ଆଜି ହେଉଛି 2017ର ଅନ୍ତିମ ଦିନ । ଆଉ ମୋର ସୌଭାଗ୍ୟ ଯେ ମୋତେ ଆଜିର ଦିନରେ ଶ୍ରୀ ନାରାୟଣ ଗୁରୁ ଏବଂ ମଂଚରେ ବସିଥିବା ସନ୍ଥମାନଙ୍କଠୁଁ ଆଶୀର୍ବାଦ ନେବାର ସୁଯୋଗ ମିଳିଛି ।

ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦରେ 2018ର ପ୍ରଥମ କିରଣ ସାରା ଦେଶ, ସାରା ବିଶ୍ୱ ପାଇଁ, ଶାନ୍ତି-ସଦ୍ଭାବନା ଆଉ ବିକାଶର ନୂଆ ସକାଳ ନେଇ ଆସିବ, ଏହା ହେଉଛି ମୋର କାମନା ।

ଶିବଗିରି ମଠକୁ ଆସିବା ମୋ ପାଇଁ ସବୁବେଳେ, ମୋତେ ଆଧ୍ୟାତ୍ମିକ ସୁଖ ଦେବା ଭଳି ରହିଛି । ଆଜି ଶିବଗିରି ତୀର୍ଥଯାତ୍ରାର ଶୁଭାରମ୍ଭର ସୁଯୋଗ ଦେଇ  ଆପଣମାନେ ସେହି ସୁଖକୁ ଆହୁରି ବଢାଇ ଦେଇଛନ୍ତି । ମୁଁ ଶ୍ରୀ ନାରାୟଣ ଧର୍ମ ସଂଘମ୍ ଟ୍ରଷ୍ଟ ଏବଂ ଆପଣ ସମସ୍ତଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ।

ଭାଇ ଓ ଭଉଣୀମାନେ,

ଆମ ଦେଶ, ଆମ ସମାଜର ଏକ ସ୍ୱତନ୍ତ୍ରତା ରହିଛି କି ସେଥିରେ ଆଭ୍ୟନ୍ତରୀଣ ଦୁର୍ବଳତା, ଆଭ୍ୟନ୍ତରୀଣ କୁପ୍ରଥାକୁ ଦୂର କରିବାର ପ୍ରକ୍ରିୟା ମଧ୍ୟ ସଙ୍ଗେ ସଙ୍ଗେ ଚାଲି ରହିଥାଏ । ଏହି ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ, ସମୟ-ସମୟରେ ସନ୍ଥ-ଋଷି-ମୁନି, ମହାନ ଆତ୍ମାମାନେ ଅବତରିତ ହୋଇ ରହିଛନ୍ତି । ଏହି ପୁଣ୍ୟ ଆତ୍ମାମାନେ ସମାଜକୁ ଏହି କୁପ୍ରଥାରୁ ମୁକ୍ତ କରିବା ପାଇଁ ନିଜ ଜୀବନ ନିୟୋଜିତ କରି ଦେଇଥାଆନ୍ତି ।

ପରମପୂଜ୍ୟ ସ୍ୱାମୀ ନାରାୟଣ ଗୁରୁ ମହୋଦୟଙ୍କ ଭଳି ପୂଣ୍ୟ ଆତ୍ମା ମଧ୍ୟ ଜାତିବାଦ, ଉଚ୍ଚ-ନିଚ୍ଚ, ସମ୍ପ୍ରଦାୟବାଦ ବିରୁଦ୍ଧରେ ସମାଜକୁ ଜାଗ୍ରତ କରିଥିଲେ, ସମାଜକୁ ଏକ କରିଥିଲେ । ଆଜି ଶିକ୍ଷା କ୍ଷେତ୍ରରେ ସଫଳତାର କଥା ହେଉ, ସାମାଜିକ କୁପ୍ରଥାରୁ ମୁକ୍ତିର କଥା ହେଉ, ଛୁଆଁ ଅଛୁଆଁ ବିରୁଦ୍ଧରେ ସମାଜରେ ଘୃଣାର ଭାବ ହେଉ, ଏହା ଏପରି ହୋଇ ନ ଥିଲା । ଆମେ କଳ୍ପନା କରି ପାରିବା କି ଶ୍ରୀ ନାରାୟଣ ଗୁରୁଙ୍କୁ ସେହି ସମୟରେ କେତେ ପରିଶ୍ରମ କରିବାକୁ ପଡ଼ିଥିବ, କେତେ ଅସୁବିଧା  ସହିବାକୁ ପଡ଼ିଥିବ ।

ସାଥୀଗଣ,

ଶ୍ରୀ ନାରାୟଣ ଗୁରୁ ମହୋଦୟଙ୍କ ମନ୍ତ୍ର ଥିଲା-

ଶିକ୍ଷା ମାଧ୍ୟମରେ ସ୍ୱାଧୀନତା,

ସଂଗଠନ ମାଧ୍ୟମରେ ଶକ୍ତି,

ଶିଳ୍ପ ମାଧ୍ୟମରେ ଆର୍ଥିକ ସ୍ୱାଧୀନତା

ସମାଜରେ ସଂସ୍କାର ପାଇଁ, ଦଳିତ-ପୀଡ଼ିତ-ଶୋଷିତ-ବଂଚିତମାନଙ୍କୁ ସଶକ୍ତ କରିବା ପାଇଁ ସେ ଏହି ମାର୍ଗ ଦେଖାଇଥିଲେ । ସେ ସ୍ୱୀକାର କରୁଥିଲେ କି ଗରିବ-ଦଳିତ ଏବଂ ପଛୁଆ ବର୍ଗ ସେତେବେଳେ ଆଗକୁ ବଢ଼ି ପାରିବେ, ଯେତେବେଳେ ସେମାନଙ୍କ ପାଖରେ ଶିକ୍ଷାର ଶକ୍ତି ହେବ । ସେ ଜାଣିଥିଲେ କି ସମାଜ ଯେବେ ଶିକ୍ଷିତ ହେବ, ସେତେବେଳେ ଆତ୍ମ ବିଶ୍ୱାସରେ ଭରି ଉଠିବ ଆଉ ଆତ୍ମ ନିରୀକ୍ଷଣ କରି ପାରିବ । ଏଥିପାଇଁ ସେ ଖାଲି କେରଳ ହିଁ ନୁହେଁ ବରଂ ଆଖପାଖର ଅନେକ ରାଜ୍ୟରେ ଶିକ୍ଷା ଆଉ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଭଳି ସଂସ୍ଥାଗୁଡ଼ିଏ ତିଆରି କରିଥିଲେ । ଆଜି ଦେଶ-ବିଦେଶରେ ଶ୍ରୀ ନାରାୟଣ ଗୁରୁ ମହୋଦୟଙ୍କ ଦୃଷ୍ଟିଭଙ୍ଗୀକୁ ଆଗକୁ ବଢ଼ାଇ ନେବା ପାଇଁ କେତେଗୁଡ଼ିଏ ସଂସ୍ଥା ଏକାଠି ହୋଇଛନ୍ତି ।

ଶ୍ରୀ ନାରାୟଣ ଗୁରୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଡ଼ିବାର କାମ କରିଛନ୍ତି । ଚମତ୍କାର ଏବଂ ଅନ୍ଧବିଶ୍ୱାସକୁ ଦୂର କରି ସେ ମନ୍ଦିରରେ ସତ୍ୟତା, ସ୍ୱଚ୍ଛତାର କଥା କହିଛନ୍ତି । ସେ ଏପରି ଅନେକ ପୂଜା ପଦ୍ଧତିରେ ସଂସ୍କାର ଆଣିଛନ୍ତି ଯାହା ମନ୍ଦିରରେ ଅସ୍ୱଚ୍ଛତା ବଢ଼ାଉଥିଲା । ପୂଜା ପଦ୍ଧତି ଗୁଡ଼ିକରେ ଯେଉଁ ଅନାବଶ୍ୟକ ଜିନିଷ ସାମିଲ ହୋଇ ଯାଇଥିଲା, ତାକୁ ଦୂର କରି ଶ୍ରୀ ନାରାୟଣ ଗୁରୁ ନୂଆ ବ୍ୟବସ୍ଥାର ରାସ୍ତା ଦେଖାଇଲେ । ସେ ମନ୍ଦିରଗୁଡ଼ିକରେ ଯେକୌଣସି ବ୍ୟକ୍ତିଙ୍କର ପୂଜା କରିବାର ଅଧିକାର ସୁନିଶ୍ଚିତ କଲେ । ଶିବଗିରି ତୀର୍ଥଯାତ୍ରା ମଧ୍ୟ ଗୋଟିଏ ପ୍ରକାରରେ ହେଉଛି ସମାଜ ସୁଧାର ଓ ଅନେକ ବ୍ୟାପକ ଦୃଷ୍ଟିଭଙ୍ଗୀର ବିସ୍ତାର ।

ଏହା ଶ୍ରୀ ନାରାୟଣ ଗୁରୁଙ୍କ ଦୃଷ୍ଟିକୋଣର ହିଁ ପ୍ରତୀକ କି ସେ ଶିବଗିରି ତୀର୍ଥଯାତ୍ରାକୁ ଶିକ୍ଷା-ସ୍ୱଚ୍ଛତା, ସତ୍ୟଶକ୍ତି-ସଂଗଠନ-ଶକ୍ତି, ଜ୍ଞାନ-ବିଜ୍ଞାନ-କୃଷକ ସମସ୍ତଙ୍କୁ ଏକାଠି ଯୋଡ଼ିଛନ୍ତି ଆଉ ଏହାର ବିକାଶକୁ ତୀର୍ଥଯାତ୍ରା ଲକ୍ଷ୍ୟରେ ସାମିଲ କରିଛନ୍ତି ।

ସେ କହିଥିଲେ-

ବାସ୍ତବ ଜୀବନରେ ସେହି ସମସ୍ତ ଜ୍ଞାନକୁ ଉପଯୋଗ କର । ତେବେ ଯାଇ ଜନତା ଏବଂ ଦେଶ ପ୍ରଗତି ଓ ସମୃଦ୍ଧି ହେବେ । ଏହା ଶିବଗିରି ତୀର୍ଥଯାତ୍ରାର ମୂଳ ଲକ୍ଷ୍ୟ ।

ମୁଁ ଖୁସି ଯେ 85 ବର୍ଷ ଧରି କ୍ରମାଗତ ଶିବଗିରି ତୀର୍ଥଯାତ୍ରା ଅବସରରେ ଏହି କ୍ଷେତ୍ରକୁ ବିଶେଷଜ୍ଞମାନଙ୍କୁ ଆମନ୍ତ୍ରିତ କରାଯାଇଥାଏ, ସେମାନଙ୍କର ଅନୁଭବ ବିଷୟରେ ଶୁଣିବାକୁ ମିଳିଥାଏ । ଆଜି ମଧ୍ୟ ଏଠି ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ଏକାଠି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି, ସତ୍କାର ମଧ୍ୟ କରୁଛି ଏବଂ ଏହି ଆଶା କରୁଛି କି ଆପଣଙ୍କ ଚିନ୍ତାଧାରାରୁ ଲୋକମାନଙ୍କୁ କିଛି ନୂଆ ଶିଖିବା-ବୁଝିବାକୁ ମିଳିବ ।

ଭାଇ ଓ ଭଉଣୀମାନେ, ଶିବଗିରି ତୀର୍ଥଯାତ୍ରା ଗୋଟିଏ ପ୍ରକାରରେ ହେଉଛି  ଜ୍ଞାନର ସେହି କୁମ୍ଭ ଯେଉଁଥିରେ ଯେଉଁମାନେ ବୁଡ଼ ପକାଇବେ, ସେମାନେ ମୁକ୍ତି ପାଇ ଯାଆନ୍ତି, ସିଦ୍ଧ ହୋଇ ଯାଆନ୍ତି ।

କୁମ୍ଭ ମେଳା ଅବସରରେ ମଧ୍ୟ ଆପଣମାନେ ବିଶାଳ ଦେଶକୁ ଗୋଟିକରେ ସମନ୍ୱୟ କରିବାର ପ୍ରୟାସ କରିଥାନ୍ତି । ସନ୍ଥ-ମହନ୍ତ, ଋଷି-ମୁନି ଏକାଠି ହୋଇ ଥାଆନ୍ତି, ସମାଜର ସୁଖ-ଦୁଃଖ ଉପରେ ଚର୍ଚ୍ଚା କରିଥାନ୍ତି । ସମୟ ସହିତ ହୁଏତ କିଛି ପରିବର୍ତ୍ତନ ଆସିଯାଇଛି, କିନ୍ତୁ କୁମ୍ଭ ମେଳାର ସ୍ୱରୂପରେ ଆଉ ଏକ ବିଶେଷ କଥା ରହିଛି । ପ୍ରତ୍ୟେକ 12 ବର୍ଷରେ ସାଧୁ-ସନ୍ଥ ଏକାଠି ହେଉଥିଲେ ପୁଣି ସ୍ଥିର କରାଯାଉଥିଲା କି ପୁଣି ଏବେ ଭବିଷ୍ୟତ ପାଇଁ ସମାଜର ପଥ କ’ଣ ହେବ, ଦେଶର ମାର୍ଗ କ’ଣ ହେବ, ସମାଜର କାର୍ଯ୍ୟଶୈଳୀରେ କି ପ୍ରକାରର ପରିବର୍ତ୍ତନ କରାଯିବ?

ଏହା ଗୋଟିଏ ପ୍ରକାରରେ ସାମାଜିକ ସଂକଳ୍ପ ହେଉଥିଲା । ଏହା ପରେ ପ୍ରତ୍ୟେକ ତିନି ବର୍ଷ ପରେ ଭିନ୍ନ-ଭିନ୍ନ ସ୍ଥାନରେ, ଯେପରିକି କେବେ ନାସିକ, କେବେ ଉଜ୍ଜୟିନୀ, କେବେ ହରିଦ୍ୱାରରେ କୁମ୍ଭ ମେଳା ଅବସରରେ ଏହାର ବିଶ୍ଳେଷଣ କରାଯାଉଥିଲା କି ଯାହା ସ୍ଥିର କରାଯାଇଥିଲା, ସେଥିରେ ଆମେ କେଉଁ ପର୍ଯ୍ୟନ୍ତ ପହଂଚିଲୁ । ସମସ୍ତ ଜିନିଷର ସଠିକ ସମୀକ୍ଷା କରାଯାଉଥିଲା ।

ମୋର ବିଶ୍ୱାସ ଅଛି କି ଆପଣ ସମସ୍ତେ ଯେତେବେଳେ ବର୍ଷ ଶେଷରେ ଏହି ଅବସରରେ ଏକାଠି ହୁଅନ୍ତି, ତ ଏହି ବିଷୟରେ ସଫଳ ଆଲୋଚନା କରାଯାଇଥାଏ ଯେ ବିଗତ ବର୍ଷ ହୋଇଥିବା ଚର୍ଚ୍ଚାର ପରିଣାମ କ’ଣ ରହିଛି? କ’ଣ ଯେଉଁ ଲକ୍ଷ୍ୟ ପ୍ରାପ୍ତ କରିବାର ରାସ୍ତା ଶ୍ରୀ ନାରାୟଣ ଗୁରୁ ଦେଖାଇଥିଲେ, ଆମେ ସେହି ଦିଗରେ କିଛି ପାଦ ଆହୁରି ଆଗକୁ ବଢ଼ିଛେ?

ସାଥୀଗଣ,

ଶିବଗିରି ତୀର୍ଥଯାତ୍ରା ହେଉ, କୁମ୍ଭ-ମହାକୁମ୍ଭ ହେଉ, ସମାଜକୁ ମାର୍ଗ ଦେଖାଇଲା ଭଳି, ଦେଶକୁ ନିଜର ଆଭ୍ୟନ୍ତରୀଣ କୁସଂସ୍କାର ଓ କୁ-ପ୍ରଥାରୁ ଦୂର କରିବା ଭଳି ଏହି ପରମ୍ପରା ଆଜି ମଧ୍ୟ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଦେଶର ଭିନ୍ନ-ଭିନ୍ନ ରାଜ୍ୟଗୁଡ଼ିକରେ ଏହି ପ୍ରକାରର  ତୀର୍ଥଯାତ୍ରା ଦେଶକୁ ଏକାଠି କରିଥାଏ । ଭିନ୍ନ-ଭିନ୍ନ ରାଜ୍ୟଗୁଡ଼ିକରୁ ଲୋକ ଆସନ୍ତି, ଭିନ୍ନ-ଭିନ୍ନ ବିଚାରଧାରାର ଲୋକ ଆସିଥାନ୍ତି, ଜଣେ ଅନ୍ୟର ପରମ୍ପରାକୁ ଦେଖନ୍ତି-ବୁଝନ୍ତି ଆଉ ଏକାତ୍ମ ଭାବନା ସହିତ ସଂଗଠିତ ହୋଇଥାନ୍ତି ।

ସାଥୀଗଣକେରଳର ଏହି ପବିତ୍ର ମାଟିରେ ଆଦି ଶଙ୍କରାଚାର୍ଯ୍ୟ ଅଦ୍ୱୈତ ସିଦ୍ଧାନ୍ତର ମତବାଦ ରଖିଥିଲେ ।

ଅଦ୍ୱୈତର ସିଧା-ସିଧା ଅର୍ଥ ହେଉଛି ଯେଉଁଠାରେ ଦୈତ୍ୟ ନ ଥାନ୍ତି, ଯେଉଁଠାରେ ମୁଁ ଆଉ ତୁମେ ଅଲଗା ନୁହଁ । ଯେଉଁଠାରେ ମୋର ଆଉ ପରର ଭାବନା ନାହିଁ ।

ଏହି ଭାବ ଯେତେବେଳେ ଜନ୍ମ ନେଇଥାଏ, ସେତେବେଳେ ତାହା ଅଦ୍ୱୈତକୁ ସାକାର କରିଥାଏ, ଆଉ ଏହି ରାସ୍ତା ନାରାୟଣ ଗୁରୁ ଦେଖାଇଛନ୍ତି ।

ନାରାୟଣ ଗୁରୁ ନା କେବଳ ଅଦ୍ୱୈତ ସିଦ୍ଧାନ୍ତରେ ବଂଚି ଦେଖାଇଛନ୍ତି, ବରଂ ପୁରା ବିଶ୍ୱ ସମାଜକୁ ମାର୍ଗ ଦେଖାଇଛନ୍ତି କି ତା’ ସହିତ କିପରି ଜୀବନ ବିତାଇ ହୁଏ ।

ଭାଇ ଓ ଭଉଣୀମାନେ, ଶିବଗିରି ତୀର୍ଥଯାତ୍ରା ଆରମ୍ଭ ହେବାର ଦଶ ବର୍ଷ ପୂର୍ବରୁ, ଶ୍ରୀ ନାରାୟଣ ଗୁରୁ ମହୋଦୟଙ୍କ ନେତୃତ୍ୱରେ ଅଦ୍ୱୈତ ଆଶ୍ରମରେ ଧାର୍ମୀକ ସଂସଦର ଆୟୋଜନ କରାଯାଇଥିଲା । ସାରା ଦୁନିଆରୁ ଭିନ୍ନ-ଭିନ୍ନ ପନ୍ଥ ସହିତ ଯୋଡ଼ି ହୋଇଥିବା ଲୋକ ପହଂଚିଥିଲେ । ଏହି ଧାର୍ମୀକ ସଂସଦରେ ସମଗ୍ର ବିଶ୍ୱକୁ ଧର୍ମ-ପନ୍ଥ ଆଧାରରେ ହେବାକୁଥିବା ମତଭେଦକୁ ଛାଡ଼ି ଶାନ୍ତି-ସଦ୍ଭାବନା ଏବଂ ସମୃଦ୍ଧିର ପଥରେ ଚାଲିବାର ଆହ୍ୱାନ କରାଯାଇଥିଲା ।

ମୋତେ ଅବଗତ କରାଯାଇଥିଲା କି ଧାର୍ମୀକ ସଂସଦର ପ୍ରବେଶ ପଥରେ ଗୁରୁଜୀଙ୍କ ଦ୍ୱାରା ଲେଖା ଯାଇଥିଲା-

ଆମେ ଏଠାକୁ ଆସିନାହୁଁ ଯୁକ୍ତିତର୍କ କରି ଜିତିବା ପାଇଁ,

ବରଂ ଜାଣିବା ଏବଂ ଜଣାଇବା ପାଇଁ 

ଜଣେ ଅନ୍ୟ ଜଣଙ୍କ ସହିତ ବାର୍ତ୍ତାଳାପ, ଜଣେ ଅନ୍ୟ ଜଣକୁ ବୁଝିବାର ଏହି ପ୍ରୟାସ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଆଜି ଯେତେବେଳେ ଆମେ ବିଶ୍ୱ ପରିବେଶର କଥା କହୁଛୁ ତ ଜାଣିବାକୁ ପାଉଛୁ କି, କିଭଳି ଭାବେ ଆମର ସନ୍ଥ ସମାଜ, ଆସୁଥିବା ସଙ୍କଟକୁ ଦେଖିପାରୁଥିଲେ ଆଉ ଆମକୁ କ୍ରମାଗତ ଭାବେ ସତର୍କ କରାଉଥିଲେ ।

ଭାଇ ଓ ଭଉଣୀମାନେ, ଯଦି ଆମେ ଊନବିଂଶ ଏବଂ ବିଂଶ ଶତାବ୍ଦୀର ସମଗ୍ର ସମୟକୁ ଦେଖିବା, ତ ସ୍ୱାଧୀନତା ଆନ୍ଦୋଳନରେ ସେହି ସମୟର ସମାଜ ସଂସ୍କାରକ-ଧର୍ମଗୁରୁମାନଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା । ଭିନ୍ନ-ଭିନ୍ନ ଜାତିରେ ଭାଗ ହୋଇଥିବା ସମାଜ, ଭିନ୍ନ-ଭିନ୍ନ ବର୍ଗରେ ଭାଗ-ଭାଗ ହୋଇଥିବା ସମାଜ ଇଂରେଜ ମାନଙ୍କର ମୁକାବିଲା କରି ପାରି ନଥାନ୍ତା । ଏହି ଦୁର୍ବଳତାକୁ ଦୂର କରିବା ପାଇଁ ସେହି ସମୟରେ ଦେଶର ଭିନ୍ନ-ଭିନ୍ନ ଭାଗରେ ଜାତିବାଦ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଚାଲିଲା । ସେହି ଆନ୍ଦୋଳନ, ସେହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମର ଲକ୍ଷ୍ୟ ନ ଥିଲା କି ଦେଶକୁ ଆଗକୁ ବଢ଼ାଇବାର ଅଛି, ପରାଧୀନତାର ଶୃଙ୍ଖଳ ଛିଣ୍ଡାଇବାକୁ ପଡ଼ିବ ତ ନିଜର ଆଭ୍ୟନ୍ତରୀଣ ଦୁର୍ବଳତାରୁ ମୁକ୍ତି ପାଇବାକୁ ପଡ଼ିବ, ସେହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକମାନେ ଦେଶର ସାଧାରଣ ଜନତାକୁ ସମାନତାର ସ୍ଥାନ ଦେଉଥିଲେ, ସମ୍ମାନ ଦେଉଥିଲେ । ସେମାନେ ଦେଶର ଆବଶ୍ୟକତାକୁ ବୁଝି ପାରି ନିଜର ଆଧ୍ୟାତ୍ମିକ ଯାତ୍ରାକୁ ରାଷ୍ଟ୍ର ନିର୍ମାଣ ସହିତ ଯୋଡ଼ିଲେ । ଯେତେବେଳେ ଲୋକମାନେ ଜାତିଠାରୁ ଉପରକୁ ଉଠି ଚିନ୍ତା କରିବା ଆରମ୍ଭ କଲେ ତ ଦେଶ ଉଠି ଠିଆ ହେଲା । ଭାରତର ଲୋକମାନେ ଏକଜୁଟ ହୋଇ ଇଂରେଜମାନଙ୍କୁ ବିତାଡ଼ିତ କରି ନିଃଶ୍ୱାସ ନେଲେ ।

ସାଥୀଗଣ, ଆଜି ଦେଶ ସମ୍ମୁଖରେ ପୁଣି ଥରେ ସେହିପରି ସମୟ ଆସିଛି । ଦେଶର ଲୋକମାନେ, ଦେଶକୁ ନିଜର ଆଭ୍ୟନ୍ତରୀଣ ଦୁର୍ବଳତାରୁ ମୁକ୍ତ ଦେଖିବାକୁ ଚାହୁଁଛନ୍ତି । ଆପଣଙ୍କ ଭଳି ହଜାର-ହଜାର ସଂଗଠନ, ସଂସ୍ଥାମାନେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ । କେବଳ ଜାତିବାଦ ହିଁ ନୁହେଁ, ଯେତେଗୁଡ଼ିଏ କୁପ୍ରଥା ଦେଶକୁ କ୍ଷତି ପହଂଚାଉଛି, ତାକୁ ଦୂର କରିବାରେ, ସେଗୁଡ଼ିକ ପ୍ରତି ଲୋକମାନଙ୍କୁ ଜାଗ୍ରତ କରିବାରେ ଆପଣମାନଙ୍କ ଯୋଗଦାନ ଆହୁରି ବଢ଼ାଇବାର ଆବଶ୍ୟକତା ରହିଛି ।

15 ଅଗଷ୍ଟ 1947ରେ ଆମେ ପରାଧୀନତାର ଶୃଙ୍ଖଳକୁ ହୁଏତ ଛିଣ୍ଡାଇ ଦେଇଥିଲେ, କିନ୍ତୁ ସେହି ଶୃଙ୍ଖଳର ଚିହ୍ନ ଆମର ସାମାଜିକ-ଆର୍ଥିକ ବ୍ୟବସ୍ଥା ଉପରେ ଏବେ ମଧ୍ୟ ପଡ଼ି ରହିଛି । ଏହି ଚିହ୍ନରୁ ମୁକ୍ତି ଆପଣଙ୍କ ସହଯୋଗରେ ହିଁ ହୋଇ ପାରିବ ।

ଜ୍ୟୋତିବା ଫୁଲେ, ସାବିତ୍ରୀ ବାଈ, ରାଜା ରାମମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଏବଂ ଦୟାନନ୍ଦ ସରସ୍ୱତୀଙ୍କ ଭଳି ମହାନ ଲୋକ ନାରୀ ଗୌରବ-ନାରୀ ସମ୍ମାନ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂଗ୍ରାମ ଲଢ଼ିଥିଲେ । ଆଜି ଏହା ଦେଖି ସେମାନଙ୍କର ଆତ୍ମା ପ୍ରସନ୍ନ ହେବ କି ଦେଶରେ ମହିଳା ଅଧିକାର ପାଇଁ କେତେ ବଡ଼ ପଦକ୍ଷେପ ଉଠାଯାଇଛି ।

ତିନି ତଲାକ୍ କୁ ନେଇ ଯେଭଳି ଭାବରେ ମୁସଲମାନ ଭଉଣୀ-ମାଆ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କଷ୍ଟ ଉଠାଇଛନ୍ତି, ତାହା କାହାକୁ ଅଛପା ନାହିଁ । ବର୍ଷ ବର୍ଷ ଧରି ଦୀର୍ଘ ସଂଗ୍ରାମ ପରେ ଏବେ ସେମାନଙ୍କୁ ତିନି ତଲାକରୁ ମୁକ୍ତି ପାଇବାର ରାସ୍ତା ମିଳିଛି ।

ଭାଇ ଓ ଭଉଣୀମାନେ, ଆମର ଏଠି ସନ୍ଥ-ଋଷି-ମୁନି ମାନେ କହିଛନ୍ତି-

ନର କରନୀ କରେ ତୋ ନାରାୟଣ ହୋ ଯାଏ’ 

କଥାରେ କହି ନୁହେଁ, ଘଂଟା-ଘଂଟା ଧରି ପୂଜା-ପାଠ କରି ନୁହେଁ, ‘କରନୀ’ ଅର୍ଥାତ କର୍ମ କରି ହିଁ ନାରାୟଣ ହୋଇ ଯାଇ ପାରିବେ ।

ଏହି ‘କରନୀ’ତ ହେଉଛି ସଂକଳ୍ପରୁ ସିଦ୍ଧିର ଯାତ୍ରା । ଏହି ‘କରନୀ’ ଶହେ ପଚିଶ କୋଟି ଭାରତୀୟମାନଙ୍କ ପାଇଁ ହେଉଛି ନିଉ ଇଣ୍ଡିଆର ଯାତ୍ରା ।

2018ରେ ଏହି ଯାତ୍ରା ଆହୁରି ଗତିଶୀଳ ହେବ । କଳାଧନ-ଭ୍ରଷ୍ଟାଚାର ଠାରୁ ନେଇ ବେନାମୀ ସମ୍ପତି ଉପରେ କଠୋର କାର୍ଯ୍ୟାନୁଷ୍ଠାନରୁ ନେଇ, ଆତଙ୍କବାଦ ଏବଂ ଜାତିବାଦ ବିରୁଦ୍ଧରେ କାମ କରି, ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ର ଆଧାରରେ ଚାଲି, ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ କରି, 2018ରେ ଆମେ ସବୁ ଭାରତୀୟ ମିଳିମିଶି ଦେଶକୁ ନୂତନ ଶିଖରକୁ ନେଇ ଯିବା । ଏହି ପ୍ରତିଶୃତି, ଏହି ଲକ୍ଷ୍ୟ ସହିତ ମୁଁ ନିଜ କଥା ସମାପ୍ତ କରୁଛି ।

ପୁଣି ଥରେ ଆପଣ ସମସ୍ତଙ୍କୁ,  ଶ୍ରୀ ନାରାୟଣ ଗୁରୁଙ୍କ ଭକ୍ତମଣ୍ଡଳୀଙ୍କୁ, ଶିବଗିରି ତୀର୍ଥ ଯାତ୍ରାକୁ  ନବ ବର୍ଷର ବହୁତ-ବହୁତ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Seychelles Honours PM Modi With 'Guardian Of The Blue Horizon' Title

Media Coverage

Seychelles Honours PM Modi With 'Guardian Of The Blue Horizon' Title
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥