Swami Vivekananda's ideas are relevant in present times: PM Modi
Whole world looks up to India's youth: PM Modi
Citizenship Act gives citizenship, doesn't take it: PM Modi

ରାମକୃଷ୍ଣ ମଠର ମହାସଚିବ ଶ୍ରୀମାନ ସ୍ୱାମୀ ସୁବିରାନନ୍ଦ ଜୀ ମହାରାଜ, ସ୍ୱାମୀ ଦିବ୍ୟାନନ୍ଦ ଜୀ ମହାରାଜ,ଏଠାରେ ଉପସ୍ଥିତ ପୂଜ୍ୟ ସନ୍ଥଗଣ, ଅତିଥିଗଣ, ମୋର ଯୁବ ସାଥୀମାନେ ।

ଆପଣ ସମସ୍ତଙ୍କୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀର ଏହି ପବିତ୍ର ଅବସରରେ, ଜାତୀୟ ଯୁବ ଦିବସ ଅବସରେ ବହୁତ ବହୁତ ଶୁଭକାମନା । ଦେଶବାସୀଙ୍କ ପାଇଁ ବେଲୁର ମଠର ଏହି ପବିତ୍ର ଭୂମିକୁ ଆସିବା କୌଣସି ତୀର୍ଥଯାତ୍ରା ଠାରୁ କମ୍ ନୁହେଁ, କିନ୍ତୁ ମୋ ପାଇଁ ତ ସଦାସର୍ବଦା ଏହା ଘରକୁ ଆସିବା ଭଳି । ମୁଁ ସଭାପତି ସ୍ୱାମିଜୀଙ୍କୁ, ଏଠାକାର ସମସ୍ତ ପରିଚାଳକଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି, ମୋତେ କାଲି ରାତିରେ ଏଠାରେ ରହିବା ପାଇଁ ଅନୁମତି ଦେଲେ ଏବଂ ସରକାରଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜଣାଉଛି କାରଣ ସରକାରୀ ପ୍ରୋଟୋକଲ, ଏହି ସୁରକ୍ଷା କର୍ମୀ ମୋତେ ଏଠାରୁ ସେଠାକୁ ଯିବାକୁ ଦେଇ ନଥାନ୍ତେ । କିନ୍ତୁ ମୋର ଅନୁରୋଧକୁ ପରିଚାଳକମାନେ ମଧ୍ୟ ମାନି ନେଇଥିଲେ । ଆଉ ମୋତେ ଏହି ପବିତ୍ର ମାଟିରେ ରାତିଟିଏ ରହିବାର ସୌଭାଗ୍ୟ ମିଳିଲା । ଏହି ଭୂମିରେ, ଏଠାକାର ପବନରେ ସ୍ୱାମୀ ରାମକୃଷ୍ଣ ପରମହଂସ, ମାଆ ସାରଦା ଦେବୀ, ସ୍ୱାମୀ ବ୍ରହ୍ମାନନ୍ଦ, ସ୍ୱାମୀ ବିବେକାନନ୍ଦଙ୍କ ସମେତ ସମସ୍ତ ଗୁରୁମାନଙ୍କର ସାନିଧ୍ୟ ଯେ କୌଣସି ବ୍ୟକ୍ତିଙ୍କୁ ଅନୁଭବ ହେଉଛି । ଯେତେବେଳେ ମଧ୍ୟ ମୁଁ ଏହି ବେଲୁର ମଠକୁ ଆସୁଛି , ବିଗତ ଦିନର ସେହି ପୃଷ୍ଠା ଖୋଲି ଯାଇଥାଏ । ଯେଉଁଥିପାଇଁ ଆଜି ମୁଁ ଏଠାରେ କହୁଛି । ଆଉ 130 କୋଟି ଭାରତବାସୀଙ୍କ ସେବାରେ କିଛି କର୍ତ୍ତବ୍ୟ କରିପାରୁଛି ।

ଗତ ଥର ଯେତେବେଳେ ଏଠାକୁ ଆସିଥିଲି, ତ ଗୁରୁଜୀ ସ୍ୱାମୀ ଆତ୍ମଆସ୍ଥାନନ୍ଦଜୀଙ୍କର ଆଶୀର୍ବାଦ ନେଇ ଯାଇଥିଲି । ଆଉ ସେ ମୋ ଆଙ୍ଗୁଳି ଧରି ‘ଜନସେବା ହିଁ ପ୍ରଭୁଙ୍କ ସେବା’ ପଥର ମାର୍ଗ ଦେଖାଇଥିଲେ । ଆଜି ସେ ଶାରିରୀକ ଭାବେ ଆମ ମଧ୍ୟରେ ବିଦ୍ୟମାନ ନାହାଁନ୍ତି । କିନ୍ତୁ ତାଙ୍କ କାର୍ଯ୍ୟ, ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ, ରାମକୃଷ୍ଣ ମିଶନ ଭାବେ ସଦା ସର୍ବଦା ଆମର ମାର୍ଗଦର୍ଶନ କରି ଚାଲିଥିବ ।

ଏଠାରେ ବହୁତ ଯୁବ ବ୍ରହ୍ମଚାରୀ ବସିଛନ୍ତି ମୋତେ ସେମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବାର ସୁଯୋଗ ମିଳିଲା । ଯେଉଁ ମନଃସ୍ଥିତି ଆପଣମାନଙ୍କର ରହିଛି ତାହା କେବେ ମୋର ମଧ୍ୟ ରହିଥିଲା । ଆଉ ଆପଣମାନେ ଅନୁଭବ କରିଥିବେ ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏଠାକୁ ଆକର୍ଷିତ ହୋଇ ଆସୁଛନ୍ତି । ତା’ର କାରଣ ହେଉଛି ସ୍ୱାମୀ ବିବେକାନନ୍ଦ ମହୋଦୟଙ୍କ ବିଚାର, ସ୍ୱାମୀ ବିବେକାନନ୍ଦ ମହୋଦୟଙ୍କ ବାଣୀ, ସ୍ୱାମୀ ବିବେକାନନ୍ଦ ମହୋଦୟଙ୍କ ବ୍ୟକ୍ତିତ୍ୱ ଆମକୁ ଏଠାକୁ ଟାଣି ଆଣୁଛି । କିନ୍ତୁ… କିନ୍ତୁ… ଏହି ଭୂମିକୁ ଆସିବା ପରେ ମାତା ସାରଦା ଦେବୀଙ୍କ ପଣତ ଆମକୁ କେବେ ଛାଡି ନ ଯିବା ପାଇଁ ଜଣେ ମାଆର ସ୍ନେହ ଦେଇଥାଏ । ଯେତେ ବ୍ରହ୍ମଚାରୀମାନେ ମଧ୍ୟ ଅଛନ୍ତି, ସମସ୍ତଙ୍କୁ ଏହି ଅନୁଭୂତି ହେଉଥିବ । ଯାହା କେବେ ମୁଁ ଅନୁଭବ କରୁଥିଲି।

ସାଥୀଗଣ, ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ କେବଳ ଜଣେ ବ୍ୟକ୍ତିଙ୍କର ଉପସ୍ଥିତି ନୁହେଁ, ବରଂ ସେ ଏକ ଜୀବନଧାରାର, ଜୀବନ ଶୈଳୀର ହେଉଛନ୍ତି ନାମରୂପ । ସେ ଦରିଦ୍ର ନାରାୟଣଙ୍କ ସେବା ଏବଂ ଭାରତ ଶକ୍ତିକୁ ହିଁ ନିଜ ଜୀବନର ଆଦି ଏବଂ ଅନ୍ତ ଭାବେ ମାନି ନେଇଥିଲେ, ଆଉ ଜୀଇଁବା ପାଇଁ ଆଜି କୋଟି କୋଟି ଲୋକଙ୍କୁ ରାସ୍ତା ଦେଖାଇ ଥିଲେ ।

ଆପଣ ସମସ୍ତେ, ଦେଶର ପ୍ରତ୍ୟେକ ଯୁବକ, ମୁଁ ବିଶ୍ୱାସର ସହିତ କହୁଛି, ଦେଶର ପ୍ରତ୍ୟେକ ଯୁବକ ସେ ବିବେକାନନ୍ଦଙ୍କୁ ଜାଣନ୍ତୁ ଅବା ନ ଜାଣନ୍ତୁ । ନିଜର ଜାଣତରେ ଅବା ଅଜାଣତରେ ସେହି ସଙ୍କଳ୍ପର ଅଂଶ । ସମୟ ବଦଳିଛି, ଦଶକ ବଦଳିଛି, ଶତାବ୍ଦୀ ବଦଳି ଯାଇଛି, କିନ୍ତୁ ସ୍ୱାମିଜୀଙ୍କ ସେହି ସଙ୍କଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ପହଞ୍ଚାଇବାର ଦାୟିତ୍ୱ ପ୍ରତ୍ୟେକଙ୍କ ଉପରେ ରହିଛି, ଆଗାମୀ ପିଢି ଉପରେ ରହିଛି । ଆଉ ଏହି କାର୍ଯ୍ୟ ଏଭଳି କୌଣସି କାର୍ଯ୍ୟ ନୁହେଁ କି ଥରେ କରିଦେଲେ ହୋଇଗଲା । ଏହା ହେଉଛି ଅନବରତ କରିବାର କାର୍ଯ୍ୟ, ନିରନ୍ତର କରିବାର କାର୍ଯ୍ୟ, ଯୁଗ ଯୁଗ ପର୍ଯ୍ୟନ୍ତ କରିବାର କାର୍ଯ୍ୟ ।

ବହୁତ ଥର ଆମେ ଚିନ୍ତା କରୁଛେ କି ମୁଁ ଏକା କରିଲେ କ’ଣ ହେବ । ମୋ କଥା ତ କେହି ଶୁଣୁ ନାହାନ୍ତି । ମୁଁ ଯାହା ଚିନ୍ତା କରୁଛି, ତାହା ଉପରେ କେହି ଧ୍ୟାନ ଦେଉ ନାହାନ୍ତି । ଆଉ ଏହି ସ୍ଥିତିରୁ ଯୁବ ମନକୁ ବାହାରକୁ ବାହାର କରିବାକୁ ପଡିବ । ଆଉ ମୁଁ ତ ସିଧା-ସାଧା ମନ୍ତ୍ର କହି ଦେଉଛି । ଯାହା ମୁଁ ମଧ୍ୟ କେବେ ଗୁରୁଜନଙ୍କଠାରୁ ଶିଖିଛି । ଆମେ କେବେ ଏକୁଟିଆ ନୁହେଁ । କେବେ ମଧ୍ୟ ଏକୁଟିଆ ନୁହେଁ । ଆମ ସହିତ ଆଉ ଜଣେ ମଧ୍ୟ ଅଛନ୍ତି ଯିଏ ଆମକୁ ଦେଖା ଯାଆନ୍ତି ନାହିଁ ସେ ହେଉଛନ୍ତି ଈଶ୍ୱରଙ୍କର ରୂପ । ଆମେ କେବେ ଏକୁଟିଆ ନୁହେଁ । ଆମର ସର୍ଜନହାର ପ୍ରତ୍ୟେକ ସମୟରେ ଆମ ସହିତ ହିଁ ଥାଆନ୍ତି ।

ସ୍ୱାମିଜୀଙ୍କର ସେହି କଥା ଆମକୁ ସଦା ସର୍ବଦା ପାଇଁ ମନେ ରଖିବାକୁ ପଡ଼ିବ ଯେତେବେଳେ ସେ କହୁଥିଲେ କି ‘ଯଦି ମୋତେ ଶହେ ଜଣ ଉର୍ଜ୍ଜାବାନ ଯୁବକ ମିଳିଯିବେ, ତ ମୁଁ ଭାରତକୁ ବଦଳାଇଦେବି ।’ ସ୍ୱାମିଜୀ କେବେ ହେଲେ ମଧ୍ୟ ଏହା କହି ନଥିଲେ କି ମୋତେ ଶହେ ଲୋକ ମିଳିଯିବେ ତ ଏହା ହୋଇଯିବ… ଏପରି କହି ନଥିଲେ, ସେ ଏହା କହିଥିଲେ କି ଭାରତ ବଦଳିଯିବ । ଅର୍ଥାତ ପରିବର୍ତ୍ତନ ପାଇଁ ଆମର ଉର୍ଜ୍ଜା, କିଛି କରିବାର ଉତ୍ସାହ ହିଁ, ଏହି ଇଚ୍ଛାଶକ୍ତି ହିଁ ହେଉଛି ବହୁତ ଆବଶ୍ୟକ ।

ସ୍ୱାମିଜୀ ତ ପରାଧୀନତାର ସେହି ସମୟ ସୀମା ମଧ୍ୟରେ 100 ଏଭଳି ଯୁବକ ସାଥୀଙ୍କୁ ଖୋଜୁଥିଲେ । କିନ୍ତୁ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ ଭାବେ ପ୍ରସ୍ତୁତ କରିବା ପାଇଁ, ନୂତନ ଭାରତର ନିର୍ମାଣ କରିବା ପାଇଁ ତ, କୋଟି କୋଟି ଉର୍ଜ୍ଜାବାନ ଯୁବକ ଆଜି ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ ଅନୁକୋଣରେ ଠିଆ ହୋଇଛନ୍ତି । ଦୁନିଆର ସବୁଠାରୁ ବଡ଼ ଯୁବକଙ୍କ ସଂଖ୍ୟା ଭାରତ ପାଖରେ ରହିଛି ।

ସାଥୀଗଣ, ଏକବିଂଶ ଶତାବ୍ଦୀର ଭାରତକୁ ଏହି ଦେଶର ଯୁବକମାନଙ୍କ ଠାରୁ କେବଳ ଭାରତର ହିଁ ନୁହେଁ ସମଗ୍ର ବିଶ୍ୱର ବହୁତ କିଛି ଆଶା ରହିଛି । ଆପଣମାନେ ସମସ୍ତେ ଜାଣିଛନ୍ତି କି ଦେଶ ଏକବିଂଶ ଶତାବ୍ଦୀ ପାଇଁ, ନୂତନ ଭାରତର ନିର୍ମାଣ ନିମନ୍ତେ ବଡ଼ ସଂକଳ୍ପ ନେଇ ପଦକ୍ଷେପ ଉଠାଇଛନ୍ତି । ଏହି ସଂକଳ୍ପ କେବଳ ସରକାରଙ୍କର ନୁହେଁ, ଏହି ସଂକଳ୍ପ ହେଉଛି 130 କୋଟି ଦେଶବାସୀଙ୍କର, ଦେଶର ଯୁବକମାନଙ୍କର ।

ଗତ 5 ବର୍ଷର ଅନୁଭବରୁ ଦେଖାଇଥାଏ କି ଦେଶର ଯୁବକମାନେ ଯେଉଁ ଲକ୍ଷ୍ୟ ସହିତ ଯୋଡ଼ି ହୋଇ ଯାଆନ୍ତି, ତାହା ସଫଳ ହେବା ସୁନିଶ୍ଚିତ ହୋଇଯାଏ । ଭାରତ ସ୍ୱଚ୍ଛ ହୋଇ ପାରିବ କି ନାହିଁ, ଏହାକୁ ନେଇ 5 ବର୍ଷ ପୂର୍ବ ପର୍ଯ୍ୟନ୍ତ ଏକ ନିରାଶାର ଭାବ ରହିଥିଲା, କିନ୍ତୁ ଦେଶର ଯୁବକମାନେ ଏହାର ଦାୟିତ୍ୱ ସମ୍ଭାଳିଲେ ଏବଂ ହୋଇଥିବା ପରିବର୍ତ୍ତନ ସାମ୍ନାରେ ଦେଖା ଯାଉଛି ।

4-5 ବର୍ଷ ପୂର୍ବେ ଅନେକ ଲୋକମାନଙ୍କୁ ଏହା ମଧ୍ୟ ଅସମ୍ଭବ ଭଳି ଲାଗୁଥିଲା କି ଭାରତରେ ଡିଜିଟାଲ ନେଣଦେଣ ବ୍ୟବସ୍ଥା ଏତେ ପରିମାଣରେ ସଂପ୍ରସାରିତ ହୋଇ ପାରିବ କି ? କିନ୍ତୁ ଆଜି ଭାରତ ଦୁନିଆର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ ଅର୍ଥ ବ୍ୟବସ୍ଥା ଏକ ଦୃଢ଼ତାର ସ୍ଥିତି ସହିତ ଠିଆ ହୋଇଛି ।

ଭ୍ରଷ୍ଟାଚାର ବିରୁଦ୍ଧରେ କିଛି ବର୍ଷ ପୂର୍ବେ କିଭଳି ଭାବେ ଦେଶର ଯୁବକ ରାସ୍ତାରେ ଆସି ଠିଆ ହେଉଥିଲେ, ଏହା ମଧ୍ୟ ଆମେ ଦେଖିଛୁ । ସେତେବେଳେ ଏହା ଲାଗୁଥିଲା କି ଦେଶରେ ରହିଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ବହୁତ କଷ୍ଟକର । କିନ୍ତୁ ଯୁବକମାନେ ଏହି ପରିବର୍ତ୍ତନ ମଧ୍ୟ କରି ଦେଖାଇଦେଲେ ।

ସାଥୀଗଣ, ଯୁବକଙ୍କ ଉତ୍ସାହ, ଯୁବକଙ୍କ ଉର୍ଜ୍ଜା ହିଁ ଏକବିଂଶ ଶତାବ୍ଦୀର ଏହି ଦଶକରେ ଭାରତକୁ ପରିବର୍ତ୍ତନର ଆଧାର କରିଛି । ଏକ ପ୍ରକାରରେ 2020, ଏହି ଜାନୁଆରୀର ମାସ,ଏକ ପ୍ରକାରରେ ନବବର୍ଷର ଶୁଭକାମନା ସହିତ ଆରମ୍ଭ ହୋଇଥାଏ । କିନ୍ତୁ ଆମେ ଏହା ମଧ୍ୟ ମନେ ରଖିବା କି ଏହା କେବଳ ନବବର୍ଷ ନୁହେଁ ଏହା ମଧ୍ୟ ହେଉଛି ନୂଆ ଦଶକ । ଆଉ ଏଥିପାଇଁ ଆମକୁ ଆମ ସ୍ୱପ୍ନଗୁଡ଼ିକୁ ଏହି ଦଶକର ସଂକଳ୍ପ ସହିତ ଯୋଡ଼ିକରି ସିଦ୍ଧି ପ୍ରାପ୍ତ କରିବା ଦିଗରେ ଆହୁରି ଅଧିକ ଉର୍ଜ୍ଜାର ସହିତ, ଆହୁରି ଅଧିକ ଉଦ୍ଦୀପନାର ସହିତ, ଆହୁରି ଅଧିକ ସମର୍ପଣର ଭାବନା ସହିତ ଯୋଡ଼ିହେବାକୁ ପଡ଼ିବ ।

ନୂତନ ଭାରତର ସଂକଳ୍ପ, ଆପଣଙ୍କ ଦ୍ୱାରା ହିଁ ପୂରଣ କରାଯିବ । ଏହା ହେଉଛି ଯୁବକଙ୍କ ଚିନ୍ତାଧାରା ଯିଏ କହେ କି ସମସ୍ୟାଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ, ଯଦି ଆପଣ ଯୁବକ ତ, ସମସ୍ୟାଗୁଡ଼ିକୁ ଅଣଦେଖା କରିବା ପାଇଁ କେବେ ହେଲେ ମଧ୍ୟ ଚିନ୍ତା କରି ପାରିବେ ନାହିଁ । ଯୁବକ ଅଛନ୍ତି ଅର୍ଥାତ ସମସ୍ୟା ସହିତ ଲଢ଼େଇ, ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ, ଆହ୍ୱାନକୁ ହିଁ ଆହ୍ୱାନ କରି ଚାଲନ୍ତୁ । ଏହି ଚିନ୍ତାଧାରାକୁ ପାଥେୟ କରି କେନ୍ଦ୍ର ସରକାର ମଧ୍ୟ ଦେଶ ସମ୍ମୁଖରେ ରହିଥିବା ଦଶକ ଦଶକ ପୁରାତନ ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରୟାସ କରୁଛନ୍ତି ।

ସାଥୀଗଣ, ଗତ କିଛି ଦିନ ଧରି ଦେଶରେ ଏବଂ ଯୁବକମାନଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ହେଉଛି ନାଗରିକତା ସଂଶୋଧନ ଆଇନକୁ ନେଇ । ଏହି ଆଇନ ହେଉଛି କ’ଣ, କାହିଁକି ଏହାକୁ ଆଣିବା ଆବଶ୍ୟକ ଥିଲା ? ଯୁବକମାନଙ୍କ ମନରେ ବହୁତ ଗୁଡ଼ିଏ ପ୍ରଶ୍ନ ବିଭିନ୍ନ ପ୍ରକାରର ଲୋକମାନଙ୍କ ଦ୍ୱାରା ଭରି ଦିଆଯାଇଛି । ଅନେକ ଯୁବକ ଏ ବିଷୟରେ ଜାଗ୍ରତ ଅଛନ୍ତି, କିନ୍ତୁ ଏମିତି ମଧ୍ୟ କିଛି ଅଛନ୍ତି ଏବେ ମଧ୍ୟ ସେହି ଭ୍ରମର ଶିକାର ହୋଇଛନ୍ତି, ଅପପ୍ରଚାରର ଶୀକାର ହୋଇଛନ୍ତି । ଏଭଳି ପ୍ରତ୍ୟେକ ଯୁବକଙ୍କୁ ବୁଝାଇବା ହେଉଛି ଆମର ଦାୟିତ୍ୱ ଏବଂ ତାଙ୍କୁ ସନ୍ତୁଷ୍ଟ କରାଇବା ମଧ୍ୟ ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ ।

ଆଉ ଏଥିପାଇଁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ମୁଁ ପୁଣିଥରେ ଦେଶର ଯୁବକମାନଙ୍କୁ, ପଶ୍ଚିମବଙ୍ଗର ଯୁବକମାନଙ୍କୁ, ଉତ୍ତର-ପୂର୍ବର ଯୁବକମାନଙ୍କୁ ଆଜି ଏହି ପବିତ୍ର ଧରଣୀରୁ ଏବଂ ଯୁବକମାନଙ୍କ ମଧ୍ୟରେ ଠିଆ ହୋଇ ନିଶ୍ଚିତ ଭାବେ କିଛି କହିବାକୁ ଚାହୁଁଛି ।

ସାଥୀଗଣ, ଏଭଳି ନୁହେଁ କି ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଭାରତ ସରକାର ରାତାରାତି କୌଣସି ନୂଆ ଆଇନ ତିଆରି କରି ଦେଇଛନ୍ତି । ଆମ ସମସ୍ତଙ୍କୁ ଜଣାଥିବା ଦରକାର କି ଅନ୍ୟ ଦେଶରୁ, କୌଣସି ମଧ୍ୟ ଧର୍ମର କୌଣସି ମଧ୍ୟ ବ୍ୟକ୍ତି, ଯିଏକି ଭାରତ ଉପରେ ନିଜର ଆସ୍ଥା ରଖୁଛି, ଯିଏ କି ଭାରତର ସମ୍ବିଧାନକୁ ମାନୁଛନ୍ତି, ଭାରତର ନାଗରିକତା ଗ୍ରହଣ କରି ପାରିବେ । ଏଥିରେ କୌଣସି ଅସୁବିଧା ନାହିଁ… ମୁଁ ପୁଣି କହିବି, ନାଗରିକତା ଆଇନ, କାହାର ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ, ଏହା ହେଉଛି ନାଗରିକତା ପ୍ରଦାନ କରିବାର ଆଇନ ଏବଂ ନାଗରିକତା ସଂଶୋଧନ ଆଇନ, ହେଉଛି ସେହି ଆଇନରେ କେବଳ ମାତ୍ର ଗୋଟିଏ ସଂଶୋଧନ । ଏହି ସଂଶୋଧନ, ଏହି ଆମେଣ୍ଡମେଣ୍ଟ ହେଉଛି କ’ଣ ? ଆମେ ଏହି ପରିବର୍ତ୍ତନ କରିଛୁ କି ଭାରତର ନାଗରିକତା ନେବାରେ ସୁବିଧାକୁ ଆହୁରି ବଢ଼ାଇ ଦେଇଛୁ । ଏହି ସୁବିଧା କେଉଁମାନଙ୍କ ପାଇଁ ବଢ଼ାଇଛୁ ? ସେହି ଲୋକମାନଙ୍କ ପାଇଁ, ଯେଉଁମାନଙ୍କ ଉପରେ ବିଭାଜନ ପରେ ହୋଇଥିବା ପାକିସ୍ତାନରେ, ତାଙ୍କର ଧାର୍ମିକ ଆସ୍ଥା କାରଣରୁ ଅତ୍ୟାଚାର ହେଲା, କଷ୍ଟ ଦିଆଗଲା, ବଞ୍ଚିବା କଷ୍ଟକର କରି ଦିଆଗଲା, ଭଉଣୀ-ଝିଅମାନଙ୍କର ସମ୍ମାନ ଅସୁରକ୍ଷିତ ହୋଇଗଲା । ଜୀବନ ବଞ୍ଚିବା ହିଁ ଗୋଟିଏ ପ୍ରଶ୍ନ ବା ଚିହ୍ନ ହୋଇଗଲା । ଅନେକଗୁଡ଼ିଏ ସଙ୍କଟ ଦ୍ୱାରା ଏହି ଜୀବନ ଘେରି ହୋଇ ଯାଇଥିଲା ।

ସାଥୀଗଣ, ସ୍ୱାଧୀନତା ପରେ, ପୂଜ୍ୟ ମହାତ୍ମାଗାନ୍ଧୀଙ୍କଠାରୁ ନେଇ ସେତେବେଳର ବଡ଼ ବଡ଼ ମହାନ ନେତାମାନଙ୍କର ମଧ୍ୟ ଏହା ମତାମତ ଥିଲା କି ଭାରତ ଏଭଳି ଲୋକମାନଙ୍କୁ ନାଗରିକତା ପ୍ରଦାନ କରିବା ଆବଶ୍ୟକ, ଯାହାଙ୍କ ଉପରେ ସେମାନଙ୍କ ଧର୍ମ କାରଣରୁ ପାକିସ୍ତାନରେ ଅତ୍ୟାଚାର କରାଯାଉଛି ।

ଏବେ ମୁଁ ଆପଣମାନଙ୍କୁ ପଚାରୁଛି ମୋତେ କୁହନ୍ତୁ କି ଏଭଳି ଶରଣାର୍ଥୀଙ୍କୁ ଆମେ ମରିବା ପାଇଁ ପୁଣି ଫେରିଯିବା ପାଇଁ ପଠାଇବା ଠିକ୍ ହେବ କି ? ପଠାଇବା ଦରକାର କି ? ଏହା କ’ଣ ଆମର ଦାୟିତ୍ୱ ନା ଦାୟିତ୍ୱ ନୁହେଁ, ସେମାନଙ୍କୁ ସମାନ ଧାରାରେ ଆମ ସହିତ ନାଗରିକ କରାଇବା ଦରକାର କି ଦରକାର ନୁହେଁ । ଯଦି ସେମାନେ ଆଇନ ସହିତ, ବନ୍ଧନ ସହିତ ରହିଥାନ୍ତି, ସୁଖ ଶାନ୍ତିର ଜୀବନ ଅତିବାହିତ କରନ୍ତି ତ ଆମ ମନରେ ସନ୍ତୋଷ ଭାବ ରହିବ କି ରହିବ ନାହିଁ… ଏହି କାର୍ଯ୍ୟଟି ହେଉଛି ପବିତ୍ର କି ପବିତ୍ର ନୁହେଁ… ଆମକୁ କରିବା ଦରକାର କି କରିବା ଦରକାର ନୁହେଁ । ଅନ୍ୟମାନଙ୍କର ଭଲ ପାଇଁ କାର୍ଯ୍ୟ କରିବା ଭଲ କଥା କି ଖରାପ କଥା ? ଯଦି ମୋଦୀ ମହାଶୟ ଏହା କରୁଛନ୍ତି ତ ଆପଣମାନଙ୍କର ସହଯୋଗ ରହିଛି ନା… ଆପଣମାନଙ୍କର ସହଯୋଗ ରହିଛି ନା… ହାତକୁ ଉପରକୁ ଉଠାଇ କୁହନ୍ତୁ ଆପଣମାନଙ୍କର ସହଯୋଗ ରହିଛି ନା ।

ଆମ ସରକାର ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ମହାନ ସନ୍ତାନ ମାନଙ୍କର ଇଚ୍ଛାକୁ ହିଁ କେବଳ ସମ୍ମାନ ଦେଇ ପାଳନ କରୁଛନ୍ତି । ଯାହା ମହାତ୍ମାଗାନ୍ଧୀ କହି ଯାଇଛନ୍ତି ସେହି କାର୍ଯ୍ୟକୁ ଆମେ କେବଳ କରିଛୁ ଆଜ୍ଞା… ଆଉ ନାଗରିକତା ସଂଶୋଧନ ଆଇନରେ ଆମେ ନାଗରିକତା ଦେଉଛୁ ହିଁ, କାହାର ମଧ୍ୟ… କାହାର ମଧ୍ୟ…. ନାଗରିକତା କାହାର ଛଡ଼ାଇ ନିଆଯାଉ ନାହିଁ ।

ଏହା ବ୍ୟତୀତ, ଆଜି ମଧ୍ୟ ଯେ କୌଣସି ଧର୍ମର ବ୍ୟକ୍ତି, ଭଗବାନଙ୍କୁ ମାନିବାକୁ ହେଉ କିମ୍ବା ମାନିବାକୁ ନ ହେଉ… ଯେଉଁ ବ୍ୟକ୍ତି ଭାରତର ସମ୍ବିଧାନକୁ ମାନୁଛନ୍ତି, ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଭାରତର ନାଗରିକତାକୁ ଗ୍ରହଣ କରି ପାରିବେ । ଏହା ଆପଣମାନେ ସ୍ପଷ୍ଟ ଭାବେ ବୁଝି ପାରିଲେ କି ବୁଝି ପାରିଲେ ନାହିଁ । ବୁଝି ପାରିଲେ ତ… ଯେଉଁ ଛୋଟ ଛୋଟ ବିଦ୍ୟାର୍ଥୀ ରହିଛନ୍ତି ସେମାନେ ମଧ୍ୟ ବୁଝି ପାରିଲେ ତ… ଆପଣମାନେ ଯାହା କିଛି ବୁଝୁଛନ୍ତି ନା ତାହା ରାଜନୈତିକ ଖେଳ ଖେଳୁଥିବା ଲୋକମାନେ ବୁଝିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଆପଣମାନେ ହେଉଛନ୍ତି ବୁଝିବାବାଲା ମଧ୍ୟ ଏବଂ ଦେଶର ମଙ୍ଗଳ ଚାହୁଁଥିବା ଯୁବ ଗୋଷ୍ଠୀ ମଧ୍ୟ ।

ଆଉ ହଁ, ଉତ୍ତର-ପୂର୍ବ ରାଜ୍ୟମାନଙ୍କର ଯେଉଁ ପ୍ରଶ୍ନ ରହିଛି । ଆମର ଗର୍ବ ହେଉଛି ଉତ୍ତର-ପୂର୍ବ…. ଆମର ଗର୍ବ । ଉତ୍ତର-ପୂର୍ବ ରାଜ୍ୟ ମାନଙ୍କର ସଂସ୍କୃତି, ସେଠାକାର ପରମ୍ପରା, ସେଠାକାର ଜନସାଂଖିୟ, ସେଠାକାର ରୀତିନୀତି, ସେଠାକାର ଚାଲି-ଚଳଣୀ, ସେଠାକର ଖାଦ୍ୟ-ପେୟ, ସେଠାକାର ଜନସାଂଖିୟ, ଏହା ଉପରେ ଏହି ଆଇନରେ ଯେଉଁ ସଂଶୋଧନ କରାଯାଇଛି ତାହାର କୌଣସି ବିପରୀତ ପ୍ରଭାବ ସେମାନଙ୍କ ଉପରେ ନ ପଡ଼ୁ, ଏହାର ମଧ୍ୟ ପ୍ରାବଧାନ କେନ୍ଦ୍ର ସରକାର କରିଛନ୍ତି ।

ସାଥୀଗଣ, ଏତେ ସ୍ପଷ୍ଟିକରଣ ପରେ ମଧ୍ୟ, କିଛି ଲୋକ ନିଜର ରାଜନୈତିକ ଇଚ୍ଛା କାରଣରୁ ନାଗରିକତା ସଂଶୋଧନ ଆଇନକୁ ନେଇ କ୍ରମାଗତ ଭାବେ ଅପପ୍ରଚାର ଚଳାଇଛନ୍ତି । ମୁଁ ଖୁସି ଯେ ଆଜିକାର ଯୁବକ ହିଁ ଏଭଳି ଲୋକମାନଙ୍କର ଭ୍ରମକୁ ଦୂର କରୁଛନ୍ତି ।
ପାକିସ୍ତାନରେ ଅନ୍ୟ ଧର୍ମର ଲୋକ ମାନଙ୍କ ଉପରେ ଯେଭଳି ଭାବେ ଅତ୍ୟାଚାର ହେଉଛି, ତାକୁ ନେଇ ସମଗ୍ର ଦୁନିଆରେ ଆମର ଯୁବକମାନେ ହିଁ ସ୍ୱର ଉତ୍ତୋଳନ କରୁଛନ୍ତି । ଏହି କଥା ମଧ୍ୟ ସ୍ପଷ୍ଟ ଯେ ଯଦି ନାଗରିକତା ଆଇନରେ ଆମେ ଏହି ସଂଶୋଧନ ଆଣି ନ ଥାଆନ୍ତୁ ତେବେ ଏ ବିବାଦ ଆରମ୍ଭ ହୋଇ ଥାଆନ୍ତା ଆଉ ସମଗ୍ର ଦୁନିଆକୁ ଏହା ଜଣା ପଡ଼ି ଥାଆନ୍ତା କି ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଉପରେ କିଭଳି, କିଭଳି ଅତ୍ୟାଚାର ହୋଇଛି । କିଭଳି ଭାବେ ମାନବାଧିକାରର ଉଲଙ୍ଘନ କରାଯାଇଛି । କିଭଳି ଭାବେ ଭଉଣୀ-ଝିଅମାନଙ୍କର ଜୀବନକୁ ବରବାଦ କରି ଦିଆଯାଇଛି । ଏହା ହେଉଛି ଆମର ନିଆଯାଇଥିବା ପଦକ୍ଷେପ ଯେଉଁଥିପାଇଁ ଏବେ ପାକିସ୍ତାନକୁ ଉତ୍ତର ଦେବାକୁ ପଡ଼ିବ କି 70 ବର୍ଷ ଧରି ଆପଣ ସେଠାରେ ସଂଖ୍ୟାଲଘୁଙ୍କ ଉପରେ କାହିଁକି ଏଭଳି ଅତ୍ୟାଚାର କରିଥିଲେ ।

ସାଥୀଗଣ, ସଜାଗ ରହି, ସଚେତନତାକୁ ସଂପ୍ରସାରିତ କରିବା, ଅନ୍ୟମାନଙ୍କୁ ଜାଗ୍ରତ କରିବା ମଧ୍ୟ ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । ଆହୁରି ମଧ୍ୟ ଅନେକଗୁଡ଼ିଏ ବିଷୟ ରହିଛି ଯେଉଁଗୁଡ଼ିକୁ ନେଇ ସମାଜରେ ସଚେତନତା, ଜନ-ଆନ୍ଦୋଳନ, ଜନ-ସଚେତନତାର ଆବଶ୍ୟକତା ରହିଛି, ଯେଭଳି ଜଳ କଥାକୁ ବିଚାରକୁ ନିଅନ୍ତୁ… ଜଳ ସଂଚୟ କରିବା ଆଜି ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ହୋଇ ଯାଇଛି । ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବିରୁଦ୍ଧରେ ଅଭିଯାନ ହେଉ କିମ୍ବା ଗରିବଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା, ଏ ସମସ୍ତ କଥା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଆପଣମାନଙ୍କର ସହଯୋଗ ଦେଶକୁ ବହୁତ ବଡ଼ ସାହାଯ୍ୟ କରିପାରିବ ।

ସାଥୀଗଣ, ଆମର ସଂସ୍କୃତି ଏବଂ ଆମର ସମ୍ବିଧାନ ଆମଠାରୁ ଏହା ଆଶା କରେ କି ନାଗରିକ ଭାବେ ନିଜର କର୍ତ୍ତବ୍ୟକୁ, ନିଜର ଦାୟିତ୍ୱକୁ ଆମେ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଏବଂ ସଂପୂର୍ଣ୍ଣ ସମର୍ପଣ ଭାବନା ନେଇ ତୁଲାଇବା । ସ୍ୱାଧୀନତାର 70 ବର୍ଷ ମଧ୍ୟରେ ଆମେ ଅଧିକାର… ଅଧିକାର… ବହୁତ ଶୁଣିଛୁ । ଅଧିକାର ପାଇଁ ଲୋକମାନଙ୍କୁ ସଚେତନ ମଧ୍ୟ କରିଛୁ । ଆଉ ତାହା ଆବଶ୍ୟକ ମଧ୍ୟ ଥିଲା । କିନ୍ତୁ ଏବେ ଖାଲି ଅଧିକାର ନାହିଁ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କର କର୍ତ୍ତବ୍ୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ । ଆଉ ଏହି ରାସ୍ତାରେ ଚାଲି ଆମେ ଭାରତକୁ ବିଶ୍ୱ ମାନଚିତ୍ରରେ ନିଜର ସ୍ୱାଭାବିକ ସ୍ଥାନରେ ଦେଖି ପାରିବା । ଏହା ମଧ୍ୟ ସ୍ୱାମୀ ବିବେକାନନ୍ଦନ ମହୋଦୟଙ୍କର ଆଶା ରହିଥିଲା ସମସ୍ତ ଭାରତୀୟଙ୍କଠାରୁ ଏବଂ ଏହି ଭାବନା ମଧ୍ୟ ଏହି ସଂସ୍ଥାନର ମୂଳରେ ରହିଛି ।

ସ୍ୱାମୀ ବିବେକାନନ୍ଦ ମଧ୍ୟ ଭାରତ ମାଆକୁ ଭବ୍ୟ ରୂପରେ ଦେଖିବାକୁ ଚାହୁଁଥିଲେ । ଆଉ ଆମେ ସମସ୍ତେ ମଧ୍ୟ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଉଛୁ । ଆଜି ପୁଣି ଥରେ ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ପର୍ବରେ ବେଲୁର ମଠର ଏହି ପବିତ୍ର ଧରଣୀରେ ପୂଜ୍ୟ ଓ ସନ୍ଥ ମାନଙ୍କ ଗହଣରେ ବଡ଼ ମନଯୋଗ ସହକାରେ କିଛି କ୍ଷଣ ଅତିବାହିତ କରିବାର ସୌଭାଗ୍ୟ ମୋତେ ମିଳିଲା । ପୂଜ୍ୟ ସ୍ୱାମୀ ବିବେକାନନ୍ଦ ମହୋଦୟ ଯେଉଁ କୋଠରୀରେ ରହିଥିଲେ, ସେଠାରେ ଏକ ଆଧ୍ୟାତ୍ମିକ ଚେତନା ରହିଛି, ସ୍ପନ୍ଦନ ରହିଛି । ସେହି ପରିବେଶ ମଧ୍ୟରେ ଆଜିର ପ୍ରାତଃକାଳର ସମୟ ଅତିବାହିତ କରିବା ଥିଲା ମୋ ଜୀବନର ଅମୂଲ୍ୟ ସମୟ, ଯାହାକି ମୋତେ ଆଜି ଅତିବାହିତ କରିବାର ସୁଯୋଗ ମିଳିଥିଲା । ଏଭଳି ଅନୁଭବ କରୁଥିଲି, ଯେଭଳି ପୂଜ୍ୟ ସ୍ୱାମୀ ବିବେକାନନ୍ଦ ମହୋଦୟ ଆମକୁ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ପ୍ରେରିତ କରୁଛନ୍ତି, ନୂତନ ଉର୍ଜ୍ଜା ପ୍ରଦାନ କରୁଛନ୍ତି । ଆମର ନିଜର ସଂକଳ୍ପରେ ନୂତନ ସାମର୍ଥ୍ୟ ଭରୁଛନ୍ତି ଆଉ ଏହି ଭାବନାର ସହିତ, ଏହି ପ୍ରେରଣାର ସହିତ, ଏହି ନୂତନ ଉର୍ଜ୍ଜା ସହିତ ଆପଣ ସମସ୍ତସାଥୀଙ୍କ ଉତ୍ସାହ ସହିତ ଏହି ମାଟିର ଆଶୀର୍ବାଦ ସହିତ ମୁଁ ଆଉ ଥରେ ପୁଣି ଆଜି ଏହିଠାରୁ ସେହି ସ୍ୱପ୍ନଗୁଡ଼ିକୁ ପୂରଣ କରିବା ପାଇଁ ଚାଲିବି, ଚାଲିବାକୁ ଲାଗିବି କିଛି ନା କିଛି କରି ଚାଲିବି… ସମସ୍ତ ସନ୍ଥମାନଙ୍କର ଆଶୀର୍ବାଦ ରହୁ । ଆପଣ ସମସ୍ତଙ୍କୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଶୁଭକାମନା, ଆଉ ସ୍ୱାମିଜୀ ସର୍ବଦା କହୁଥିଲେ ମାଆ ଭାରତୀକୁ ନିଜର ଦେବୀ ମାନି ସବୁକିଛି ଭୁଲି ଯାଅ, ତା’ପାଇଁ କାର୍ଯ୍ୟ କରିବାରେ ଲାଗି ପଡ଼.. ସେହି ଭାବନାକୁ ନେଇ ଆପଣମାନେ ମୋ ସହିତ କହିବେ…ଦୁଇ ମୁଠା ହାତକୁ ଉପରକୁ କରି ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ….

ଭାରତ ମାତାକୀ ଜୟ!

ଭାରତ ମାତାକୀ ଜୟ!

ଭାରତ ମାତାକୀ ଜୟ!

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tax Bill 2026 clears tax hurdles for electronics manufacturing and boosts India's global supply chain competitiveness

Media Coverage

Tax Bill 2026 clears tax hurdles for electronics manufacturing and boosts India's global supply chain competitiveness
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.