The whole world looks upon India as a shining star: PM Modi
Whether it is the economy or defence, India’s capabilities have expanded: PM
India is a supporter of peace, but the country will not hesitate to take any steps required for national security: PM Modi
Corruption cannot be a part of New India. Those indulging in corruption will not be spared: Prime Minister

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ନୂଆଦିଲ୍ଲୀଠାରେ ଏନସିସି ରାଲିକୁ ସମ୍ବୋଧନ କରିଥିଲେ  ।

ସେ କହିଥିଲେ ଯେ ଏନସିସି କ୍ୟାଡେଟମାନଙ୍କ ଗହଣରେ ଥିଲାବେଳେ ତାଙ୍କ ଅତୀତର ସ୍ମୃତି ପୁଣିଥରେ ସ୍ମରଣ ହୋଇଯାଉଛି  ।

ବିଗତ ଏକ ବର୍ଷ ମଧ୍ୟରେ ଏନସିସି କ୍ୟାଡେଟମାନେ ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ନେଣଦେଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ କେରଳ ବନ୍ୟା ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଏନସିସି କ୍ୟାଡେଟମାନଙ୍କ ଅଭୂତପୂର୍ବ ଯୋଗଦାନ ପ୍ରଶଂସନୀୟ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତକୁ ଏକ ଉଜ୍ଜ୍ୱଳତମ ତାରକା ଭାବେ ଦେଖୁଛି । ସେ କହିଥିଲେ ଯେ ଏହାମଧ୍ୟ ସମସ୍ତେ କହିବାକୁ ଆରମ୍ଭ କଲେଣି ଯେ ଭାରତ ପାଖରେ କେବଳ ସାମର୍ଥ୍ୟ ନାହିଁ ବରଂ ସେ ସାମର୍ଥ୍ୟକୁ ପ୍ରତିପୂରଣ ମଧ୍ୟ କରୁଛି ।

ସେ କହିଥିଲେ ଯେ ଅର୍ଥବ୍ୟବସ୍ଥା ହେଉ ଅବା ପ୍ରତିରକ୍ଷା କ୍ଷେତ୍ର ହେଉ ଭାରତର କ୍ଷମତା ବିସ୍ତୃତ ହୋଇଛି  । ସେ କହିଥିଲେ ଯେ ଭାରତ ଶାନ୍ତିର ସମର୍ଥକ କିନ୍ତୁ ଭାରତ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କୌଣସି ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେବନାହିଁ । ସେ କହିଥିଲେ ଯେ ବିଗତ ସାଢେ ଚାରି ବର୍ଷ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଭାରତ ଏପରି କିଛି ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ ତ୍ରିମୁଖୀ ପରମାଣୁ କ୍ଷମତାର ବିକାଶ କରିଛନ୍ତି । ସେ କହିଥିଲେ ଯେ ଯୁବଗୋଷ୍ଠି ନିଜ ସ୍ୱପ୍ନକୁ ସେତେବେଳେ ସାକାର କରିପାରିବେ ଯେତେବେଳେ ଦେଶ ସୁରକ୍ଷିତ ରହିବ  ।

ସେ କ୍ୟାଡେଟମାନଙ୍କର କଠିନ ପରିଶ୍ରମର ଭୂରି ଭୂରି ପ୍ରଶଂସା କରିଥିଲେ  । ଅନେକ କ୍ୟାଡେଟ ଗ୍ରାମାଂଚଳ ଏବଂ ଛୋଟ ସହରମାନଙ୍କରୁ ଆସିଥାନ୍ତି  । ଏନସିସିର ଅନେକ କ୍ୟାଡେଟ ଦେଶକୁ ଗୌରବାନ୍ୱିତ କରିଛନ୍ତି  । ଏହି ସଂଦର୍ଭରେ ସେ ପ୍ରସିଦ୍ଧ ଆଥଲେଟ ହିମା ଦାସଙ୍କ କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର ଦେଶରେ ଭିଆଇପି ସଂସ୍କୃତି ବଦଳରେ ଇପିଆଇ, ପ୍ରତ୍ୟେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ (Every person is important) ସଂସ୍କୃତି ଆଣିବାର ପ୍ରଚେଷ୍ଟା କରୁଛନ୍ତି । ସେ କ୍ୟାଡେଟମାନଙ୍କୁ ସମସ୍ତ ପ୍ରକାର ନକାରାତ୍ମକୁ ଦୂରେଇଦେବା ସହ ଦେଶର ସୁ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ମହିଳାମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଏବଂ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଭାଗୀଦାରୀତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି । ମହିଳାମାନେ ପ୍ରଥମଥର ପାଇଁ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନରେ ପାଇଲଟ ହୋଇଛନ୍ତି  ।

 

ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ ଯେ ଭ୍ରଷ୍ଟାଚାର ନୂତନ ଭାରତର ଅଂଶ ହୋଇପାରିବ ନାହିଁ  । ସେ କହିଥିଲେ ଯେ ଭ୍ରଷ୍ଟାଚାରରେ ସାମିଲ ଲୋକମାନଙ୍କୁ କ୍ଷମା ଦିଆଯିବନାହିଁ  ।

 

 

ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଏବଂ ଡିଜିଟାଲ କାର୍ଯ୍ୟକ୍ରମଗୁଡିକରେ ଯୁବଗୋଷ୍ଠିଙ୍କର ସକ୍ରୀୟ ଅଂଶୀଦାରୀତାର ପ୍ରଶଂସା କରିଥିଲେ । ସେ କ୍ୟାଡେଟମାନଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ସଚେତନ କରାଇବା ପାଇଁ ଅନୁରୋଧ କରିଥିଲେ । ସେ କ୍ୟାଡେଟମାନଙ୍କୁ କହିଥିଲେ ଯେ ସେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ସେମାନେ ଯୁବଗୋଷ୍ଠିଙ୍କୁ ପ୍ରେରିତ କରନ୍ତୁ  ।

 

 

 

ସେ କହିଥିଲେ ଯେ କିଛି ଦିନ ପୂର୍ବେ ଦିଲ୍ଲୀ ସହରେ ବିକଶିତ ଅନେକ ଐତିହାସିକ ସ୍ଥଳଗୁଡିକୁ କ୍ୟାଡେଟମାନେ ଦେଖିପାରିବେ । ଏହି ସ୍ଥାନଗୁଡିକ ଭାରତର ମହାନ ସଂସ୍କୃତି ଏବଂ ମହାନ ନେତାମାନଙ୍କ ସହ ସଂଶ୍ଲିଷ୍ଟ । ଏହି ସଂଦର୍ଭରେ ସେ ଲାଲ କିଲାରେ କ୍ରାନ୍ତି ମନ୍ଦିର ଏବଂ ଅଲିପୁର ରୋଡରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ସ୍ଥାନଗୁଡିକ ଦେଖିବା ପରେ ଲୋକମାନଙ୍କ ମନରେ କାର୍ଯ୍ୟ କରିବାର ନୂତନ ଶକ୍ତି ଜାଗ୍ରତ ହେବ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”