Our efforts are aimed at transforming India and ensuring everything in our nation matches global standards: PM
India has always contributed to world peace. Our contingent in the UN Peacekeeping Forces is among the biggest: PM

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ମାନିଲାଠାରେ ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସିଆନ ଅଂଚଳ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଆସିଆନ କ୍ଷେତ୍ର ସହିତ ଭାରତର ଭାବଗତ ସମ୍ପର୍କ ଏବଂ ସହଭାଗୀତାର ଦୀର୍ଘ ଐତିହ୍ୟ ସମ୍ପର୍କରେ ସେ କହିଥିଲେ । ବିଶେଷ କରି ସେ ବୁଦ୍ଧ ଏବଂ ରାମାୟଣ କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ଅଂଚଳରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଐତିହ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବେହେଲେ ଅନ୍ୟ ଦେଶର କ୍ଷତି କରିନାହିଁ । ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୂର ଦେଶରେ କିପରି ଦେଢ଼ଲକ୍ଷ ଭାରତୀୟ ଯବାନ ପ୍ରାଣବଳୀ ଦେଇଥିଲେ ସେ ସମ୍ପର୍କରେ ସେ କହିଥିଲେ ।

ସେ କହିଥିଲେ ଯେ ଭାରତର ବର୍ତ୍ତମାନ ମଧ୍ୟ ସମାନ ଭାବେ ଉଜ୍ଜ୍ୱଳ ଏବଂ ସମୃଦ୍ଧ ହେବା ଉଚିତ । ସେ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ, ଯାହା ‘ଏସିଆର ଶତାବ୍ଦୀ’ ବୋଲି କୁହାଯାଉଛି ତାହା ‘ଭାରତର ଶତାବ୍ଦୀ’ ହେଉ ସେ ଦିଗରେ ଆମକୁ ଯଥାସମ୍ଭବ ପ୍ରୟାସ କରିବାକୁ ହେବ ।

ଗରିବ ଲୋକମାନଙ୍କ ସଶକ୍ତିକରଣ ଲାଗି ସରକାରଙ୍କ ଜନଧନ ଯୋଜନା ଏବଂ ଉଜ୍ଜ୍ୱଳା ଭଳି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ସବସିଡିର ଆଧାର ସଂଯୋଗ ହେବା ଦ୍ୱାରା ହୋଇଥିବା ଲାଭ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win