In 1997, India's GDP was $400 billion, but after two decades now it is 6 times, says PM Modi
India has always believed in values of integration and unity, 'Vasudhaiva Kutumbakam' which means the entire world is one family: PM Modi at Davos
WEF is creating a shared community in a fractured world, says the PM
Technology is assuming immense importance in this era, says PM Modi
At Davos, PM Modi says concerted action is required to tackle climate change
The big threat ahead of world is artificial creation of good and bad terrorist: PM Modi
We in India are proud of our democracy and diversity: PM Modi
Democracy is not a political system in India, it is a way of life, says PM Modi at Davos
In India, we are removing red tape and laying red carpet for investors: PM Modi
Innovation and entrepreneurship is making young Indians job givers, not job seekers, says PM Modi
Democracy, demography and dynamism are shaping our destiny today: PM Modi
We should all work together, we should build a heaven of world: PM Modi

ସ୍ଵିଜରଲାଣ୍ଡ ମହାସଂଘର ମହାମହିମ ରାଷ୍ଟ୍ରପତି

ସମ୍ମାନନୀୟ ରାଷ୍ଟ୍ରମୁଖ୍ୟ ଏବଂ ସରକାର ପ୍ରଧାନବୃନ୍ଦ

ବିଶ୍ୱ ଅର୍ଥନୈତିକ ଫୋରମର ପ୍ରତିଷ୍ଠାତା ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ କ୍ଲଜ ସ୍କ୍ଵାବ,

ବିଶ୍ୱର ବରିଷ୍ଠ ଏବଂ ପ୍ରତିଷ୍ଠିତ ଉଦ୍ୟୋଗୀ, ଉଦ୍ୟୋଗପତି ଏବଂ ସିଇଓମାନେ

ଗଣମାଧ୍ୟମର ବନ୍ଧୁଗଣ, ଭାଇ ଓ ଭଉଣୀମାନେ,

ନମସ୍କାର ।

ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଏହି 48ତମ ବାର୍ଷିକ ବୈଠକରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ସର୍ବପ୍ରଥମେ ମୁଁ ଶ୍ରୀ କ୍ଲଜ ସ୍କ୍ଵାବଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଏବଂ ବିଶ୍ୱ ଅର୍ଥନୈତିକ ଫୋରମକୁ ଏକ ସଶକ୍ତ ଏବଂ ବ୍ୟାପକ ମଂଚରେ ପରିଣତ କରିବା ଲାଗି ଅନେକ-ଅନେକ ସାଧୁବାଦ ଜଣାଉଛି । ତାଙ୍କର ଦୂରଦୃଷ୍ଟିରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଯାହାର ଉଦ୍ଦେଶ୍ୟ ବିଶ୍ୱର ସ୍ଥିତି ସୁଧାରିବ । ସେ ଏହି ଏଜେଣ୍ଡାକୁ ଆର୍ଥିକ ଏବଂ ରାଜନୈତିକ ବିଚାରରେ ଅତ୍ୟନ୍ତ ଦୃଢ଼ତାର ସହିତ ଯୋଡ଼ିଦେଇଛନ୍ତି । ଏଥିସହିତ ଆମକୁ ସାଦର ସ୍ୱାଗତ-ସତ୍କାର କରିବା ଲାଗି ସ୍ୱିଜରଲାଣ୍ଡ ସରକାର ଏବଂ ଏହାର ନାଗରିକମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି  ।

ବନ୍ଧୁଗଣ,

ଡାଭୋସକୁ ଶେଷ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ 1997 ମସିହାରେ ହୋଇଥିଲା, ଯେତେବେଳେ ଶ୍ରୀ ଦେବେଗୌଡ଼ା ମହାଶୟ ଏଠାକୁ ଆସିଥିଲେ । 1997ରେ ଭାରତର ଜିଡିପି ମାତ୍ର 400 ବିଲିୟନ ଡଲାର ଠାରୁ ଅଳ୍ପକିଛି ଥିଲା । ଏବେ ଦୁଇ ଦଶକ ପରେ ଏହାତ ପାଖାପାଖି 6 ଗୁଣା ହୋଇସାରିଛି । ସେହି ବର୍ଷ ଏହି ଫୋରମର ବିଷୟବସ୍ତୁ “ବିଲ୍ଡିଂ ଦି ନେଟୱାର୍କ ସୋସାଇଟି” ଥିଲା । ଆଜି 21 ବର୍ଷ ପରେ ଟେକ୍ନୋଲଜି ଏବଂ ଡିଜିଟାଲ ଯୁଗର ଉପଲବ୍ଧି ଏବଂ ପ୍ରାଥମିକତାକୁ ଦେଖିଲେ ଏହି ବିଷୟ ଶହ ଶହ ବର୍ଷ ପୁରୁଣା ଭଳି ଲାଗିୁଛି  । ଆଜି ଆମେ କେବଳ ନେଟୱାର୍କ ସୋସାଇଟି ହିଁ ନୁହେଁ, ବରଂ ବୃହତ ଡାଟା, ଆର୍ଟିଫିସିଆଲ ଇଂଟେଲିଜନ୍ସେ ବା କୃତ୍ରିମ ଜ୍ଞାନ ତଥା  କୋବୋଟ୍ସ(Cobots)ର ଦୁନିଆରେ ଅଛୁ । 1997ରେ ୟୁରୋ ମୁଦ୍ରା ପ୍ରଚଳିତ ହୋଇନଥିଲା । ଆହୁରି ଏସିଆରେ ଆର୍ଥିକ ସଂକଟର କୌଣସି ଠିକ-ଠିକଣା ନଥିଲା, ବ୍ରେକଜିଟର ସମ୍ଭାବନା ମଧ୍ୟ ନଥିଲା । 1997ରେ ଖୁବ କମ ଲୋକ ଓସାମା ବିନ ଲାଦେନ ବିଷୟରେ ଶୁଣିଥିଲେ ଏବଂ ହ୍ୟାରୀ ପୋଟର ନାଁ ମଧ୍ୟ ଅଜଣା ଥିଲା । ସେତେବେଳେ ଚେସ ଖେଳାଳୀଙ୍କୁ କମ୍ପ୍ୟୁଟର ଠାରୁ ହାରିବାର ଗୁରୁତର ବିପଦ ନଥିଲା ।  ସେତେବେଳେ ସାଇବର ସ୍ପେସରେ ଗୁଗଲର ଅବତାର ମଧ୍ୟ ହୋଇନଥିଲା ।

ଆହୁରି ଯଦି 1997ରେ ଆପଣ ଇଣ୍ଟରନେଟରେ “ଆମାଜନ” ନାମକ ଶବ୍ଦ ଖୋଜିଥା’ନ୍ତେ ତା’ହେଲେ ଆପଣଙ୍କୁ ନଦୀ ଏବଂ ଘନ ଜଙ୍ଗଲ ବିଷୟରେ ସୂଚନା ମିଳିଥା’ନ୍ତା । ସେ ସମୟରେ ଟ୍ୱିଟ କରିବା ଚଢ଼େଇଙ୍କ କାମ ଥିଲା, ମନୁଷ୍ୟଙ୍କର ନୁହେଁ । ତାହା ବିଗତ ଶତାବ୍ଦୀ ଥିଲା ।

ଆଜି, ଦୁଇ ଦଶକ ପରେ ଆମ ବିଶ୍ୱ ଏବଂ ଆମ ସମାଜ ଅତ୍ୟନ୍ତ ଜଟିଳ ନେଟୱାର୍କଗୁଡ଼ିକର ନେଟୱାର୍କ ଅଟେ  । ସେ ସମୟରେ ମଧ୍ୟ ଡାଭୋସ ନିଜ ସମୟ ଠାରୁ ଆଗରେ ଥିଲା, ଏବଂ ଏହା ବିଶ୍ୱ ଅର୍ଥନୈତିକ ଫୋରମର ଭବିଷ୍ୟତର ପରିଚାୟକ ଥିଲା । ଆଜି ମଧ୍ୟ ଡାଭୋସ ନିଜ ସମୟ ଠାରୁ ଆଗରେ ରହିଛି ।

ଏ ବର୍ଷ ଫୋରମର ବିଷୟବସ୍ତୁ- “Creating A Shared Future In A Fractured World” ରଖାଯାଇଛି । ଅର୍ଥାତ  ବିଭେଦ ପରିପୂର୍ଣ୍ଣ ବିଶ୍ୱରେ ଭାଗିଦାରୀଭିତ୍ତିକ ଭବିଷ୍ୟତର ନିର୍ମାଣ । ନୂଆ ନୂଆ ପରିବର୍ତ୍ତନ ଦ୍ୱାର, ନୂଆ ନୂଆ ଶକ୍ତି ଦ୍ୱାରା ଆର୍ଥିକ କ୍ଷମତା ଏବଂ ରାଜନୈତିକ ଶକ୍ତିର ସନ୍ତୁଳନ ବଦଳୁଛି । ଏହାଦ୍ୱାରା ବିଶ୍ୱର ସ୍ୱରୂପରେ ଦୂରଗାମୀ ପରିବର୍ତ୍ତନର ଛବି ଦେଖାଦେଉଛି । ବିଶ୍ୱ ସମ୍ମୁଖରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷାକୁ ନେଇ ନୂଆ ଏବଂ ଗମ୍ଭୀର ଆହ୍ୱାନ ରହିଛି । ଟେକ୍ନୋଲଜି ଦ୍ୱାରା ପରିଚାଳିତ ରୂପାନ୍ତରଣ ଆମ ରହିବା, କାମ କରିବା, ବ୍ୟବହାର, କଥାବାର୍ତ୍ତା ଏବଂ ଏପରିକି ଅନ୍ତର୍ଜାତୀୟ ଗୋଷ୍ଠୀ ଏବଂ ରାଜନୀତି ତଥା ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତକୁ ଗଭୀର ଭାବେ ପ୍ରଭାବିତ କରୁଅଛି । ଟେକ୍ନୋଲଜିକୁ ଯୋଡ଼ିବା, ମୋଡ଼ିବା ଏବଂ ଭାଙ୍ଗିବା – ତିନୋଟି ସୋପାନର ଏକ ବଡ଼ ଉଦାହରଣ ସୋସିଆଲ ମିଡିଆର ପ୍ରୟୋଗରେ ଦେଖିବାକୁ ମିଳୁଛି । ଆଜି ଡାଟା ସବୁଠୁ ବଡ଼ ସମ୍ପଦ ଅଟେ । ଡାଟାର ଜାଗତିକ ପ୍ରବାହ ଦ୍ୱାରା ସବୁଠୁ ବଡ଼ ସୁଯୋଗ ସୃଷ୍ଟି ହେଉଛି, ଏବଂ ସବୁଠୁ ବଡ଼ ଆହ୍ୱାନ ମଧ୍ୟ । ଡାଟାର ପାହାଡ଼ ଉପରେ ପାହାଡ଼ ନିର୍ମିତ ହେଉଛି । ସେଗୁଡ଼ିକ ଉପରେ ନିୟନ୍ତ୍ରଣ ପାଇଁ ପ୍ରତିଯୋଗିତା ଜାରି ରହିଛି । କାରଣ, ଏହା ବିବେଚନା କରାଯାଉଛି ଯେ ଯିଏ ଡାଟାକୁ ନିୟନ୍ତ୍ରଣରେ ରଖିପାରିବ, ସେ ହିଁ ଭବିଷ୍ୟତରେ ନିଜର ପ୍ରଭାବ ବିସ୍ତାର କରିପାରିବ । ଏହିପରି ସାଇବର ସୁରକ୍ଷା ଏବଂ ଆଣବିକ ନିରାପତ୍ତା କ୍ଷେତ୍ରରେ ମଧ୍ୟ ଦ୍ରୁତଗତିରେ ବଦଳୁଥିବା ଟେକ୍ନୋଲଜି ଏବଂ ବିନାଶକାରୀ ଶକ୍ତିର ବିସ୍ତାର ଦ୍ୱାରା ପୂର୍ବରୁ ଚାଲିଆସୁଥିବା ଆହ୍ୱାନ ଆହୁରି ଗମ୍ଭୀର ହୋଇଯାଇଛି । ବିଜ୍ଞାନ, ପ୍ରଯୁକ୍ତି ଏବଂ ଆର୍ଥିକ ପ୍ରଗତିର ନୂଆ ସୋପାନରେ ଗୋଟିଏ ପଟେ ମଣିଷକୁ ସମୃଦ୍ଧିର ନୂଆ ରାସ୍ତା ଦେଖାଇବାର କ୍ଷମତା ରହିଛି । ଅନ୍ୟପକ୍ଷେ ଏହି ପରିବର୍ତ୍ତନ ଫଳରେ ଏପରି ଫାଟ ମଧ୍ୟ ସୃଷ୍ଟି ହୋଇଛି ଯାହା ଯନ୍ତ୍ରଣାଦାୟକ ଆଘାତ ପହଂଚାଇପାରେ । ଅଧିକାଂଶ ପରିବର୍ତ୍ତନ ଏପରି  ପ୍ରାଚୀର ସୃଷ୍ଟି କରିଛି ଯାହା ସମଗ୍ର ମାନବଜାତି ପାଇଁ ଶାନ୍ତି ଏବଂ ସମୃଦ୍ଧିର ରାସ୍ତାକୁ ଦୁର୍ଗମ ହିଁ ନୁହେଁ ଦୁଃସାଧ୍ୟ କରିଦେଇଛି । ଏହି ବିଭେଦ, ଏହି ଭାଗ ଏବଂ ଏହି ବାଧକ ବିକାଶର ଅଭାବ କାରଣରୁ, ଦାରିଦ୍ର୍ୟ କାରଣରୁ, ବେକାରୀ କାରଣରୁ, ସୁଯୋଗ ଅଭାବ କାରଣରୁ ଏବଂ ପ୍ରାକୃତିକ ତଥା ବୈଷୟିକ ସମ୍ବଳ ଉପରେ ଆଧିପତ୍ୟ କାରଣରୁ ହୋଇଛି । ଏହି ପରିବେଶରେ ଆମ ସମ୍ମୁଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି ଯାହା ମାନବଜାତିର ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢିର ଐତିହ୍ୟ ଲାଗି ଉଚିତ ଜବାବ ମାଗୁଛି ।

ଆମ ଅର୍ଥବ୍ୟବସ୍ଥା କ’ଣ ଏସବୁ ଫାଟ ଏବଂ ଦୂରତ୍ୱକୁ ପ୍ରୋତ୍ସାହନ ଦେଉଛି? ଏପରି କେଉଁ ଶକ୍ତି ରହିଛି ଯାହା ସାମଞ୍ଜସ୍ୟ ଉପରେ ବିଚ୍ଛନ୍ନତାକୁ ଗୁରୁତ୍ୱ ଦେଉଛି, ଯାହା ସହଯୋଗ ଉପରେ ସଂଘର୍ଷକୁ ପ୍ରଭାବଶାଳୀ କରୁଛି? ଆହୁରି ଆମ ପାଖରେ ଏପରି କେଉଁ ସାଧନ ରହିଛି, କେଉଁ ମାର୍ଗ ରହିଛି ଯାହା ଜରିଆରେ ଆମେ ଏହି ଫାଟ ଏବଂ ଦୂରତ୍ୱ ଦୂର କରି ଏକ ସୁଗମ ଏବଂ ଭାଗିଦାରୀଭିତ୍ତିକ ଭବିଷ୍ୟତର ସ୍ୱପ୍ନକୁ ସାକାର କରିପାରିବା?

ବନ୍ଧୁଗଣ,

ଭାରତ, ଭାରତୀୟତା ଏବଂ ଭାରତୀୟ ଐତିହ୍ୟର ପ୍ରତିନିଧି ହୋଇଥିବା ଦୃଷ୍ଟିରୁ ମୋ ପାଇଁ ଏହି ଫୋରମର ବିଷୟ ଯେତିକି ସମକାଳୀନ ଅଟେ ସେତିକି ସମୟାତୀତ ମଧ୍ୟ । ସମୟାତୀତ ଏଥିପାଇଁ କାରଣ ଭାରତରେ ଅନାଦିକାଳରୁ ଆମେ ମାନବ ମାତ୍ରକେ ଯୋଡ଼ିବାରେ ବିଶ୍ୱାସ କରିଆସିଛୁ, ତା’କୁ ଭାଙ୍ଗିବାରେ ନୁହେଁ । ହଜାର ହଜାର ବର୍ଷ ପୂର୍ବେ ସଂସ୍କୃତ ଭାଷାରେ ଲିଖିତ ଗ୍ରନ୍ଥରେ ଭାରତୀୟ ଚିନ୍ତାନାୟକମାନେ କହିଥିଲେବସୁଧୈବ କୁଟୁମ୍ବକମ । ଅର୍ଥାତ ସମଗ୍ର ବିଶ୍ୱ ଏକ ପରିବାର ଅଟେ । ତତ୍ତ୍ଵ ଦୃଷ୍ଟିରୁ ଆମେ ସମସ୍ତେ ଗୋଟିଏ ପରିବାର ଭଳି ବାନ୍ଧି ହୋଇଛୁ, ଆମର ଭାଗ୍ୟ ଏକ ଭାଗିଦାରୀର ସୂତ୍ରରେ ଆମକୁ ଯୋଡ଼ୁଛି । ବସୁଧୈବ କୁଟୁମ୍ବକମର ଏହି ଧାରଣ ନିଶ୍ଚିତ ଭାବେ ଆଜି ଫାଟ ଏବଂ ଦୂରତ୍ୱକୁ ଦୂର କରିବା ଲାଗି ଆହୁରି ଅଧିକ ସାର୍ଥକ । କିନ୍ତୁ ଆଜି ଏକ ଗମ୍ଭୀର ପ୍ରସଙ୍ଗ ଏହା ଯେ ଏହି ସମୟର ବିକଟ ଆହ୍ୱାନର ମୁକାବିଲା ଲାଗି ଆମ ମଧ୍ୟରେ ସହମତିର ଅଭାବ ରହିଛି । ପରିବାରରେ ଯେଉଁ ଗୋଟିଏ ପଟେ ସୌହାର୍ଦ୍ଦ୍ୟ ଏବଂ ସହଯୋଗ ରହିଛି ସେଇଠି କିଛି ନା କିଛି ମତଭେଦ ଏବଂ ଝଗଡ଼ା ମଧ୍ୟ ଥାଇପାରେ । କିନ୍ତୁ ପରିବାରର ପ୍ରାଣ, ଏହାର ପ୍ରେରଣା ଏପରି ଭାବନା ଆଣିଥାଏ ଯେ ଯେତେବେଳେ ଆହ୍ୱାନ ସାମ୍ନାକୁ ଆସୁଛି ସମସ୍ତେ ମିଶି ତାହାର ମୁକାବିଲା କରିଥା’ନ୍ତି, ଆହୁରି ଏକଜୁଟ ହୋଇ ଉପଲବ୍ଧି ଏବଂ ଆନନ୍ଦର ଭାଗିଦାର ହୋଇଥାଉ । କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ ଆମ ବିଭାଜନ, ଦୂରତ୍ୱ ଏହି ଆହ୍ୱାନ ବିରୋଧରେ ମାନବ ଜାତିର ସଂଘର୍ଷକୁ ଆହୁରି ମଧ୍ୟ କଠୋର କରିଦେଇଛି । ଯେଉଁ ଆହ୍ୱାନ ଦିଗରେ ମୁଁ ଇସାରା କରୁଛି  ତାହାର ସଂଖ୍ୟା ମଧ୍ୟ ବହୁତ ଏବଂ ବିସ୍ତାର ମଧ୍ୟ ବ୍ୟାପକ ଅଟେ । ଏଠାରେ ମୁଁ କେବଳ ତିନୋଟି ପ୍ରମୁଖ ଆହ୍ୱାନର ଉଲ୍ଲେଖ କରିବି ଯାହା ମାନବ ସଭ୍ୟତା ଲାଗି ବଡ଼ ବିପଦ ସୃଷ୍ଟି କରୁଛି । ପ୍ରଥମ ବିପଦ ହେଲା ଜଳବାୟୁ ପରିବର୍ତ୍ତନର । ଗ୍ଳାସିୟର(ବରଫଖଣ୍ଡ) ତରଳି ଚାଲିଛି । ଆର୍କଟିକର ବରଫ ତରଳି ଚାଲିଛି । ଅନେକ ଦ୍ୱୀପ ବୁଡ଼ିଚାଲିଛି, କିମ୍ବା ବୁଡ଼ିବା ସ୍ଥିତିରେ ରହିଛି । ଖୁବ ଗରମ ଏବଂ ଅତି ଥଣ୍ଡା, ଖୁବ ବର୍ଷା ଆଉ ବନ୍ୟା କିମ୍ବା ଚାରିଆଡ଼େ ମରୁଡ଼ି-ଖରାପ ପାଣିପାଗର ପ୍ରଭାବ ଦିନକୁ ଦିନ ବଢ଼ଇବାରେ ଲାଗିଛି । ଏପରି ପରିସ୍ଥିତିରେ ଆମକୁ ଆମର ସୀମିତ ସଂକୀର୍ଣ୍ଣ ସୀମାରୁ ବାହାରି ଏକଜୁଟ ହେବା ଉଚିତ । କିନ୍ତୁ କ’ଣ ଏପରି ହୋଇଛି? ଯଦି ହୋଇନାହିଁ, ତା’ହେଲେ କାହିଁକି? ଆହୁରି ଆମେ କ’ଣ କରିପାରିବା ଉଚିତ ଯାହା ଏହି ପରିସ୍ଥିତିରେ ସୁଧାର ଆଣିପାରିବ । ସମସ୍ତେ କହୁଛନ୍ତି ଯେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହେବା ଉଚିତ । କନ୍ତୁ ଏମିତି କେତେ ଦେଶ କିମ୍ବା ଲୋକ ଅଛନ୍ତି ଯେଉଁମାନେ ବିକାଶଶୀଳ ଦେଶ ଏବଂ ସମାଜକୁ ଉପଯୁକ୍ତ ଟେକ୍ନୋଲଜି ଉପଲବ୍ଧ କରାଇବା ଲାଗି ଆବଶ୍ୟକ ସମ୍ବଳ ଯୋଗାଇ ଦେବାରେ ସହାୟତା କରିବାକୁ ଚାହୁଁଛନ୍ତି ।

ଆପଣମାନେ ଅନେକ ଥର ଶୁଣିଥିବେ ଭାରତୀୟ ପରମ୍ପରାରେ ପ୍ରକୃତି ସହ ଗଭୀର ତାଳମେଳ ବିଷୟରେ । ହଜାର ହଜାର ବର୍ଷ ପୂର୍ବେ ଆମ ଶାସ୍ତ୍ରରେ ମନୁଷ୍ୟମାତ୍ରକୁ କୁହାଯାଇଥିଲା- ଭୂମି ମାତାପୁତ୍ରୋ ଅହମ ପୃଥ୍ୱା” ଅର୍ଥାତ, ଆମେ ମଣିଷ ପୃଥିବୀ ମାତାର ସନ୍ତାନ । ଯଦି ଆମେ ପୃଥିବୀର ସନ୍ତାନ ଅଟୁ ତା’ହେଲେ ଆଜି ମାନବ ଏବଂ ପ୍ରକୃତି ମଧ୍ୟରେ ସଂଘର୍ଷ କାହିଁକି ଲାଗିଛି?

ହଜାର ହଜାର ବର୍ଷ ପୂର୍ବେ ଭାରତରେ ଲେଖା ହୋଇଥିବା ସବୁଠୁ ପ୍ରମୁଖ ଉପନିଷଦ ‘ଇଶୋପନିଷଦ’ର ଆରମ୍ଭରେ ହିଁ ତତ୍ତ୍ଵଦ୍ରଷ୍ଟା ଗୁରୁମାନେ ନିଜ ଶିଷ୍ୟମାନଙ୍କୁ ପରିବର୍ତ୍ତନଶୀଳ ଜଗତ ବିଷୟରେ କହିଛନ୍ତି:

ତେନ ତ୍ୟକ୍ତେନ ଭୁଞ୍ଜୀଥାମାଗୃଧଃକସ୍ୟାସ୍ୱିଦ୍ଭନମ ।

(‘तेन त्यक्तेन भुन्जीथा, मागृधःकस्यस्विद्धनम्।)

ଅର୍ଥାତ ସଂସାରରେ ରହି ତାହାର ତ୍ୟାଗ ପୂର୍ବକ ଭୋଗ କର, ଏବଂ ଅନ୍ୟ କାହାର ସମ୍ପତ୍ତି ପ୍ରତି ଲୋଭ କରନାହିଁ  । ଅଢ଼େଇ ହଜାର ବର୍ଷ ପୂର୍ବରୁ ଭଗବାନ ବୁଦ୍ଧ ଅପରିଗ୍ରହ ଅର୍ଥାତ ଆବଶ୍ୟକତା ଅନୁଯାୟୀ ବ୍ୟବହାରକୁ ନିଜ ସିଦ୍ଧାନ୍ତରେ ପ୍ରମୁଖ ସ୍ଥାନ ଦେଇଥିଲେ । ଭାରତର ରାଷ୍ଟ୍ରପିତା ମହତ୍ମା ଗାନ୍ଧୀଙ୍କ ଟ୍ରଷ୍ଟିସିପ ସିଦ୍ଧାନ୍ତ ମଧ୍ୟ ଆବଶ୍ୟକତା ଅନୁସାରେ ଉପଯୋଗ ଏବଂ ଉପଭୋଗ କରିବାକୁ ସମର୍ଥନ କରୁଥିଲା । ଚିନ୍ତା କରିବାର ବିଷୟ ହେଉଛି ତ୍ୟାଗପୂର୍ବକ ଭୋଗରୁ ଯାଇ ଆବଶ୍ୟକତା ଅନୁଯାୟୀ ଉପଯୋଗ କରି ଆମେ ଏବେ ଏତେ ଲୋଭର ବଶବର୍ତ୍ତୀ ହୋଇ ପ୍ରକୃତିକୁ ଶୋଷଣ କରିବା ପର୍ଯ୍ୟନ୍ତ କିପରି ପହଁଚିଯାଇଛୁ । ଏହାଦ୍ୱାରା ଆମର ବିକାଶ ହୋଇଛି ନା ପତନ? ଆମ ମସ୍ତିଷ୍କର ଏହି ଦୁରବସ୍ତ, ଆମ ସ୍ୱାର୍ଥର ଏହି ଭୟଙ୍କର ପ୍ରତିଫଳନ, ଆମକୁ କାହିଁକି ଆତ୍ମଚିନ୍ତନ ଲାଗି ବାଧ୍ୟ କରୁନାହିଁ?

ଯଦି ଆମେ ଚିନ୍ତା କରିବା ତା’ହେଲେ ଜାଣିପାରିବା ଯେ ଆଜି ପରିବେଶରେ ବ୍ୟାପି ରହିଥିବା ଭୟଙ୍କର କୁପରିଣାମଗୁଡ଼ିକର ସମାଧାନ ପାଇଁ ଏକ ପ୍ରଭାବୀ ଉପାୟ ରହିଛି- ପ୍ରାଚୀନ ଭାରତୀୟ ଦର୍ଶନର ମାନବ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟ । କେବଳ ଏହା ନୁହେଁ, ଏହି ଦର୍ଶନରୁ ଜନ୍ମ ନେଇଥିବା ଯୋଗ ଏବଂ ଆୟୁର୍ବେଦ ଭଳି ଭାରତୀୟ ପରମ୍ପରାର ସମ୍ପୂର୍ଣ୍ଣ ପଦ୍ଧତି କେବଳ ପରିବେଶ ଏବଂ ଆମ ଭିତରେ ରହିଥିବା ଫାଟକୁ ଦୂର କରିବ ନାହିଁ, ବରଂ ଆମକୁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଏବଂ ସନ୍ତୁଳନ ମଧ୍ୟ ପ୍ରଦାନ କରିଥାଏ । ପରିବେଶକୁ ସୁରକ୍ଷା ଦେବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରତିକାର କରିବା ଲାଗି ଏକ ବହୁତ ବଡ଼ ଅଭିଯାନ, ଏକ ବହୁତ ବଡ଼ ଲକ୍ଷ୍ୟ ମୋ ସରକାର ଦେଶ ସମ୍ମୁଖରେ ରଖିଛି । ବର୍ଷ 2022 ସୁଦ୍ଧା ଆମକୁ ଭାରତରେ 175 ଗିଗାୱାଟ ନବୀକରଣଯୋଗ୍ୟ ଶକ୍ତିର ଉତ୍ପାଦନ କରିବାକୁ ହେବ । ଗତ ପାଖାପାଖି ତିନି ବର୍ଷରେ 60 ଗିଗାୱାଟ, ଅର୍ଥାତ ଏହି ଲକ୍ଷ୍ୟର ଏକ ତୃତୀୟାଂଶରୁ ମଧ୍ୟ ଅଧିକ ଆମେ ପ୍ରାପ୍ତ କରିସାରିଛୁ । 2016ରେ ଭାରତ ଏବଂ ଫ୍ରାନ୍ସ ମିଶି ଏକ ନୂଆ ଅନ୍ତର୍ଜାତୀୟ ସନ୍ଧି ଆଧାରିତ ସଂଗଠନର ପରିକଳ୍ପନା କରିଛି । ଏହି ବୈପ୍ଳବିକ ପଦକ୍ଷେପ ଏବେ ଏକ ସଫଳ ପ୍ରୟୋଗରେ ପରିବର୍ତ୍ତନ ହୋଇସାରିଛି । ଅନ୍ତର୍ଜାତୀୟ ସୌର ମେଣ୍ଟ ରୂପରେ ଏହି ପଦକ୍ଷେପ ଆବଶ୍ୟକ ସନ୍ଧି ସଂଶୋଧନ ପରେ ଏବେ ଏକ ବାସ୍ତବିକତା ଅଟେ । ମୁଁ ଅତି ଆନନ୍ଦିତ ଯେ ଚଳିତ ବର୍ଷ ମାର୍ଚ୍ଚରେ ଫ୍ରାନ୍ସର ରାଷ୍ଟ୍ରପତି ମାକରୋଂ ଏବଂ ମୋର ମିଳିତ ଆମନ୍ତ୍ରଣରେ ଏହି ମେଣ୍ଟର ସଦସ୍ୟ ଦେଶର ନେତାମାନେ ନୂଆଦିଲ୍ଲୀରେ ହେଉଥିବା ମେଣ୍ଟର ପ୍ରଥମ ସମ୍ମିଳନୀରେ ଭାଗ ନେବେ ।

ବନ୍ଧୁଗଣ,

ଦ୍ୱିତୀୟ ବଡ଼ ଆହ୍ୱାନ ହେଉଛି ଆତଙ୍କବାଦ  । ଏ ସମ୍ପର୍କରେ ଭାରତର ଚିନ୍ତା ଏବଂ ସାରା ବିଶ୍ୱରେ ସମଗ୍ର ମାନବଜାତି ପାଇଁ ଏହି ଗମ୍ଭୀର ବିପଦର ବୃଦ୍ଧି ଏବଂ ବଦଳୁଥିବା ସ୍ୱରୂପ ସହ ଆପଣମାନେ ଭଲ ଭାବେ ପରିଚିତ ଥିବେ  । ମୁଁ ଏଠାରେ କେବଳ ଦୁଇଟି ଦିଗ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଚାହୁଁଛି  । ଆତଙ୍କବାଦ ଯେତେ ବିପଜ୍ଜନକ ଅଟେ ତା’ଠାରୁ ଅଧିକ ବିପଜ୍ଜନକ ହେଉଛି ‘ଭଲ ଆତଙ୍କବାଦ’ ଏବଂ ‘ଖରାପ ଆତଙ୍କାବାଦ’ ମଧ୍ୟ ନିର୍ମାଣ କରାଯାଇଥିବା କାଳ୍ପନିକ ପ୍ରଭେଦ  । ଦ୍ୱିତୀୟ ସମକାଳୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ଉପରେ ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଚାହୁଁଛି ତାହା ହେଉଛି ଶିକ୍ଷିତ ଏବଂ ସମ୍ପନ୍ନ ଯୁବକମାନେ ଉଗ୍ରବାଦର ଶିକାର ହୋଇ ଆତଙ୍କବାଦରେ ଲିପ୍ତ ରହିବା । ମୋର ଆଶା ଯେ ଏହି ଫୋରମରେ ଆତଙ୍କବାଦ ଏବଂ ହିଂସାର ପ୍ରଭେଦରୁ, ଏହା ଦ୍ୱାରା ଉତ୍ପନ୍ନ ଦୂରତ୍ୱରୁ ଆମ ସମ୍ମୁଖରେ ଥିବା ଗମ୍ଭୀର ଆହ୍ୱାନ ଉପରେ ଏବଂ ଏହାର ସମାଧାନ ବିଷୟରେ ଚର୍ଚ୍ଚା ହେବ  ।

ତୃତୀୟ ଆହ୍ୱାନରେ ମୁଁ ଏହା ଦେଖୁଛି ଯେ ଅଧିକାଂଶ ସମାଜ ଏବଂ ଦେଶ ଅଧିକରୁ ଅଧିକ ଆତ୍ମକୈନ୍ଦ୍ରିତ ହୋଇଚାଲିଛନ୍ତି । ଏମିତି ଲାଗୁଛି ଯେ ଜଗତିକରଣର ନିଜ ନାମର ବିପରୀତ ଦିଗରେ ସଂକୁଚିତ ହୋଇଚାଲିଛି । ଏ ପ୍ରକାରର ମନୋବୃତ୍ତି ଏବଂ ଭୁଲ ପ୍ରାଥମିକତାର କୁପରିଣାମକୁ ଜଳବାୟୁ ପରିବର୍ତ୍ତନ କିମ୍ବା ଆତଙ୍କବାଦର ବିପଦ ଠାରୁ କମ ବୋଲି କହିହେବ ନାହିଁ  । ତେବେ ଯେ କେହି ଆନ୍ତଃସଂଯୁକ୍ତ ବିଶ୍ୱର କଥା କହୁଛନ୍ତି କିନ୍ତୁ ଜଗତିକରଣର ଚମକ କମ ହେଉଛି । ମିଳିତ ଜାତିସଂଘର ଆଦର୍ଶ ଏବେ ମଧ୍ୟ ସର୍ବମାନ୍ୟ ଅଟେ । ବିଶ୍ୱ ବାଣିଜ୍ୟ ସଂଗଠନ ମଧ୍ୟ ବ୍ୟାପକ ଅଟେ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିର୍ମିତ ହୋଇଥିବା ବିଶ୍ୱ ସଂଗଠନର ଢାଂଚା, ବ୍ୟବସ୍ଥା ଏବଂ ଏହାର କାର୍ଯ୍ୟପଦ୍ଧତି କ’ଣ ଆଜିର ମାନବଜାତିର ଆକାଂକ୍ଷା ଏବଂ ତାହାର ସ୍ୱପ୍ନକୁ, ଆଜିର ବାସ୍ତବିକତା ସହ ପରିଲକ୍ଷିତ କରିପାରୁଛି?

ଏହି ପ୍ରତିଷ୍ଠାନଗୁଡ଼ିକର ପୁରୁଣା ବ୍ୟବସ୍ଥା ଏବଂ ଆଜିର ବିଶ୍ୱରେ ବିଶେଷ କରି ଅଧିକାଂଶ ବିକାଶଶୀଳ ଦେଶର ଆବଶ୍ୟକତା ମଧ୍ୟରେ ଏକ ବଡ଼ ଖାଲ ରହିଛି । ଜଗତିକରଣର ବିପରୀତ ଆତ୍ମସୁରକ୍ଷା ମନୋଭବା ବିଶିଷ୍ଟ ଶକ୍ତି ମୁଣ୍ଡ ଟେକୁଛି । ସେମାନଙ୍କ ଉଦ୍ଦେଶ୍ୟ କେବଳ ନିଜକୁ ଜଗତିକରଣର ଉଦ୍ଦେଶ୍ୟରୁ ବଂଚାଇବା ନୁହେଁ, ବରଂ ଜଗତିକରଣର ପ୍ରାକୃତିକ ପ୍ରବାହର ମୋଡ଼କୁ ମଧ୍ୟ ବଦଳାଇଦେବା । ଏହାର ପରିଣାମସ୍ୱରୂପ ନୂଆ ନୂଆ ପ୍ରକାରର ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ଦେଖିବାକୁ ମିଳୁଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ବ୍ୟବସାୟିକ ବୁଝାମଣା ଏବଂ ଆଲୋଚନା ଯେପରି ଅଟକି ଯାଇଛି । ସୀମାପାର ଆର୍ଥିକ ନିବେଶ ଅଧିକାଂଶ ଦେଶରେ ହ୍ରାସ ପାଇଛି  । ଆହୁରି ଜାଗତିକ ଯୋଗାଣ ଶୃଙ୍ଖଳାର ଅଭିବୃଦ୍ଧି ମଧ୍ୟ ଅଟକି ଯାଇଛି । ଜଗତିକରଣ ବିରୋଧରେ ଏହି ଚିନ୍ତାଜନକ ସ୍ଥିତିର ସମାଧାନ ବିଚ୍ଛିନ୍ନତାରେ ନାହିଁ । ଏହାର ସମାଧାନ ପରିବର୍ତ୍ତନକୁ ବୁଝିବା ଏବଂ ତା’କୁ ସ୍ୱୀକାର କରିବାରେ ରହିଛି । ବଦଳୁଥବା ସମୟ ସହିତ କ୍ଷୀପ୍ର ଏବଂ ନମନୀୟ ନୀତିର ନିର୍ମାଣ କରିବାରେ ରହିଛି । ଭାରତର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କହିଥିଲେ, ମୁଁ ଚାହୁଁନାହିଁ ଯେ ମୋ ଘରର କାନ୍ଥ ଏବଂ ଝରକା ସବୁଆଡ଼ୁ ବନ୍ଦ ରହିଥିବ । ମୁଁ ଚାହୁଁଛି ଯେ ସବୁ ଦେଶରୁ ସଂସ୍କୃତିର ପବନ ମୋ ଘରକୁ ସମ୍ପୂର୍ଣ୍ଣ ସ୍ୱାଚ୍ଛନ୍ଦ୍ୟର ସହ ଆସୁ  । କିନ୍ତୁ ଏପରି ପବନ ଦ୍ୱାରା ମୋର ପାଦ ଦୋହଲିଯାଉତାହା ମୁଁ ଗ୍ରହଣ କରିପାରିବି ନାହିଁ  ।” ଆଜିର ଭାରତ ମହାତ୍ମା ଗାନ୍ଧୀଙ୍କ ଏହି ଦର୍ଶନ ଏବଂ ଚିନ୍ତନକୁ ଆପଣାଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ନିର୍ଭିକତା ସହିତ ସାରା ବିଶ୍ୱରେ ଜୀବନଦାୟିନୀ ତରଙ୍ଗକୁ ସ୍ୱାଗତ କରୁଛି ।

ବନ୍ଧୁଗଣ,

ଭାରତର ଗଣତନ୍ତ୍ର, ଦେଶର ସ୍ଥିରତା, ନିଶ୍ଚିତତା ଏବଂ ନିରନ୍ତର ବିକାଶର ମୂଳ ଆଧାର ଅଟେ । ଧର୍ମ, ସଂସ୍କୃତି, ଭାଷା, ବେଶ-ଭୂଷା ଏବଂ ଖାଦ୍ୟପେୟର ଅପାର ବିବିଧତାରେ ପରିପୂର୍ଣ୍ଣ ଭାରତ ଲାଗି ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ ବରଂ ଏକ ଜୀବନଦର୍ଶନ ଅଟେ, ଜୀବନଶୈଳୀ ଅଟେ । ଆମେ ଭାରତୀୟ ଏହାକୁ ଭଲ ଭାବେ ଜାଣିଛୁ ଏବଂ ବୁଝିଛୁ ଯେ ବିବିଧତାର ଭିନ୍ନତାକୁ ସୌହାର୍ଦ୍ଦ୍ୟ, ସହଯୋଗ ଓ ସଂକଳ୍ପର ଏକତାରେ ବଦଳାଇବାର ଲାଗି ଗଣତାନ୍ତ୍ରିକ ପରିବେଶ ଏବଂ ସ୍ୱାଧୀନତାର କି ମହତ୍ୱ ରହିଛି । ଭାରତରେ ଗଣତନ୍ତ୍ର କେବଳ ଆମ ବିବିଧତାର ହିଁ ଭରଣ-ପୋଷଣ କରୁନାହିଁ, ବରଂ 120 କୋଟିରୁ ମଧ୍ୟ ଅଧିକ ଭାରତୀୟମାନଙ୍କ ଆଶା, ଆକାଂକ୍ଷା, ଉପେକ୍ଷା ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି, ସେମାନଙ୍କ ସାମଗ୍ରିକ ବିକାଶ ଲାଗି ଆବଶ୍ୟକ ପରିବେଶ, ରୋଡମେପ ଏବଂ ଟେଂପଲେଟ ମଧ୍ୟ ପ୍ରଦାନ କରିଥାଏ ।

ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମଗ୍ରିକ ଆର୍ଥିକ ବିକାଶ ଏବଂ ପ୍ରଗତିରେ ବ୍ୟାପକ ଫାଟ ଭରଣା କରିବାର ସଞ୍ଜିବନୀ ଶକ୍ତି ରହିଛି । ଭାରତର 60 କୋଟି ମତଦାତା 2014ରେ ତିରିଶ ବର୍ଷ ପରେ ପ୍ରଥମ ଥର ଲାଗି କୌଣସି ଗୋଟିଏ ରାଜନୈତିକ ଦଳକୁ କେନ୍ଦ୍ରରେ ସରକାର ଗଠନ କରିବା ଲାଗି ପୂର୍ଣ୍ଣ ବହୁମତ ଦେଇଥିଲେ । ଆମେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗ କିମ୍ବା କିଛି ଲୋକମାନଙ୍କ ସୀମିତ ବିକାଶକୁ ନୁହେଁ ବରଂ ସମସ୍ତଙ୍କ ବିକାଶ ପାଇଁ ସଂକଳ୍ପ କରିଛୁ । ମୋ ସରକାରର ଲକ୍ଷ୍ୟ ହେଉଛି : ସବକା ସାଥ-ସବକା ବିକାଶ (ସମସ୍ତଙ୍କ ସାଥୀରେ ସମସ୍ତଙ୍କ ବିକାଶ) । ବିକାଶ ଲାଗି ଆମର ଦୂରଦୃଷ୍ଟି ସମାବେଶୀ ଅଟେ, ଆମର ଲକ୍ଷ୍ୟ ମଧ୍ୟ ସମାବେଶୀ  । ଏହି ସମାବେଶୀ ଦର୍ଶନ ମୋ ସରକାରଙ୍କ ପ୍ରତ୍ୟେକ ନୀତିର ପ୍ରତ୍ୟେକ ଯୋଜନାର ଆଧାର ଅଟେ । ତାହା କୋଟି କୋଟି ଲୋକଙ୍କୁ ପ୍ରଥମ ଥର ଲାଗି ବ୍ୟାଙ୍କ ଏକାଉଣ୍ଟ ଖୋଲିବାର ଆର୍ଥିକ ଅନ୍ତର୍ଭୂକ୍ତିକରଣ ହେଉ, କିମ୍ବା ଗରିବଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକ ଆବଶ୍ୟକତା ଚାହୁଁଥିବା ଲୋକଙ୍କ ପର୍ଯ୍ୟନ୍ତ ଡିଜିଟାଲ ପ୍ରଯୁକ୍ତି ଦ୍ୱାରା ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତର ହେଉ କିମ୍ବା ପୁଣି ଲିଙ୍ଗଗତ ସମାନତା ଲାଗି ବେଟୀ ବଚାଓ-ବେଟୀ ପଢ଼ାଓ । ଆମେ ଭାବୁ ଯେ ପ୍ରଗତି ସେତେବେଳେ ପ୍ରଗତି ହୁଏ, ବିକାଶ ସେତେବେଳେ ବାସ୍ତବରେ ବିକାଶ ମାନ୍ୟତା ପାଏ, ଯେତେବେଳେ ସମସ୍ତେ ସାଥୀ ହୋଇଚାଲିପାରିଥା’ନ୍ତି । ଆମେ ଆମର ଆର୍ଥିକ ଏବଂ ସାମାଜିକ ନୀତିରେ କେବଳ ଛୋଟମୋଟ ସୁଧାର ହିଁ କରିନାହୁଁ, ବରଂ ଆମୂଳଚୁଳ ରୂପାନ୍ତରଣ କରୁଛୁ । ଆମେ ଯେଉଁ ରାସ୍ତା ବାଛିଛୁ ତାହା ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣର ଅଟେ । ଆଜି ଆମେ ଭାରତର ଅର୍ଥବ୍ୟବସ୍ଥାକୁ ଯେପରି ନିବେଶ ଲାଗି ସୁଗମ କରିଛୁ ତାହାର କୌଣସି ତୁଳନା ନାହିଁ । ଏହାର ଫଳସ୍ୱରୂପ ଆଜି ଭାରତରେ ନିବେଶ କରିବା, ଭାରତକୁ ଯାତ୍ରା କରିବା, ଭାରତରେ କାମ କରିବା, ଭାରତରେ ବିନିର୍ମାଣ ଓ ଉତ୍ପାଦନ କରିବା ଏବଂ ଭାରତରୁ ନିଜ ଉତ୍ପାଦ ଏବଂ ସେବାକୁ ସାରା ବିଶ୍ୱକୁ ରପ୍ତାନି କରିବା, ସବୁକିଛି ପୂର୍ବାପେକ୍ଷ ଖୁବ ସହଜ ହୋଇଯାଇଛି । ଆମେ ଲାଇସେନ୍ସ-ପରମିଟ ରାଜକୁ ମୂଳରୁ ଉପାଡ଼ି ଦେବାକୁ ଶପଥ ନେଇଛୁ । ନାଲି ଫିତା ହଟାଇ ଆମେ ନାଲି ଗାଲିଚା ବିଛାଇଛୁ  । ଅର୍ଥବ୍ୟବସ୍ଥାର ପାଖାପାଖି ସମସ୍ତ କ୍ଷେତ୍ର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଲାଗି ଖୋଲିଯାଇଛି  । 90 ପ୍ରତିଶତରୁ ଅଧିକରେ ସ୍ୱୟଂକ୍ରିୟ ରୁଟରେ ନିବେଶ ସମ୍ଭବ ହୋଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ଶତାଧିକ ସଂସ୍କାର ଆଣିଛନ୍ତି । 14ଶହରୁ ଅଧିକ ଏପରି ପୁରୁଣା ଆଇନ, ଯାହା ବ୍ୟବସାୟରେ, ପ୍ରଶାସନରେ, ଏବଂ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନରେ ବାଧାବିଘ୍ନ ଉତ୍ପନ୍ନ କରୁଥିଲା, ସେପରି ପୁରୁଣା ଆଇନକୁ ଆମେ ହଟାଇଦେଇଛୁ  ।

70ବର୍ଷର ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଲାଗି ଦେଶରେ ଏକ ସମନ୍ୱିତ ଟିକସ ବ୍ୟବସ୍ଥା – ବସ୍ତୁ ଓ ସେବା କର – ଜିଏସଟି ରୂପରେ ଲାଗୁ କରାଯାଇଛି । ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ବଢ଼ାଇବା ଲାଗି ଆମେ ପ୍ରଯୁକ୍ତିର ବ୍ୟବହାର କରୁଛୁ । ଭାରତକୁ ରୂପାନ୍ତରଣ କରିବା ଲାଗି ଆମର ସଂକଳ୍ପ ଏବଂ ଆମର ପ୍ରୟାସକୁ ସାରା ବିଶ୍ୱର ବ୍ୟବସାୟୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି । ଭାରତରେ ଗଣତନ୍ତ୍ର, ଜନସାଂକ୍ଷିକ ବିବଧତା ଏବଂ ଉତ୍ସାହ ମିଶି ବିକାଶକୁ ସାକାର କରୁଛି, ଭାଗ୍ୟକୁ ଆକାର ଦେଉଛି । ଦଶନ୍ଧି ଧରି ନିୟନ୍ତ୍ରଣ ଭାରତର ଲୋକମାନଙ୍କୁ, ଭାରତର ଯୁବକମାନଙ୍କ କ୍ଷମତାକୁ ବାନ୍ଧି ରଖିଥିଲା । କିନ୍ତୁ ଏବେ ଆମ ସରକାରଙ୍କ ନିର୍ଭିକ ନୀତିଗତ ନିଷ୍ପତ୍ତି, ପ୍ରଭାବୀ ପଦକ୍ଷେପ ପରିସ୍ଥିତିକୁ ବଦଳାଇ ଦେଇଛି । ପାଖାପାଖି ସାଢ଼େ ତିନି ବର୍ଷରୁ କମ ସମୟରେ ଯେଉଁ ଦୂରଗାମୀ ଏବଂ ବଡ଼ ପରିବର୍ତ୍ତନ ଭାରତରେ ହୋଇଛି ଏବଂ ହେଉ ଅଛି ସେସବୁ 120 କୋଟି ଭାରତୀୟଙ୍କ ଆଶା, ସେମାନଙ୍କ ପୁରୁଷାର୍ଥ ଏବଂ ସେମାନଙ୍କ ପରିବର୍ତ୍ତନକୁ ସ୍ୱୀକାର କରିବାର କ୍ଷମତର ଯଶଗାନ ଅଟେ । ଏବେ ଭାରତର ଲୋକମାନେ, ଭାରତର ଯୁବପିଢ଼ି 2025 ରେ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାର ନିର୍ମାଣରେ ଯୋଗଦାନ ଲାଗି ସମର୍ଥ ଅଟନ୍ତି ।

ସେତିକି ନୁହେଁ, ଯେତେବେଳେ ନବସୃଜନ ଏବଂ ଉଦ୍ୟୋଗଶୀଳତା ଜରିଆରେ ସେମାନେ ନିଯୁକ୍ତି ସନ୍ଧାନୀ ନୁହନ୍ତି, ନିଯୁକ୍ତିଦାତା ହେବେ ସେତେବେଳେ ସେମାନଙ୍କ ଲାଗି, ସେମାନଙ୍କ ଦେଶ ପାଇଁ ଏବଂ ଆପଣଙ୍କ ବ୍ୟବସାୟ ଲାଗି କେତେ ରାସ୍ତା ଉନ୍ମୁକ୍ତ ହେବ ତାହାର କେବଳ କଳ୍ପନା ହିଁ କରାଯାଇପାରିବ । ଆପଣମାନେ ସମସ୍ତେ ବିଶ୍ୱର ପ୍ରମୁଖ ନେତୃତ୍ୱ ଅଟନ୍ତି, ଏବଂ ବିଶ୍ୱରେ ହେଉଥିବା ପରିବର୍ତ୍ତନ ଦ୍ୱାରା ଭାରତର ମାନ୍ୟତା ଏବଂ ରେଟିଂ ହୋଇଥିବା ଉନ୍ନତି ସହ ଏବଂ ଆଗକୁ ଯେଉଁ ରାସ୍ତା ଆମେ ବାଛିଛୁ – ଏ ସବୁ ପ୍ରତି ଆପଣମାନେ ଭଲ ଭାବେ ପରିଚିତ । କିନ୍ତୁ ଏସବୁ ତଥ୍ୟରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଯେ ଭାରତର ଲୋକମାନେ ଆମର ନୀତିକୁ, ନିଜ ଭବିଷ୍ୟତରେ ପରିବର୍ତ୍ତନ ଲାଗି ହୋଇଥିବା ନୂଆ ପଦକ୍ଷେପ ଏବଂ ଉତ୍ତମ ଭବିଷ୍ୟତର ସୁନେଲି ସଂକେତକୁ ସ୍ୱାଗତ କରିଛନ୍ତି । ସ୍ୱେଚ୍ଛାରେ ସବସିଡି ତ୍ୟାଗ, କିମ୍ବା ପୁଣି ଥରେ ନିର୍ବାଚନ ପରେ ନିର୍ବାଚନ ଗଣତାନ୍ତ୍ରିକ ଉପାୟରେ ଆମର ନୀତି ଏବଂ ସୁଧାରରେ ନିଜର ବିଶ୍ୱାସ ବ୍ୟକ୍ତ କରିବା ହେଉ – ଏପରି ଅନେକ ପ୍ରମାଣ ଭାରତରେ ଏହି ଅଭୂତପୂର୍ବ ପରିବର୍ତ୍ତନର  ବ୍ୟାପକ ସମର୍ଥନକୁ ପ୍ରମାଣ କରୁଛି ।

ବନ୍ଧୁଗଣ,

ବିଶ୍ୱରେ ବିଭିନ୍ନ ପ୍ରକାରର ଫାଟ ଏବଂ ବିଭିନ୍ନ ପ୍ରକାରର ଦୂରତ୍ୱକୁ ଦେଇ, ଏହା ଆବଶ୍ୟକ ଯେ ଆମର ଭାଗିଦାରୀତାଭିତ୍ତିକ ଭବିଷ୍ୟତ ଲାଗି ଆମକୁ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ । ସର୍ବପ୍ରଥମେ ଏହା ଆବଶ୍ୟକ ଯେ ବିଶ୍ୱର ବଡ଼ ଶକ୍ତି ମଧ୍ୟରେ ସହଯୋଗର ସମ୍ପର୍କ ପ୍ରତିଷ୍ଠା ହେଉ । ଏହା ଆବଶ୍ୟ ଯେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ସେମାନଙ୍କ ମଧ୍ୟରେ ପ୍ରାଚୀର ନହେଉ । ଭାଗିଦାରୀ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଆମକୁ ନିଜ ମତଭେଦ ଦୂର କରି ଏକ ବୃହତ ଦୂରଦୃଷ୍ଟି ଅନ୍ତର୍ଗତ ସାଥୀ ହୋଇ କାମ କରିବାକୁ ହେବ । ଦ୍ୱିତୀୟ ଆବଶ୍ୟକତା ହେଉଛି ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ପାଳନ କରିବା ପୂର୍ବାପେକ୍ଷା ଅଧିକ ଜରୁରୀ ହୋଇପଡ଼ିଛି । ବିଶେଷ କରି ଯେତେବେଳେ ଆମେ ଏପରି ଏକ ସମୟ ଦେଇ ଗତି କରୁଛୁ ଯେଉଁଠି ଆମ ଚାରିଆଡ଼େ ଏବଂ ହେଉଥିବା ପରିବର୍ତ୍ତନର ଅନିଶ୍ଚିତତାକୁ ଜନ୍ମ ଦେଇପାରେ, ସେତେବେଳେ ଅନ୍ତର୍ଜାତୀୟ ଆଇନ ଏବଂ ନିୟମକୁ ସଠିକ ଉତ୍ସାହର ସହ ପାଳନ କରିବା ଜରୁରୀ ଅଟେ । ତୃତୀୟ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱର ପ୍ରମୁଖ ରାଜନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରତିଷ୍ଠାନରେ ସୁଧାର ଆଣିବା ଅତ୍ୟନ୍ତ ଆବଶ୍ୟକ । ଏଥିରେ ସହଭାଗିତା ଏବଂ ଗଣତନ୍ତ୍ରକରଣକୁ ଆଜିର ପରିସ୍ଥିତି ଅନୁରୂପ ପ୍ରୋତ୍ସାହନ ଦିଆଯାଉ । ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମକୁ ବିଶ୍ୱର ଆର୍ଥିକ ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ଏ ସମ୍ପର୍କରେ ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ଲାଗି ନିକଟରେ ଆସିଥିବା ସଂକେତ ଉତ୍ସାହଜନକ ଅଟେ । ପ୍ରଯୁକ୍ତି ଏବଂ ଡିଜିଟାଲ ଆନ୍ଦୋଳନ ଏପରି ନୂଆ ସମାଧାନର ସମ୍ଭାବନା ବଢ଼ାଇଥାଏ ଯାହାଦ୍ୱାରା ଆମେ ଦାରିଦ୍ର୍ୟ ଏବଂ ବେକାରୀ ଭଳି ପୁରୁଣା ସମସ୍ୟା ଏବଂ ଆହ୍ୱାନର ନୂଆ ଢଙ୍ଗରେ ମୁକାବିଲା କରିପାରିବ ।

ଏପରି ପ୍ରୟାସରେ ଭାରତ ସବୁବେଳେ ସହାୟତାର ହାତ ଆଗକୁ ବଢ଼ାଇବ । ଆଜିଠାରୁ ନୁହେଁ, ନିଜ ସ୍ୱାଧୀନତା ସମୟରୁ ହିଁ ନୁହେଁ, ପୁରାତନ କାଳରୁ ଭାରତ ଆହ୍ୱାନର ମୁକାବିଲା କରିବାରେ ସମସ୍ତଙ୍କୁ ସହଯୋଗ କରିଆସିଛି । ଗତ ଶତାବ୍ଦୀରେ ଯେତେବେଳେ ସାରା ବିଶ୍ୱ ଦୁଇଟି ବିଶ୍ୱଯୁଦ୍ଧର ସଂକଟ ଦେଇ ଗତି କରିଥିଲା ସେତେବେଳେ ନିଜର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନଥାଇ ମଧ୍ୟ, କୌଣସି ଆର୍ଥିକ କିମ୍ବା ଭୌଗଳିକ ସ୍ୱାର୍ଥ ନଥାଇ ମଧ୍ୟ ଭାରତ ଶାନ୍ତି ଏବଂ ମାନବିକତାର ଉଚ୍ଚ ଆଦର୍ଶର ସୁରକ୍ଷା ଲାଗି ଛିଡ଼ା ହୋଇଥିଲା । ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ସୈନିକ ନିଜ ଜୀବନ ଦେଇଥିଲେ । ଏହା ସେହି ଆଦର୍ଶ ଅଟେ ଯାହା ପାଇଁ ମିଳିତ ଜାତିସଂଘର ପ୍ରତିଷ୍ଠା ପରେ ଭାରତ ମିଳିତ ଜାତିସଂଘ ଶାନ୍ତି ପ୍ରକ୍ରିୟା ଅପରେସନରେ ସୈନିକମାନଙ୍କୁ ସବୁଠୁ ଅଧିକ ସଂଖ୍ୟାରେ ଯୋଗଦାନ ଦେଇଛି । ଏହା ସେହି ଆଦର୍ଶ ଅଟେ ଯାହାର ପ୍ରେରଣା ଏବଂ ଶକ୍ତି ଆମକୁ ସଂକଟ ଏବଂ ପ୍ରାକୃତିକ ବିପତ୍ତି ସମୟରେ ନିଜ ପଡ଼ୋଶୀ ଦେଶ ଏବଂ ମାନବ ମାତ୍ରକେ ସହାୟତା କରିବା ଲାଗି ଉତ୍ସାହିତ କରିଥାଏ । ନେପାଳରେ ଭୂକମ୍ପ ହେଉ, କିମ୍ବା ଆମର ଅନ୍ୟ ପଡ଼ୋଶୀ କିମ୍ବା ବନ୍ଧୁ ଦେଶରେ ବନ୍ୟା, ବାତ୍ୟା କିମ୍ବା ଅନ୍ୟ କୌଣସି ପ୍ରକୃତିକ ବିପର୍ଯ୍ୟୟ । ଭାରତ ପ୍ରଥମେ ଆଗେଇ ଆସି ସହାୟତା ପହଁଚାଇବାକୁ ନିଜ କର୍ତ୍ତବ୍ୟ ବୋଲି ଭାବିଥାଏ । ୟେମେନରେ ଯେତେବେଳେ ହିଂସାର ଦାବାନଳରେ ଭାରତ ନୁହେଁ ବିଶ୍ୱର ଅନ୍ୟ ଦେଶର ନାଗରିକମାନେ ବନ୍ଦୀ ହୋଇସାରିଥିଲେ ସେତେବେଳେ ଆମେ ନିଜ ସମ୍ବଳ ଜରିଆରେ ଭାରତୀୟଙ୍କୁ ନୁହେଁ, ଅନ୍ୟ ଦେଶର ପାଖାପାଖି 2 ହଜାର ନାଗରିକମାନଙ୍କୁ ମଧ୍ୟ ସେଠାରୁ ସୁରକ୍ଷିତ ବାହାରକୁ ବାହାର କରିପାରିଛୁ । ନିଜେ ଏକ ବିକାଶଶୀଳ ଦେଶ ହୋଇ ସୁଦ୍ଧା ଭାରତ ବିକାଶ ସହଯୋଗରେ, ଦକ୍ଷତା ବିକାଶରେ, ଆଗକୁ ଆସି ସହଯୋଗ କରିଆସିଛି । ଆଫ୍ରିକୀୟ ଦେଶ ହେଉ, କିମ୍ବା ଭାରତର ପଡ଼ୋଶୀ, କିମ୍ବା ଦକ୍ଷିଣ ପୂର୍ବ ଏସିଆର ଦେଶ ହେଉ, କିମ୍ବା ପ୍ରଶାନ୍ତ ମହାସାଗରୀୟ ଦେଶ, ସମସ୍ତଙ୍କ ସହିତ ଆମ ସହଯୋଗର ରୂପରେଖ ଏବଂ ଆମ ପ୍ରକଳ୍ପ ସେସବୁ ଦେଶର ପ୍ରାଥମିକତା ଏବଂ ଆବଶ୍ୟକତା ଉପରେ ଆଧାରିତ ହୋଇଥାଏ ।

ବନ୍ଧୁଗଣ,

ଭାରତ କୌଣସି ରାଜନୈତିକ କିମ୍ବା ଭୌଗଳିକ ମହତ୍ୱାକାଂକ୍ଷା ରଖେ ନାହିଁ  । ଆମେ କୌଣସି ଦେଶର ପ୍ରାକୃତିକ ସମ୍ବଳର ଶୋଷଣ କରିନଥାଉ ବରଂ ସେହି ଦେଶ ଲାଗି ତା’ସହିତ ମିଶି ତା’ର ବିକାଶ କରିଥାଉ । ଭାରତୀୟ ଭୂଭାଗରେ ହଜାର ହଜାର ବର୍ଷ ଧରି ବିବିଧତାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତି ଓ ଅସ୍ତିତ୍ୱର ସିଧା ପ୍ରଭାବ ଏହା ଯେ ଆମେ ବହୁ-ସଂସ୍କୃତି ସଂସାରରେ ଏବଂ ବହୁ-ଧ୍ରୁବୀୟ ବିଶ୍ୱବ୍ୟବସ୍ଥାରେ ବିଶ୍ୱାସ ରଖିଥାଉ । ଭାରତ ଏହା ପ୍ରମାଣ କରିଛି ଯେ ଗଣତନ୍ତ୍ର, ବିବିଧତାର ସମ୍ମାନ, ସୌହାର୍ଦ୍ଦ୍ୟ ଏବଂ ସମନ୍ୱୟ, ସହଯୋଗ ଏବଂ ସମ୍ବାଦ ଦ୍ୱାରା ସମସ୍ତ ବିବାଦ ଏବଂ ଫାଟକୁ ଦୂର କରାଯାଇପାରିବ । ଶାନ୍ତି, ସ୍ଥିରତା ଏବଂ ବିକାଶ ଲାଗି ଏହା ଭାରତର ପରୀକ୍ଷିତ ଉପାୟ । ସେତିକି ନୁହେଁ, ଏକ ବିପରୀତ ଅସ୍ଥିରତା ଏବଂ ଅବିଶ୍ରାନ୍ତ ପରିବର୍ତ୍ତନର ସ୍ଥିତିରେ ଏକ ଅନୁମାନଯୋଗ୍ୟ, ସ୍ଥିର, ପାରଦର୍ଶୀ ଓ ବିକଶିତ ଭାରତ ଭଲ ଖବର ଆଣିବ ।

ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ରହୁଥିବା ବ୍ୟାପକ ବିବିଧତା ପରିପୂର୍ଣ୍ଣ ଭାରତ ସବୁବେଳେ ଏକତା ଏବଂ ସୌହାର୍ଦ୍ଦ୍ୟର ଶକ୍ତି ଭାବେ କାର୍ଯ୍ୟ କରିବ । କେବଳ ନିଜ ପାଇଁ ନୁହେଁ, ନିଜ ଦେଶ ପାଇଁ ନୁହେଁ ଭାରତୀୟ ମାନସ, ଭାରତୀୟ ବିଚାରକମାନେ, ଋଷି ମୁନିମାନେ ପ୍ରାଚୀନ କାଳରୁ ହିଁ – ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାସର୍ବେ ଭଦ୍ରାଣୀ ପଶ୍ୟନ୍ତୁମା କଶ୍ଚି ଦୁଖ ଭାଗ ଭବେତ – (सर्वे भवन्तु सुखिनः सर्वे सन्तु निरामया, सर्वे भद्राणी पश्यंतु, माकश्चिद् दुख भाग भवेत् )

ଅର୍ଥାତ ସମସ୍ତେ ପ୍ରସନ୍ନ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କ କଲ୍ୟାଣ ହେଉ ଏବଂ କେହି ଦୁଃଖ ଭୋଗ ନକରନ୍ତୁ -ଏହି ସ୍ୱପ୍ନ ଦେଖିଛି । ଏବଂ ଏହି ଆଦର୍ଶକୁ ପ୍ରାପ୍ତ କରିବା ଲାଗି, ଏହି ସ୍ୱପ୍ନକୁ ସାକାର କରିବା ଲାଗି ମାର୍ଗ ମଧ୍ୟ ଦେଖାଇଛି  ।

ସହନାଅଭବତୁସହ ନୌ ଭୁନକ୍ତୁ ସହ ବୀର୍ଯ୍ୟ କରବାବହେ ।

ତେଜସ୍ୱିନାଧୀତମସ୍ତୁ ମା ବିଦ୍ୱେଷାବହେ ।

(सहनाऽवतु, सह नौ भुनक्तु सह वीर्यं करवावहे।

तेजस्विनाधीतमस्तु मा विद्विषावहे।)

ଏହି ହଜାର ହଜାର ବର୍ଷ ପୁରୁଣା ଭାରତୀୟ ପ୍ରାର୍ଥନାର ଅଭିପ୍ରାୟ ହେଉଛି ଯେ ଆମେ ସମସ୍ତେ ମିଶି କାମ କରିବା, ସମସ୍ତେ ମିଳିମିଶି ଚାଲିବା, ଆମର ପ୍ରତିଭା ଏକସଙ୍ଗେ ବିକଶିତ ହେବ ଏବଂ ଆମ ଭିତରେ କେବେ ବି ଦ୍ୱେଷ ରହିବ ନାହିଁ  । ଗତ ଶତାବ୍ଦୀର ମହାନ ଭାରତୀୟ କବି ଏବଂ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏପରି ଏକ ସ୍ୱାଧୀନ ସ୍ୱର୍ଗର ପରିକଳ୍ପନା କରିଥିଲେ, “ଯେଉଁଠି ସଂକୀର୍ଣ୍ଣ ଘରୋଇ ପ୍ରାଚୀର ଦ୍ୱାରା ବିଶ୍ୱ ଭାଗ ଭାଗ ହୋଇଯାଉନଥିବ” । ଆସନ୍ତୁ ଆମେ ସମସ୍ତ ମିଶି ଏପରି ଏକ ସ୍ୱାଧୀନ ସ୍ୱର୍ଗ ନିର୍ମାଣ କରିବା ଯେଉଁଠି ସହଯୋଗ ଏବଂ ସମନ୍ୱୟ ଥିବ, ବିଭେଦ ଏବଂ ଫାଟ ନଥିବ । ଆସନ୍ତୁ ଆମେ ସମସ୍ତେ ସାଥୀ ହୋଇ ବିଶ୍ୱକୁ ଏହାର ଦୂରତ୍ୱ ଏବଂ ଅନାବଶ୍ୟକ ପାଚେରିରୁ ମୁକ୍ତି ଦେବା ।

ବନ୍ଧୁଗଣ,

ଭାରତ ଏବଂ ଭାରତୀୟମାନେ ସାରା ବିଶ୍ୱକୁ ଏକ ପରିବାର ବୋଲି ଗ୍ରହଣ କରିଛନ୍ତି  । ବିଭିନ୍ନ ଦେଶରେ 30 ନିୟୁତ ଭାରତୀୟ ବଂଶୋଦ୍ଭବ ରହୁଛନ୍ତି  । ଯେତେବେଳେ ସାରା ବିଶ୍ୱକୁ ଆମେ ନିଜ ପରିବାର ବୋଲି ମାନିଛୁ, ତା’ହେଲେ ବିଶ୍ୱ ଲାଗି ମଧ୍ୟ ଆମେ ଭାରତୀୟ ସେମାନଙ୍କ ପରିବାର ଅଟୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ଯଦି ଆପଣ ସମ୍ପତ୍ତି ସହିତ ମଙ୍ଗଳ ଚାହୁଁଛନ୍ତି, ତା’ହେଲେ ଭାରତରେ କାମ କରନ୍ତୁ  । ଯଦି ଆପଣ ସ୍ୱାସ୍ଥ୍ୟ ସହିତ ଜୀବନର ସାମଗ୍ରୀକତା ଚାହୁଁଛନ୍ତି ତା’ହେଲେ ଭାରତକୁ ଆସନ୍ତୁ  । ଯଦି ଆପଣ ସମୃଦ୍ଧି ସହିତ ଶାନ୍ତି ଚାହୁଁଛନ୍ତି ତା’ହେଲେ ଭାରତରେ ରହନ୍ତୁ । ଆପଣ ଭାରତ ଆସନ୍ତୁ, ଭାରତରେ ସବୁବେଳେ ଆପଣଙ୍କୁ ସ୍ୱାଗତ କରାଯିବ । ଆପଣମାନଙ୍କ ସହିତ କଥା ହେବାର ବହୁମୂଲ୍ୟ ସୁଯୋଗ ପ୍ରଦାନ କରିବା ଲାଗି, ବିଶ୍ୱ ଅର୍ଥନୈତିକ ଫୋରମକୁ, ଶ୍ରୀ କ୍ଲସ ସ୍କ୍ୱାବଙ୍କୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ହୃଦୟରୁ ଅନେକ-ଅନେକ ଧନ୍ୟବାଦ ଜଣାଉଛି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.