରତର ଜାତୀୟ କ୍ରୟ ପୋର୍ଟାଲ ଭାବେ ବିକଶିତ ହୋଇଛି । ସରକାରଙ୍କ ବିଭିନ୍ନ କ୍ରୟ ଆବଶ୍ୟକତା ପୂରଣ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଏହା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସୁଯୋଗ ଦେଇଛି । ଏହି ସହଜ ଆଇ ଫ୍ରେମୱାର୍କ ସରକାରୀ କ୍ରୟରେ ପାରଦର୍ଶିତା ଆଣିପାରିଛି ।  ଏହା ମଧ୍ୟ ସରକାରୀ କ୍ରୟ ପ୍ରକ୍ରିୟାକୁ ଗତିଶୀଳ କରିଛି ଏବଂ ହଜାର ହଜାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି ।

ଗତକାଲି, ମୁମ୍ବାଇ ବିଶ୍ୱବିଦ୍ୟାଳୟ ଠାରେ ୱାଧୱାନୀ ଇନଷ୍ଟିଟ୍ୟୁଟ ଅଫ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଲାଗି ମୋତେ ସୁଯୋଗ ମିଳିଥିଲା । ସମାଜ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧି (ଆର୍ଟିଫିସିଆଲ ଇଂଟେଲିଜେନ୍ସ)ର ଉପଯୋଗ ଉଦ୍ଦେଶ୍ୟରେ ଏହା ଏକ ସ୍ୱାୟତ୍ତ, ଅଣଲାଭକାରୀ ଗବେଷଣା ପ୍ରତିଷ୍ଠାନ ।

କିଛିଦିନ ପୂର୍ବରୁ ଦୁବାଇରେ ଆୟୋଜିତ ବିଶ୍ୱ ସରକାର ସମ୍ମିଳନୀରେ ମୁଁ “ଭବିଷ୍ୟତର ସଂଗ୍ରହାଳୟ” ନାମକ ଏକ ପ୍ରଦର୍ଶନୀ ଭ୍ରମଣର ସୁଯୋଗ ପାଇଥିଲି । ଏହାକୁ ଏକ ବିଚାରର ସମାବେଶ ଏବଂ ନବସୃଜନର ସଂଚାଳକ ରୂପରେ ଯୋଜନା କରାଯାଇଥିଲା । ପ୍ରଯୁକ୍ତିର ଉଦ୍ଭାବକମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ମୁଁ ପ୍ରଶଂସା କରୁଛି, ଏପରି କେତେଜଣ ଆଜି ଶ୍ରୋତାଙ୍କ ମଧ୍ୟରେ ରହିଛନ୍ତି । ସେମାନେ ମାନବ ସଭ୍ୟତାର ଆରାମଦାୟକ ଭବିଷ୍ୟତ ସୁନିଶ୍ଚିତ କରିବାରେ ସହାୟତା କରୁଛନ୍ତି ।

ଆମେ ଆଜି ଚତୁର୍ଥ ଶିଳ୍ପ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛୁ । ପ୍ରଯୁକ୍ତିକୁ ଯଦି ଜନସାଧାରଣଙ୍କ କଲ୍ୟାଣ ପାଇଁ ଭଲ ଭାବେ ଉପଯୋଗ କରାଯାଏ, ଏହା ମାନବ ସଭ୍ୟତାକୁ ଦୀର୍ଘସ୍ଥାୟୀ ସମୃଦ୍ଧି ଏବଂ ବିଶ୍ୱକୁ ନିରନ୍ତର ଭବିଷ୍ୟତ ପ୍ରଦାନ କରିବ । ଏହି ପରିପ୍ରେକ୍ଷୀରେ, ଭାରତରେ ବିଶ୍ୱ ସୂଚନା ପ୍ରଯୁକ୍ତି ସମ୍ମିଳନୀ ଆୟୋଜନ କରାଯାଉଛି ।

ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଆମକୁ ଅପେକ୍ଷା କରି ରହିଥିବା ସୁଯୋଗର ପ୍ରତିଫଳିତ କରୁଛି । ବ୍ଲକ ଚେନ ଏବଂ ଇଂଟରନେଟ ଅଫ ଥିଙ୍ଗସ ଭଳି ବିଘାତକ ପ୍ରଯୁକ୍ତି (Disruptive Technologies) ଆମର ଜୀବନଧାରଣ ଏବଂ କାର୍ଯ୍ୟ ଉପରେ ଗଭୀର ସକାରାତ୍ମକ ପ୍ରଭାବ ପକାଇବ । ଆମର କାର୍ଯ୍ୟସ୍ଥଳୀକୁ ଏହାର ଅନୁକୂଳ କରିବାକୁ ହେବ ।

ଭବିଷ୍ୟତର କାର୍ଯ୍ୟସ୍ଥଳ ପାଇଁ ନାଗରିକମାନଙ୍କୁ ଦକ୍ଷତା ତାଲିମ ଦେବା ଗୁରୁତ୍ୱପୂର୍ଣ୍ଣ । ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମ ପିଲା ଏବଂ ଯୁବକମାନଙ୍କୁ ପ୍ରସ୍ତୁତ କରିବା ଲାଗି ଆମେ ଜାତୀୟ ଦକ୍ଷତା ବିକାଶ ମିଶନ ଆରମ୍ଭ କରିଛୁ । ନୂଆ ପ୍ରଯୁକ୍ତି ମୁଣ୍ଡଟେକିବା କ୍ଷଣି ଆମର ଶ୍ରମଶକ୍ତି ଯେପରି ପୁନଃ କାର୍ଯ୍ୟଦକ୍ଷ ହୋଇପାରିବ ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ ।

ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ବକ୍ତାଙ୍କ ମଧ୍ୟରୁ ଜଣେ, ରୋବୋଟ ସୋଫିଆ ନୂଆ ପ୍ରଯୁକ୍ତିର ସମ୍ଭାବନାକୁ ପ୍ରତିଫଳିତ କରୁଛନ୍ତି । ବୁଦ୍ଧିମାନ ସ୍ୱଚାଳନ (ଇଂଟେଲିଜେଂଟ ଅଟୋମେସନ) ଆଡ଼କୁ ଗତି କରୁଥିବା ଯୁଗରେ ଆମକୁ କାର୍ଯ୍ୟର ପ୍ରକୃତି ସହ ପରିଚିତ ହେବାକୁ ପଡ଼ିବ । “ଭବିଷ୍ୟତର ଦକ୍ଷତା” ମଞ୍ଚ ବିକଶିତ କରିଥିବାରୁ ମୁଁ ନାସକମକୁ ପ୍ରଶଂସା କରୁଛି ।

ମୁଁ ସୂଚନା ପାଇଛି ଯେ ନାସକମ 8ଟି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଚିହ୍ନଟ କରିଛି । ଏଥିମଧ୍ୟରେ ରହିଛି କୃତ୍ରିମ ବୁଦ୍ଧିମତା, ଭର୍ଚୁଆଲ ରିୟଲିଟି, ରୋବୋଟିକ ପ୍ରୋସେସ ଅଟୋମେସନ, ଇଂଟରନେଟ ଅଫ ଥିଙ୍ଗସ, ବିଗ ଡାଟା ଏନାଲିଟିକ୍ସ, ଥ୍ରୀଡି ପ୍ରିଟିଂ, କ୍ଲାଉଡ କମ୍ପ୍ୟୁଟିଂ, ସୋସିଆଲ ଏଣ୍ଡ ମୋବାଇଲ । ନାସକମ 55 ଟି ଜବ ରୋଲ ଚିହ୍ନଟ କରିଛି, ଏଗୁଡ଼ିକର ବିଶ୍ୱ ଦରବାରରେ  ଆଜି ଅଧିକ ଚାହିଦା ରହିଛି ।

ମୁଁ ନିଶ୍ଚିତ ଯେ “ଭବିଷ୍ୟତର ଦକ୍ଷତା” ମଞ୍ଚ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱିତା ସ୍ଥିତି ବଜାୟ ରଖିବାରେ ସହାୟକ ହେବ । ଡିଜିଟାଲ ପ୍ରଯୁକ୍ତି ବର୍ତ୍ତମାନ ପ୍ରତ୍ୟେକ ବ୍ୟବସାୟର କେନ୍ଦ୍ରରେ ରହିଛି ।

ବିଭିନ୍ନ କାର୍ଯ୍ୟକଳାପ ଏବଂ ବ୍ୟବସାୟୀକ ପ୍ରତିଷ୍ଠା ପ୍ରକ୍ରିୟାରେ ନୂଆ ପ୍ରଯୁକ୍ତିର ଉପଯୋଗ ହେବା ଆବଶ୍ୟକ ।

ଏତେ କମ ସମୟ ମଧ୍ୟରେ ଏହି ପରିବର୍ତନ ଲାଗି ଆମେ କିପରି ଭାବେ ଆମର ଲକ୍ଷ ଲକ୍ଷ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ପ୍ରସ୍ତୁତ କରିବୁ । ନବସୃଜନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ୟବସାୟ ଏବଂ ଅର୍ଥବ୍ୟବସ୍ଥାର ଭବିଷ୍ୟତ ଲାଗି ଭାରତ ସରକାର ଷ୍ଟାର୍ଟଅପ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ବିଭିନ୍ନ କ୍ଷେତ୍ର ଏବଂ ସ୍ତରରେ ଷ୍ଟାର୍ଟଅପଗୁଡ଼ିକ ଉପଯୋଗୀ ଏବଂ ଅର୍ଥନୈତିକ ସମାଧାନ ପ୍ରଦାନ କରିବ ବୋଲି ଆମେ ବିଶ୍ୱାସ କରୁ ।

ଅଟଳ ଇନୋଭେସନ ମିଶନ ଅନ୍ତର୍ଗତ ଆମେ ଅଟଳ ଟିଙ୍କରିଂ ଲେବ ସାରା ଦେଶର ସ୍କୁଲରେ ପ୍ରତିଷ୍ଠା କରୁଛୁ । ଏହି ଯୋଜନାର ଲକ୍ଷ୍ୟ ହେଉଛି ଯୁବ ମସ୍ତିଷ୍କରେ ଅନୁସନ୍ଧିତ୍ସା, ସୃଜନଶୀଳତା ଏବଂ ପରିକଳ୍ପନାର ମଞ୍ଜି ବୁଣିବା ।

ଭାଇ ଓ ଭଉଣୀମାନେ,

ମୋର ବିଶ୍ୱାସ ଯେ ଆପଣମାନେ ସୂଚନା ପ୍ରଯୁକ୍ତିର ବିଭିନ୍ନ ବିଷୟବସ୍ତୁ ଉପରେ ବିଚାରଆଲୋଚନା କରୁଥିବା ସମୟରେ ସାଧାରଣ ଜନତାଙ୍କ ହିତ ବିଷୟରେ ଚିନ୍ତା କରୁଥିବେ । ପୁଣିଥରେ ମୁଁ ସାରା ବିଶ୍ୱରୁ ଆସିଥିବା ସମ୍ମାନିତ ଅତିଥିମାନଙ୍କୁ ଭାରତରେ ସ୍ୱାଗତ କରୁଛି । ଆପଣମାନଙ୍କ ପ୍ରୟାସ ଫଳପ୍ରଦ ହେଉ ।

ଏହି ଫଳାଫଳ ସାରା ବିଶ୍ୱର ଗରିବ ଏବଂ ବଂଚିତମାନଙ୍କର କଲ୍ୟାଣ କରିବ ବୋଲି ମୁଁ ଆଶା କରେ ।

ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
HPV vaccination drive crosses 8 mn doses as India targets cervical cancer

Media Coverage

HPV vaccination drive crosses 8 mn doses as India targets cervical cancer
NM on the go

Nm on the go

Always be the first to hear from the PM. Get the App Now!
...

Prime Minister Shri Narendra Modi today met with the President of the Islamic Republic of Iran, H.E. Dr. Masoud Pezeshkian, on the sidelines of the BRICS Summit in New Delhi. This was the second meeting between the two leaders in under two weeks. They had met earlier on the sidelines of the SCO Summit in Bishkek on 31 August.

The two leaders discussed various aspects of the bilateral relationship. Prime Minister thanked Iran for its regular, high-level participation in BRICS-related meetings despite the challenging circumstances. He noted the potential for BRICS in building the spirit of resilience, innovation, cooperation and sustainability among countries in the Global South. He also thanked President Pezeshkian for his participation in the Leaders’ Session of the BRICS Business Forum.

The two leaders exchanged views on recent developments in West Asia. Prime Minister reiterated India’s consistent position that all issues must be resolved through dialogue and diplomacy. He also underscored the need for continued efforts to ensure lasting peace and stability in the region, safeguarding freedom of navigation and commerce, and the safety and well-being of seafarers.

Prime Minister appreciated the continued cooperation between the two sides on issues of mutual interest in multilateral organizations, including BRICS.