Toilets can be constructed with bricks, and with the help of people but the responsibility of keeping them clean lies with all of us: PM
'Swachhata' must become our 'Swabhaav' and an integral part of our lives, says PM Modi
We will be celebrating 75th Independence day in 2022. Let’s take a pledge to build a New India by 2022: PM
We are lucky to have got a leader like Shri Narendra Modi as the Prime Minister of India: Dada Vaswani
Initiatives launched by PM Modi, such as Jan Dhan Yojana, Make in India, Swachh Bharat etc. are having a visible impact: Dada Vaswani

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସ ଜରିଆରେ ପୁଣେରେ ଦାଦା ବାସୱାନୀଙ୍କର 99ତମ ଜନ୍ମ ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି । ସେ ସ୍ମରଣ କରାଇ ଦେଇଛନ୍ତି କି ଆଜକୁ 27 ବର୍ଷ ପୂର୍ବେ ମିଳିତ ଜାତିସଂଘରେ ବିଶ୍ୱ ଧାର୍ମିକ ସମ୍ମେଳନରେ ପ୍ରଥମ ଥର ପାଇଁ ଦାଦା ବାସୱାନୀଙ୍କୁ ଭେଟିଥିଲେ । 2013ରେ, ପୁଣେରେ ତାଙ୍କ ସହ ସାକ୍ଷାତ ସଂପର୍କରେ ମଧ୍ୟ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ, ମାନବଜାତି ପାଇଁ ଦାଦା ବାସୱାନୀଙ୍କ ନିଃସ୍ୱାର୍ଥପର ସେବା ନିମନ୍ତେ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସଠିକ୍ ବିକଳ୍ପର ପ୍ରସ୍ତୁତିଉପରେ ଆଧାରିତ ଦାଦା ବାସୱାନୀଙ୍କ ଚିନ୍ତାଧାରାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ବ୍ୟକ୍ତି ସଠିକ୍ ବିକଳ୍ପର ପ୍ରସ୍ତୁତି କରିବା ପାଇଁ ସଂକଳ୍ପ ନିଅନ୍ତି ତ ଭ୍ରଷ୍ଟାଚାର, ଜାତିବାଦ, ନିଶାଗ୍ରସ୍ତ, ଅପରାଧ ଭଳି ଖରାପ କାର୍ଯ୍ୟକୁ ବିଲୋପ କରାଯାଇ ପାରିବ । 2022ରେ ଭାରତ ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ ସଂପର୍କରେ ଆଲୋଚନା କରି ସେ କହିଲେ କି ଭାରତକୁ ଆଜି ଏହି ସଂକଳ୍ପ କରିବା ଦରକାର କି  ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ସାକାର ହେବ । ସାଧୁ ବାସୱାନୀ ମିଶନ ଯେଉଁଭଳି ଭାବରେ ହେଉ, ଏହି ପ୍ରୟାସରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।

ଦାଦା ବାସୱାନୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ, ଆଜି ବିଶ୍ୱରେ ତାଙ୍କୁ ଜଣେ ସବୁଠାରୁ ମହାନ ନେତାଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ଯଥା ଜନ ଧନ ଯୋଜନା, ମେକ ଇନ ଇଣ୍ଡିଆ, ସ୍ୱଚ୍ଛ ଭାରତ ଆଦିର ପ୍ରଭାବ ପରିଲକ୍ଷିତ ହେଉଛି ବୋଲି ସେ କହିଥିଲେ । ବିଗତ ତିନି ବର୍ଷ ମଧ୍ୟରେ ଭାରତରେ ବହୁତ ପରିବର୍ତ୍ତନ ହୋଇଛି ବୋଲି ସେ ମତ ଦେଇଥିଲେ । ସେ ମଧ୍ୟ ଏହା କହିଥିଲେ ଯେ ରାଜନୀତି ନୁହେଁ, ବରଂ ଉପଯୁକ୍ତ ସମୟରେ ସଠିକ ଶିକ୍ଷା ରାଷ୍ଟ୍ର ନିର୍ମାଣର ପୁଞ୍ଜି । ସେ କହିଥିଲେ କି ଆମ ସମସ୍ତଙ୍କୁ ଏପରି ଏକ ରାଷ୍ଟ୍ର ନିର୍ମାଣ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ, ଯାହା ଦ୍ୱରା ସମସ୍ତ ଭାରତୀୟ ଗୌରବାନ୍ୱିତ ହେବେ ।

ପ୍ରଧାନମନ୍ତ୍ରୀଙ୍କ  ସମ୍ବୋଧନର ମୂଳପାଠ ନିମ୍ନରେ ପ୍ରଦତ୍ତ ହେଲା...........

“ଶ୍ରଦ୍ଧେୟ ‘ଦାଦା’ ଜେ.ପି. ବାସୱାନୀଙ୍କୁ ତାଙ୍କର 99 ତମ ଜନ୍ମ ଦିବସରେ ମୋର ବହୁତ ବହୁତ ଶୁଭକାମନା ।

ଜନ୍ମଦିନ ହେଉଛି ଦାଦା ବାସୱାନୀଙ୍କର, କିନ୍ତୁ ତାଙ୍କଠାରୁ ଆଶୀର୍ବାଦ ନେବାର ସୌଭାଗ୍ୟ ମୋତେ ମିଳିଛି ।

ଦାଦା ବାସୱାନୀଙ୍କ ବୟସର 100ତମ ବର୍ଷର ଆରମ୍ଭରେ ହେଉଥିବା ଏହି ସମାରୋହରେ, ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ଦାଦା ବାସୱାନୀଙ୍କ ଲକ୍ଷ ଲକ୍ଷ ଭକ୍ତମାନଙ୍କ ପାଇଁ ତାଙ୍କର ନିର୍ମଳ ଏବଂ ନିଶ୍ଚଳ ହସ ହେଉଛି ଚିର ପରିଚିତ ।

ତାଙ୍କର ସରଳତା-ସହଜତାର ଅନୁଭବ ମୋତେ ପ୍ରଥମ ଥର ପାଇଁ 27 ବର୍ଷ ପୂର୍ବେ ହୋଇଥିଲା ।

ମିଳିତ ଜାତିସଂଘରେ ସେହି ସମୟରେ ବିଶ୍ୱ ଧାର୍ମିକ ସମ୍ମେଳନର ଆୟୋଜନ ହେଉଥିଲା ଆଉ ମୋତେ ମଧ୍ୟ ସେଠାକୁ ଯିବାର ସୁଯୋଗ ମିଳିଥିଲା । ସେତେବେଳେ ମୁଁ ଦାଦା ବାସୱାନୀଙ୍କ ସହିତ ରାଷ୍ଟ୍ର ନିର୍ମାଣ, ସାମାଜିକ କର୍ତ୍ତବ୍ୟ ଉପରେ ଘଣ୍ଟା ଘଣ୍ଟା ଆଲୋଚନା କରିଥିଲି ।

2013 ରେ, ପୁଣେରେ ଆମେ ଦୁହେଁ ମିଶି ସାଧୁ ବାସୱାନୀ କଲେଜ ଅଫ୍ ନର୍ସିଂର ଲୋକାର୍ପଣ କରିଥିଲୁ ।

ଗତ ବର୍ଷ ଦାଦା ବାସୱାନୀ ଯେବେ ଦିଲ୍ଲୀ ଆସିଥିଲେ, ତ ପୁଣି ମୋତେ ତାଙ୍କ ସହିତ ସାକ୍ଷାତ କରିବାର ସୌଭାଗ୍ୟ ମିଳିଥିଲା । ସେତେବେଳେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରମୁଖ ବିଷୟ ଉପରେ ଆମେ ବହୁ ସମୟ ଧରି କଥା ହୋଇଥିଲୁ । ଭଲ ହୋଇଥାଆନ୍ତା ଯଦି ଆଜି ମୋତେ ସାମ୍ନା-ସାମ୍ନି ହୋଇ ଆପଣଙ୍କ ସହିତ ଦେଖା ହେବାର ସୁଯୋଗ ମିଳିଥାଆନ୍ତା, କିନ୍ତୁ ଅନେକ ଦାୟିତ୍ୱ କାରଣରୁ ମୁଁ ଆସି ପାରିଲି ନାହିଁ ।

ସାଥୀମାନେ,

ଦାଦା ବାସୱାନୀଙ୍କ ବ୍ୟକ୍ତିତ୍ୱ ଆଧୁନିକ ଭାରତର ସନ୍ଥ ପରମ୍ପରାର ଆଧ୍ୟାତ୍ମିକ ଯାତ୍ରାକୁ ଆଗକୁ ବଢ଼ାଉଛି ।

ଯେବେ ମଧ୍ୟ ମୁଁ ତାଙ୍କୁ ସାକ୍ଷାତ କରୁଛି ତାଙ୍କ ବ୍ୟକ୍ତିତ୍ୱରେ ସନ୍ତୋଷ, ବିନମ୍ରତା ଆଉ ଭଲପାଇବାର ବାସ୍ତବିକ ଶକ୍ତିର ଜୀବନ୍ତ ଅନୁଭବ କରୁଛି ।

ଅନ୍ୟମାନଙ୍କ ଉପରେ ନିଜର ସର୍ବସ୍ୱ ଅଜାଡ଼ି ଦେବାର ପ୍ରବୃତ୍ତି, ଦାଦା ବାସୱାନୀଙ୍କ ଜୀବନର ଆଧାର ହୋଇ ରହି ଆସିଛି ।

ଦାଦା ଜେ. ପି ବାସୱାନୀଙ୍କ ଗୋଟିଏ କଥା ମୋର ମନେ ପଡୁଛି-

ଆପଣ ଯେତେ ଭଲ କରି ପାରିବେ, କରନ୍ତୁ!

ଆପଣ ଯେତେ ଲୋକଙ୍କର ଭଲ କରି ପାରିବେ, କରନ୍ତୁ!

ଆପଣ ଯେତେ ପ୍ରକାର ଭଲ କରି ପାରିବେ, କରନ୍ତୁ!

ଆଉ ଯେତେ ଅଧିକ ଥର ଭଲ କରି ପାରିବେ, କରନ୍ତୁ!!!

ଦାଦା ବାସୱାନୀଙ୍କ ଦିବ୍ୟ ବଚନ ସଂପୂର୍ଣ୍ଣ ମାନବିକତାର ସଶକ୍ତିକରଣର ପଥ ଉନ୍ମୁକ୍ତ କରେ ।

ଆମ ସମାଜରେ କେତେ ହିଁ ଦିନ-ଦୁଃଖୀ, ଗରିବ, ଦଳିତ, ଶୋଷିତ, ବଞ୍ଚିତ ଅଛନ୍ତି । ସେମାନେ ନିଜ ଜୀବନର ସ୍ଥିତି ଓ ଚିତ୍ର ବଦଳାଇବା ପାଇଁ ସଂଘର୍ଷ କରୁଛନ୍ତି, ପରିଶ୍ରମ କରୁଛନ୍ତି ।

ସାଧୁ ବାସୱାନୀ ମିଶନ ଏମାନଙ୍କୁ ଆଗକୁ ବଢ଼ାଇବା ପାଇଁ, ସେମାନଙ୍କର ଜୀବନ ସହଜ ଏବଂ ସରଳ  କରିବା ପାଇଁ ବର୍ଷ ବର୍ଷ ଧରି ଯତ୍ନଶୀଳ । ମୁଁ  ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ମୁଁ ବହୁତ ଖୁସି ଯେ ଆପଣ ସମସ୍ତଙ୍କ ଦ୍ୱାରା ଆଜି ଏହି ଉତ୍ସବର ଶୁଭାରମ୍ଭ କରା ଯାଉଛି । ମୁଁ ଆଜି ବିଶେଷ ଭାବେ ସେହି ବିଷୟରେ କଥା ହେବା ପାଇଁ ଚାହୁଁଛି ଯାହା ଉପରେ ଦୁଇ ଦିନ ପୂର୍ବେ ଆପଣ ଚର୍ଚ୍ଚା କରିଥିଲେ । ଉପଯୁକ୍ତ ବିକଳ୍ପର ପ୍ରସ୍ତୁତି ବିଷୟଟି ଆଜିର ସନ୍ଦର୍ଭରେ ବହୁତ ପ୍ରାସଙ୍ଗିକ ଅଟେ ।

ଜୀବନରେ ଠିକ୍ ଆଉ ଭୁଲ୍ ବିକଳ୍ପ ବିଷୟରେ ଦାଦା ବାସୱାନୀ କେତେ ସୁନ୍ଦର ବିଚାର ରଖିଛନ୍ତି । ମୁଁ ସେଗୁଡ଼ିକୁ ଏଠି ଦୋହରାଇବାକୁ ଚାହୁଁଛି ।

ଦାଦା ବାସୱାନୀ କହିଛନ୍ତି-

ସଠିକ ବିକଳ୍ପ ବାଛିବା ପାଇଁ ଆମକୁ ଆମର ଚେତନାକୁ ଶାନ୍ତ କରି ନେବା ଦରକାର,

ଆମକୁ ଆମର ଭାବନାକୁ ଶାନ୍ତ କରି ନେବା ଦରକାର,

ସବୁଆଡ଼େ ଈଶ୍ୱରଙ୍କ ଉପସ୍ଥିତିକୁ ମାନି ନେଇ ଖୋଲା ହୃଦୟରେ ଚିନ୍ତା କରିଲେ  ଆମେ ସଠିକ୍ ବିକଳ୍ପ ବାଛି ପାରିବା ।

ଜୀବନର ପ୍ରତ୍ୟେକ ଅନୁଭବ ଆମକୁ ଗୋଟିଏ ଶିକ୍ଷା ଦେଇଥାଏ । ଏହା ଆମ ଉପରେ ନିର୍ଭର କରେ କି ଆମେ ଏହି ଶିକ୍ଷାକୁ କିପରି ଗ୍ରହଣ କରୁଛୁ ।

ଆଜିର ଯୁବକଙ୍କୁ ଦାଦା ବାସୱାନୀଙ୍କ ଏହି କଥାରୁ ପ୍ରେରଣା ନେବା ଆବଶ୍ୟକ । ଜୀବନ ପଥରେ ବ୍ୟକ୍ତିଙ୍କୁ ସଦା ସର୍ବଦା ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ।

ଆଜି ସମାଜରେ ବ୍ୟାପି ଯାଇଥିବା ଯାବତୀୟ ଖରାପ ସ୍ଥିତିର ଏହା ମଧ୍ୟ ଏକ ବଡ଼ କାରଣ ଯେ ଠିକ୍ ଆଉ ଭୁଲକୁ ଜାଣି ମଧ୍ୟ, କିଛି ଲୋକ ଭୁଲ ବିକଳ୍ପଟିକୁ ବାଛି ନିଅନ୍ତି ।

ଭ୍ରଷ୍ଟାଚାର ହେଉ, ଜାତିବାଦ ହେଉ, ଅପରାଧ ହେଉ, ନିଶା ଅଭ୍ୟାସ ହେଉ, ଏ ସମସ୍ତଙ୍କ ସହିତ ଲଢ଼େଇ କରି ହେବ ଯଦି ମଣିଷ ନିଜ ଜୀବନରେ ବିକଳ୍ପ ବାଛିବା ପ୍ରବୃତ୍ତିରେ ସୁଧାର କରିବ ।

ସମାଜରେ ସବୁ ବ୍ୟକ୍ତିଙ୍କର ସଠିକ ବିକଳ୍ପ ବାଛିବା ଆଉ ତାକୁ ନେଇ ଆଗକୁ ବଢ଼ିବା, ଏହା ମଧ୍ୟ ହେଉଛି ସଶକ୍ତ ସମାଜର ଆଧାର ।

ସାଥୀଗଣ,

ଏହା ବହୁତ ସୁନ୍ଦର ସଂଯୋଗ ଅଟେ ଯେ ଏହି ବର୍ଷ ହିଁ ଚମ୍ପାରଣ ସତ୍ୟାଗ୍ରହର ଶହେ ବର୍ଷ ପୂରଣ ହୋଇଛି । ଚମ୍ପାରଣ ସତ୍ୟାଗ୍ରହ ମାଧ୍ୟମରେ ମହାତ୍ମାଗାନ୍ଧୀ ନା କେବଳ ଦେଶକୁ ସତ୍ୟାଗ୍ରହର ଶକ୍ତି ସହିତ ପରିଚିତ କରାଇଲେ ବରଂ ସାମାଜିକ କୁପ୍ରଥା ସହିତ ଲଢ଼ିବା ପାଇଁ ନିଆ ଯାଇଥିବା ଜନ ଭାଗିଦାରୀକୁ ମଧ୍ୟ ଏକ ମଜବୁତ ମନ୍ତ୍ର ଭାବରେ ସ୍ଥାପିତ କଲେ । ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ ବର୍ଷକୁ ସରକାର ସ୍ୱଚ୍ଛାଗ୍ରହ ଭାବେ ପାଳନ କରୁଛନ୍ତି ।

ଦାଦା ବାସୱାନୀଙ୍କ ଆଶୀର୍ବାଦ ସ୍ୱଚ୍ଛାଗ୍ରହକୁ ଆଉ ଅଧିକ ଶକ୍ତି ଦେବ । ଏହା ମହାତ୍ମାଗାନ୍ଧୀଙ୍କ ଅସପୂର୍ଣ୍ଣ ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ ।

ସ୍ୱଚ୍ଛ ଭାରତ ଅଭିଯାନ ଦେଶରେ ଗୋଟିଏ ଜନ ଆନ୍ଦୋଳନ ଭଳି ଜାରି ରହିଛି । 2 ଅକ୍ଟୋବର, 2014ରେ ଯେତେବେଳେ ଏହି ଅଭିଯାନ ଆରମ୍ଭ କରା ଯାଇଥିଲା ତ ଦେଶରେ ଗ୍ରାମୀଣ ସ୍ୱଚ୍ଛତାର ପରିସର କେବଳ 39 ପ୍ରତିଶତ ଥିଲା । ଆଜି ଏହା ବୃଦ୍ଧିପାଇ 66 ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି । ଗୋଟିଏ ବହୁତ ସ୍ୱସ୍ଥ ପରମ୍ପରା ମଧ୍ୟ ଆରମ୍ଭ ହୋଇଛି । ଗାଁ’ରେ, ଜିଲ୍ଲାରେ ଏବଂ ରାଜ୍ୟମାନଙ୍କରେ ଖୋଲା-ଶୌଚରୁ ମୁକ୍ତ କରିବାକୁ ଘୋଷଣା କରିବାର ଏକପ୍ରକାର ପ୍ରତିଯୋଗିତା ଚାଲୁ ରହିଛି । ଏ ପର୍ଯ୍ୟନ୍ତ ଦେଶର 2 ଲକ୍ଷ 17 ହଜାର ଗାଁ ନିଜକୁ ଖୋଲା-ଶୌଚରୁ ମୁକ୍ତ କରିବାକୁ ଘୋଷଣା କରି ସାରିଲେଣି ।

ଦେଶର ପାଂଚଟି ରାଜ୍ୟ - ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ସିକ୍କିମ ଆଉ କେରଳ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି ।

ଆପଣ ସମସ୍ତେ ଶିକ୍ଷା କ୍ଷେତ୍ରରେ, ମହିଳା କଲ୍ୟାଣ କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏତେ କିଛି କରୁଛନ୍ତି । ସ୍ୱଚ୍ଛାଗ୍ରହରେ ଆପଣଙ୍କ ଅଧିକ ଯୋଗଦାନ ଲୋକଙ୍କୁ ଶିକ୍ଷିତ ମଧ୍ୟ କରିବ ଏବଂ ତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ସୁଧାରିବ ।

ମୁଁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ପ୍ରତ୍ୟେକ ସମାଜସେବୀ ସଙ୍ଗଠନକୁ ଏକ ଅନୁରୋଧ କରିବାକୁ ଚାହୁଁଛି ।

ସାଥୀଗଣ,

ଇଟା ପଥର ଯୋଡ଼ି ଶୌଚାଳୟ ତ ତିଆରି କରା ଯାଇପାରେ, କର୍ମଚାରୀଙ୍କୁ ଯୋଗାଡ଼ କରି ସଡ଼କଗୁଡିକୁ ସଫା ତ କରା ଯାଇପାରେ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ସଫା କରା ଯାଇପାରେ, କିନ୍ତୁ ସେଗୁଡ଼ିକୁ କ୍ରମାଗତ ସଫା ରଖିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ପ୍ରୟାସ କରିବାକୁ ହେବ ।

ସ୍ୱଚ୍ଛତା ଏକ ବ୍ୟବସ୍ଥା ନୁହେଁ, ସ୍ୱଚ୍ଛତା ହେଉଛି ଗୋଟିଏ ବୃତ୍ତି । ଏହା ଆମ ସମସ୍ତଙ୍କର ସ୍ୱଭାବ ହେଉ, ଏହା ହିଁ ଜରୁରୀ ଅଟେ ।

ସ୍ୱଚ୍ଛାତାକୁ ଗୋଟିଏ ପ୍ରବୃତ୍ତି ମାନି ନେଇ, ଏକ ବଡ଼ ଲକ୍ଷ୍ୟର ସହିତ ନିତି-ପ୍ରତିଦିନ ଅଭ୍ୟାସ କରିବା, ତ ଏହି ପ୍ରବୃତ୍ତି ମନକୁ ମନ ସମାଜର ପ୍ରବୃତ୍ତି ହୋଇଯିବ ।

ଏହିଭଳି ପରିବେଶ ସଂରକ୍ଷଣ ପ୍ରତି ମଧ୍ୟ ଲୋକଙ୍କୁ ଲଗାତାର ଜାଗ୍ରତ କରାଯିବାର ଆବଶ୍ୟକତା ରହିଛି ।

ଆଜି ଜଳବାୟୁ ପରିବର୍ତ୍ତନ ସମଗ୍ର ଦୁନିଆ ସାମ୍ନାରେ ବହୁତ ବଡ଼ ଆହ୍ୱାନ ହୋଇ ଯାଇଛି ।

ଅଧିକରୁ ଅଧିକ ଗଛ ଲଗାଇବାର କାର୍ଯ୍ୟକ୍ରମ, ଆବର୍ଜନାରୁ ଶକ୍ତି ସହିତ ଯୋଡ଼ି ହେବାର କାର୍ଯ୍ୟକ୍ରମ, ସୌର ଶକ୍ତି ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ପାଇଁ କାର୍ଯ୍ୟକ୍ରମ, ଜଳ ସଂରକ୍ଷଣ ପ୍ରତି ଲୋକଙ୍କୁ ପ୍ରେରଣା ଦେଉଥିବା କାର୍ଯ୍ୟକ୍ରମ, ଆମର ପ୍ରକୃତି ଆଉ ପରିବେଶକୁ ସଶକ୍ତ କରିବ ।

ସାଥୀଗଣ,

ଦାଦା ବାସୱାନୀ ଏବଂ ତାଙ୍କର ସଂସ୍ଥାର ମୋ ଉପରେ ଏତେ ସ୍ନେହ ଅଛି କି ମୁଁ ମଧ୍ୟ ଏକ ଅଧିକାର ଭାବେ ଆପଣଙ୍କ ସଂସ୍ଥାକୁ ଗୋଟିଏ ଅନୁରୋଧ କରିବାକୁ ଚାହୁଁଛି ।

ଆମ ଦେଶ 2022 ରେ ସ୍ୱଧୀନତାର 75ବର୍ଷର ପର୍ବ ପାଳନ କରିବ । ଦାଦା ବାସୱାନୀ ତ ସ୍ୱୟଂ ନିଜେ ସ୍ୱଧୀନତା ଆନ୍ଦୋଳନର ପ୍ରତ୍ୟକ୍ଷ ସାକ୍ଷୀ ରହିଛନ୍ତି ।

ଦେଶର ସ୍ୱଧୀନତା ପାଇଁ ନିଜ ଜୀବନକୁ ଲଗାଇ ଦେଇଥିବା ଆମର ବୀର ସୁପୁତ୍ରଙ୍କର ସ୍ୱପ୍ନ ଏବେ ମଧ୍ୟ ଅସଂପୂର୍ଣ୍ଣ ରହିଛି ।

2022 ପର୍ଯ୍ୟନ୍ତ ଏହି ଅସଂପୂର୍ଣ୍ଣ ସ୍ୱପ୍ନକୁ ପୂରଣ କରିବା ପାଇଁ ଆଜି ଦେଶ 2017 ରେ ସଂକଳ୍ପ ନେଉଅଛି ।

ଏହି ସଂକଳ୍ପ ହେଉଛି ନିଉ ଇଣ୍ଡିଆର

ଦାଦା ବାସୱାନୀଙ୍କ ଆଶୀର୍ବାଦ, ସାଧୁ ବାସୱାନୀ ମିଶନର ଇଚ୍ଛା ଶକ୍ତି ଏହି ସଂକଳ୍ପର ସିଦ୍ଧିରେ ସହାୟକ ହେବ । ସେଥିପାଇଁ ମୋର ଅନୁରୋଧ ଯେ ଆପଣଙ୍କ ସଂସ୍ଥା ମଧ୍ୟ 2022 ପାଇଁ ନିଜର ଲକ୍ଷ୍ୟ ସ୍ଥିର କରୁ । ଲକ୍ଷ୍ୟ ମଧ୍ୟ ଏହିଭଳି ଯେଉଁଗୁଡ଼ିକୁ ସଂଖ୍ୟାରେ ମପା ଯାଇ ପାରିବ ନାହିଁ ।

ଯେଭଳି ସ୍ୱଚ୍ଛତାରେ ଆଗ୍ରହର ସହିତ ଆପଣ ପ୍ରତିବର୍ଷ 10 ହଜାର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ କିମ୍ବା 20 ହଜାର ସହିତ, ସୌର ଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ 5 ହଜାର ଲୋକଙ୍କ ପାଖକୁ ଯିବେ କିମ୍ବା 10 ହଜାର ଲୋକଙ୍କ ପାଖକୁ, ଏହି ସଂକଳ୍ପ ଆପଣଙ୍କ ସଂସ୍ଥାକୁ ହିଁ ନେବାକୁ ହେବ ।

ଯେତେବେଳେ ଦେଶର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ସଂସ୍ଥା ନିଜ-ନିଜ ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରିବେ ଆଉ ତାହାକୁ ହାସଲ କରିବା ପାଇଁ ପରିଶ୍ରମ କରିବେ, ତ ଲକ୍ଷ୍ୟ ମଧ୍ୟ ହାସଲ ହେବ ଏବଂ ନିଉ ଇଣ୍ଡିଆର ସ୍ୱପ୍ନ ମଧ୍ୟ ସାକାର ହେବ ।

ଦାଦା ବାସୱାନୀଙ୍କ ଜୀବନକୁ ଦେଖି, ଆମେ ସମସ୍ତେ ତାଙ୍କୁ ଯେଉଁ ଭଲ ପାଉ, ଆଉ ଯେଉଁମାନଙ୍କୁ ସେ ଭଲ ପାଆନ୍ତି, ଏହି ଶତାବ୍ଦୀ ଆମେ କିଭଳି ତିଆରି କରିବା, ଏହା ଆମକୁ ସ୍ଥିର କରିବାକୁ ପଡ଼ିବ ।

ମୋର ପରାମର୍ଶ ହେଉଛି କି ଏହି ଶତାବ୍ଦୀ ବର୍ଷ ଗୋଟିଏ ପ୍ରସଙ୍ଗ ଉପରେ କେନ୍ଦ୍ରୀତ ହେଉ, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ କିଛି କରୁ, ସମାଜ ପାଇଁ ବଞ୍ଚୁ, ଆଉ ମୋର ବିଶ୍ୱାସ ଅଛି କି ଦାଦା ବାସୱାନୀଙ୍କ ତପସ୍ୟାର ପୂର୍ଣ୍ଣ ରୂପ ହେବ ।

ଦାଦା ବାସୱାନୀଙ୍କ ଶିକ୍ଷାରୁ ଆମକୁ ନିରନ୍ତର ଏହି ଲକ୍ଷ୍ୟର ପ୍ରାପ୍ତି ପାଇଁ ପ୍ରେରଣା ମିଳିବ ।

ତାଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ଏହିଭଳି ଭାବେ ରହିଥାଉ, ଏହି କାମନା ସହିତ ମୁଁ ନିଜର କଥା ସମାପ୍ତ କରୁଛି ।

ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଧନ୍ୟବାଦ!!!”   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"