Indian thought is vibrant and diverse: PM Modi
For centuries we have welcomed the world to our land: PM Modi
In a world seeking to break free from mindless hate, violence, conflict and terrorism, the Indian way of life offers rays of hope: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଆଇଏମ କୋଝିକୋଡରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ବିଶାଳ ପୂର୍ଣାବୟବ ପ୍ରତିମୂର୍ତ୍ତିକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନାବରଣ କରିଛନ୍ତି ।

ଏଥିସହିତ ସେ ଆଇଆଇଏମ କୋଝିକୋଡ ଦ୍ୱାରା ଆୟୋଜିତ “ଭାରତୀୟ ବିଚାରର ବୈଶ୍ଵିକରଣ” ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେଇଥିଲେ ।

ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ମୂଲ୍ୟବୋଧ ଉଜ୍ଜ୍ଵଳ ଓ ବିବିଧ । ଏହା ନିରନ୍ତର ଓ ବିକଶିତ ହୋଇ ଚାଲିଛି । ଏହା ଏତେ ବ୍ୟାପକ ଯେ, ଏହାକୁ ବ୍ୟାଖ୍ୟାନ କିମ୍ବା ସେମିନାର ଅଥବା ବହିରେ ସୀମିତ କରିବା ସହଜ ନୁହେଁ । ତେବେ ଭାରତୀୟ ମୂଲ୍ୟବୋଧର କେନ୍ଦ୍ରରେ କିଛି ନିର୍ଦ୍ଦିଷ୍ଟ ଆଦର୍ଶ ରହିଛି । ସେଗୁଡ଼ିକ ହେଲା- କରୁଣା, ସଦଭାବ, ନ୍ୟାୟ, ସେବା ଓ ନିଷ୍କପଟତା ।

ଶାନ୍ତିସଦଭାବ ଓ ଭାଇଚାରା

ସାରା ବିଶ୍ୱ ଭାରତ ପ୍ରତି ଆକର୍ଷିତ ହେବାର କାରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ସର୍ବପ୍ରଥମେ ଯାହା ମନକୁ ଆସେ ତାହା ହେଲା ଶାନ୍ତି, ଏକତା ଓ ଭାଇଚାରା । ସେ କହିଥିଲେ ସଦଭାବ ଓ ଶାନ୍ତି ଯୋଗୁଁ ଅନେକ ସଭ୍ୟତା ବିଫଳ ହୋଇଥିବା ସତ୍ତ୍ୱେ ଆମ ସଭ୍ୟତା ସମୃଦ୍ଧ ହେଉଛି ଓ ଅସ୍ତିତ୍ୱ ବଜାୟ ରଖିଛି ।

ଅନେକ ରାଜ୍ୟ, ଅନେକ ଭାଷା, ଅନେକ ଲିପି, ଅନେକ ବିଶ୍ୱାସ, ଅନେକ ପ୍ରଥା ଓ ପରମ୍ପରା, ଅନେକ ଖାଦ୍ୟାଭ୍ୟାସ, ଅନେକ ଜୀବନଶୈଳୀ, ଅନେକ ବେଶପୋଷାକ ସତ୍ତ୍ୱେ ଶତାବ୍ଦୀ ଶତାବ୍ଦୀ ଧରି ଆମେ ଶାନ୍ତିରେ ରହିଛୁ । ଶହ ଶହ ବର୍ଷ ଧରି ଆମେ ବିଶ୍ୱକୁ ସ୍ୱାଗତ କରୁଛୁ । ଅନେକ ସଭ୍ୟତା ନଷ୍ଟ ହୋଇ ଯାଇଥିବା ବେଳେ ଆମ ସଭ୍ୟତା ସମୃଦ୍ଧ ହୋଇଛି । କାହିଁକି ? କାରଣ ଏଠାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରହିଛି ।

ଆମର ବଳ ହେଉଛି ଆମ ଚିନ୍ତାଧାରା । ଆମ ଚିନ୍ତାଧାରା ଜୀବନ୍ତ ପରମ୍ପରାରେ ପରିଣତ ହୋଇଛି । ଯାହା ସରଳ ଓ ପରସ୍ପର ସହ ଯୋଡି ହୋଇଥିବା ପ୍ରଥା ମାଧ୍ୟମରେ ପରିଚାଳିତ ହେଉଛି ।

ଏହି ପ୍ରଥାଗୁଡିକ କ୍ଳିଷ୍ଟ ନୁହେଁ କିମ୍ବା ଏକପାଖିଆ ନୁହେଁ । ସେଗୁଡ଼ିକର ସୁନ୍ଦରତା ଏହି ତଥ୍ୟରେ ନିହିତ ଯେ, ଏହାକୁ ଅଲଗା ଭାବରେ ଅଭ୍ୟାସ କରିହେବ ବୋଲି ସେ କହିଥିଲେ ।

ସେ କହିଥିଲେ ଭାରତ ଏପରି ଏକ ଦେଶ ଯାହା ହିନ୍ଦୁ, ବୌଦ୍ଧ, ଜୈନ, ଶିଖ ଧର୍ମ ଭଳି ଜୀବନ୍ତ ଧର୍ମବିଶ୍ୱାସ ଦେଇଛି ।

ଏହି ଭୂମିରେ ସୁଫିବାଦ ବିକଶିତ ହୋଇଛି ବୋଲି ସେ କହିଥିଲେ ।

ଏସବୁ ମୂଳରେ ଅହିଂସା ରହିଛି ବୋଲି ସେ କହିବା ସହ ମହାତ୍ମା ଗାନ୍ଧୀ ଏସବୁ ମୂଲ୍ୟବୋଧକୁ ନେଇ ଭାରତ ପାଇଁ ସ୍ଵାଧୀନତା ଆଣି ଦେଇଥିଲେ ।

ସଂଘର୍ଷ ଏଡ଼ାଇବା ପାଇଁ ଭାରତ କେବେହେଲେ ଶକ୍ତି ପ୍ରୟୋଗ କରେ ନାହିଁ ବରଂ ବାର୍ତ୍ତାଳାପର ଶକ୍ତି ବିନିଯୋଗ କରିଥାଏ ବୋଲି ସେ କହିଥିଲେ ।

ପରିବେଶ ପ୍ରତି ଭଲ ପାଇବା

“ଭାରତ ଶାନ୍ତି ଓ ସୌହାର୍ଦ୍ଦ୍ୟରେ ବିଶ୍ୱାସ କରେ ବୋଲି ମୁଁ ଯେତେବେଳେ କହୁଛି, ସେଥିରେ ପ୍ରକୃତି ମାତା ଓ ଆମ ପରିବେଶ ପ୍ରତି ସୌହାର୍ଦ୍ଦ୍ୟ ସାମିଲ ରହିଛି । ନିକଟରେ ନିଆଯାଇଥିବା କିଛି ପଦକ୍ଷେପରେ ଏହି ଭାବନାର ପ୍ରତିଫଳିତ ହୁଏ ।

ସ୍ୱଚ୍ଛ ଭବିଷ୍ୟତ ପାଇଁ ସୌର ଶକ୍ତିର ଉପଯୋଗ କରିବା ପାଇଁ ଅନ୍ତର୍ଜାତୀୟ ସୌର ମେଣ୍ଟରେ ଭାରତ ବିଶ୍ୱକୁ ଆଗେଇ ନେଉଛି” ବୋଲି ସେ କହିଥିଲେ ।

ବିଗତ ପାଞ୍ଚ ବର୍ଷରେ 36କୋଟି ଏଲଇଡି ବଲବ ବିତରଣ ହୋଇଛି ଓ ଏକ କୋଟିରୁ ଅଧିକ ଷ୍ଟ୍ରିଟ ଲାଇଟକୁ ଏଲଇଡିରେ ପରିବର୍ତ୍ତିତ କରାଯାଇଛି । ଯାହାଦ୍ୱାରା 25 ହଜାର କୋଟି ଟଙ୍କା ସଞ୍ଚୟ ହେବା ସହ ଅଙ୍ଗାରକ ନିଗମନ 4 କୋଟି ଟନ କମିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ବାଘ ଓ ସିଂହଙ୍କ ସଂରକ୍ଷଣ

2006 ଠାରୁ ଭାରତରେ ବ୍ୟାଘ ସଂଖ୍ୟା ଦ୍ଵିଗୁଣିତ ହୋଇଛି । ଏବେ ଭାରତରେ ପ୍ରାୟ 2970 ବାଘ ଅଛନ୍ତି । ପୃଥିବୀରେ ଥିବା ସମୁଦାୟ ବାଘଙ୍କ ମଧ୍ୟରୁ ତିନି ଭାଗ ଭାରତରେ ଅଛନ୍ତି । ଆମେ ବାଘଙ୍କୁ ସୁରକ୍ଷିତ ବାସସ୍ଥଳୀ ଦେଇ ପାରିଛୁ । 2010 ରେ ବାଘ ସଂଖ୍ୟା 2022 ସୁଦ୍ଧା ଦ୍ୱିଗୁଣ କରିବାକୁ ସାରା ବିଶ୍ୱ ଏକାଠି ହୋଇଥିଲା । ଆମେ ଏହି ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କରିଛୁ ବୋଲି ସେ କହିଛନ୍ତି । ସେହିପରି ସିଂହ ସଂଖ୍ୟା 2010ରୁ 2015 ମଧ୍ୟରେ 30 ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ଅଧିକ ବନାଞ୍ଚଳ ସୃଷ୍ଟି

ଦେଶର ବନାଞ୍ଚଳ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । 2014ରେ 692ଟି ସଂରକ୍ଷିତ କ୍ଷେତ୍ର ଥିଲା । 2019ରେ ଏହା 860ରୁ ଅଧିକ ହୋଇଛି । 2014ରେ 43ଟି ଗୋଷ୍ଠୀ ସଂରକ୍ଷିତ ଜଙ୍ଗଲ ଥିଲା । ଏବେ ଏହି ସଂଖ୍ୟା 100ରୁ ଅଧିକ । ଏସବୁ କାରଣରୁ ବହୁ ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀ ଭାରତକୁ ଆକର୍ଷିତ ହେଉଛନ୍ତି ।

ମହିଳା କଲ୍ୟାଣ

ପ୍ରଧାନମନ୍ତ୍ରୀ କହିଥିଲେ ମହିଳାମାନଙ୍କୁ ସମ୍ମାନ, ପ୍ରାଧାନ୍ୟ ଓ ମର୍ଯ୍ୟାଦା ପ୍ରଦାନ ଆମ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ । ମହିଳାମାନେ ଦିବ୍ୟତାର ଅଭିବ୍ୟକ୍ତି ।

ଭକ୍ତି ସନ୍ଥ ରାଜା ରାମ ମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ମହାତ୍ମା ଗାନ୍ଧୀ ଓ ସାବିତ୍ରୀ ବାଇ ଫୁଲେ ଏହି ଉଦ୍ଦେଶ୍ୟରେ କରିଥିବା ଉଲ୍ଲେଖନୀୟ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।

ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ପ୍ରଥମରୁ ମତଦାନ ଅଧିକାର ଦେଇଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏଥିପାଇଁ ପ୍ରାୟ ଶହେ ବର୍ଷ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏବେ 70 ପ୍ରତିଶତରୁ ଅଧିକ ମୁଦ୍ରା ଋଣ ହିତାଧିକାରୀ ହେଉଛନ୍ତି ମହିଳା ।

ଆମ ଦେଶର ସଶସ୍ତ୍ର ସେନାରେ ମହିଳାମାନଙ୍କ ସକ୍ରିୟ ଅବଦାନ ରହିଛି । ମହିଳା ନୌସେନା ଅଧିକାରୀଙ୍କ ଏକ ଦଳ ସମୁଦ୍ରରେ ସାରା ବିଶ୍ୱ ଭ୍ରମଣ କରିଥିଲା । ଏହା ଐତିହାସିକ ଥିଲା । ଭାରତରେ ଏବେ ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ଅଛନ୍ତି । 2019 ଲୋକସଭା ନିର୍ବାଚନରେ ସର୍ବାଧିକ ମହିଳା ଭୋଟ ଦେଇଥିଲେ ।

ନିଷ୍କପଟତା

ଭାରତ ନିଷ୍କପଟତାର ଉତ୍ସବ ପାଳେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେଉଁଠି ନିଷ୍କପଟତା ରହିଛି, ବିବିଧ ମତପ୍ରତି ସମ୍ମାନ ଅଛି ସେଠାରେ ନବୋନ୍ମେଷ ସ୍ୱାଭାବିକ । ଭାରତୀୟଙ୍କ ନବୋନ୍ମେଷ ବିଶ୍ୱକୁ ଆକର୍ଷିତ କରୁଛି । ଭାରତୀୟ ଚିନ୍ତାଧାରା ବିଶ୍ୱକୁ ଅନେକ କିଛି ଦେଇଛି ଓ ଅନେକ କିଛି ଦେବାର ଦକ୍ଷତା ରଖୁଛି । ଆମ ଗ୍ରହ ସମ୍ମୁଖୀନ ହେଉଥିବା ଅନେକ ପ୍ରମୁଖ ସମସ୍ୟାର ସମାଧାନ କରିବାର ଦକ୍ଷତା ଏହାର ରହିଛି ବୋଲି ସେ କହିଛନ୍ତି ।  

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥