First responsibility of the government must be to work for poor, marginalized & underprivileged but sadly, SP isn’t doing so: Shri Modi
PM attacks SP government, says schools in UP do not have teachers in adequate number
Our Government is committed to welfare of farmers in UP, says Shri Narendra Modi
SP, BSP, Congress favouring each other in some way or the other in these elections, alleges PM Modi
For Uttar Pradesh's growth & development, BJP is the only ray of hope, says Prime Minister Modi

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର କନ୍ନୋଜରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କଲେ ।ଶ୍ରୀ ମୋଦୀ କହିଲେ ସରକାରଙ୍କ ପ୍ରଥମ ପ୍ରାଥମିକତା ଗରିବ ଏବଂ ବଞ୍ଚିତଙ୍କ କଲ୍ୟାଣ ଦିଗରେ କାମ କରିବା ଆବଶ୍ୟକ କିନ୍ତୁ ଦୁଃଖର କଥା କି ସପା ଏବଂ ବସପାର ସରକାର ଗରିବଙ୍କ ସଶକ୍ତିକରଣ ବିରୋଧରେ ଅଛନ୍ତି । ପ୍ରଧାନମନ୍ତ୍ରୀ ବିପକ୍ଷ ଉପରେ ଗର୍ଜିଲେ ,କହିଲେ ଏହି ନିର୍ବାଚନରେ ସପା ,ବସପା ଏବଂ କଂଗ୍ରେସ କୌଣସି ନା କୌଣସି ଭାବେ ଉଭୟେ ଉଭୟଙ୍କୁ ସମର୍ଥନ କରୁଛନ୍ତି । ସେ କହିଲେ ଭାଜପା ହିଁ ଉତ୍ତରପ୍ରଦେଶର ବିକାଶ ପାଇଁ ଏକମାତ୍ର ଆଶାର କିରଣ । ସେ କହିଲେ ସାରା ଦେଶରେ ଅତରର ସୁଗନ୍ଧ ବିସ୍ତାର କରୁଥିବା କନ୍ନୋଜର ବିକାଶ କରି ସୁଧ ସହିତ ଫେରାଇବି ।

ହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍ତରୀକ୍ଷ ବୈଜ୍ଞାନିକଗଣଙ୍କୁ ଅଭିନନ୍ଦନ ଜଣାଇ କହିଲେ 104ଟି ଉପଗ୍ରହ ଏକାଥରକେ ପ୍ରକ୍ଷେପଣ କରି ବୈଜ୍ଞାନିକଗଣ ଇତିହାସରେ ଭାରତର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଦେଲେ ।ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଗୋଟିଏ ସରକାର ଗରିବଙ୍କ ସେବା ପାଇଁ ସମର୍ପିତ ହେବା ଉଚିତ । ଦୁଃଖର କଥା, ଉତ୍ତରପ୍ରଦେଶ ସରକାର ଗରିବଙ୍କ କଲ୍ୟାଣ ପାଇଁ ପଛଘୁଞ୍ଚା ଦେଉଛନ୍ତି ଆଜି ଯାଏଁ ଗରିବଙ୍କୁ ସଶକ୍ତ କରିବା ପାଇଁ କୌଣସି ମଧ୍ୟ ହିତକର କାମ କରି ନାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷା ବ୍ୟବସ୍ଥା ଉପରେଚର୍ଚ୍ଚା କରି କହିଲେ ,ସ୍କୁଲମାନଙ୍କରେ ଶିକ୍ଷକ ନାହାନ୍ତି । ଗରିବ ପିଲା କିଭଳି ଭଲ ଶିକ୍ଷା ପାଇପାରିବ । ପ୍ରଧାନମନ୍ତ୍ରୀ କହିଲେ କି ଉତ୍ତରପ୍ରଦେଶରେ ତାଙ୍କ ସରକାର ଯଦି ଆସନ୍ତି ତେବେ ରାଜ୍ୟର ବିକାଶ କରିବା ସହିତ ଗରିବ ଚାଷୀମାନଙ୍କର ବକେୟା ଋଣ ଛାଡ଼ିଦେବେ । ଶ୍ରୀ ମୋଦୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଲେସ ଯାଦବଙ୍କ ଉପରେ ଗର୍ଜିଲେ ,କହିଲେ ''1984 ମସିହାରେ କଂଗ୍ରେସ ମୁଲାୟମ ସିଂ ପ୍ରତି ଆକ୍ରମଣ କରିବାର ଅଖିଳେସ ଜି ଙ୍କୁ ମନେ ଅଛି କି ନାହିଁ ? ଏବଂ ଆଜି ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ବ୍ୟଗ୍ର ! ଏଥିରୁ ସ୍ପଷ୍ଟ ରୂପେ ଜଣାପଡୁଛି ସମାଜବାଦୀ ପାର୍ଟି ସତା ବଜାଇ ରଖିବା ପାଇଁ କିଛି ବି କରିପାରିବ ।'' ସେ ସମାଜବାଦୀ ପାର୍ଟି ଉପରେ ଆରୋପ ଲଗାଇ କହିଲେ ସରକାର ରାଜ୍ୟରେ ଅପରାଧ ଏବଂ ଭ୍ରଷ୍ଟାଚାର ବୃଦ୍ଧି କରିବାରେ ଲାଗିଥିଲେ । ସେ କହିଲେ ,ଚାକିରୀ ,ଭ୍ରଷ୍ଟାଚାର ,ଦଙ୍ଗା ,ଦାରିଦ୍ର୍ୟ ,ମୃତ୍ୟ ହାର ,ସ୍କୁଲ ଛାଡୁଥିବା ପିଲାମାନେ ଏବଂ ଯୁବଗୋଷ୍ଟି କ୍ଷେତ୍ରରେ ଅପରାଧର ଚାରା ବିସ୍ତାର କରିଚାଲିଛି ।

ଶ୍ରୀ ମୋଦୀ କହିଲେ ଉତ୍ତରପ୍ରଦେଶରେ ନିଜର ଆଉ ଏକ ଜାତି ବିଶେଷ ରେ ଯେଉଁଭଳି ଭାବେ ଚାକିରୀର ଦୁରୂପଯୋଗ ହେଉଛି,ସେହି ଭ୍ରଷ୍ଟାଚାର ଉପରେ ଲଗାମ ଲଗାଯିବ ଏବଂ ଗ୍ରୁପ 3 ଓ ଗ୍ରୁପ 4 ରେ ଇଣ୍ଟେରଭିୟୁ ସମାପ୍ତ କରି କେବଳ ମେରିଟ ଆଧାରରେ ଚାକିରୀ ଦିଆଯିବ । ତା'ସହିତ ସେ କହିଲେ ରେଳବାଇରେ ଇଣ୍ଟେରଭିୟୁ ସମାପ୍ତ କରି କେବଳ ମେରିଟ ଆଧାରରେ ଏକ ଲକ୍ଷ ଲୋକଙ୍କୁ ଚାକିରୀ ଦିଆଯାଇଛି । ସେ କହିଲେ ବର୍ତମାନ ସିଆଇଏଫଏଫ ଏବଂ ବିଏସଏଫ ରେ ମଧ୍ୟ ହଜାର ଯବାନଙ୍କ ଚାକିରୀ ବିନା ଇଣ୍ଟରଭିୟୁରେ ହେବ । ସେ କହିଲେ ,ମୁଁ 125 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ କଳାଧନ ଏବଂ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାରେ ସକ୍ଷମ ହୋଇଛି ।

ବିଭିନ୍ନ ଦଳର କର୍ମକର୍ତ୍ତା ଏବଂ ନେତାସମୂହ ଏହି କାଜ୍ୟକ୍ରମରେ ଯୋଗ ଦେଇଥିଲେ ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour