India's self-confidence is at an all time high: PM Modi in Lok Sabha
It is this Lok Sabha that has passed stringent laws against corruption and black money: PM
It is this Lok Sabha that passed the GST: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଷୋଡ଼ଶ ଲୋକସଭାର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

ସଦନର ପରିଚାଳନା ସୂଚାରୁ ରୂପେ ସମ୍ପାଦନ କରିଥିବାରୁ ସେ ବାଚସ୍ପତି ସୁମିତ୍ରା ମହାଜନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ୱର୍ଗତଃ ଅନନ୍ତ କୁମାରଙ୍କୁ ଲୋକସଭାରେ ତାଙ୍କର ଯୋଗଦାନ ଓ ସେବା ପାଇଁ ସ୍ମରଣ କରିଥିଲେ ।

ସଦନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଖାପାଖି ତିନି ଦଶନ୍ଧୀ ପରେ ଦେଶ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ସରକାର ଦେଖିଥିଲା । ସଂସଦର ଫଳାଫଳ ଉପରେ ବକ୍ତବ୍ୟ ରଖି
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ 17ଟି ଅଧିବେଶନରୁ 8ଟି ଶତପ୍ରତିଶତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଏବଂ ହାରାହାରି ପ୍ରଦର୍ଶନର ଫଳାଫଳ 85% ରହିଥିଲା ।

ସାଂସଦମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାସକ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହିତ ବିରୋଧୀ ସଦସ୍ୟମାନେ ଲୋକସଭାର ଏହି କାର୍ଯ୍ୟକାଳ ମଧ୍ୟରେ ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।

ସର୍ବାଧିକ ସଂଖ୍ୟକ ମହିଳା ସାଂସଦ, ଯେଉଁମାନଙ୍କ ମଧ୍ୟରୁ 44 ଜଣ ନବାଗତଙ୍କ ପାଇଁ ଏହି ଲୋକସଭା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମହିଳା ସାଂସଦମାନଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ ମହିଳା ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି ଏବଂ ଆମେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିରେ ଦୁଇ ଜଣ ମହିଳା ମନ୍ତ୍ରୀଙ୍କୁ ପାଇଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଆତ୍ମବିଶ୍ୱାସ ଆଜି ସର୍ବକାଳୀନ ଉଚ୍ଚସ୍ତରରେ ରହିଛି । ଏହା ଏକ ସକାରାତ୍ମକ ପ୍ରତୀକ କାରଣ ଏହି ଆତ୍ମବିଶ୍ୱାସ ଆମକୁ ବିକାଶ ପାଇଁ ଶକ୍ତି ଦେଉଛି ବୋଲି ମୁଁ ଭାବୁଛି ।”

ସେ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ତ୍ତମାନ ଷଷ୍ଠ ବୃହତମ ଅର୍ଥବ୍ୟବସ୍ଥା ହୋଇପାରିଛି ଏବଂ 5 ଟ୍ରିଲିୟନ ଅର୍ଥବ୍ୟବସ୍ଥା ହେବାର ଖୁବ ନିକଟରେ ରହିଛି ।

ଶକ୍ତି, ଡିଜିଟାଲ ପ୍ରଯୁକ୍ତି, ମହାକାଶ, ଉତ୍ପାଦନ ଆଦି ବିଭିନ୍ନ କ୍ଷେତ୍ରରେ ଭାରତର ଉପଲବ୍ଧୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ତାପନ ସମ୍ପର୍କରେ ବିଶ୍ୱ ଆଲୋଚନା କରୁଥିବା ବେଳେ ଏହି ବିପଦର ମୁକାବିଲା ଲାଗି ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଗଠନ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ବିଶ୍ୱ ଆମକୁ ଗୁରୁତ୍ୱର ସହ ଗ୍ରହଣ କରୁଛି କାରଣ ଏହା ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାକୁ ବିବେଚନା କରୁଛି । ଏହାର ଶ୍ରେୟ 2014ରେ ବିପୁଳ ମତ ଦେଇଥିବା ଜନସାଧାରଣଙ୍କୁ ଯାଉଛି ।

ଭାରତର ବୈଦେଶିକ ନୀତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେପାଳ ଭୂକମ୍ପ ସମୟରେ ଉଦ୍ଧାର କାର୍ଯ୍ୟ ହେଉ, ମାଳଦ୍ୱୀପରେ ଜଳ ସଂକଟ କିମ୍ବା ୟେମେନରୁ ନାଗରିକମାନଙ୍କୁ ଉଦ୍ଧାର କ୍ଷେତ୍ରରେ ହେଉ; ଗତ 5 ବର୍ଷ ମଧ୍ୟରେ ଭାରତ ମାନବୀୟ କାର୍ଯ୍ୟକଳାପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଭାରତର କୋମଳ ଶକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯୋଗ ଆଜି ବିଶ୍ୱସ୍ତରରେ ଗ୍ରହଣୀୟ ହୋଇଛି । ବହୁ ରାଷ୍ଟ୍ର ଆଜି ବାବା ସାହେବ ଆମ୍ବେଦକର ଜୟନ୍ତୀ, ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ କରୁଛନ୍ତି ।
ସମ୍ପାଦିତ କାର୍ଯ୍ୟର ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସଂସଦରେ 219ଟି ବିଲ ଉପସ୍ଥାପନ କରାଯାଇଥିବା ବେଳେ 203ଟି ବିଲ ଗୃହୀତ ହୋଇଛି ।

କଳାଧନ ଏବଂ ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଲୋକସଭା ଦେବାଳିଆ ଏବଂ ଦେବାଳିଆପଣ ସଂହିତା, ପଳାତକ ଅର୍ଥନୈତିକ ଅପରାଧୀ ଆଇନ ଭଳି କଠୋର ଆଇନ ଗୃହୀତ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଲୋକସଭା ହିଁ ଜିଏସଟି ଗୃହୀତ କରିଛି । ଜିଏସଟି ପ୍ରକ୍ରିୟା ସହଯୋଗ ଏବଂ ଦ୍ୱଦଳୀୟତା ଭାବନାକୁ ବ୍ୟକ୍ତ କରୁଛି ।

ଆଧାର, ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ 10% ସଂରକ୍ଷଣ, ମାତୃତ୍ୱ ଲାଭ ଭଳି ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ 1400ରୁ ଅଧିକ ନିରର୍ଥକ ଆଇନଗୁଡ଼ିକୁ ଷୋଡ଼ଶ ଲୋକସଭାରେ ଅଚଳ କରିଦିଆଯାଇଛି ।

ଷୋଡ଼ଶ ଲୋକସଭା କାଳରେ ସଦନର ସୁପରିଚାଳନା ଲାଗି ସହଯୋଗ ଏବଂ ଯୋଗଦାନ ନିମନ୍ତେ ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଶେଷ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”