ଭଲ ଏବଂ ଖରାପ ସମୟରେ ଭାରତ ଶ୍ରୀଲଙ୍କାର ସହଯୋଗ କରିଥିବା ସବୁଠୁ ପ୍ରଥମ ଦେଶ ହୋଇଛି ଏବଂ ସର୍ବଦା ରହିବ :ପ୍ରଧାନମନ୍ତ୍ରୀ ମୋଦୀ 
ଯେବେ ମୁଁ ଶ୍ରୀଲଙ୍କାକୁ ଦେଖୁଛି ତ କେବଳ ଏକ ପଡ଼ୋଶୀ ଦେଶକୁ ନାହିଁ ବରଂ ଏକ ବହୁତ ଭଲ ଏବଂ ବିଶ୍ୱସନୀୟ ଭାଗିଦାରୀ ଦେଖୁଛି :ପ୍ରଧାନମନ୍ତ୍ରୀ ମୋଦୀ 
ମୋର ବିଚାର ଯେ ଶ୍ରୀଲଙ୍କା ସହିତ ଆମର ବିକାଶ ସହଯୋଗ ବାସ୍ତବିକ ପ୍ରଗତିରେ ସେୟାର୍ଡ ପ୍ରଗତିର ଆମର ଦୃଷ୍ଟିର ଅନୁବାଦ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ :ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ସହାୟତାରେ ସମଗ୍ର ଶ୍ରୀଲଙ୍କାରେ ଜରୁରୀ ଆମ୍ବୁଲାନ୍ସ ସେବାର ସଂପ୍ରସାରଣ ଅବସରରେ ଲାଇଭ ଭିଡିଓ ଲିଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମାନ୍ୟବର ରାନିଲ ୱିକ୍ରମସିଙ୍ଘେ ଜାଫନାଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ନିମ୍ନରେ ପ୍ରଦାନ କରାଗଲା:

ମୋର ବନ୍ଧୁ ଓ ଶ୍ରୀଲଙ୍କାର ମାନ୍ୟବର ପ୍ରଧାନମନ୍ତ୍ରୀ ମହାଭାଗ ଶ୍ରୀ ରାନିଲ ୱିକ୍ରମସିଙ୍ଘେ,

ପ୍ରଫେସର ମୈତ୍ରୀ ୱିକ୍ରମସିଙ୍ଘେ

ଶ୍ରୀଲଙ୍କାର ମାନ୍ୟବର ମନ୍ତ୍ରୀଗଣ,

ଶ୍ରୀଲଙ୍କାରେ ଅବସ୍ଥିତ ଭାରତୀୟ ହାଇକମିଶନର,

ଉତ୍ତର ପ୍ରାନ୍ତର ମାନ୍ୟବର ମୁଖ୍ୟମନ୍ତ୍ରୀ,

ଶ୍ରୀଲଙ୍କା ସଂସଦର ମାନ୍ୟବର ସଦସ୍ୟ,

ସମ୍ମାନୀୟ ଧର୍ମଗୁରୁମାନେ,

ବିଶେଷ ଅତିଥି ବୃନ୍ଦ,

ଏବଂ ବନ୍ଧୁଗଣ,

ନମସ୍କାର

ଆୟୁବୋୱାନ

ୱାଣକ୍କମ

ଲାଇଭ ଭିଡିଓ ଲିଙ୍କ ମାଧ୍ୟମରେ ଆଜି ଜାଫନାରେ ଆପଣମାନଙ୍କ ସହ କଥା ହେଉଥିବାରୁ ମୁଁ ଖୁବ ଖୁସି ।

ମୁଁ ଆହୁରି ମଧ୍ୟ ଅଧିକ ଖୁସି ଯେ ଏହି ଅବସରରେ ଜାତୀୟ ଜରୁରୀ ଆମ୍ବୁଲାନ୍ସ ସେବା ଶ୍ରୀଲଙ୍କାର ସବୁ ଜାଗାକୁ ଓ ଅଞ୍ଚଳକୁ ସମ୍ପ୍ରସାରିତ ହେଉଛି ।

ଏହି କାର୍ଯ୍ୟକ୍ରମ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭାଗିଦାରୀତା ବିକାଶର ଅନ୍ୟ ଏକ ବୃହତ୍ ସଫଳତାକୁ ଚିହ୍ନିତ କରେ ।

ଶ୍ରୀଲଙ୍କାରେ ଏହିପରି ଏକ ପ୍ରକ୍ରିୟାର ପ୍ରତିଷ୍ଠା ପାଇଁ 2015ରେ ମୋର ଶ୍ରୀଲଙ୍କା ଗସ୍ତ ସମୟରେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ୱିକ୍ରମସିଙ୍ଘେ ମୋ ସହିତ କଥା ହୋଇଥିଲେ ।

ମୁଁ ଖୁବ ଖୁସି ଯେ 2016 ଜୁଲାଇରେ ଏହି ସେବାର ପ୍ରଥମ ଦଫା କାର୍ଯ୍ୟ ପଶ୍ଚିମ ଏବଂ ଦକ୍ଷିଣ ପ୍ରାନ୍ତରେ ଆରମ୍ଭ ହୋଇଥିଲା ।

ଗତବର୍ଷ ଶ୍ରୀଲଙ୍କା ଗସ୍ତ ସମୟରେ ମୁଁ ଶ୍ରୀଲଙ୍କାର ବନ୍ଧୁବତ୍ସଳ ଜନସାଧାରଣଙ୍କୁ କଥା ଦେଇଥିଲି ଯେ ଶ୍ରୀଲଙ୍କା ବ୍ୟାପୀ ପ୍ରି-ହସପିଟାଲ ଜରୁରୀ ଆମ୍ବୁଲାନ୍ସ ସେବା ପ୍ରସାରିତ କରିବା ପାଇଁ ଭାରତ କାର୍ଯ୍ୟ କରିବ ।

ମୁଁ ଖୁସି ଯେ ଭାରତ ଯଥା ସମୟରେ ଏହାର ପ୍ରତିଜ୍ଞା ପୂରଣ କରିଛି ଏବଂ ଆମେ ଏହି ସେବାର ଦ୍ୱିତୀୟ ଦଫା କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

ମୁଁ ମଧ୍ୟ ଖୁସି ଯେ ପ୍ରସାର କାର୍ଯ୍ୟର ଏହି ଦଫା ଉତ୍ତର ପ୍ରାନ୍ତରୁ ଆରମ୍ଭ ହେଉଛି ।

ଅତୀତର ଲୁହକୁ ପୋଛି ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରାରମ୍ଭ ପାଇଁ ଆପଣମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ନେଇ ଭାରତ ଖୁବ ଖୁସି ।

ମୁଁ ବୁଝୁଛି ଯେ ଏହି ସେବା ସହିତ ଜଡିତ ଜନସାଧାରଣ ଭାରତରେ ପ୍ରଶିକ୍ଷିତ ହୋଇଛନ୍ତି । ଆବଶ୍ୟକ ଦକ୍ଷତା ଏବଂ ଆଂଚଳିକ ନିଯୁକ୍ତିକୁ ମଧ୍ୟ ଏହାଫଳରେ ପ୍ରୋତ୍ସାହନ ମିଳିବ ।

ବନ୍ଧୁଗଣ,

ଏହା କେବଳ ଏକ ଆକସ୍ମିକ ଘଟଣା ନୁହେଁ ଯେ ଏହି ପ୍ରଥମ ଉତ୍ତରଦାୟୀ ସେବା ପ୍ରତିଷ୍ଠା କରିବାରେ ଏବଂ ଏହାର ପ୍ରସାର କରିବାରେ ଶ୍ରୀଲଙ୍କାର ଭାଗିଦାର ହେବା ନେଇ ଭାରତ ସୌଭାଗ୍ୟ ହାସଲ କରିଛି ।

ଭଲ ଓ ଖରାପ ସମୟରେ ଭାରତ ସବୁବେଳେ ଶ୍ରୀଲଙ୍କା ସହିତ ରହିଛି ଏବଂ ପ୍ରଥମ ରାଷ୍ଟ୍ର ଭାବେ ସବୁବେଳେ ରହିବ ମଧ୍ୟ ।

ବିବିଧତାରେ ପୂର୍ଣ୍ଣ ଦୁଇଟି ଗଣତନ୍ତ୍ରର ନେତା ଭାବେ, ଉଭୟ ପ୍ରଧାନମନ୍ତ୍ରୀ ୱିକ୍ରମସିଙ୍ଘେ ଏବଂ ମୁଁ  ଉଭୟ ସମାଜର ସମସ୍ତ ବର୍ଗଙ୍କ ନିକଟରେ ବିକାଶର ଲାଭାଂଶ ପହଂଚାଇବା ନେଇ ବିଶ୍ୱାସ କରୁ ।

ଶ୍ରୀଲଙ୍କାର ସମସ୍ତ ନାଗରିକମାନଙ୍କର ଅଭିଳାଷ ପୁରଣ କରିବା ନେଇ ରାଷ୍ଟ୍ରପତି ମହାଭାଗ ସିରିସେନା ଏବଂ ପ୍ରଧାନମନ୍ତ୍ରୀ ୱିକ୍ରମସିଙ୍ଘେଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଭାବେ ଶ୍ରୀଲଙ୍କାକୁ ଦୁଇଟି ଗସ୍ତ ସମୟରେ ମୋର ଅତ୍ୟନ୍ତ ନିବିଡ ସ୍ମୃତି ରହିଛି । ମୋ ଉପରେ ଅଜାଡି ଦିଆଯାଇଥିବା ପ୍ରେମ ଓ ସ୍ନେହକୁ ନେଇ ମୁଁ ଅଭିଭୂତ ହୋଇପଡିଛି ।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଜାଫନା ଗସ୍ତ କରିବା ମଧ୍ୟ ହେଉଛି ମୋର ସୌଭାଗ୍ୟ । ମୁଁ ମଧ୍ୟ ଗତ ବର୍ଷ ୟୁଏନ ଭେସାକ ଦିବସରେ ଅଂଶଗ୍ରହଣ କରିପାରିଲି । ଏସବୁଗୁଡ଼ିକ ହେଉଛି ଅଭୁଲା ଅନୁଭୂତି ।

ବନ୍ଧୁଗଣ,

ପ୍ରତ୍ୟେକ ଦେଶର ସ୍ଥିତି ଏହାର ପଡୋଶୀମାନଙ୍କ ସହ ନିବିଡ ଭାବେ ସଂଯୁକ୍ତ ।

ମୁଁ ଯେତେବେଳେ ଶ୍ରୀଲଙ୍କା ଆଡକୁ ଦେଖେ, ମୁଁ କେବଳ ଜଣେ ପଡୋଶୀଙ୍କୁ ଦେଖେ ନାହିଁ ମୁଁ ଦକ୍ଷିଣ ଏସିଆରେ ଏବଂ ଭାରତ ମହାସାଗର ପରିବାରରେ ଜଣେ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ବିଶ୍ୱସ୍ତ ଭାଗିଦାରଙ୍କୁ ଦେଖେ ।

ମୁଁ ବିଶ୍ୱାସ କରେ ଯେ ଭାଗିଦାରୀତାପୂର୍ଣ୍ଣ ବିକାଶ ଲାଗି ଆମର ଅନ୍ତର୍ଦୃଷ୍ଟିକୁ ବାସ୍ତବତାରେ ରୂପାନ୍ତରିତ କରିବା ନେଇ ଶ୍ରୀଲଙ୍କା ସହ ଆମର ବିକାଶ ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।

ତିନି ବର୍ଷ ପୂର୍ବେ ମୋତେ ଯେତେବେଳେ ଶ୍ରୀଲଙ୍କାର ସଂସଦକୁ ଉଦବୋଧନ କରିବାର ସମ୍ମାନ ମିଳିଥିଲା, ମୁଁ ସେତେବେଳେ  ଆମର ନିକଟତାକୁ ନିବିଡ ସମ୍ପର୍କରେ ପରିବର୍ତ୍ତିତ କରିବା ନେଇ ସମସ୍ତ ସାମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ସମ୍ବନ୍ଧରେ ପ୍ରକାଶ କରିଥିଲି ।

1927ରେ ଜାଫନାର ଛାତ୍ର କଂଗ୍ରେସର ନିମନ୍ତ୍ରଣ କ୍ରମେ ଶ୍ରୀଲଙ୍କା ଗସ୍ତ ସମୟରେ ମହାତ୍ମାଗାନ୍ଧୀ କ’ଣ କହିଥିଲେ ତାହା ମୋର ମନେପଡୁଛି ।

ସେତେବେଳେ ସେ ଦକ୍ଷିଣର ମାତାରାରୁ ଆରମ୍ଭ କରି ଉତ୍ତରରେ ପଏଂଟ ପେଡ୍ରୋ ଗସ୍ତ କରିଥିଲେ । ତାଲାଇମାନାର ଫେରିବାର ଠିକ ପୂର୍ବରୁ ଜାଫନାର ଆବାହାନ କମିଟିକୁ ତାଙ୍କର ବକ୍ତବ୍ୟ ଥିଲା: ଜାଫନା ଏବଂ ସମଗ୍ର ସିଂହଳବାସୀଙ୍କ ପାଇଁ ମୁଁ ଏହି ବାର୍ତ୍ତା ପ୍ରଦାନ କରିବାକୁ ଚାହିଁବି ଯେ: ଏହା ଆମ ମନ ଓ ଦୃଶ୍ୟରୁ ଅନ୍ତର ନହେଉ ।

ଆଜି ମୋର ବାର୍ତ୍ତା ମଧ୍ୟ ସେଇଆ । ଆମର ଜନସାଧାରଣ ପରସ୍ପର ସହିତ ନିୟମିତ ଭାବେ ସମ୍ପର୍କ ରକ୍ଷା କରିବା ଉଚିତ । ଯାହାଫଳରେ କି ଆମେ ପରସ୍ପରକୁ ଭଲ ଭାବେ ଜାଣିପାରିବା ଏବଂ ଆହୁରି ନିକଟତର ବନ୍ଧୁ ହୋଇପାରିବା ।

ଭାରତକୁ ଆସି ନୂତନ ଭାରତ କିପରି ଭାବେ ଆକାର ଧାରଣ କରୁଛି ତାହା ଅନୁଭବ କରିବା ପାଇଁ ମୁଁ ଆପଣମାନଙ୍କୁ ଉତ୍ସାହିତ କରିବି ।

ମୁଁ ଏକଥା ଜାଣି ଖୁସି ଯେ ପ୍ରଧାନମନ୍ତ୍ରୀ ମହାଭାଗ ୱିକ୍ରମସିଙ୍ଘେ ଅଗଷ୍ଟ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିବେ । ଆପଣଙ୍କର ସୁଖଦ ଯାତ୍ରା ତଥା ଭାରତରେ ଆନନ୍ଦଦାୟକ ରହଣୀ ପାଇଁ ମୁଁ କାମନା କରୁଛି ।

ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 62,500 crore for mobile phone PLI scheme 2.0

Media Coverage

Cabinet approves Rs 62,500 crore for mobile phone PLI scheme 2.0
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India