India is working to become a $5 trillion economy: PM Modi in Houston #HowdyModi
Be it the 9/11 or 26/11 attacks, the brainchild is is always found at the same place: PM #HowdyModi
With abrogation of Article 370, Jammu, Kashmir and Ladakh have got equal rights as rest of India: PM Modi #HowdyModi
Data is the new gold: PM Modi #HowdyModi
Answer to Howdy Modi is 'Everything is fine in India': PM #HowdyModi
We are challenging ourselves; we are changing ourselves: PM Modi in Houston #HowdyModi
We are aiming high; we are achieving higher: PM Modi #HowdyModi

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ସାସର ହ୍ୟୁଷ୍ଟନଠାରେ ଥିବା ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ 50 ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ ।

ଏହି ବିଶାଳ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, ହ୍ୟୁଷ୍ଟନରେ ଏକ ନୂତନ ଇତିହାସ ଏବଂ ଏକ ନୂତନ ସମନ୍ୱୟର ନିର୍ମାଣ ହେଉଛି । ପ୍ରଧାନମନ୍ତ୍ରୀ କହିଲେ, “ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଗତି ସମ୍ବନ୍ଧରେ କହୁଥିବା ସିନେଟରମାନଙ୍କ ଉପସ୍ଥିତି 1.3 ବିଲିଅନ ଭାରତୀୟଙ୍କ ସଫଳତାର ଉପଲବ୍ଧି ସହ ସମାନ ।” ଷ୍ଟାଡିୟମରେ ଉପସ୍ଥିତ ଜନ ସମୂହଙ୍କ ଉର୍ଜା ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଘନିଷ୍ଠ ବନ୍ଧୁତ୍ଵକୁ ଦର୍ଶାଉଛି ।

 

ପ୍ରଧାନମନ୍ତ୍ରୀ କହିଲେ, “ଏହି କାର୍ଯ୍ୟକ୍ରମର ନାମ ‘ହାଓଡି ମୋଦୀ’, ମାତ୍ର ମୋଦୀ ଏକୁଟିଆ କିଛି ନୁହଁ । ମୁଁ ହେଉଛି ଭାରତର 130 କୋଟି ଲୋକଙ୍କ ଇଚ୍ଛା ପାଇଁ କାମ କରୁଥିବା ବ୍ୟକ୍ତି । ଏଥିପାଇଁ ଯେତେବେଳେ ଆପଣମାନେ ପଚାରନ୍ତି-ହାଓଡି ମୋଦୀ, ମୁଁ କହିବି କି ଭାରତରେ ସବୁ ଠିକ ଅଛି । ଅନେକ ଭାରତୀୟ ଭାଷାରେ “ସବୁ କିଛି ଠିକ ଅଛି” କହି ପ୍ରଧାନମନ୍ତ୍ରୀ କହିଲେ ଯେ ବିବିଧତା ମଧ୍ୟରେ ଏକତା ଆମ ଜୀବନ୍ତ ଲୋକତନ୍ତ୍ରର ଶକ୍ତି । ପ୍ରଧାନମନ୍ତ୍ରୀ କହିଲେ, “ଆଜି ଭାରତ ଦୃଢ଼ ସଂକଳ୍ପିତ ଏବଂ ଏକ ନୂତନ ଭାରତ ନିର୍ମାଣ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରୁଛି ।” ସେ କହିଲେ ଯେ ଏକ ନୂତନ ଏବଂ ଉନ୍ନତ ଭାରତର ନିର୍ମାଣ ପାଇଁ କଠିନ ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ, “ଆଜି ଭାରତ ଦୃଢ଼ ସଂକଳ୍ପିତ ଏବଂ ଏକ ନୂତନ ଭାରତ ନିର୍ମାଣ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରୁଛି ।” ସେ କହିଲେ ଯେ ଏକ ନୂତନ ଏବଂ ଉନ୍ନତ ଭାରତର ନିର୍ମାଣ ପାଇଁ କଠିନ ପ୍ରୟାସ କରାଯାଉଛି । ପ୍ରଧାନମନ୍ତ୍ରୀ କହିଲେ, “ଭାରତ କେବଳ ଆହ୍ୱାନର ସାମନା କରୁନାହିଁ, ବରଂ ଆମେ ଏହାକୁ ଆଗକୁ ନେଇଯାଉଛୁ । ଭାରତ କେବଳ ଆଗକୁ ବଢ଼ିବାର ପରିବର୍ତ୍ତନ ପାଇଁ କାମ କରୁନାହିଁ, ଆମେ ଏହାର ସ୍ଥାୟୀ ସମାଧାନ ଏବଂ ଅସମ୍ଭବକୁ ସମ୍ଭବ କରିବା ଉପରେ କାମ କରୁଛୁ ।”

ଗତ ପାଞ୍ଚ ବର୍ଷ ମଧ୍ୟରେ ଏନଡିଏ ସରକାରଙ୍କ ଉପଲବ୍ଧି ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “ଗତ ପାଞ୍ଚ ବର୍ଷ ମଧ୍ୟରେ 130 କୋଟି ଭାରତୀୟ ଏପରି ସଫଳତା ହାସଲ କରିଛନ୍ତି ଯାହାର କଳ୍ପନା କେହି ବି କରିପାରିବେ ନାହିଁ । ଆମର ଲକ୍ଷ୍ୟ ଉଚ୍ଚ ରହିଛି ଏବଂ ଏହି ଉଚ୍ଚ ଲକ୍ଷ୍ୟକୁ ଆମେ ହାସଲ ମଧ୍ୟ କରୁଛୁ ।” ସେ ନିଜ ସରକାରଙ୍କ ଦ୍ୱାରା ଘରୋଇ ଗ୍ୟାସ ସଂଯୋଗ ପ୍ରଦାନ କରିବା, ଗ୍ରାମୀଣ ସ୍ୱଚ୍ଛତାରେ ସୁଧାର ଆଣିବା, ଗ୍ରାମୀଣ ସଡକ ପାଇଁ ବୁନିଆଦି ଢାଞ୍ଚାର ନିର୍ମାଣ କରିବା, ବ୍ୟାଙ୍କ ଖାତା ଖୋଲିବା ଇତ୍ୟାଦି ସମ୍ବନ୍ଧରେ କରାଯାଇଥିବା ପଟ୍ଟ ପରିବର୍ତ୍ତନକାରୀ ଯୋଜନା ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ‘ଜୀବନଧାରଣରେ ସହଜତା’ ଏବଂ ‘ବ୍ୟବସାୟ କରିବାର ସହଜତା’ ପ୍ରତି ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ସମ୍ବନ୍ଧରେ ଦୋହରାଇଥିଲେ । ସେ ‘ଜୀବନଧାରଣର ସହଜତା’ ସୁନିଶ୍ଚିତ କରିବା ପାଇଁ ନିଜ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପଦକ୍ଷେପ ଯେପରିକି ଅପ୍ରଚଳିତ ଆଇନକୁ ହଟାଇବା, ସେବା କ୍ଷେତ୍ରରେ ଦ୍ରୂତତା, ଡାଟା ଦରରେ ଶସ୍ତା, ଭ୍ରଷ୍ଟାଚାର ବିରୋଧରେ କଠୋର ପଦକ୍ଷେପ, ଜିଏସଟି ଆଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ଆମ ସରକାରଙ୍କ ବିକାଶ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚିବ ।

ଧାରା 370ର ଉଚ୍ଛେଦ କରିବା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ଅପିଲ କରି କହିଲେ ଯେ ଏପରି ନିର୍ଣ୍ଣାୟକ ଓ କଠୋର ପଦକ୍ଷେପ ନେଇଥିବା ସାଂସଦମାନଙ୍କୁ ଠିଆହୋଇ ଧନ୍ୟବାଦ ଜ୍ଞାପନ କରିବା ଆବଶ୍ୟକ । ସେ କହିଲେ ଯେ ଧାରା 370 ଜାମ୍ମୁ-କାଶ୍ମୀର ଓ ଲଦାଖର ଲୋକଙ୍କୁ ବିକାଶ ଓ ପ୍ରଗତିରୁ ଦୂରରେ ରଖିଥିଲା । ପ୍ରଧାନମନ୍ତ୍ରୀ କହିଲେ, “ଏବେ ଜାମ୍ମୁ-କାଶ୍ମୀର ଓ ଲଦାଖ ଲୋକଙ୍କ ପାଖରେ ସମସ୍ତ ଭାରତୀୟଙ୍କ ପରି ସମାନ ଅଧିକାର ରହିଛି।”

ପ୍ରଧାନମନ୍ତ୍ରୀ କହିଲେ ଯେ ଆତଙ୍କବାଦ ବିରୋଧରେ କଠୋର ନିର୍ଣ୍ଣାୟକ ଲଢ଼େଇ ତଥା ଆତଙ୍କବାଦକୁ ଯେଉଁମାନେ ସମର୍ଥନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି । ସେ ଆତଙ୍କବାଦ ବିରୋଧୀ ଲଢ଼େଇରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସଂକଳ୍ପକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପରିବାରକୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ, “ ଆମର ବନ୍ଧୁତ୍ୱ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ଭବିଷ୍ୟତକୁ ନୂତନ ଉଚ୍ଚତା ପ୍ରଦାନ କରିବ ।”

ହାଓଡି ମୋଦୀ କାର୍ଯ୍ୟକ୍ରମରେ ଡୋନାଲ୍ଡ ଜେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ମୋ ପାଇଁ ସମ୍ମାନ ଓ ଗୌରବର ବିଷୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଆମେରିକା ରାଷ୍ଟ୍ରପତି ପ୍ରତ୍ୟେକ ସ୍ଥାନରେ ଏକ ଗଭୀର ଓ ସ୍ଥାୟୀ ପ୍ରଭାବ ଛାଡିଛନ୍ତି । ତାଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ନେତୃତ୍ୱ ପ୍ରଦାନ କରିବାର ଅପାର ଗୁଣ ରହିଛି । ସେ କହିଲେ ଯେ ଯେତେଥର ମୁଁ ତାଙ୍କୁ ଭେଟିଛି, ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସେହିପରି ମିତ୍ରତା ଏବଂ ଉର୍ଜାର ଅନୁଭବ କରିଛି ।

ଏହି ଆୟୋଜନକୁ ସମ୍ବୋଧିତ କରି ଡୋନାଲ୍ଡ ଜେ ଟ୍ରମ୍ପ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଏହାର ନାଗରିକମାନଙ୍କ ପାଇଁ ଅସାଧାରଣ କାମ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅଭୂତପୂର୍ବ ନିର୍ବାଚନ ବିଜୟ ଲାଗି ଅଭିନନ୍ଦନ ପ୍ରଦାନ କରିଥିଲେ । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଉନ୍ନତ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ବିକାଶ ନୀତିକୁ ସାଲ୍ୟୁଟ କରି ଟ୍ରମ୍ପ କହିଲେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପାଖାପାଖି 300 ମିଲିଅନ ଲୋକଙ୍କୁ ଦାରିଦ୍ର୍ୟ ମଧ୍ୟରୁ ବାହାରକୁ ବାହାର କରିଛି । ଏହା ଅବିଶ୍ୱସନୀୟ । ସେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱରେ ଭାରତ ଏକ ଶକ୍ତିଶାଳୀ ଓ ସମ୍ପନ୍ନ ଗଣରାଜ୍ୟରେ ପରିଣତ ହେଉଛି । ରାଷ୍ଟ୍ରପତି ଭାରତୀୟ ସମ୍ପ୍ରଦାୟଙ୍କ ଯୋଗଦାନ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ଓ କହିଥିଲେ ଯେ ତାଙ୍କ ପ୍ରଶାସନ ଆପଣଙ୍କ ସମ୍ପ୍ରଦାୟର ବିକାଶ ପାଇଁ ପ୍ରତିବଦ୍ଧ ।

ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରି, ହାଉସର ପ୍ରମୁଖ ନେତା ଷ୍ଟେନି ହୋନର କହିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକା ଆଧୁନିକ ଭାରତଠାରୁ ପ୍ରେରଣା ନେଉଛି । ସେ କହିଲେ କି ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନକୁ ଧ୍ୟାନରେ ରଖି ରାଷ୍ଟ୍ରର ନେତୃତ୍ୱ ନେଉଛନ୍ତି, ଭାରତ ନିର୍ବିବାଦ ଭାବେ ଅନ୍ତରୀକ୍ଷରେ ଏକ ନୂତନ ସଫଳତା ହାସଲ କରିଛି ଏବଂ ଏଥିସହିତ ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ଦାରିଦ୍ର୍ୟରୁ ଉର୍ଦ୍ଧ୍ଵକୁ ଉଠାଇବାରେ ମଧ୍ୟ ସମାନ ଭାବେ କାର୍ଯ୍ୟ କରିଛି ।

ଏହା ପୂର୍ବରୁ ହ୍ୟୁଷ୍ଟନର ମେୟର ସିଲ୍ୱେଷ୍ଟର ଟର୍ନର ଦୀର୍ଘ ସମୟରୁ ଚାଲି ଆସୁଥିବା ଭାରତ-ହ୍ୟୁଷ୍ଟନର ସମ୍ମାନ, ଏକତା ଓ ସମ୍ବନ୍ଧ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ହ୍ୟୁଷ୍ଟନ-ଚାବି’ ଭେଟି ଦେଇଥିଲେ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI could contribute over $500 bn to India's economy by 2030: IBM-IndiaAI study

Media Coverage

AI could contribute over $500 bn to India's economy by 2030: IBM-IndiaAI study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising that India’s growing strength driven by the resolve and dedication of its people
May 15, 2026

The Prime Minister, Shri Narendra Modi today shared Sanskrit Subhashitam emphasising that India’s continuous rise on the global stage is powered by the determination, hard work and collective spirit of its people.

The Prime Minister shared a Sanskrit verse-

“यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”

The Prime Minister wrote on X;

“देशवासियों के इन्हीं गुणों से भारत आज अपने सामर्थ्य को निरंतर बढ़ा रहा है…

यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”