Government of India's 'Act East policy' puts this (ASEAN) region at the centre of our engagement: PM Modi
Task of transforming India is proceeding at an unprecedented scale: PM Modi
Digital transactions have increased significantly. We are using technology to reach out to people: PM
Keeping our emphasis on 'Minimum Government, Maximum Governance', about 1200 outdated laws have been repealed in the last three years: PM
We want to make India a Global Manufacturing Hub and we want to make our youngsters job creators: PM Modi

ଶ୍ରୀମାନ ଜୋଏ କନସେପ୍ସିୟନ୍

ଅଧ୍ୟକ୍ଷ, ଆସିଆନ ବ୍ୟବସାୟ ପରାମର୍ଶଦାତା ପରିଷଦ

ମହାମହିମଗଣ

ଦେବୀ ଓ ସଜ୍ଜନମଣ୍ଡଳୀ

ମୁଁ ଆରମ୍ଭରୁ ହିଁ ବିଳମ୍ବ ପାଇଁ କ୍ଷମା ମାଗୁଛି । ବ୍ୟବସାୟରେ ବି ରାଜନୀତି ଭଳି ସମୟ ଓ ସମୟର ପାଳନ ଉଭୟ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ବେଳେବେଳେ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ସତ୍ତ୍ୱେ ଆମେ କିଛି କରିପାରୁନଥାଉ । ମୋତେ ଫିଲିପାଇନ୍ସକୁ ନିଜର ପ୍ରଥମ ଗସ୍ତରେ ମାନିଲା ପହଂଚି ଅତ୍ୟନ୍ତ ଖୁସି ଲାଗୁଛି ।

ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଅନେକ କିଛି ସମାନତା ରହିଚି :

– ଆମେ ଉଭୟ ବହୁଳବାଦୀ ସମାଜ ଓ ଆକର୍ଷଣୀୟ ଗଣତନ୍ତ୍ର ।

– ବିଶ୍ୱରେ ଆମର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥବ୍ୟବସ୍ଥା

-ଆମ ପାଖରେ ନୂଆ ଉଦ୍ଭାବନ ଓ ଉଦ୍ୟମୀ ଯୁବଗୋଷ୍ଠୀ ଓ ମହତ୍ୱାକାଂକ୍ଷୀ ଜନସଂଖ୍ୟା ଅଛି

– ଭାରତ ଭଳି ଫିଲିପାଇନ୍ସ ମଧ୍ୟ ସେବା କ୍ଷେତ୍ରର ପାୱାର ହାଉସ୍ ।

ଆଉ ଭାରତ ଭଳି ଫିଲିପାଇନ୍ସରେ ସରକାର ବି ପରିବର୍ତ୍ତନ ଚାହୁଁଛି । ସାମଗ୍ରିକ ବିକାଶ, ଭିତ୍ତିଭୂମି ବିକାଶ ଓ ଦୁର୍ନୀତି ବିରୋଧରେ ଲଢ଼ିବାକୁ ଚାହୁଁଛି । ଆମର ଅନେକ ଶୀର୍ଷ ଆଇଟି କମ୍ପାନୀ ଏଠି ପୁଞ୍ଜିନିବେଶ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ହଜାର ହଜାର ନିଯୁକ୍ତି ସୃଷ୍ଟି ଓ ସମଗ୍ର ବିଶ୍ୱରେ ଫିଲିପାଇନ୍ସର ସେବା କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି ।

ବନ୍ଧୁଗଣ,

ଆଜି ସକାଳେ ଆସିଆନ୍ ଶିଖର ସମ୍ମିଳନୀର ଉଦ୍ଘାଟନ ସମାରୋହରେ ଆମେ ରାମାୟଣ ଉପରେ ଆଧାରିତ ଅତି ସୁନ୍ଦର ନୃତ୍ୟ ନାଟକ ‘ରାମ ହରି’ ଦେଖିଥିଲୁ । କିଭଳି ଐତିହାସିକ ଦୃଷ୍ଟିକୋଣରୁ ଭାରତ ଓ ଆସିଆନ୍ ର ଲୋକ ପରସ୍ପର ସହ ଜଡ଼ିତ ତାହା ସେଥିରେ ପ୍ରଦର୍ଶନ କରାଯାଇଥିଲା । ଏହି ବନ୍ଧନ କେବଳ ଐତିହାସିକ ବନ୍ଧନ ନୁହେଁ । ଏହା ଏକ ଜୀବନ୍ତ ମିଳିତ ଐତିହ୍ୟ । ମୋ’ ସରକାରଙ୍କ ଏକ୍ଟ ଇଷ୍ଟ ନୀତି ଏହି କ୍ଷେତ୍ରକୁ ସହଯୋଗର କେନ୍ଦ୍ରବିନ୍ଦୁ କରିଛି । ଆସିଆନ୍ ଅଂଚଳର ପ୍ରତ୍ୟେକ ଦେଶ ସହ ଆମର ଭଲ ରାଜନୀତିକ ଓ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ରହିଛି । ସେହି ସ୍ତରକୁ ଆମେ ଆମର ଆର୍ଥିକ ଓ ବ୍ୟବସାୟିକ ସମ୍ପର୍କ ଆଣିବାକୁ ଚାହୁଁଛୁ ।

 

ବନ୍ଧୁଗଣ

ଅଦ୍ଭୂତପୂର୍ବ ଭାବେ ଭାରତକୁ ପରିବର୍ତ୍ତନ କରିବାର କାମ କରାଯାଉଛି । ଆମେ ସହଜ, ପ୍ରଭାବୀ ଓ ପାରଦର୍ଶୀ ଶାସନ ସହିତ ସୁଶାସନ ସୁନିଶ୍ଚିତ କରିବା ପାଇଁ ଦିନ-ରାତି କାମ କରୁଛୁ ।

ଉଦାହରଣ ସ୍ୱରୂପ ଆମେ ଦୂରସଂଚାର ସ୍ପେକ୍ଟ୍ରମ ସମେତ କୋଇଲା ଖଣି ଓ ଅନ୍ୟ ଖଣି ସାମଗ୍ରୀ ଏବଂ ଏପରିକି ଘରୋଇ ରେଡିଓ ଚ୍ୟାନେଲ ସମେତ ପ୍ରାକୃତିକ ସମ୍ବଳ ନିମନ୍ତେ ଖୋଲା ନିଲାମୀ ବ୍ୟବସ୍ଥା ଆରମ୍ଭ କରିଛୁ । ଏଥିରେ ରାଜସ୍ୱରେ 75 ବିଲିୟନ ଆମେରିକୀୟ ଡଲାର ମିଳିଛି । ଟେକ୍ନୋଲଜିର ଉପଯୋଗ କରି ଆମେ ଉତ୍ତରଦାୟିତ୍ୱ ବଢ଼ାଇବା ସହ ଇଚ୍ଛାଧୀନ ଓ ଭ୍ରଷ୍ଟାଚାରକୁ ହ୍ରାସ କରୁଛୁ । ଏଥିପାଇଁ ଆମେ ଆର୍ଥିକ ଦେଣନେଣ ଓ ଟିକସ ବ୍ୟବସ୍ଥାରେ ଅଭିନବ ପରିଚୟପତ୍ର ବ୍ୟବସ୍ଥାର ଉପଯୋଗ କରୁଛୁ ଆଉ ଏହାର ପରିଣାମ ଦେଖିବାକୁ ମିଳିଛି । ଉଚ୍ଚ ମୂଲ୍ୟର ନୋଟ୍ ଅସିଦ୍ଧ କରିବା ସହ ଏହି ପଦକ୍ଷେପ ଦ୍ୱାରା ଆମେ ନିଜର ଅର୍ଥବ୍ୟବସ୍ଥାରେ ବୃହତ୍ ଭାଗକୁ ଆନୁଷ୍ଠାନିକ ରୂପ ଦେଉଛୁ । ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇଛି । ସ୍ୱଳ୍ପ-ନଗଦ ଅର୍ଥବ୍ୟବସ୍ଥା ଆଡ଼କୁ ବଢ଼ିବା ସହ ବର୍ଷକ ମଧ୍ୟରେ ଡିଜିଟାଲ ଦେଣନେଣରେ 34 ପ୍ରତିଶତ ବୃଦ୍ଧି ହୋଇଛି । ଆମେ ଟେକ୍ନୋଲଜିର ଉପଯୋଗ ଲୋକଙ୍କ ନିକଟରେ ପହଂଚାଇବା ପାଇଁ କାମ କରୁଛୁ । ଅନ୍-ଲାଇନ ନାଗରିକ ଭାଗିଦାରୀ ମଂଚ ‘ମାଇଗଭ୍’ରେ 2 ନିୟୁତ ଅତି ସକ୍ରିୟ ନାଗରିକଙ୍କଠାରୁ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିଚାର ଓ ପରାମର୍ଶ ତଥା ଅଭିମତ (Input) ମିଳିଛି ।

ଆମେ ପ୍ରଗତି ନାମକ ନୂଆ ଫ୍ରେମୱାର୍କ ଆରମ୍ଭ କରିଛୁ । ଯାହା ଅତି ସକ୍ରିୟ ପ୍ରଶାସନ ଓ ସମୟବଦ୍ଧ କାର୍ଯ୍ୟକାରିତା ପାଇଁ ଉଦ୍ଦିଷ୍ଟ । ଏହି ବ୍ୟବସ୍ଥାରେ ମୁଁ ସମଗ୍ର ଦେଶର ଅଧିକାରୀଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ପରିଯୋଜନାର କାର୍ଯ୍ୟକାରିତା ଓ ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନ ନେଇ ସମୀକ୍ଷା କରିପାରୁଛି । ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ ଉପରେ ଗୁରୁତ୍ୱ ଦେଇ 3ବର୍ଷ ମଧ୍ୟରେ 1200 ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି ।

ଦେବାଳିଆ ଓ ଆଇପିଆଇ ତଥା ମଧ୍ୟସ୍ଥତା ପାଇଁ ନୂଆ ଆଇନ ଓ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି । 36ଟି ଉଦ୍ୟୋଗକୁ ପରିବେଶ ମଞ୍ଜୁରିର ଆବଶ୍ୟକତା ପରିସରରୁ ବାଦ୍ ଦିଆଯାଇଛି । ଏବେ କମ୍ପାନୀ ସ୍ଥାପନ ଗୋଟିଏ ଦିନର ବ୍ୟାପାର ହୋଇଛି । ଆମେ ଔଦ୍ୟୋଗିକ ଲାଇସେନ୍ସ ପ୍ରଣାଳୀକୁ ସରଳ କରିଛୁ ତଥା ପରିବେଶ ଓ ଜଙ୍ଗଲ ମଞ୍ଜୁରି ପାଇଁ ଅନ୍-ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛୁ । ଏହି ସମସ୍ତ ପଦକ୍ଷେପ ଦ୍ୱାରା ନୂଆ ବ୍ୟବସାୟ ଆରମ୍ଭ କରିବା ସହଜ ହୋଇଯାଇଛି । ପରିଣାମ ମଧ୍ୟ ସ୍ପଷ୍ଟ ମିଳୁଛି ।

ଭାରତ ଚଳିତବର୍ଷ ବିଶ୍ୱ ବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ୍ ସୂଚକାଙ୍କରେ 32 ସ୍ଥାନ ଉପରକୁ ଉଠିଛି । କୌଣସି ରାଷ୍ଟ୍ରର ଏହା ସବୁଠାରୁ ଲମ୍ବା ଡିଆଁ ଓ ଏହା ଭାରତର ଦୀର୍ଘକାଳୀନ ସୁଧାର ମାର୍ଗକୁ ମାନ୍ୟତା ମଧ୍ୟ ଦେଉଛି ।

ଆଉ ଏ ଦିଗରେ ବିଶ୍ୱର ଧ୍ୟାନକେନ୍ଦ୍ରିତ କରିଛୁ :

– ବିଶ୍ୱ ଆର୍ଥିକ ଫୋରମ୍ ର ଆନ୍ତର୍ଜାତିକ ପ୍ରତିଯୋଗିତା ସୂଚକାଙ୍କରେ ଆମେ ଗତ 2ବର୍ଷ ମଧ୍ୟରେ 32ଟି ସ୍ଥାନ ଆଗକୁ ବଢ଼ିଛୁ ।

– ଆମେ 6ବର୍ଷ ଧ୍ୟରେ WIPO ର ବିଶ୍ୱ ଉଦ୍ଭାବନ ସୂଚକାଙ୍କରେ 32ଟି ସ୍ଥାନ ଆଗକୁ ବଢ଼ିଛୁ

– ଆମେ ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ ପ୍ରଦର୍ଶନ ସୂଚକାଙ୍କ-2016ରେ 19 ସ୍ଥାନ ଉପରକୁ ଉଠିଛୁ ।

ବନ୍ଧୁଗଣ,

ଏବେ ଆମର ଅର୍ଥବ୍ୟବସ୍ଥାର ଅଧିକାଂଶ କ୍ଷେତ୍ର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(FDI) ପାଇଁ ଉନ୍ମୁକ୍ତ ହୋଇଛି । ଏଫଡିଆଇ କ୍ଷେତ୍ରର 90 ପ୍ରତିଶତରୁ ଅଧିକ ସ୍ୱତଃ ମଞ୍ଜୁରି ପରିସରରେ ଆସୁଛି । ଭାରତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆକର୍ଷଣ କରିବା ପାଇଁ ଅଗ୍ରଣୀ ଭାବେ ଉଭା ହୋଇଛି । ଆମେ ଗତ 3ବର୍ଷ ତୁଳନାରେ ଚଳିତବର୍ଷ 67 ପ୍ରତିଶତରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରାପ୍ତ କରିଛୁ । ଏବେ ଆମେ ବିଶ୍ୱସ୍ତରରେ ଏକୀକୃତ ଅର୍ଥବ୍ୟବସ୍ଥା ଅଟୁ । ନିକଟରେ କେତେକ ବଡ଼ ସୁଧାର ପୂର୍ବରୁ ଏହି ଉପଲବ୍ଧ ହାସଲ କରିଛୁ ।

ଚଳିତବର୍ଷ ଜୁଲାଇରେ ଆମେ ସମଗ୍ର ଦେଶରେ ସର୍ବାଧିକ ଜଟିଳ ଟିକସ ପରିବର୍ତ୍ତେ  ଏକକ ସାମଗ୍ରୀ ଓ ସେବାକର(GST) ପ୍ରଣାଳୀ ଲାଗୁ କରିଛୁ । ସମଗ୍ର ଭାରତରେ ଅନେକ ରାଜ୍ୟସ୍ତରୀୟ ଓ କେନ୍ଦ୍ରସ୍ତରୀୟ ଟିକସକୁ ସମାପ୍ତ କରିଦିଆଯାଇଛି । ଆମର ଦେଶର ବିଶାଳତା ଓ ବିବିଧତା ଏବଂ ସଂଘୀୟ ସ୍ୱଭାବ ଦୃଷ୍ଟିରୁ ଏହା ଛୋଟିଆ ଉପଲବ୍ଧ ନୁହେଁ । ଏହା ସହିତ ଆମେ ମଧ୍ୟ ବିଶ୍ୱାସ କରୁଛୁ ଯେ ଏହା ଯଥେଷ୍ଟ ନୁହେଁ ।

ବନ୍ଧୁଗଣ, ଭାରତର ବୃହତ୍ ଜନସଂଖ୍ୟା ପାଖରେ ବ୍ୟାଙ୍କିଙ୍ଗ ସେବା ପହଂଚି ପାରିନଥିଲା । ଏଥିଯୋଗୁ ସେମାନଙ୍କୁ ସଂଚୟର ସୁଯୋଗ ତଥା ସଂସ୍ଥାଗତ ଋଣରୁ ବଂଚିତ ହେବାକୁ ପଡ଼ୁଥିଲା । ଜନଧନ ଯୋଜନାର କିଛି ମାସ ଭିତରେ ହିଁ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ଗୋଟିଏ ବର୍ଷ ଭିତରେ 197 ନିୟୁତ ବ୍ୟାଙ୍କ ଜମାଖାତା ଖୋଲିଛି ।

ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଭାରତୀୟ ବ୍ୟାଙ୍କରେ ଏଭଳି 290 ନିୟୁତ ଏକାଉଣ୍ଟ ଖୋଲାଯାଇଛି । ସହଜ ସ୍ୱଳ୍ପ-ନଗଦ ଦେଣନେଣ ପାଇଁ ପ୍ରାୟ 200 ନିୟୁତ ରୂପେ କାର୍ଡ (RuPay Card)ଜାରି କରାଯାଇଛି । ଗରିବ ଲୋକଙ୍କ ପାଖରେ ପହଞ୍ଚିଥିବା ବ୍ୟାଙ୍କ ସେବା ଏବେ ସରକାରଙ୍କ ଭ୍ରଷ୍ଟାଚାର ମୁକାବିଲା କାର୍ଯ୍ୟରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏବେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସବସିଡିକୁ ସିଧାସଳଖ ସେମାନଙ୍କ ଏକାଉଣ୍ଟରେ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଭାବେ) ଜମା କରାଯାଉଛି । ଫଳରେ ସବସିଡି ଚୋରି ସମାପ୍ତ ହୋଇଛି ଓ କୌଣସି ପ୍ରକାର ଭେଦଭାବର ସମ୍ଭାବନା ରହିନାହିଁ । କେବଳ ରନ୍ଧନ ଗ୍ୟାସ ମାମଲାରେ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ 146 ନିୟୁତ ଲୋକ ସିଧାସଳଖ ନଗଦ ସବସିଡି ପାଉଛନ୍ତି । ଏବେ ସରକାର 59ଟି ଭିନ୍ନ ଭିନ୍ନ ଯୋଜନା ପାଇଁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ଉପାୟ ଉପଯୋଗ କରୁଛନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ 10 ନିୟୁତ ଆମେରିକୀୟ ଡଲାର ସବସିଡି ସ୍ଥାନାନ୍ତର କରାଯାଉଛି ।



ବନ୍ଧୁଗଣ

ଏହି ଶିଖର ସମ୍ମିଳନୀର ମୁଖ୍ୟ ବିଷୟ ହେଉଛି ଉଦ୍ୟୋଗୀ । ଆମେ ମେକ୍ ଇନ୍ ଇଣ୍ଡିଆ ନାମକ ଅଭିଯାନ ଆରମ୍ଭ କରିଛୁ । ଏହା ମାଧ୍ୟମରେ ଆମେ ଭାରତକୁ ବିଶ୍ଵ ମୂଲ୍ୟ ଶୃଙ୍ଖଳା (World Value Chain)ରେ ପ୍ରମୁଖ ଭାଗିଦାରୀ ଭାବେ ବଦଳାଇବାକୁ ସଂକଳ୍ପବଦ୍ଧ । ଆମେ ଭାରତକୁ ଆନ୍ତର୍ଜାତିକ ବିନିର୍ମାଣ କେନ୍ଦ୍ର କରିବାକୁ ଚାହୁଁଛୁ । ଏହା ସହିତ ଆମେ ଚାହୁଁଛୁ କି ଆମର ଯୁବବର୍ଗ କେବଳ ରୋଜଗାର ଆଶାୟୀ ନହୋଇ ରୋଜଗାର ସୃଷ୍ଟିକାରୀ ହେବେ । ଏଥିପାଇଁ ଆମେ ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଷ୍ଟାଣ୍ଡଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛୁ । ଛୋଟ ଉଦ୍ୟୋଗୀଙ୍କ ଉଦ୍ୟମୀ ଶକ୍ତିକୁ ଉନ୍ମୁକ୍ତ କରିବା ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଅର୍ଥ ପାଇଁ ଗ୍ୟାରେଂଟିର ଅଭାବ । ଭାରତରେ ପ୍ରଥମଥର ପାଇଁ ମୁଦ୍ରା ଯୋଜନା ଅନ୍ତର୍ଗତ ଗ୍ୟାରେଂଟିମୁକ୍ତ ଋଣ 90 ନିୟୁତରୁ ଅଧିକ ଛୋଟ ଉଦ୍ୟୋଗୀଙ୍କୁ ଦିଆଯାଇଛି । ଏହା ଅର୍ଥବ୍ୟବସ୍ଥାରେ ଛୋଟ ଉଦ୍ୟୋଗୀଙ୍କ ଯୋଗଦାନକୁ ମାନ୍ୟତା ଦେଉଛି ଓ ଏଭଳି ବ୍ୟକ୍ତିଙ୍କୁ ସଶକ୍ତ କରୁଛି ଯାହାଙ୍କ ପାଖରେ କାର୍ଯ୍ୟକ୍ଷମ ବ୍ୟବସାୟର ଚିନ୍ତାଧାରା ରହିଛି କିନ୍ତୁ କୌଣସି ପ୍ରକାରର ଗ୍ୟାରେଂଟି ନାହିଁ । ମୁଁ ଫିଲିପାଇନ୍ସ ଓ ଆସିଆନ୍ ଅଂଚଳରେ ଉଦ୍ୟୋଗୀଙ୍କୁ ଦିଆଯାଉଥିବା ଗୁରୁତ୍ୱକୁ ଦେଖୁଛି । ଏହି ଶିଖର ସମ୍ମିଳନୀରେ ଉଦ୍ୟୋଗୀଙ୍କ ପାଇଁ ଆସିଆନ ପୃଷ୍ଠପୋଷକତା(Mentorship) ପ୍ରଂଶସନୀୟ ପଦକ୍ଷେପ । ବାସ୍ତବରେ ନିକଟ ଭବିଷ୍ୟତରେ ବିଶ୍ୱ ବିକାଶର ଇଞ୍ଜିନ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ହେବ । ତେଣୁ ଆସିଆନ୍ ସହ ଯୋଗାଯୋଗ ସ୍ଥାପନ ହେଉଛି ଭାରତର ମୁଖ୍ୟ ଉଦ୍ଦେଶ୍ୟ । ଆମେ ଏହି ଅଂଚଳରେ ଭୂମି, ସମୁଦ୍ର ଓ ଆକାଶପଥ ସମ୍ପର୍କ ସ୍ଥାପନ ଚାହୁଁଛୁ । ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶଗୁଡ଼ିକ ସହ ଯୋଡ଼ି ହେବାପାଇଁ ମିଆଁମାର ଓ ଥାଇଲ୍ୟାଣ୍ଡ ମାଧ୍ୟମରେ ତ୍ରିପାକ୍ଷିକ ରାଜପଥ ନିର୍ମାଣ କରିବାର କାର୍ଯ୍ୟ ଜାରି ରହିଛି ।

ଆମେ ଭାରତ ଓ ଆସିଆନ ମଧ୍ୟରେ ସାମୁଦ୍ରିକ ପରିବହନ ଉପରେ ବୁଝାମଣା ଶୀଘ୍ର ସମ୍ପନ୍ନ କରାଇବା ନିମନ୍ତେ କାମ କରୁଛୁ ।  ନିଜର ନିକଟତମ ସାମୁଦ୍ରିକ ପଡ଼ୋଶୀଙ୍କ ସହ ଉପକୂଳ ଜାହାଜ ଚଳାଚଳ ସେବାର ସମ୍ଭାବନା ଅନ୍ୱେଷଣ କରୁଛୁ । ଆକାଶମାଗରେ ସମ୍ପର୍କ କ୍ଷେତ୍ରରେ ଆସିଆନ ରାଷ୍ଟ୍ରଗୁଡ଼ିକ ଭାରତର 4ଟି ମେଟ୍ରୋ ସହର ଓ 18ଟି ଅନ୍ୟ ସ୍ଥାନକୁ ଦୈନିକ ସେବା ପ୍ରଦାନ କରୁଛନ୍ତି । ଆମେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ ଭିସା ଭଳି ପଦକ୍ଷେପ ନେଇଛୁ । ସମ୍ପର୍କର ପ୍ରମୁଖତାକୁ ଦୃଷ୍ଟିରେ ରଖି ଭାରତ ସମସ୍ତ ଆସିଆନ ରାଷ୍ଟ୍ରର ମନ୍ତ୍ରୀ, ଅଧିକାରୀ ଓ ବ୍ୟବସାୟୀ ପ୍ରତିନିଧିଙ୍କ ପାଇଁ ଆସନ୍ତା ମାସରେ ନୂଆଦିଲ୍ଲୀରେ ଆସିଆନ-ଭାରତ ସମ୍ପର୍କ ଶିଖର ସମ୍ମିଳନୀର ଆୟୋଜନ କରୁଛି । ଭାରତ ଏହି କ୍ଷେତ୍ରରେ ବ୍ୟବସାୟର ସୁଯୋଗ ଦେଖୁଛି । ଆସିଆନ ବ୍ୟବସାୟୀ ସମୁଦାୟ ଭାରତରେ ବ୍ୟବସାୟର କ୍ଷମତା ରହିଛି ବୋଲି ସ୍ୱୀକାର କରୁଥିବାରୁ ମୁଁ ଆଶ୍ୱସ୍ତ । ଆପଣମାନଙ୍କ ମଧ୍ୟରୁ କେହି ଭାରତରେ ପୂର୍ବରୁ କାମ କରୁଥିବେ ଓ ଅନ୍ୟ ଲୋକମାନେ ଭାରତରେ ସମ୍ଭାବନା ଅନ୍ୱେଷଣ କରୁଥିବେ । ଆସନ୍ତାବର୍ଷ ଜାନୁୟାରୀରେ ଆସିଆନ ନେତାମାନଙ୍କ ଆସିଆନ-ଭାରତ ସ୍ମରଣୀୟ ଶିଖର ସମ୍ମିଳନୀ ସହ ଆମେ ଆସିଆନ ଭାରତ ବ୍ୟବସାୟ ଓ ପୁଞ୍ଜିନିବେଶ ବୈଠକ ଏବଂ ଏକ୍ସପୋ ମଧ୍ୟ ଆୟୋଜନ କରିବାକୁ ଯାଉଛୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରୁଛି । ଏହା ଭାରତରେ ଆୟୋଜିତ ହେବାକୁ ଥିବା ସବୁଠାରୁ ବଡ଼ ଆସିଆନ-କେନ୍ଦ୍ରିତ ବ୍ୟବସାୟିକ ଆୟୋଜନ ହେବ । ଭାରତ ଆପଣଙ୍କ ବିକାଶ ଗାଥାରେ ଭାଗିଦାରୀର କାମନା କରୁଛି ଓ ଆସିଆନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନିଜର ବିକାଶ ଗାଥାରେ ସାମିଲ ହେବାର ନିମନ୍ତ୍ରଣ ଜଣାଉଛି ।

ମାବୁହାୟ!

ମରାମିଙ୍ଗ୍ ସଲାମାତ!

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"