India and Turkey enjoy good economic ties. The growth in our bilateral trade over the years has been impressive: PM
India and Turkey have shown remarkable stability even in volatile global economic conditions, says PM Modi
Indian political system is known for its vibrant, open and participative democracy: PM Modi
Today, Indian economy is the fastest growing major economy in the world: PM Modi
We are in the process of building a New India. Therefore, our focus is on making it easier to work; particularly to do business: PM

ତୁର୍କୀ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ରିସେପ୍ ତାୟିପ୍ ଏର୍ଦୋଗାନ

ସମ୍ମାନନୀୟ ମନ୍ତ୍ରୀଗଣ,

ତୁର୍କୀ ପ୍ରତିନିଧି ଦଳର ସଦସ୍ୟ,

ଭାରତୀୟ ବ୍ୟବସାୟ ଗୋଷ୍ଠୀର ବନ୍ଧୁଗଣ

ଭାଇ ଓ ଭଉଣୀମାନେ!

ଆଜିର ସମାରୋହରେ ଅଗ୍ରଣୀ ବ୍ୟବସାୟୀଗଣଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଁ ମୁଁ ଆନନ୍ଦିତ  । ଏଠାରେ ଉପସ୍ଥିତ ରାଷ୍ଟ୍ରପତି ଏର୍ଦୋଗାନ ଏବଂ ତୁର୍କୀ ବନ୍ଧୁଗଣଙ୍କୁ ମୁଁ ସାଦର ସ୍ୱାଗତ ଜଣାଉଛି । ରାଷ୍ଟ୍ରପତି ଏର୍ଦୋଗାନଙ୍କ ସହ ବହୁସଂଖ୍ୟାରେ ବ୍ୟବସାୟୀ ପ୍ରତିନିଧି ଆସିବା ଖୁସିର କଥା । ଏଠାରେ ଅଂଶଗ୍ରହଣ କରିଥିବା ଭାରତୀୟ ବ୍ୟବସାୟୀ ନେତୃବୃନ୍ଦଙ୍କୁ ଦେଖି ମଧ୍ୟ ମୁଁ ଆନନ୍ଦିତ  ।

ବନ୍ଧୁଗଣ, ଭାରତ ଓ ତୁର୍କୀ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ଆଧୁନିକ ବିଶ୍ୱ ଅର୍ଥନୀତିରେ ଆମର ସମାନ ଧାରଣା ରହିଛି  । 

ବର୍ତ୍ତମାନ, ପ୍ରତ୍ୟେକ ଦ୍ୱିପାକ୍ଷିକ ସମ୍ପର୍କରେ ଅର୍ଥର୍ନୈତିକ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତ ଏବଂ ତୁର୍କୀ ମଧ୍ୟରେ ଭଲ ବ୍ୟବସାୟିକ ସମ୍ପର୍କ ରହିଛି  । ଆମ ଭିତରେ ବର୍ଷ ବର୍ଷ ଧରି ରହିଆସିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଅଗ୍ରଗତି ପ୍ରଶଂସନୀୟ ରହିଆସିଛି । ରାଷ୍ଟ୍ରପତି ଏର୍ଦୋଗାନ୍ ଗତ ଥର ଭାରତ ଗସ୍ତରେ ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଏହା ୨୦୦୮ରେ ୨.୮ ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୨୦୧୬ରେ ୬.୪ ବିଲିୟନ ଡଲାରରେ ପହଂଚିଛି । ଏହା ଉତ୍ସାହଜନକ ହୋଇଥିଲେ ବି ବାସ୍ତବ ସମ୍ଭାବନା ତୁଳନାରେ ବର୍ତ୍ତମାନର ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ସେହିସ୍ତରକୁ ଯାଇପାରିନାହିଁ  ।

ବନ୍ଧୁଗଣ!

ଭାରତ ଏବଂ ତୁର୍କୀ ବିଶ୍ୱର ୨୦ଟି ବୃହତ ଅର୍ଥନୀତି ମଧ୍ୟରୁ ଅନ୍ୟତମ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଶ୍ୱ ଅର୍ଥନୀତି ଅସ୍ଥିର ରହିଥିଲେ ହେଁ ଏହି ଦୁଇ ଅର୍ଥନୀତି ଉଲ୍ଲେଖନୀୟ ସ୍ଥିରତା ପ୍ରଦର୍ଶନ କରିଛନ୍ତି । ଆମର ଅର୍ଥନୀତି ଦୃଢ଼ ମୂଳଦୁଆ ଉପରେ ଆଧାରିତ ଏବଂ ଏହି କାରଣ ପାଇଁ ଆମ ଅର୍ଥନୀତିର ଅଭିବୃଦ୍ଧି ନେଇ ଆମେ ଆଶାବାଦୀ । 

ଦୁଇ ଦେଶର ଲୋକମାନଙ୍କ ମନରେ ପରସ୍ପର ପ୍ରତି ଭଲ ସଦ୍ଭାବ ରହିଛି  ।  ଆମେ ରାଜନୈତିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଥିବାରୁ ଅର୍ଥନୈତିକ ସମ୍ପର୍କକୁ ଆହୁରି ଗଭୀର କରିବା ଦିଗରେ ଅଧିକ ଉତ୍ସାହଜନକ ପଦକ୍ଷେପ ନେବାରେ ସହାୟକ ହେବ । ପରସ୍ପର ସହ ବ୍ୟବସାୟ କରିବାରେ ଆମର ଏକ ଲମ୍ବା ଇତିହାସ ରହିଛି । ଆମକୁ ଏକ ସମୃଦ୍ଧ ଐତିହ୍ୟ ନିର୍ମାଣ କରିବାକୁ ହେବ ।

ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ଲାଗି ଅନେକ ସମ୍ଭାବନା ଏବଂ ସୁଯୋଗ ରହିଛି । ଏହା ବ୍ୟବସାୟୀ ଏବଂ ଏଫଡିଆଇ ଆଗମନ, ଟେକ୍ନୋଲୋଜି ହସ୍ତାନ୍ତରଣ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିବ । ଗତ କିଛି ବର୍ଷ ମଧ୍ୟରେ ଏଫଡିଆଇ ରୁଟ୍ ଏବଂ ଭାରତୀୟ ବ୍ଲୁ-ଚିପ୍ କମ୍ପାନୀରେ ନିବେଶ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି । ଆଜିର ଜ୍ଞାନ ଆଧାରିତ ଅର୍ଥନୀତି ନିରନ୍ତର ଭାବେ ନୂଆ ନୂଆ କ୍ଷେତ୍ର ଉନ୍ମୁକ୍ତ କରୁଛି । ଆମେ ଆମର ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କରେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଆପଣମାନେ ଦେଖିପାରିବେ ଯେ ଉଭୟ ଦେଶର ସରକାର ବ୍ୟବସାୟ-ସହଯୋଗୀ ବାତାବରଣ ସୃଷ୍ଟି କରିବା ଦିଗରେ ସମର୍ପିତ । ତେବେ ଆପଣମାନଙ୍କ ଭଳି ବ୍ୟବସାୟୀ ନେତୃମଣ୍ଡଳୀ ଦୁଇ ଦେଶର ଆପୋଷ ଉନ୍ନତି ପାଇଁ ଜାତୀୟ ଲକ୍ଷ୍ୟକୁ ବାସ୍ତବ ରୂପ ଦେଇପାରିବେ ।

ବନ୍ଧୁଗଣ!

ଭାରତୀୟ ରାଜନୈତିକ ବ୍ୟବସ୍ଥା ଏହାର ବିବିଧ, ଉନ୍ମୁକ୍ତ ଏବଂ ଗଣତାନ୍ତ୍ରିକ ସହଭାଗୀତା ପାଇଁ ପରିଚିତ । ସ୍ଥିର ରାଜନୈତିକ ଏବଂ

 ପ୍ରଶାସନିକ ପ୍ରକ୍ରିୟା ଏବଂ ଆଇନର ଶାସନ ଆମ ବ୍ୟବସ୍ଥାର ପ୍ରମାଣଚିହ୍ନ ।  କୌଣସି ଦୀର୍ଘସ୍ଥାୟୀ ଅର୍ଥନୈତିକ ସମ୍ପର୍କ ଲାଗି ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

ମୋ ସରକାର ତିନି ବର୍ଷ ପୂର୍ବେ ଠିକ୍ ଏହି ମାସରେ କ୍ଷମତାକୁ ଆସିଥିଲା । ସେବେଠାରୁ ଅର୍ଥନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଆମେ ଅନେକ ପଦକ୍ଷେପ ନେଇଛୁ । ଡିଜିଟାଲ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି ଆମେ କେତେକ ଫ୍ଲାଗସିପ କାର୍ଯ୍ୟକ୍ରମ ହାତକୁ ନେଇଛୁ । ଭାରତୀୟ ଅର୍ଥନୀତିର ସୁଧାର ମାଧ୍ୟମରେ ଏସବୁ ପଦକ୍ଷେପର ସୁଫଳ ମିଳିଛି । ବର୍ତମାନ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠୁ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି । ଏହି ଅଭିବୃଦ୍ଧି ବଜାୟ ରଖିବା ଲାଗି ଆମେ ପ୍ରଶାସନିକ ବ୍ୟବସ୍ଥା ଭିତରେ ଥିବା ଅଦକ୍ଷତା ଦୂର କରିବା ଲାଗି ଲକ୍ଷ୍ୟ ରଖିଛୁ । ଆମେ ନୂତନ ଭାରତ ଗଠନ ପ୍ରକ୍ରିୟାରେ ରହିଛୁ । ତେଣୁ କାର୍ଯ୍ୟ ପ୍ରକ୍ରିୟାକୁ ସହଜ କରିବା ପାଇଁ, ବିଶେଷ କରି ବ୍ୟବସାୟ ନିମନ୍ତେ, ଆମେ ଲକ୍ଷ୍ୟ ରଖିଛୁ । ନୀତି, ପ୍ରକ୍ରିୟା ଏବଂ ପଦ୍ଧତିରେ ସଂସ୍କାର ଅଣାଯିବ । ଘରୋଇ ଏବଂ ବୈଦେଶିକ ନିବେଶ ପାଇଁ ସୁଯୋଗ ସୃଷ୍ଟି କରାଯିବ ।

ଏ କ୍ଷେତ୍ରରେ ଆମେ ଅନେକ ସଫଳତା ଏବଂ ଗ୍ରହଣୀୟତା ହାସଲ କରିଛୁ । ଆମର ବିଶ୍ୱ ରାଙ୍କିଙ୍ଗ ଅନେକ ପାରାମିଟରରେ ଉପରକୁ ଉଠିଛି । ତେବେ ଏହା ଏକ ନିରନ୍ତର ପ୍ରକ୍ରିୟା ।

 ଲୋକମାନଙ୍କୁ ସେମାନଙ୍କ ସମ୍ଭାବନା ସହ ପରିଚୟ କରାଇବା ଲାଗି ଭାରତକୁ ଏକ ଶ୍ରେଷ୍ଠ ସ୍ଥାନରେ ପରିଣତ କରିବା ଆମର ଲକ୍ଷ୍ୟ । ଆମର ଯୁବକମାନଙ୍କ ନିମନ୍ତେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ନିକଟରେ ପ୍ରଣିତ ହୋଇଥିବା ଜିଏସଟି ଅଧ୍ୟାଦେଶ ମୋ ସରକାରର ସେପରି ଏକ ପଦକ୍ଷେପ । ଦେଶରେ ଏକ ବ୍ୟବସ୍ଥିତ ଏବଂ ଦକ୍ଷ ବ୍ୟବସାୟ ପରିବେଶ ସୃଷ୍ଟି କରିବା ଲାଗି ବହୁଦିନରୁ ଦାବି ହୋଇ ଆସୁଥିଲା ।

ମୁଁ ଜାଣିଛି ଯେ ତୁର୍କୀର ନିର୍ମାଣ କମ୍ପାନୀଗୁଡ଼ିକ ବିଭିନ୍ନ ଦେଶରେ ବହୁ ସଂଖ୍ୟାରେ ନିର୍ମାଣ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସଫଳତାପୂର୍ବକ କାର୍ଯ୍ୟକାରୀ କରିଛନ୍ତି । ଆମର ଭିତ୍ତିଭୂମି ଆବଶ୍ୟକତା ବ୍ୟାପକ, ଏଥିରେ ମୌଳିକ, ସାମାଜିକ ଓ ଶିଳ୍ପ ଭିତ୍ତିଭୂମି ରହିଛି । ଆମେ ସୁଦୃଢ଼ ଏବଂ ଦ୍ରୁତ ନିର୍ମାଣ ଚାହୁଁ । ତୁର୍କୀ କମ୍ପାନୀଗୁଡ଼ିକ ସହଜରେ ଏହି କାର୍ଯ୍ୟ କରିପାରିବେ । ମୁଁ ଆପଣଙ୍କୁ କେତେକ ଉଦାହରଣ ଦେବାକୁ ଚାହୁଁଛି :

୨୦୨୨ ସୁଦ୍ଧା ଆମେ ୫୦ ନିୟୁତ ଗୃହ ନିର୍ମାଣ କରିବାକୁ ଯୋଜନା କରିଛୁ । ଏହି କାରଣରୁ ଆମେ ବାରମ୍ବାର ନିର୍ମାଣ କ୍ଷେତ୍ରରେ ଏଫଡିଆଇ ନୀତିରେ ପରିବର୍ତନ ଆଣୁଛୁ । 

ଆମେ ୫୦ଟି ସହରରେ ମେଟ୍ରୋ ରେଳ ପ୍ରକଳ୍ପ ଯୋଜନା କରିଛୁ ଏବଂ ବିଭିନ୍ନ ଜାତୀୟ କରିଡରରେ ହାଇ ସ୍ପିଡ୍ ରେଳ ଚଳାଚଳ କରିବା ଲାଗି ମଧ୍ୟ ଯୋଜନା ରହିଛି ।

ଆସନ୍ତା କିଛିବର୍ଷ ମଧ୍ୟରେ ଆମେ ୧୭୫ ଜିଗାହର୍ଜ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛୁ ।

ବିଦ୍ୟୁତ ଉତ୍ପାଦନ ବ୍ୟତୀତ ପ୍ରସାରଣ, ସଂରକ୍ଷଣ ଏବଂ ଆବଣ୍ଟନ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆମେ ରେଳବାଇର ଆଧୁନିକୀକରଣ ଏବଂ ହାଇୱେର ଉନ୍ନତିକରଣ କରୁଛୁ । ଗତ ତିନି ବର୍ଷ ମଧ୍ୟରେ ଏହି ଦୁଇ କ୍ଷେତ୍ରକୁ ଆମେ ସର୍ବାଧିକ ପାଣ୍ଠି ଯୋଗାଣ କରିଛୁ ।

ଆମେ ମହତ୍ୱାକାଂକ୍ଷୀ ସାଗରମାଳା ଯୋଜନା ମାଧ୍ୟମରେ ନୂଆ ବନ୍ଦର ନିର୍ମାଣ କରୁଛୁ ଏବଂ ପୁରୁଣାଗୁଡ଼ିକର ଆଧୁନିକୀକରଣ କରୁଛୁ ।

ଅର୍ଥନୈତିକ ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଅଞ୍ଚଳ ସହ ବିମାନ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ଆମେ ନୂଆ ବିମାନବନ୍ଦର ନିର୍ମାଣ କରୁଛୁ ଏବଂ ପୁରୁଣାଗୁଡ଼ିକର ଉନ୍ନତିକରଣ କରୁଛୁ ।

ତୁର୍କୀ ପର୍ଯ୍ୟଟନ କ୍ଷେତ୍ର ବିଶ୍ୱପ୍ରସିଦ୍ଧ । ଗତ କିଛିବର୍ଷ ମଧ୍ୟରେ ତୁର୍କୀକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।

ଭାରତୀୟ ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରି ପାଇଁ ତୁର୍କୀ ଏକ ଲୋକପ୍ରିୟ ଶୁଟିଂ ସ୍ଥଳରେ ପରିଣତ ହୋଇଛି । ଆମେ ଦ୍ୱିପାକ୍ଷିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଚିତ୍, ଏହି କ୍ଷେତ୍ରରେ ଥିବା ସମ୍ଭାବନାକୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଆଗକୁ ଆଣିବା ଦରକାର । ଆମର ସମୃଦ୍ଧି ଆଞ୍ଚଳିକ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଗୁଡ଼ିକରେ ପହଂଚିବା ଆବଶ୍ୟକ ।

ଆମେ ସଚେତନ ଯେ ଉଭୟ ଭାରତ ଏବଂ ତୁର୍କୀ ଶକ୍ତି ନିଅଣ୍ଟିଆ ରାଷ୍ଟ୍ର, ଆମର ଶକ୍ତି ଆବଶ୍ୟକତା ନିରନ୍ତର ବଢ଼ିଚାଲିଛି । ଉଭୟ ରାଷ୍ଟ୍ରର ଶକ୍ତି ଆବଶ୍ୟକତା ପାଇଁ ହାଇଡ୍ରୋକାର୍ବନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ । ସୌର ଏବଂ ବାୟୁ ଶକ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଏହି କାରଣରୁ ଶକ୍ତି କ୍ଷେତ୍ର ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଖଣି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ରହିଛି । ଆମେ ବସ୍ତ୍ର ଏବଂ ଅଟୋ କ୍ଷେତ୍ରରେ ନିଜ ସାମର୍ଥ୍ୟର ମଧ୍ୟ ଉପଯୋଗ କରିବା ଉଚିତ । ତୁର୍କୀରେ ଏକ ସୁଦୃଢ଼ ବିନିର୍ମାଣ କ୍ଷେତ୍ର ରହିଛି ଏବଂ ଭାରତ ଏକ ଶସ୍ତା ବିନିର୍ମାଣ ବଜାର । ମୂଲ୍ୟ ବ୍ୟତୀତ ଆମ ପାଖରେ ବିଶାଳ କୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମ ଶକ୍ତି ରହିଛି ଏବଂ ଆମର ଆରଆଣ୍ଡଡି ଦକ୍ଷତା ମଧ୍ୟ ସୁଦୃଢ଼ ।

ମୁଁ ଖୁସି ଯେ ଅର୍ଥନୈତିକ ଏବଂ ବୈଷୟିକ ସହଯୋଗ ଲାଗି ଭାରତ-ତୁର୍କୀ ଯୁଗ୍ମ କମିଟି ଭଲ ଭାବେ କାମ କରୁଛି ।

 କମିଟି ଏହାର ପରବର୍ତୀ ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହନ ଲାଗି ନିଆଯାଇଥିବା ପଦକ୍ଷେପ  ସମୀକ୍ଷା କରିବ ।

ସମାନଭାବେ, ମୁଁ ଉଭୟପକ୍ଷର କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଚାମ୍ବରକୁ ପରସ୍ପର ସହ ସକ୍ରିୟ ଭାବେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଜଣାଉଛି । ଉଭୟ ସରକାର ବିଭିନ୍ନ ସ୍ତରରେ ନିକଟତର ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

ଆଜିର କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ମୁଁ ରାଷ୍ଟ୍ରପତି ଏର୍ଦୋଗାନ, ପ୍ରତିନିଧି ଦଳର ସଦସ୍ୟ ଏବଂ ଇଣ୍ଡୋ-ତୁର୍କୀ ବ୍ୟବସାୟ ଚାମ୍ବରର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଭାରତ ଏବଂ ତୁର୍କୀ ବ୍ୟବସାୟୀ ଗୋଷ୍ଠୀକୁ ମିଶାଇବା ଲାଗି ଏହା ଏକ ଚମତ୍କାର ଅବସର ଥିଲା । 

ବନ୍ଧୁଗଣ!

ଆମ ଲୋକମାନଙ୍କ କଲ୍ୟାଣ ପାଇଁ ଆମର ଅର୍ଥନୈତିକ କାର୍ଯ୍ୟକ୍ରମର ପରିସର ବୃଦ୍ଧି ଲାଗି ଆସନ୍ତୁ ଆମେ ମିଳିମିଶି କାର୍ଯ୍ୟ କରିବା ।

ମୁଁ ଆତ୍ମବିଶ୍ୱାସର ସହିତ କହିପାରେ ଯେ ଆଜି ଭାରତରେ ଯେତେ ସମ୍ଭାବନା ସୃଷ୍ଟି ହୋଇଛି ତାହା ପୂର୍ବରୁ ନଥିଲା ।

ଏହାକୁ ଆହୁରି ଭଲ କରିବା ଲାଗି ମୋର ବ୍ୟକ୍ତିଗତ ପ୍ରଯତ୍ନ ଏବଂ ସହଯୋଗ ଲାଗି ମୁଁ ପ୍ରତିଶ୍ରୁତି ଦେଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that collective enthusiasm and actions prosper the nation
June 24, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that the prosperity of the nation remains steadfast through collective dedication and endeavor. It is this very spirit that infuses society with new energy and paves the way to fulfill the resolutions of development.

The Prime Minister shared a Sanskrit Subhashitam-

"यत्रोत्साहसमारम्भो यत्रालस्यविहीनता।

नयविक्रमसंयोगस्तत्र श्रीरचला ध्रुवम्॥"

The Prime Minister posted on X:

"सामूहिक समर्पण और पुरुषार्थ से राष्ट्र की समृद्धि अक्षुण्ण रहती है। यही भावना समाज को नई ऊर्जा देती है और विकास के संकल्पों को सिद्धि तक पहुंचाने का मार्ग प्रशस्त करती है।

यत्रोत्साहसमारम्भो यत्रालस्यविहीनता।

नयविक्रमसंयोगस्तत्र श्रीरचला ध्रुवम्॥"