Today, we are the fastest growing economy in the world. Powered by the 125 crore people of India, we will grow even faster: PM
Young India feels - “Anything is possible! Everything is achievable.” This spirit will drive India’s growth: PM Modi
India needs to go digital in public service delivery– JAM trinity got us there: Prime Minister
India needs a unified and simplified tax structure– GST was for that: PM Narendra Modi
We are future-proofing India in every way, enabling New India to take off: PM Modi
When development is our only aim, we remain sensitive to people’s concerns and aspirations: PM
When the future of every citizen improves, the future of India and stature of India in the world improves: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ୱାଇ 4 ଡି ନିଉ ଇଣ୍ଡିଆ ସମ୍ମେଳନକୁ ସମ୍ବୋଧିତ କରିଥିଲେ ।

ସେ କହିଥିଲେ ଯେ ଦେଶ ଆଜି ଏକ ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଗତି କରୁଛି । ବିଶ୍ୱରେ ଭାରତକୁ ଏକ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଭାରତରେ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ସେ କହିଥିଲେ ଯେ ସରକାର କେବଳ ଏକ ସହାୟକର ଭୂମିକା ତୁଲାଉଛନ୍ତି, ପ୍ରକୃତରେ ଏ ଦେଶର ଯୁବକମାନେ ହିଁ ଉପଲବ୍ଧ ସୁଯୋଗର ଉପଯୋଗ କରିବା ସହିତ ନିଜେ ମଧ୍ୟ ନିଜ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ।

ଯୁବଶକ୍ତିର ମହତ୍ୱାକାଂକ୍ଷା ଏବଂ ଶକ୍ତି ଭଳି ଭାରତ ବୃହତ, ପରିବର୍ତ୍ତନକାରୀ ଉପଲବ୍ଧୀ ହାସଲ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ ସେ କେତେକ ଉଦାହରଣ ଦେଇଥିଲେ ଯଥା 3 କୋଟି ଶିଶୁଙ୍କ ଟିକାକରଣ; 4 ବର୍ଷରେ 1.75 ଲକ୍ଷ କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ; ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ସଂଯୋଗ; ଅକ୍ଟୋବର 2017 ସୁଦ୍ଧା 85 ଲକ୍ଷ ଗୃହକୁ ବିଦ୍ୟୁତ ସଂଯୋଗ; ଗରିବଙ୍କ ନିକଟରେ 4.65 କୋଟି ଗ୍ୟାସ ସଂଯୋଗ ପହଁଚାଇବା ଏବଂ ଗତ ଚାରି ବର୍ଷରେ 1 କୋଟି ଗୃହ ନିର୍ମାଣ କରାଯାଇଥିବା କହିଥିଲେ । ସେ କହିଥିଲେ ଏହି ବୃହତ ସଂଖ୍ୟା ହାସଲ ହୋଇପାରିବାର କାରଣ ହେଉଛି ଭାରତର 800 ନିୟୂତ ଲୋକଙ୍କ ବୟସ 35 ବର୍ଷରୁ କମ୍ ।

ପ୍ରଧାନମନ୍ତ୍ରୀ ଦେଶର ବହୁ ନେତାଙ୍କ ଉଦାହରଣ ଦେଇଥିଲେ ଯେଉଁମାନେ ଅତି ସାଧାରଣ ପୃଷ୍ଠଭୂମିରୁ ଆଜି ଉଚ୍ଚ ପଦବୀରେ ପହଁଚିପାରିଛନ୍ତି । ନୂତନ ଭାରତର ଯୁବପିଢ଼ି କ’ଣ ଆଶା କରୁଛି ସେମାନେ ବୁଝିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଏହି ପରିବର୍ତ୍ତିତ ପରିବେଶ କେବଳ ରାଜନୀତି କ୍ଷେତ୍ରରେ ସୀମିତ ହୋଇ ରହିନାହିଁ । ସେ କହିଥିଲେ ଶୀର୍ଷ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବହୁସଂଖ୍ୟକ ଯୁବକଯୁବତୀ ଏବେ ଗ୍ରାମୀଣ ପୃଷ୍ଠଭୂମି କିମ୍ବା ଛୋଟ ସହରରୁ ଆସିଛନ୍ତି । ସେ କହିଥିଲେ ହିମା ଦାସ ଏବଂ ତାଙ୍କ ଭଳି ଅନ୍ୟ ଯୁବତାରକା ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ପଦକ ଆଣିଛନ୍ତି ସେମାନେ ନୂତନ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।

“କିଛି ବି ସମ୍ଭବ! ସବୁକିଛି ହାସଲ କରିହେବ” ଏହା ହିଁ ଯୁବ ଭାରତର ଅନୁଭବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଧକ ସ୍ଥାନରେ ବର୍ତ୍ତମାନ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଦେଶର ଆବଶ୍ୟକତାକୁ ବୁଝିବା ଏବଂ ଲୋକମାନଙ୍କ ଜୀବନଧାରଣକୁ ସହଜ କରିବା ପ୍ରତି ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି ଭାରତମାଳା, ସାଗରମାଳା, ମୁଦ୍ରା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏବଂ ଆୟୁଷ୍ମାନ ଭାରତ ଆଦି କିଭଳି ଦେଶର ବିଭିନ୍ନ ଆବଶ୍ୟକତାକୁ ପୂରଣ କରୁଛି ତାହା ସେ ବର୍ଣ୍ଣନା କରିଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସରକାର ନବସୃଜନ ଏବଂ ଗବେଷଣା ଉପରେ ଗୁରୁତ୍ୱ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକମାନେ ଡିଜିଟାଲ କାରବାରର ଅଭିବୃଦ୍ଧିକୁ ଆଗେଇ ନେଉଛନ୍ତି । ସେ କହିଥିଲେ ଯେ ଯୁବକମାନଙ୍କ ସାହସ ଏବଂ ଉତ୍ସାହ ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । ନୂତନ ଭାରତରେ ବର୍ତ୍ତମାନର ଯୁବପିଢ଼ି ସେପରି ଭୂମିକା ତୁଲାଇବେ । ନୂତନ ଭାରତ ଏପରି ଏକ ସ୍ଥାନ ଯେଉଁଠି ଲୋକମାନେ ପ୍ରକ୍ରିୟାକୁ ପ୍ରଭାବିତ କରିବା ପରିବର୍ତ୍ତେ ପ୍ରକ୍ରିୟାର ପ୍ରଗତିକୁ ଆଗେଇ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

 Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing sales rises 19% to 1.12L units in Q2, Southern cities lead momentum: PropEquity

Media Coverage

Housing sales rises 19% to 1.12L units in Q2, Southern cities lead momentum: PropEquity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Bankim Chandra Chattopadhyay on His Jayanti
June 26, 2026

The Prime Minister, Shri Narendra Modi, today, paid tributes to the great Bankim Chandra Chattopadhyay on his Jayanti, remembering him as a towering literary luminary whose writings ignited the spirit of patriotism and cultural pride among generations of Indians.

Highlighting the significance of the year, Shri Modi noted that India is commemorating the 150th anniversary of Vande Mataram. He remarked that through Vande Mataram, Bankim Chandra Chattopadhyay gifted the Indian freedom movement and the nation one of its most enduring sources of inspiration.

The Prime Minister posted on X:

Tributes to the great Bankim Chandra Chattopadhyay on his Jayanti.

A towering literary luminary, his writings awakened a spirit of patriotism and cultural pride among generations of Indians. His rich literary work continues to illuminate minds and strengthen our collective resolve towards nation-building.

This is a time when we are marking the 150th anniversary of Vande Mataram. Through Vande Mataram, he gifted the freedom movement and our nation one of its most enduring inspirations.

মহান বঙ্কিম চন্দ্র চট্টোপাধ্যায়ের জয়ন্তীতে তাঁর প্রতি শ্রদ্ধাঞ্জলি।

এক সুবিশাল সাহিত্যিক আলোকবর্তিকা হিসেবে, তাঁর লেখা প্রজন্মান্তরের ভারতীয়দের মধ্যে দেশপ্রেম এবং সাংস্কৃতিক গৌরবের চেতনা জাগ্রত করেছিল। তাঁর সমৃদ্ধ সাহিত্যকর্ম মনকে উদ্ভাসিত করে চলেছে এবং জাতি গঠনের প্রতি আমাদের সম্মিলিত সংকল্পকে শক্তিশালী করছে।

এখন আমরা বন্দে মাতরমের ১৫০তম বার্ষিকী উদযাপন করছি। বন্দে মাতরমের মাধ্যমে, তিনি স্বাধীনতা আন্দোলন এবং আমাদের জাতিকে অন্যতম দীর্ঘস্থায়ী অনুপ্রেরণা উপহার দিয়েছিলেন।